ନାଟକରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନର ପ୍ରୟୋଗ ଏବଂ ପ୍ରଭାବ

ଦେବବ୍ରତ ପଟ୍ଟନାୟକ
ଦେବବ୍ରତ ପଟ୍ଟନାୟକ 147 Views
20 Min Read

ନାଟକ ହେଉଛି ଏକ ଲିଖିତ ସାହିତ୍ୟ । କୌଣସି ଏକ କାହାଣୀକୁ ତା’ର ଚରିତ୍ରମାନଙ୍କ ଦ୍ୱାରା କଥୋପକଥନ ରୀତିରେ ଆଗେଇ ନେବାକୁ ନାଟକ କୁହାଯାଏ । ସେହି ନାଟକକୁ ଅଭିନେତା ଅଭିନେତ୍ରୀ ମାନଙ୍କ ଦ୍ୱାରା ମଞ୍ଚ ଉପରେ ଦର୍ଶକଙ୍କ ସମ୍ମୁଖରେ ଏକ ନିର୍ଦ୍ଧିଷ୍ଟ ପ୍ରଣାଳୀରେ ଉପସ୍ଥାପନ କରିବାକୁ ମଞ୍ଚ ନାଟକ (Theatre) କୁହାଯାଏ । ତେବେ ଗୋଟିଏ ନାଟକ ସେତେବେଳେ ନାଟକ ରୂପେ ସଫଳତା ପାଏ, ଯେତେବେଳେ ତାହା ମଞ୍ଚସ୍ଥ ହୋଇଥାଏ । ନାଟକ ଯଦି ମଞ୍ଚସ୍ଥ ନହୋଇ କେବଳ ଳିଖିତ ଆକାରରେ ରହିଯାଏ ତେବେ ତାକୁ ନାଟକ କୁହା ନଯାଇ ବରଂ ପାଣ୍ଡୁଲିପି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ନାଟକ ବା ମଞ୍ଚ ନାଟକର ସ୍ୱରୂପକୁ ବିଭିନ୍ନ ସମୟରେ ବିଭିନ୍ନ ନାଟ୍ୟ ପଣ୍ଡିତମାନେ ଭିନ୍ନ ଭିନ୍ନ ଭାବେ ଉଲ୍ଲେଖ କରିଛନ୍ତି । ସେହି ନାଟ୍ୟ ପଣ୍ଡିତ ବା ନାଟ୍ୟ ଆଲୋଚକମାନଙ୍କ ମତରେ ନାଟକର ସଂଜ୍ଞାକୁ ନେଇ ଯାହା ସବୁ ମତ ରହିଛି, ତାହା ସାଧାରଣତଃ ସାମାଜିକ ଓ ମାନବ ଜୀବନର ବୈଚିତ୍ର୍ୟକୁ ନେଇ ଦିଆଯାଇଛି । ନାଟ୍ୟ ଶାସ୍ତ୍ର ପ୍ରଣେତା ଭରତମୁନିଙ୍କ ମତରେ ନାଟକକୁ “ଲୋକବୃତ୍ତାନୁକରଣଂ” ବୋଲି ଅଭିହିତ କରାଯାଇଛି । ଠିକ୍ ସେହି ରି ନାଟକର ପାଶ୍ଚାତ୍ୟ ମନିଷୀମାନଙକ ମତରେ କେହି ନାଟକକୁ “ସମାଜର ଦର୍ପଣ” (Mirror of the Society) ବୋଲି କହିଛନ୍ତି ତ କେହି ତାକୁ “ଜୀବନର ପ୍ରତିଛବି” (Immitation of Life) ବୋଲି କହିଛନ୍ତି । ପୁଣି କେହି କେହି ତାକୁ “ସମାଜର ପ୍ରତିକ୍ରିୟା” (Reaction of Society) ବୋଲି ଅଭିହିତ କରିଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ, ନାଟକ ମଣିଷର କଥା କୁହେଁ ମଣିଷ ଜୀବନର କଥା କହେ । ଦର୍ପଣ ଭଳି ସ୍ୱଚ୍ଛତାର ସହିତ ସମାଜର ପ୍ରତିଛବିକୁ, କଳା ସଂସ୍କୃତି ସହିତ ପରମ୍ପରାର ପ୍ରତିଛବିକୁ ମଧ୍ୟ ତୋଳିଧରେ । ମଣିଷ ଜୀବର ସମସ୍ତ ସାମାଜିକ ଉପଲବ୍ଧି, ଜୀବନଶୈଳୀ, ସଂସାର ଆଦିର ପ୍ରକୃଷ୍ଟ ଚିତ୍ରଧାରଣ ହେଉଛି ନାଟକ । ନାଟକର ସୃଷ୍ଟିକୁ ଲକ୍ଷ୍ୟ କଲେ ଜଣାଯାଏ, ଦେବରାଜ ଇନ୍ଦ୍ର ସୃଷ୍ଟିକର୍ତ୍ତା ପ୍ରଜାପତି ବ୍ରହ୍ମାକୁ ଅନୁରୋଧ କରିଥିଲେ ଯେ, ଆଖିରେ ଦେଖିଲା ଭଳି ଓ କାନରେ ଶୁରିଲା ଭଳି ଏକ ଆମୋଦର ପ୍ରାୟାଜନୀତା ଆମେ ଅନୁଭବ କରୁଅଛୁ । ଦେବରାଜ ଇନ୍ଦ୍ରଙ୍କ ଅନୁରୋଧକୁ ରକ୍ଷାକରି ସୃଷ୍ଟିକର୍ତ୍ତା ବ୍ରହ୍ମା ଚାରି ଦେବକୁ ସ୍ମରଣ କରି ଋକ୍ ଦେବରୁ ପାଠ୍ୟ, ସାମ୍ ବେଦରୁ ଗୀତ, ଯର୍ଦୁ ବେଦରୁ ଅଭିନୟ ଏବଂ ଅଥର୍ବ ବେଦରୁ ରସ ଗ୍ରହଣ କରି ପଞ୍ଚମ ବେଦ ଭାବେ “ନାଟ୍ୟ ବେଦ”କୁ ସୃଷ୍ଟି କଲେ । ଯାହା ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

ଆଧୁନିକ ବିଜ୍ଞାନର ପ୍ରୟୋଗରେ ନାଟକର ରୂପରେଖ:

ବିଜ୍ଞାନର ପ୍ରଭାବ ସମାଜରେ ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ପଡ଼ିବା ଭଳି ନାଟକ ମଧ୍ୟ ସେଥିରୁ ବାଦ୍ ପଡ଼ି ନଥିଲା । ନାଟକ ହେଉଛି ଏକ ମିଶ୍ରକଳା (Composite Art) । ନାଟକର ସାହିତ୍ୟିକ କାବ୍ୟକୃତ୍ତି “ପାଣ୍ଡୁଲିପି”କୁ ବିଶ୍ଳେଷଣ କଲେ ଆମେ ଦେଖୁ ଯେ ନାଟ୍ୟ ସାହିତ୍ୟ ତା’ର ଛଅଗୋଟି ମୂଳ ଉପାଦାକୁ ନେଇ ଗଠିତ ହୋଇଥାଏ । ଯଥା – ନାଟକର କାହାଣୀ, ଚରିତ୍ର, ସଂଳାପ, ଦ୍ୱନ୍ଦ, ଦୃଶ୍ୟ ଏବଂ ସଂଗୀତ । ସେହିପରି ନାଟକଟି ମଞ୍ଚସ୍ଥ ହେବାପାଇଁ କେତେଗୁଡ଼ିଏ ଉପାଦାନର ଆବଶ୍ୟକତା କରିଥାଏ । ଯଥା – ଦୃଶ୍ୟ (Visual), ଆଲୋକ (Light), ଶବ୍ଦ ଓ ଧ୍ୱନି ସଂଯୋଜନା (Audio and Sound), ପୋଷାକ ଏବଂ ରୂପସଜ୍ଜା (Costume and Make-up), ଉପକରଣ (Props), ସଂକେତ (Cues), ନାଟକର ପ୍ରଚାର ପ୍ରସାର (Advertisement) ପୂର୍ବରୁ ପରିବେଷିତ ହେଉଥିବା ନାଟକ ଓ ବର୍ତ୍ତମାନର ସମାଜରେ ପରିବେଷିତ ହେଉଥିବା ନାଟକରେ ଅନେକ ପରିବର୍ତ୍ତନ ସହ ଉନ୍ନତି ମଧ୍ୟ ଦେଖିବାକୁ ମିଳୁଛି । ଏହାର କାରଣ ହେଉଛି ଆଧୁନିକ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରୟୋଗ । ଯାହା ନିମ୍ନରେ ପ୍ରଦତ୍ତ କରାଗଲା ।

ଦୃଶ୍ୟ (Visual) :

ଇତିହାସ ଅନୁସାରେ ନାଟକର ଉତ୍ପତ୍ତିସ୍ଥଳ ଗ୍ରୀକ୍ ଥିଏଟରକୁ ନେଲେ ଜଣାଯାଏ ଯେ ସେହି ସମୟରେ ନାଟକକୁ ଉପସ୍ଥାପନା କରିବା ପାଇଁ ଅଭିନେତାମାନେ ବ୍ୟବହାର କରୁଥିବା ମୁଖା (Mask), ମଞ୍ଚସଜ୍ଜା, ମଞ୍ଚ ଉପକରଣ, ସିନେରୀ ଏବଂ ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା ମଞ୍ଚସଜ୍ଜା, ଉପକରଣ ଆଦିରେ ବହୁଳ ମାତ୍ରାରେ ପରିବର୍ତ୍ତନ ଦେଖାଯାଏ । ଯେମିତି କି ଅଭିନେତାମାନେ ମଞ୍ଚରେ ଅଭିନୟ କଲାବେଳେ ଦୂରରେ ବସିଥିବା ଦର୍ଶକମାନେ ତାଙ୍କୁ ଭଲଭାବରେ ଦେଖିବା ପାଇଁ ସେମାନେ Mask/ମୁଖା ବ୍ୟବହାର କରୁଥିଲେ ଏବଂ ଚରିତ୍ରଟି ଆକାରରେ ବଡ଼ ଦେଖାଯିବା ପାଇଁ କାଠର ତିଆରି ଉଡାପା ଦୁଇଗୋଡ଼ରେ ବାନ୍ଧି ଅଭିନୟ କରୁଥିଲେ । ଅଭିନେତାମାନଙ୍କୁ ମହୁତ ଓଜନଦାର ପୋଷାକ ପିନ୍ଧି ଅଭିନୟ କରିବାକୁ ପଡ଼ୁଥିଲା । ସେହି ଗ୍ରୀକ୍ ନାଟକରେ କୌଣସି ଦେବାଦେବୀ ଚରିତ୍ରମାନଙ୍କର ହଠାତ୍ ଆବିର୍ଭାବ, ଉଡ଼ିବା ଆଦି ଦୃଶ୍ୟ ଦେଖାଇବା ପାଇଁ ହେଲେ ସେମାନେ କ୍ରେନ୍ର ବ୍ୟବହାର କରୁଥିଲେ । ଯାହାକି ଅଭିନେତାମାନଙ୍କ ପାଇଁ ବି ଦପୂର୍ଣ୍ଣ ହେବା ସହ କଷ୍ଟସାଧ୍ୟ ମଧ୍ୟ ଥିଲା । କେବଳ ଗ୍ରୀକ୍ ଥିଏଟର ନୁହେଁ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଥିଏଟରରେ ମଧ୍ୟ ନାଟକ ମଞ୍ଚସ୍ଥ ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ନାଟକ ପରିବେଷଣ କରୁଥିଲେ । ଏହାର ମୁଖ୍ୟ କାରଣ ଥିଲା ବିଜ୍ଞାନ ଓ ପ୍ରଯୁକ୍ତ ବିଦ୍ୟାର ଅନୁପସ୍ଥିତି ।

କିନ୍ତୁ ବର୍ତ୍ତମାନ ବିଜ୍ଞାନର ସହାୟତାରେ ସୃଷ୍ଟି ହୋଇଥିବା ବିଭିନ୍ନ କଳା କୌଶଳ ମାଧ୍ୟମରେ ନାଟକର ଆବଶ୍ୟକତାରେ ଅନୁଯାୟୀ ବିଭିନ୍ନ ଦୃଶ୍ୟକୁ ଅତି ସହଜରେ ଏବଂ ଆକର୍ଷଣୀୟ ଢଙ୍ଗରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରାଯାଇ ପ୍ରଶଂସା ସାଉଁଟିବାର ପରିଲକ୍ଷିତ କରାଯାଏ । ସେହି ରି ମଞ୍ଚସଜ୍ଜାକୁ ଆମେ ଯଦି ଲକ୍ଷ୍ୟ କରିବା ତେବେ ଜାଣିପାରିବା ଯେ ବର୍ତ୍ତମାନର ଆଧୁନିକ ସମାଜରେ ମଞ୍ଚସଜ୍ଜାରେ Automation ଏବଂ 3D Painting ଦ୍ୱାରା ମଞ୍ଚଟିକୁ ନାଟକ ଅନୁଯାୟୀ ଅତି ସହଜରେ ଏବଂ ସୁନ୍ଦର ଭାବରେ ସଜ୍ଜା ଯାଇପାରୁଛି । ଏହି ଇଙ୍କଗ୍ଧକ୍ଟଜ୍ଞବଗ୍ଧସକ୍ଟଦ୍ଭ ର ବ୍ୟବହାର ନିର୍ଦ୍ଦେଶକଙ୍କୁ ତାଙ୍କର ନାଟକରେ ନୂତନତାକୁ ଦେଖାଇବାରେ ସୁଯୋଗ ଆଣିଦେଇ ପାରୁଛି । ନିର୍ଦ୍ଦେଶକ ନାଟକରେ ଦୃଶ୍ୟ ପରେ ଦୃଶ୍ୟ ବଦଳାଇ ନାଟକର Automation କୁ ଦେଖାଇପାରୁଛି । କେବଳ ସେତିକି ନୁହେଁ, ମଞ୍ଚର ରୂ ରେଖ ଏଭଳି ଉନ୍ନତମାନର ହୋଇପାରୁଛି ଯାହାକି ଦର୍ଶକମାନଙ୍କୁ ଗଭୀର ଭାବରେ ଉକ୍ତ ନାଟକର ଘଟଣାକ୍ରମରେ ବାନ୍ଧି ରଖିବାରେ ସମର୍ଥ ହୋଇପାରୁଛି । ତତ୍ ସହିତ 3D Painting ସେଟ୍ ଢିଜାଇନରର କାର୍ଯ୍ୟଭାରକୁ ଲାଘବ କରିବା ସହିତ ଅତି ସହଜରେ ଅଳ୍ପ ସମୟ ଭିତରେ ମଞ୍ଚର ଦୃଶ୍ୟ ସଜ୍ଜାକୁ ବଦଳାଇ ଦର୍ଶକଙ୍କୁ ନାଟକ ପ୍ରତି ଆକର୍ଷିତ କରିପାରୁଛି । Automation ଏବଂ 3D Painting ର ବ୍ୟବହାର ଭଳି ‘ସଂକେତ’ (Cues) ର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ । ସଂକେତ (Cues) ର ମାଧ୍ୟମ ଭାବରେ ବ୍ୟବହୃତ ଆଲୋକ (Light), ମଞ୍ଚସଜ୍ଜା (Set design), Sound ଆଦିକୁ ଠିକ୍ ସମୟରେ ପରିବର୍ତ୍ତନ କରିବାରେ ସହାୟକ ହୋଇପାରୁଛି । ଆମେ ଉଲ୍ଲେଖ କରିପାରିବା କି ପୂର୍ବରୁ ପ୍ରସ୍ତୁତି ହେଉଥିବା ମଞ୍ଚସଜ୍ଜା ପାଇଁ ବିଭିନ୍ନ Painting ବା ଚିତ୍ର ହୋଇଥିବା କପଡ଼ା ଦୃଶ୍ୟ ପରେ ଦୃଶ୍ୟ ବଦଳାଇବାରେ ବ୍ୟବହାର କରୁଥିବା ବେଳେ ପରବର୍ତ୍ତୀ ସମୟରେ ଘର (Box set) ଭଳି ବା ନାଟକର ଆବଶ୍ୟକତା ଅନୁଯାୟୀ Drawing room set up କରି ନାଟକ ମଞ୍ଚସ୍ଥ କରୁଥିଲେ ଅବିକଳ ପରିବେଶର ଦୃଶ୍ୟ ଭଳି ସେଥିରେ ମଧ୍ୟ ପରିବର୍ତ୍ତନ ଘଟି ପ୍ରତୀକଧର୍ମୀ ମଞ୍ଚସଜ୍ଜା (Symbolic set), ପ୍ରତୀକଧର୍ମୀ ପଟ୍ଟଚିତ୍ର ଆଦି ସବୁ ବ୍ୟବହାର କରି ନାଟକକୁ ଆହୁରି ଉଚ୍ଚକୋଟୀର କରିବାରେ ସାହାଯ୍ୟ କରୁଛି । ନାଟକଟି ମଞ୍ଚସ୍ଥ ହେବାପାଇଁ ବିଭିନ୍ନ ପ୍ରକାର ଦୃଶ୍ୟର ଆବଶ୍ୟକତା ହୋଇଥାଏ । ଯାହା ପୂର୍ବରୁ ନାଟକ ପରିବେଷଣ ସମୟରେ ବିଭିନ୍ନ ଦୃଶ୍ୟକୁ ଦେଖାଇବା ସହଜରେ ସମ୍ଭବପର ହେଉନଥିଲା, ତାହା ବର୍ତ୍ତମାନ ଆଧୁନିକ ବିଜ୍ଞାନ, ଜ୍ଞାନକୌଶଳ ମାଧ୍ୟବରେ ସହଜରେ ବିଭିନ୍ନ ଦୃଶ୍ୟକୁ ଦେଖାଇ ମନୋରଞ୍ଜନାତ୍ମକ ନାଟକ ପରିବେଷଣ କରାଯାଇପାରୁଛି । ବହୁତ ସମୟରେ ନାଟକର ଆବଶ୍ୟକତା ଅନୁଯାୟୀ ନାଟକର କିଛି ଦୃଶ୍ୟକୁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯାଇପାରୁଛି । ଯାହା ନାଟକର ଉପସ୍ଥାପନାକୁ ମନୋରଞ୍ଜନଧର୍ମୀ କରିବା ସହିତ ହୃଦୟସ୍ପର୍ଶୀ କରି ପାରୁଛି । ନାଟକ ପରିବେଷଣ ସମୟରେ ଉପସ୍ଥାପିତ ହେଉଥିବା ବିଭିନ୍ନ ଅଦ୍ଭୁତ ଘଟଣା ଯଥା ମଞ୍ଚ ଉପରେ ସିଧାସଳଖ ବର୍ଷାଦେବା ବା ବର୍ଷାକୁ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଇବା, ଘଡ଼ଘଡ଼ି ମାରିବା, ସୂର୍ଯ୍ୟ ଅସ୍ତହେବା,ସୂର୍ଯ୍ୟୋଦୟ ହେବା, ଏମିତି ଅନେକ କିଛି ଦୃଶ୍ୟକୁ ଅନେକ କିଛି ଧ୍ୱନିକୁ ରେକଡ଼ିଙ୍ଗ୍ କରି ବିଜ୍ଞାନର ପ୍ରୟୋଗରେ ସୁନ୍ଦର ଭାବରେ ଓ ସହଜରେ ମଞ୍ଚରେ ପରିବେଷିତ କରାଯାଇପାରୁଛି ।

ଆଲୋକ ((Light) :

ମଞ୍ଚ ନାଟକରେ ଆଲୋକରେ ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଲୋକ ବିନା ନାଟକ ଅସମ୍ଭବ । ଦର୍ଶକଙ୍କ ପାଖରେ ନାଟକକୁ ପହଞ୍ଚାଇବାର ମାଧ୍ୟମ ହେଉଛି ଆଲୋକ । ପୂର୍ବରୁ ମଞ୍ଚସ୍ଥ ନାଟକର ଆଲୋକ କହିଲେ “ସୂର୍ଯ୍ୟଲୋକ” ଥିଲା । ଗ୍ରୀକ୍ରେ ମଧ୍ୟ ପ୍ରଥମେ ସୂର୍ଯ୍ୟାଳୋକରେ ନାଟକ ମଞ୍ଚସ୍ଥ ହେଉଥିଲା । ସୂର୍ଯ୍ୟାଲୋକରେ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ନ୍ଧଙ୍କଳ ଶେଷ ହେଉଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଜାଗାରେ ମଶାଲ ଜାଳି, ପେଟ୍ରୋମାକ୍ସ ଜାଳି ନାଟକ ମଞ୍ଚସ୍ଥ ହେଉଥିଲା । ତଥାପି ନାଟକର ସବୁ ଦୃଶ୍ୟକୁ ଠିକ୍ ଢ଼ଙ୍ଗରେ ବା ଠିକ୍ ଭାବରେ ଦର୍ଶକ ଦେଖିପାରୁନଥିଲେ । ନାଟକର ଘଟଣାବଳୀ ଅନୁଯାୟୀ ଆବଶ୍ୟକ କ୍ରମେ ଆଲୋକ ସମ୍ପଙ୍କଦନ ହେଇପାରୁ ନଥିଲା ।

ଊନବିଂଶ ଶତାବ୍ଦୀ ବେଳକୁ ଲାଇମ ଲାଇଟ ଆସିଲା । ଏହି ଲାଇମ ଲାଇଟ ତାର ରିଫ୍ଲେକ୍ଟର ଲେନ୍ସ ମାଧ୍ୟମରେ ମଞ୍ଚସ୍ଥ ନାଟକର ରୂ ରେଖ ବଦଳାଇବାରେ ସାହାଯ୍ୟ କଲା କିନ୍ତୁ ବିଂଶ ଶତାବ୍ଦୀ ବେଳକୁ ଅତ୍ୟାଧୁନିକ ଯାନ୍ତ୍ରିକ ଆଲୋକ (Electrical Light)) ଲାଇମ ଲାଇଟ ଠାରୁ ଅଧିକ ଉନ୍ନତ ଭାବରେ ନାଟକରେ ବ୍ୟବହୃତ ହୋଇପାରିଲା । ଯାହା ଏବେ ବର୍ତ୍ତମାନର ନାଟକରେ ଦେଖୁଥିବା ଆଲୋକ ବିନ୍ୟାସରେ ଏକ ଉଦାହରଣ । ବିଜ୍ଞାନର ପ୍ରଭାବରେ ଆଲୋକର ଉନ୍ନତୀକରଣ ହୋଇ ବହୁ ନୂତନ ପ୍ରକାରର ଆଲୋକ ବ୍ୟବହାର ହେଇପାରୁଛି । ବର୍ତ୍ତମାନ ସମୟରେ ଏଲଇଡ଼ି ଲାଇଟ ଏବଂ ଡିଜିଟାଲ ଲାଇଟର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ଯାହା ନାଟକର ଦୃଶ୍ୟକୁ ରଙ୍ଗୀନ କରି ପାରୁଛି । ଏହି ଏଲଇଡ଼ି ଲାଇଟ ପ୍ରଥମେ ତିନୋଟି ରଙ୍ଗରେ ବ୍ୟବହୃତ ହେଉଥିଲା ଯଥା – ସବୁଜ, ନାଲି, ନୀଳ କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଉନ୍ନତୀକରଣ ଘଟି ସାତୋଟି ରଙ୍ଗର ବ୍ୟବହାର କରାଯାଇପାରିଲା । ଯାହା ଆଲୋକ ସମ୍ପାଦକ (Light Designer)) ନାଟକର ଚରିତ୍ରକୁ ସୁହାଇଲା ଭଳି ଆଲୋକ ସମ୍ପାଦନ ସହିତ ସହଜରେ ଆଲୋକ ପରିବର୍ତ୍ତନ କରିବାରେ ସହାୟକ ହେଲା । ସେହି ରି ଗୋଟିଏ ଡେମୋର ବୋର୍ଡ(Demor Board) ଯାହା ନୂତନ ଜ୍ଞାନ କୌଶଳରେ ନିର୍ମିତ । ଯେଉଁଥିରେ ଏକାଥରେ ଅନେକଗୁଡ଼ିଏ ଆଲୋକକୁ ଏକ ସମୟରେ ନିୟନ୍ତ୍ରଣ କରାଯାଇପାରୁଛି । ଆଲୋକ ସମ୍ପଙ୍କଦକ (Light Designer)) ଏହି ଡେମୋର ବୋର୍ଡ ସାହାଯ୍ୟରେ ସହଜରେ ଓ ଆକର୍ଷଣୀୟ ଢଙ୍ଗରେ ଆଲୋକ ସମ୍ପାଦନ କରି ନାଟକର ଦୃଶ୍ୟକୁ ଅଧିକ ଭାବସ୍ପର୍ଶୀ କରି ।ରୁଛନ୍ତି । ଆଲୋକକୁ ଆକର୍ଷଣୀୟ କରିବା ନିମନ୍ତେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ବିଭିନ୍ନ ଯନ୍ତ୍ରପାତି ଯଥା – Light Relector, Lens, Colour filter, Colour Frame, Shadow Frame, Cutout ଆଦିର ବ୍ୟବହାରରେ କରୁଛନ୍ତି । ନାଟକର ବିଭିନ୍ନ ଦୃଶ୍ୟକୁ ଆବଶ୍ୟକତା ଅନୁଯାୟୀ ଆଲୋକର ପରିବର୍ତ୍ତନ କରାଯାଇ ନାଟକକୁ ଅଧିକ ରୋମାଞ୍ଚକର କରାଯାଇପାରୁଛି । ଯାହା ଅଭିନେତା/ଅଭିନେତ୍ରୀ ଓ ଦର୍ଶକଙ୍କ ଭିତରେ ସାମଞ୍ଜସ୍ୟ ରକ୍ଷାକରି ରସ ସୃଷ୍ଟି କରିବାରେ ସହାୟକ ହେଉଛି ।

ଏହି ଆଧୁନିକ ଆଲୋକ ଯନ୍ତ୍ରପାତିର ବ୍ୟବହାର ଫଳରେ କେତେବେଳେ ମଞ୍ଚ ଉପରେ ଝଡ଼ ବର୍ଷାକୁ ଦେଖାଇ ହେଉଛି ତ କେତେବେଳେ ପୁଣି ଭୟାନକ ଦୃଶ୍ୟକୁ ଦେଖାଇପାରୁଛି । ସେହି ଆଲୋକ ବିନ୍ୟାସରେ ମଞ୍ଚ ଉପରେ କେତେବେଳେ ବି ଦ ସଂକେତ ଉଭାନ ହେଉଛି ତ କେତେବେଳେ ପୁଣି ଶାନ୍ତ ପରିବେଶ ସୃଷ୍ଟି କରାଯାଇପାରୁଛି । ଉନ୍ନତମାନର ଆଲୋକକୁ ପରିକଳ୍ପନା କରାଯାଇ ମଞ୍ଚଉପରେ ବିଭିନ୍ନ ସ୍ଥାନ (Space) ସୃଷ୍ଟି କରାଯାଇପାରୁଛି । ଯାହା ଦର୍ଶକଙ୍କୁ ନାଟକଟିର ଘଟଣାକ୍ରମକୁ ବୁଝିବାରେ ସହଜ ହୋଇପାରୁଛି । ଖାଲି ସେତିକି ନୁହେଁ ପୂର୍ବରୁ ବିଜ୍ଞାନର ଅଭାବ ହେତୁ ନାଟକରେ ଉନ୍ନତ ମାନର ଆଲୋକର ବ୍ୟବହାର ହୋଇପାରୁ ନଥିଲା । ତେଣୁ ନାଟକରେ ଗତି କରୁଥିବା କାହାଣୀର ସମୟ ଏବଂ ସ୍ଥାନ ଜାଣିବାରେ ଦର୍ଶକକୁ ଅସୁବିଧା ହେଉଥିଲା । କେବଳ ସଂଳାପ ଏବଂ ଏକ୍ସନ ମାଧ୍ୟମରେ ସମୟ ଏବଂ ସ୍ଥାନର କଥା କୁହାଯାଇପାରୁଥିଲା । କିନ୍ତୁ ବର୍ତ୍ତମାନ ତାହା ସଂପୂର୍ଣ୍ଣ ବଦଳାଯାଇଛି । ଉନ୍ନତମାନର ଆଲୋକ ଆସିବା ଫଳରେ ତାକୁ ଅତି ସୃଜନାତ୍ମକ ଢ଼ଙ୍ଗରେ ପରିକଳ୍ପନା କରି ମଞ୍ଚରେ ନାଟକର ସମୟ ଏବଂ ସ୍ଥାନକୁ ନିରୁ ଣ କରିବା ସହିତ ଚରିତ୍ରମାନଙ୍କ ଉପରେ ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଆଲୋକ ନିକ୍ଷେପ କରିବା ଦ୍ୱାରା ଚରିତ୍ରର ଗୁରୁତ୍ୱ ବଢ଼ି ।ରୁଛି । ସେହି ରି ନାଟକରେ ବ୍ୟବହୃତ ଥ୍ରୀଡି ପେଣ୍ଟିଙ୍ଗ ହେଉ ବା କୌଣସି ଚରିତ୍ରର ଫଟୋ ହେଉ ବା ମଞ୍ଚସଜ୍ଜାର କୌଣସି ଏକ ସ୍ୱତନ୍ତ୍ର ଏକ ଅଂଶ ଉପରେ ସ୍ୱତନ୍ତ୍ର ଭାବେ ଆଲୋକ ନିକ୍ଷେପ କରି ତାର ଗୁରୁତ୍ୱ ମଧ୍ୟ ବଢ଼ାଯାଇପାରୁଛି । ଯାହା ଦର୍ଶାଉଛି କି ଏହି ଆଧୁନିକ ଜ୍ଞାନ କୌଶଳରେ ତିଆରି ଆଲୋକର ପ୍ରଭାବରେ ଅତି ସହଜରେ ଦର୍ଶକଙ୍କ ପାଖରେ ଅଭିନେତା ଅଭିନେତ୍ରୀଙ୍କର ଭାବାବେଗ ପହଞ୍ଚି ପାରୁଛି । ଯାହା ନାଟକକୁ ସଫଳତା ପାଇବାରେ ସହାୟକ ହେଉଛି ।

ଶବ୍ଦ ଏବଂ ଧ୍ୱନି (Audio and Sound):

ଆଧୁନିକ ବିଜ୍ଞାନର ପ୍ରୟୋଗ ଦ୍ୱାରା ସୃଷ୍ଟି ହୋଇଥିବା ନୂତନ ଯନ୍ତ୍ରପାତିର ବ୍ୟବହାର ଦର୍ଶକଙ୍କ ନିକଟରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ସଂଳାପ ଓ ସଂଗୀତକୁ ସହଜରେ ପହଞ୍ଚାଇବାରେ ସହାୟକ ହୋଇପାରିଛି । ପୂର୍ବରୁ ପରିବେଷିତ ନାଟକରେ ଅଭିନେତା/ଅଭିନେତ୍ରୀଙ୍କ ସଂଳାପ ଦର୍ଶକଙ୍କ ପାଖରେ ପହଞ୍ଚିବା କଷ୍ଟକର ହେଉଥିଲା । ସେଥି ।ଇଁ ଅଭିନେତା/ଅଭିନେତ୍ରୀଙ୍କୁ ଅନେକ ପ୍ରକାରର ପ୍ରଚେଷ୍ଟା କରିବାକୁ ପଡ଼ୁଥିଲା ଏବଂ ସେମାନଙ୍କୁ ଉଚ୍ଚ ସ୍ୱରରେ ସଂଳାପ କହିବାକୁ ଆବଶ୍ୟକ ହେଉଥିଲା । ଯଦି ଗ୍ରୀକ୍ ଥିଏଟର କଥା କହିବା ତେବେ ସେତେବେଳେ ସଂଳାପ ହେଉ ବା ସଙ୍ଗୀତକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଭିନେତାମାନେ ତୁଙ୍ଗାର ବ୍ୟବହାର କରୁଥିଲେ ।

ପରବର୍ତ୍ତୀ ମୂହୁର୍ତ୍ତରେ ଇଲେକ୍ଟ୍ରିସିଟି ଆସି ମାଇକ୍ରୋଫୋନର ବ୍ୟବହାର ହେଲା । ମାଇକ୍ରୋଫୋନର ଉଦ୍ଭବ ହେଲେ ମଧ୍ୟ ଏହା ପର୍ଯ୍ୟପ୍ତ ପରିମାଣରେ ବ୍ୟବହୃତ ହୋଇପାରୁନଥିଲା । କାରଣ ସେଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଞ୍ଚ ଉପରେ ଝୁଲାଇ ରଖିବାକୁ ପଡୁଥିଲା । ଯାହା ଫଳରେ ଅଭିନେତା/ଅଭିନେତ୍ରୀ ମାନଙ୍କୁ ମାଇକ୍ରୋଫୋନ ପାଖକୁ ଯାଇ ସଂଳାପ କହିବାକୁ ପଡ଼ୁଥିଲା ଓ ଏହା ସେମାନଙ୍କୁ ଅଭିନୟରେ ପୂର୍ଣ୍ଣମାତ୍ରାରେ ସଂଶ୍ଳିଷ୍ଟ ହେବାରେ ବ୍ୟାଘାତ ସୃଷ୍ଟି କରୁଥିଲା । କେବଳ ସେତିକି ନୁହେଁ ତାହା ମଧ୍ୟ ନାଟକର ଭାବ ରସ ସୃଷ୍ଟି କରିବାରେ ବାଧା ସୃଷ୍ଟି କରୁଥିଲା । କିନ୍ତୁ ଏବେ ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରୟୋଗରେ ସୃଷ୍ଟି ହୋଇଥିବା ଉନ୍ନତମାନର Sound ଯନ୍ତ୍ରପାତିର ବ୍ୟବହାରରେ ଅତି ସହଜରେ ନାଟକର ଚରିତ୍ରମାନଙ୍କର ସଂଳାପ, ଗୀତିକାରର ସଂଗୀତ, ଦର୍ଶକଙ୍କ ନିକଟରେ ପହଞ୍ଚି ପାରୁଛି । ଯାହା ସେମାନଙ୍କୁ ଅଭିନୟ କରିବା ସମୟରେ ଯଥେଷ୍ଟ ସାହାର୍ଯ୍ୟ କରୁଛି । ଏହା ମଧ୍ୟ ନାଟକର ବିଭିନ୍ନ ଚରିତ୍ର ଓ ଦର୍ଶକଙ୍କ ମଧ୍ୟରେ ଏକ ସାମଞ୍ଜସ୍ୟ ରକ୍ଷା କରି ଭାବର ଆଦାନ ପ୍ରଦାନ ସୃଷ୍ଟି କରିବାରେ ସହାୟକ ହେଉଛି । ନାଟକରେ ସାଉଣ୍ଡ ଟେକ୍ନୋଲୋଜିର ବ୍ୟବହାର ଯୋଗୁଁ ଯେପରିକି ଓୟାରଲେସ ମାଇକ ମିକ୍ସ ଚର ମେସିନର ବ୍ୟବହାର ନାଟକରେ ଅଭିନୟ କରୁଥିବା ଚରିତ୍ରମାନଙ୍କର ସଂଳାପକୁ ଉନ୍ନତମାନର ଧ୍ୱନି ଉତ୍ପନ୍ନ କରାଇ ସହଜରେ ଦର୍ଶକଙ୍କ ନିକଟରେ ପହଞ୍ôଚବାରେ ସାମର୍ଥ୍ୟ ହୋଇପାରୁଛି । କେବଳ ସେତିକି ନୁହେଁ ଉନ୍ନତମାନର speaker system – Amplifiers, Speaker, Enclosures ଏବଂ Loud speaker ନାଟକରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଅଭିନେତା ତା’ର voice ବା ସ୍ୱରକୁ ତାର ଆବଶ୍ୟକତା ଅନୁଯାୟୀ ସ୍ପିକର ସାହାଯ୍ୟରେ ପ୍ରୋଜେକଟ କରି ପାରୁଛି । ବର୍ତ୍ତମାନର ସମୟରେ ଆବଶ୍ୟକ ଅନୁଯାୟୀ ଶବ୍ଦ/ଧ୍ୱନିକୁ ନିଜ ଅନୁସାରେ ନିୟନ୍ତ୍ରଣ କରାଯାଇପାରୁଛି । ଆଧୁନିକ ବିଜ୍ଞାନରେ ସୃଷ୍ଟି ଏହି ଯନ୍ତ୍ରପାତି ଗୁଡ଼ିକର ବୃବହାର ଫଳରେ ସାଉଣ୍ଡର ବିଭିନ୍ନ ଇଫେକ୍ଟ ଯଥା ବିଜୁଳି, ଘଡ଼ଘଡ଼ି, ଟ୍ରେନ୍ର ଶବ୍ଦ, ପଶୁ କ୍ଷୀଙ୍କ ଶବ୍ଦ ଇତ୍ୟାଦିକୁ ରେକର୍ଡ କରି ନିର୍ଦ୍ଦେଶକ ନାଟକରେ ବ୍ୟବହାର କରି ପାରୁଛନ୍ତି । ଯାହା ନାଟକକୁ ଅଧିକ ହୃଦୟସ୍ପର୍ଶୀ କରିବା ସହିତ ନାଟକର ବାର୍ତ୍ତାକୁ ସହଜରେ ଦର୍ଶକଙ୍କ ନିକଟରେ ସହାୟ ହେଉଛି ।

ଗନ୍ଧ / ବାସ୍ନା (Smell) :

ନାଟକକୁ ଏକ ଅନୁଭୂତି ସମ୍ପନ୍ନ ନାଟକ ଭାବରେ ପରିବେଷଣ କରିବା ନିମନ୍ତେ ନାଟକରେ ଆବଶ୍ୟକତା ଅନୁଯାୟୀ କେତେକ ଦୃଶ୍ୟକୁ ମଞ୍ଚ ଉପରେ ଦର୍ଶକମାନଙ୍କ ସମ୍ମୁଖରେ ସିଧାସଳଖ ଭାବରେ ପରିବେଷଣ କରିବାକୁ ପଡ଼ିଥାଏ । କେତେକ ଦୃଶ୍ୟ ଯେପରିକି ସିଗାରେଟ୍ ଟାଣିବା, ମଦ ପିଇବା, ଗଞ୍ଜେଇ ଟାଣିବା, ଆଦି ଦୃଶ୍ୟକୁ ସିଧାସଳଖ ଭାବରେ ମଞ୍ଚସ୍ଥ କରିବା ସମୟରେ ଏହା କିଛି ଦର୍ଶକଙ୍କୁ କଷ୍ଟ ଦେଉଥିଲା । କାରଣ ସେ ସବୁ ଦୃଶ୍ୟକୁ ଅଭିନେତା ଅଭିନୟ କରୁଥିବା ସମୟରେ ସେଥିରୁ ଉତ୍ପନ୍ନ ଧୂଆଁ, ଗନ୍ଧ ଦର୍ଶକଙ୍କ ଭାବନାରେ ବାଧା ସୃଷ୍ଟି କରି ନାଟକରେ ସଂପୂର୍ଣ୍ଣ ସଂଶ୍ଲିଷ୍ଟ କରିବାରେ ବ୍ୟାଘାତ ସୃଷ୍ଟି କରୁଥିଲା । ଏହା ପରୋକ୍ଷ ଭାବରେ ନାଟକର ଉଦ୍ଦେଶ୍ୟ ସାଧନରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ।

କିନ୍ତୁ ନୂତନ ଟେକ୍ନୋଲୋଜିର ବ୍ୟବହାରରେ Dry Vapor Scenting Machine ସାହାଯ୍ୟରେ ସେ ସବୁ ଦୃଶ୍ୟକୁ ଅତି ସହଜରେ ଦର୍ଶନମାନଙ୍କ ନିକଟରେ ପହଞ୍ଚାଯାଇପାରୁଛି । ଯଦି ଗୋଟିଏ ନାଟକରେ ରୋଷେଇ ଘରେ ରୋଷେଇ କରୁଥିବାର ଦୃଶ୍ୟ ଥାଏ ତେବେ ସେହି ଦୃଶ୍ୟକୁ ଅପ୍ରାକୃତିକ ଧୂଆଁ (Artificial Fog) ର ବ୍ୟବହାର କରାଯାଇ ଦୃଶ୍ୟକୁ ଏକ ଜୀବନ୍ତ ରୂ ଦିଆଯାଇପାରୁଛି । ଏହା ନାଟକଟିକୁ ଜୀବନ୍ତ କରିବା ସହ ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ମଧ୍ୟ ପ୍ରଦାନ କରୁଛି । ନାଟକର ମୁଖ୍ୟ ଉଦ୍ଦେଶ୍ୟ ସାଧନ କରିବାରେ ଏହା ଅତ୍ୟନ୍ତ ସହଯୋଗୀ ହୋଇପାରୁଛି । କାଣ ଏହା ଦର୍ଶକଙ୍କ ମଧ୍ୟରେ ଏକ ଉନ୍ନତ ଭାବାବେଗ ସୃଷ୍ଟି କରିବାରେ ସହାୟ ହେଉଛି । ସବୁଠାରୁ ବଡ଼ କତା ହେଲା ଯାହା ନାଟକ ଦେଖିବା ସମୟରେ ଦର୍ଶକଙ୍କ ମଧ୍ୟରେ ବିରକ୍ତିଭାବ ସୃଷ୍ଟି କରୁଥିଲା ସେ ସବୁ ବର୍ତ୍ତମାନ ଟେକ୍ନୋଲୋଜିର ବ୍ୟବହାରରେ ଭିନ୍ନ ରୂପେ ଦର୍ଶକଙ୍କ ଚାହିଦା ଓ ନାଟକର ଆବଶ୍ୟକତା ଅନୁଯାୟୀ ପରିବେଷଣ କରାଯାଉଛି । ଯାହା ନାଟକକୁ ଏକ ନିୟନ୍ତ୍ରିତ ଢଙ୍ଗରେ ଉଚ୍ଚକୋଟୀର ଭାବରେ ଭାବାବେଗ ସମ୍ପନ୍ନ କରି ଦର୍ଶକଙ୍କ ସମ୍ମୁଖରେ ମଞ୍ଚସ୍ଥ ହେଇପାରୁଛି ।

ପୋଷାକ ରୂପସଜ୍ଜା (Costume and Makeup) :

ନାଟକରେ ଆଲୋକ, ଧ୍ୱନି ସଂଯୋଜନା, ମଞ୍ଚସଜ୍ଜା ଭଳି ପୋଷାକ (Costume) ଏବଂ ରୂ ସଜ୍ଜା (Make-up) ରେ ମଧ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ପ୍ରଭାବ ପଡ଼ିଛି । ପୂର୍ବରୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ବହୁ ମୋଟା ମୋଟା ଏବଂ ଭାରି କପଡ଼ାର ତିଆରି ପୋଷାକ ପିନ୍ଧିବାକୁ ପଡ଼ୁଥିଲା । ଯାହା ସେମାନଙ୍କୁ ଅଭିନୟ କଲାବେଳେ ବହୁତ କଷ୍ଟ ଦେଉଥିଲା ଏବଂ ଏହା ମଧ୍ୟ ସିଧାସଳଖ ଭାବରେ ସେମାନଙ୍କର ଉତ୍ତମ ଭାବଗତ ପରିପ୍ରକାଶରେ ବାଧା ସୃଷ୍ଟି କରୁଥିଲା । କିନ୍ତୁ ବର୍ତ୍ତମାନ ଆଧୁନିକ ଜ୍ଞାନ କୌଶଳର ବ୍ୟବହାରରେ ହାଲୁକା ପୋଷାକ ତିଆରି ହେବା ସହିତ ଚରିତ୍ରର ଆବଶ୍ୟକତାନୁଯାୟୀ ବିଭିନ୍ନ ପ୍ରକାର ପୋଷାକ ପରିକଳ୍ପନା କରାଯାଇପାରୁଛି । ଯାହା ନାଟକର ଚରିତ୍ରକୁ ଉପଯୁକ୍ତ ରୂ ରେଖ ଦେଇପାରୁଛି । ସେହିଭଳି ରୂପ ସଜ୍ଜାରେ ମଧ୍ୟ ପୂର୍ବରୁ ବ୍ୟବହୃତ ବିଭିନ୍ନ ରଙ୍ଗ ଅଭିନେତା ଅଭିନେତ୍ରୀ ମାନଙ୍କୁ ସଜ୍ଜିତ କରିବାପାଇଁ ଏତେ ଉନ୍ନତ ମାନର ନଥିଲା । ବେଳେବେଳେ ରୂପ ସଜ୍ଜାରେ ବ୍ୟବହୃତ ରଙ୍ଗଗୁଡ଼ିକ କଳାକାରଙ୍କ ମୁହଁକୁ ଖରାପ କରିଦେଉଥିଲା । କେବଳ ସେତି ନୁହେଁ ସେତେବେଳେ ଯେଉଁ ରୂ ସଜ୍ଜା (Make-up) କରାଯାଉଥିଲା, ତାହା ବହୁତ ସମୟରେ ଅତିରଞ୍ଜିତ ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନର ସମୟରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ (Advanced Technology) ଦ୍ୱାରା ବହୁ ପରୀକ୍ଷା ନିରୀକ୍ଷା କରାଯାଇ ଉନ୍ନତ ମାନର ମେକପ କିଟ ନାଟକରେ ବ୍ୟବହାର କରାଯାଇପାରୁଛି, ଯାହା ଅଭିନେତା ଅଭିନେତ୍ରୀ ମାନଙ୍କୁ ସେମାନଙ୍କ ଚରିତ୍ର ଅନୁଯାୟୀ ସଜ୍ଜିତ କରିବାରେ ସହାୟକ ହେଉଛି । ବର୍ତ୍ତମାନ ସମୟର ରୂପ ସଜ୍ଜା ସେମାନଙ୍କୁ ଏକ ବୋଝ ଭଳି ଅନୁଭୟ ହେଉନାହିଁ । କାରଣ ନାଟକର ଆବଶ୍ୟକତା ଅନୁଯାୟୀ ଅଭିନେତା ମାନେ ସହଜରେ ଓ ସୁନ୍ଦର ଭାବରେ ନିଜକୁ ସଜ୍ଜିତ କରି ଆନନ୍ଦ ଅନୁଭବ କରୁଛନ୍ତି । ଯାହା ଅଭିନୟ କ୍ଷେତ୍ରରେ ସେମାନଙ୍କୁ ସହାୟକ ହୋଇପାରୁଛି ।

ନାଟ୍ୟ ଉପକରଣ (Props) :

କୌଣସି ନାଟକରେ ହସ୍ତ ଉପକରଣ ହେଉ ବା ବଞ୍ଚ ଉପକରଣ ହେଉ ତାହା କେଉଁ ପ୍ରକାରର ହେବ, କେଉଁ ଢଙ୍ଗରେ ହେବ ବା ତାକୁ ପିଭଳି ପରିକଳ୍ପନା କରାଯିବ, ଏ ସବୁ କଥା ବତ୍ର୍ମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଫଳରେ ପ୍ରଥମେ ରେଖାଚିତ୍ର (Sketch) କରି ତା’ପରେ ଥ୍ରୀଡି କରି ତାକୁ ପୁଣି କମ୍ପ୍ୟୁଟରରେ ପ୍ରିଣ୍ଟ୍ ବାହାର କରାଯାଇପାରୁଛି । ଯାହା ଫଳରେ ଅତି ସହଜରେ ଆବଶ୍ୟକ ମୁତାବକ ହସ୍ତ ଉପକରଣ ପ୍ରସ୍ତୁତ କରାଯାଇ ନାଟକରେ ବ୍ୟବହାର କରାଯାଇପାରୁଛି । ଅନେକ ସମୟରେ ଉପକରଣ (Props)  ପ୍ରସ୍ତୁତ କରିବା ସମ୍ଭବପର ନହେଲେ ତାହାକୁ ଅନ୍ୟ କୌଣସି ଉପାୟରେ ପରିକଳ୍ପନା ଅନୁଯାୟୀ ଯୋଗାଡ଼ କରି ବ୍ୟବହାର କରାଯାଇପାରୁଛି । ଯାହା ନାଟକର ଦୃଶ୍ୟସଜ୍ଜା ଏବଂ ନାଟକର ହସ୍ତ ଉପକରଣର ସୌନ୍ଦର୍ଯ୍ୟ ବଢ଼ାଇ ନାଟକଟିକୁ ଦର୍ଶକଙ୍କ ବିଶ୍ୱାସଭାଜନ କରାଇପାରୁଛି ।

ନାଟକର ପ୍ରସାର ପ୍ରଚାର : ନାଟକର ପ୍ରସାର ପ୍ରଚାର ହେଉଛି ନାଟକର ଆଉ ଏକ ଅନ୍ୟତମ ଦିଗ । ଯାହା ଉପରେ ନାଟକର ସଫଳତା ନିର୍ଭର କରେ । ଏଇଠି ମନରେ ପ୍ରଶ୍ନ ଆସିାରେ, କ’ଣ ପ୍ରଚାର ପ୍ରସାର ନକଲେ ନାଟକ ସଫଳ ହେବନି? ନାଇଁ, ସଫଳ ହୋଇପାରିବନାହିଁ । କାରଣ ନାଟକ ପାଇଁ ତିନୋଯି ଜିନିଷର ଆବଶ୍ୟକତା ରହିଛି – ଅଭିନେତା / ଅଭିନେତ୍ରୀ, ମଞ୍ଚ ବା ମଞ୍ଚସ୍ଥ ହେବାପାଇଁ ସ୍ଥାନ ଏବଂ ଦର୍ଶକ । ଆଉ ଯଦି ଦର୍ଶକ ନ ଆସନ୍ତି ତେବେ ନାଟକ କାହା ପାଇଁ? କିଏ କହିବ ନାଟକ ଭଲ ହେଲା ନ ଖରାପ ହେଲା । କି ନାଟକ ମଞ୍ଚସ୍ଥା ହେଲା କି ନାହିଁ । ତେଣୁ ସେହି ଦର୍ଶକମାନଙ୍କ ପାଖରେ ନାଟକର ସୂଚନା ଅର୍ଥାତ୍ ନାଟକ ମଞ୍ଚସ୍ଥ ହେବାର ତାରିକ, ସମୟ ଏବଂ ସ୍ଥାନର ଖବର ପହଞ୍ଚାଇବା ପାଇଁ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ଏହି ପ୍ରସାର ପ୍ରଚାର ପୂର୍ବରୁ ମଧ୍ୟ ହେଉଥିଲା ଆଜି ମଧ୍ୟ ହେଉଛି । କିନ୍ତୁ ପୂର୍ବ ଏବଂ ଆଜିର ସମୟ ଭିତରେ ଫରକ ଏତିକି ଯେ, ଆଜିର ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ଦ୍ରୁତଗତିରେ ବିକାଶ ଫଳରେ ବିଭିନ୍ନ ମାଧ୍ୟମ ଯଥା ସାମାଜିକ ମାଧ୍ୟମ (Social Media), Print Media, ଦୂରଦର୍ଶନ (Television) ର ବ୍ୟବହାରରେ ନାଟକର ପ୍ରଚାର ପ୍ରସାର ଅତି ସ୍ୱଳ୍ପ ସମୟରେ ସହଜରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚି ପାରୁଛି । ନାଟକଟିକୁ ଦେଖିବା ପାଇଁ ଯଦି କୌଣସି କାରଣରୁ ଦର୍ଶକ ନ ଆସି ପାରନ୍ତି ତେବେ ସେ ଏହାକୁ ଘରେ ମଧ୍ୟ ବସି ଦୂରଦର୍ଶନର ପ୍ରସାରଣ ଭାବରେ ଦେଖି ପାରୁଛନ୍ତି । କେବଳ ଏତିକି ନୁହେଁ ଖବର କାଗଜ, ସାମାଜିକ ଗଣମାଧ୍ୟମର ସାହାଯ୍ୟରେ ମଧ୍ୟ ନାଟକ ସମ୍ବନ୍ଧରେ ଅବଗତ ହେଇପାରୁଛନ୍ତି । ଯାହା ପୂର୍ବରୁ ସହଜରେ ସମ୍ଭବପର ହୋଇପାରୁନଥିଲା । ଏହି ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଦର୍ଶକମାନଙ୍କୁ ପ୍ରେକ୍ଷାଳୟ ଆଡ଼କୁ ଆକୃଷ୍ଟ କରି ଅଣାଯାଇପାରୁଛି । ବର୍ତ୍ତମାନ ଏହି ପ୍ରଚାର ପ୍ରସାରର ବିକାଶ ଯୋଗୁଁ ନାଟକଟିକୁ ଟିକେଟେଡ଼୍ ସୋ କରାଯାଇପାରୁଛି । ଯାହା ସୂଚାଉଛି କି ଏହା ନାଟକ ଜଗତ ପାଇଁ ଏକ ସୂବର୍ଣ୍ଣ ସୁଯୋଗ ଅଟେ । କାରଣ ଧିରେ ଧିରେ ସମାଜର ବ୍ୟକ୍ତିବିଶେଷ ଯେଉଁମାନେ ଉଚ୍ଚକୋଟୀର ଚିନ୍ତାଧାରା ରଖି ସମାଜ ଗଠନରେ ବର୍ତ୍ତୀ ହୋଇଛନ୍ତି ସେମାନେ ନାଟକ ଦେଖିବା ପାଇଁ ବର୍ତ୍ତମାନ ଆଗ୍ରହ ପ୍ରକାଶ କରି ପ୍ରେକ୍ଷାଳୟରେ ଉପସ୍ଥିତ ହେବାର ପରିଲକ୍ଷିତ ହେଉଛି । ଏହା କେବଳ ନାଟକର ପ୍ରସାର ଯୋଗୁଁ ସମ୍ଭବପର ହୋଇପାରୁଛି ।

ଉପସଂହାର :

ବୈଷୟିକ ଜ୍ଞାନ କୌଶଳ ଏବଂ ବିଜ୍ଞାନର ପ୍ରଭାବରେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଘଟିବା ସହିତ ନାଟକରେ ମଧ୍ୟ ଉନ୍ନତି ଘଟିଛି । ବହୁବର୍ଷ ପୂର୍ବେ ନାଟକର ସ୍ଥିତି ଯାହା ଥିଲା ଆଜି ନାଟକର ସ୍ଥିତିରେ ନିଶ୍ଚୟ ପରିବର୍ତ୍ତନ ଆସିଛି । ଆଜି ନାଟକ କ୍ଷେତ୍ରରେ ଉନ୍ନତି ଘଟିଛି ତାର ପ୍ରତ୍ୟେକ ବିଭାଗରେ ଯେମିତିକି – Set, Light, Sound, Costume, Make-up, Props ଏବଂ ବିଜ୍ଞାପନ ଇତ୍ୟାଦିରେ କିନ୍ତୁ ଏକଥା ବି ସତ ଯେ କଥାରେ ଅଛି –

“ଜଳ ବହୁଳେ ସୃଷ୍ଟିନାଶ       ଜଳ ବିହୁନେ ସୃଷ୍ଟି ନାଶ ।”

ତେଣୁ ଆମକୁ ସତର୍କ ରହିବାକୁ ହେବ ଯେ, ଖାଲି ଟେକ୍ନୋଲୋଜି ଉପରେ ନିର୍ଭର କରି ଆମେ ଆଉ କିଛି ନୂଆ ସୃଜନାତ୍ମକ ଢଙ୍ଗରେ କାମ କରିବାନି କି ବେଳେବେଳେ ଆବଶ୍ୟକତା ନ ଥାଇ ବି ଟେକ୍ନୋଲୋଜିର ବ୍ୟବହାର କରିବା ତାହେଲେ ହୁଏତ ଏ ଟେକ୍ନୋଲୋଜି ଦିନେ ଆମକୁ ଧ୍ୱଂସ କରିଦବ ସେଥିରେ କୌଣସି ସନ୍ଦେହ ନାହିଁ । ତେଣୁ ମୋର ନାଟ୍ୟ ନିର୍ମାତାମାନଙ୍କୁ ଅନୁରୋଧ ଆମ ପାଖରେ ଥିବା ବିଜ୍ଞାନ ଏବଂ ଜ୍ଞାନ କୌଶଳର ଆବଶ୍ୟକତା ଅନୁଯାୟୀ ପ୍ରୟୋଗ କରିବା ସହିତ ନିଜର ସୃଜନାତ୍ମକ କଳାର ପ୍ରୟୋଗକରି ଉନ୍ନତମାନର ନାଟକ ପ୍ରସ୍ତୁତ କଲେ ନାଟକର ଭବିଷ୍ୟତ ଉଜ୍ଜ୍ୱଳ ହେବ ।

ସହାୟକ ପୁସ୍ତକ :

  • ନିର୍ଦ୍ଦେଶକ ଓ ନିର୍ଦ୍ଦେଶନା/ ନବୀନ କୁମାର ପରିଡ଼ା – ୨୫/୧୨/୨୦୨୦, 2- ଅଭିନେତା, ଚରିତ୍ର ଓ ଅଭିନୟ/ନବୀନ କୁମାର ପରିଡ଼ା – ୨୦୧୮, 3-ନାଟ୍ୟଶାସ୍ତ୍ର,

4- Net – https”//illuminated-intengration.com>iblog/ how technology has changed theatre (2020),

5- http//www.carouselnews/com/technology.ontheatrical plays/2022

Share This Article
ଯୁବ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର , ଅତିଥି ଅଧ୍ୟାପକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ (Young Theater Director, Script writer, and Guest Lecturer at Utkal University of Culture)