୧୦
ସମୟ କ୍ରମେ ସେ ଜଳି ଥିବା ରଶିର ପାଉଁଶ ବି ଉଡ଼ିଗଲା । କଂପାନୀରେ କିଛି ନୂଆଁ ଲୋକ ଭର୍ତ୍ତି କରିଥିଲେ କପୁର ସାହେବ । ସେ ବସି ବସି ତାଙ୍କୁ କ’ଣ କ’ଣ ଶିଖେଉଥିଲେ । ସେହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ବଡ଼ପୁଅ ସାଙ୍ଗରେ ସେଠିଆସି ପହଂଚିଲେ । ଲୋକଙ୍କ ଆଗରେ ସେ ମତେ ଓ ଟଙ୍କା ପଇସାକୁ ନେଇ ବହୁତ କିଛି ଗାଳି ଦେଇଗଲେ । କପୁର ସାହେବ ବହୁତ କହିଲେ ଭିତରକୁ ଚାଲ କଥା ହେବା, ସେ କିନ୍ତୁ କିଛି ଶୁଣିଲେନି । ତା’ପରେ ତାଙ୍କ ପୁଅ ବି କହିବାରେ ଲାଗିଲା । କପୁର ସାହେବ ତାକୁ ଗାଳି ଦେଲେ। ସେ କିନ୍ତୁ ଆଉ ବି ରାଗିକି କହିବାରେ ଲାଗିଲା ।
ପୁଅ – ରାଣ୍ଡୀ, ନଚେଇବା ପରେ ବି ଟଙ୍କା ମିଳୁନି ଯଦି ବନ୍ଦ କରି ଦଉନ ତମ କଂପାନୀ କିନ୍ତୁ କଂପାନୀ ବନ୍ଦ କଲେ ମନୋରଞ୍ଜନ କେମିତି ହେବ ।
କପୁର – ଲାଜ ମାଡ଼ୁ ନାହିଁ? କେମିତି କଥା କହୁଛି ।
ପୁଅ ଲାଜ ତ ତମକୁ ମାଡ଼ିବା କଥା । ବୁଢ଼ା କାଳରେ ବି ରାଣ୍ଡୀକୁ ପାଳୁଛ ।
କପୁର – ଚୁପ୍ କର, ବଜ୍ଜାତ ଟୋକା ।
(କପୁର ତା’ ଉପରକୁ ହାତ ଉଠେଇବା ପାଇଁ ଚାହିଁଲେ ତ ସେ ହାତକୁ ଧରି ମୋଡ଼ି ଦେଲା ତାଙ୍କର । ତାହା ଦେଖୁ ଦେଖୁ ମୁଁଁ ରହିପାରିଲି ନାହିଁ) କହିଲି-
ନାଚୁଣୀ – ବାସ୍ ବାସ୍ ବହୁତ ହେଲା । ପଳା ଏଠୁ କହୁଛି ଚୁପ୍ ଚାପ୍ । ମୋ ଚଣ୍ଡୀ ରୂପ ଦେଖି ସେମାନେ ସେଠୁ ପଳେଇଲେ । ସେହି ସୁନ୍ଦର କୋଠା କିନ୍ତୁ ସେଠି ଧୂଂସ ପାଇଲା । ନିଜ ତମ୍ବକୁ ଯାଇ କପୁର ସାହେବ ବହୁତ କାନ୍ଦିଲେ । ମତେ ଭି ଭିତରକୁ ଯିବାକୁ ଦେଲେ ନି ।
ତା ପର ଦିନ କଂପାନୀର ସବୁ ସାମାନ ନିଲାମ କରି ଯାହାର ଯାହା ଦେବା ନେବା ଥିଲା ସବୁ ତୁଟେଇଲେ । ଯିବା ପାଇଁ ଆଗକୁ ବଢ଼ିଲେ ମୁଁ ହାତ ଧରିଦେଇ ପଚାରିଲେ କୁଆଡ଼େ ଯାଉଛ ।
କପୁର – ଯିବି କୁଆଡ଼େ, ଜୀବନଟା ଦେଇଦେବି ।
ନାଚୁଣୀ – ଚାଲନ୍ତୁ ମୁଁ ବି ଯିବି ।
କପୁର – ତୁ କୁଆଡ଼େ ଯିବୁ?
ନାଚୁଣୀ – ଆପଣଙ୍କ ସଙ୍ଗେ ମୁଁ ବି ମରିଯିବି ।
କପୁର – ତୁ ତ ମୋର ମଜାକ କରୁଛୁ ।
ନାଚୁଣୀ- ତମେ ନିଜର ମଜାକ ଉଡ଼ଉଛ । ଆଉ ସାଙ୍ଗରେ ମୋର ବି । ଚାଲ ମୋ ସହିତ ।
କପୁର – କଉଁଠିକି?
ନାଚୁଣୀ – କେଉଁଠିକି ଯିବେ ଚାଲନ୍ତୁ । କେଉଁଠି ବି, ଛୋଟ ମୋଟ ନାଚ ଦେଖାଇ ଟଙ୍କା ପାଇପାରିବା ।
ଆଉ ଝିଅ ଶୁଣ, ଆମେ ଏଠିକି ଆସିଗଲୁ । ଜାଗା ଖଣ୍ଡିଏ ନେଇ ନାଚିବା ଗାଇବା ଆରମ୍ଭ କଲୁ । କପୁର କିନ୍ତୁ ଭିତରୁ ପୁରା ଭାଙ୍ଗି ପଡ଼ିଥିଲେ ତେଣୁ ବେଶି ଦିନ ବଞ୍ôଚଲେ ନାହିଁ । ମୁଁ ରହିଗଲି ବାସ୍ । ମୃତ୍ୟୁ ଚାରିଆଡ଼ୁ ମତେ ବି ଘେରିଛି, କିନ୍ତୁ ମୁଁ ତା’ର ଫାସରେ ଆସୁନାହିଁ । ଦିନ ତ ବିତି ଯାଏ ତୋ ସହିତ କଥାବାର୍ତ୍ତା କରି ।
ରାତିରେ ଚାରିଆଡ଼ୁ ଆକ୍ରମଣ କରନ୍ତି ମତେ । ସେମାନଙ୍କ ହାତରେ ରାଶିର ଫାସ ଥାଏ, ଆଉ ମତେ ସେମାନେ ଘୋଷାରି ଘୋଷାରି ପକେଇ ଦିଅନ୍ତି ଶିଆଳ ଓ ବାଜ ପକ୍ଷୀ ଆଗରେ, ସେମାନେ ମତେ ଆମ୍ପୁଡ଼ିବା ପାଇଁ ଧାଇଁ ଆସନ୍ତି । ମୁଁ କିନ୍ତୁ ତାଙ୍କ ଅକ୍ତିଆରରେ ଆସେ ନାହିଁ । ମୁଁ ନାଚିବାରେ ଲାଗେ । ମୋ ପରି ନାଚୁଣୀକୁ କେମିତି ବାନ୍ଧିବେ ସେଇ ଫାନ୍ଦରେ? ସେଥିପାଇଁ ଏବେ ପର୍ଯ୍ୟନ୍ତ ବଞ୍ଚିଛି (ହସି ହସି) । ଲୋକ କହନ୍ତି ରାତିରେ ଭୂତ ନାଚେ ଏଠି । ହଁ ଠିକ୍ ତ କଥା, ଭୂତ ତ ଅଟେ ମୁଁ । କିସୁକିବାଈ ନାଚୁଣୀର ଭୁତ ।
ଆରେ ଆରେ ଦେଖ ସେମାନେ ଆସିଗଲେ । ଉଠ ଝିଅ ଉଠ ଯା ନାଚ । ନାଚ ଝିଅ ନ ହେଲେ ତତେ ବି ବାନ୍ଧି ଦେବେ ରସିରେ । ନାଚ ଝିଅ ନାଚ …
ନାଚୁଣୀ ଗୋଟିଏ ଧୂନରେ ଭରପୂର ନୃତ୍ୟ କରେ, ଯାହାକି ମୃତ୍ୟୁକୁ ଜିଣିଗଲା ପରି ଲାଗେ । ଧୀରେ ଧୀରେ ସେ ନୃତ୍ୟ ଜୀବନ୍ତ ଉତ୍ସବ ଭଳି ଲାଗେ । ନୃତ୍ୟ ଚାଲୁଥାଏ ଓ ପରଦା ପଡ଼େ ।
ଭାନୁ ଭାରତୀ
୧୯୪୭ ରେ ଭାନୁ ଭାରତୀଙ୍କ ଜନ୍ମ ରାଜସ୍ଥାନର ଆଜମୀରରେ । ଜଣେ ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ । ସତୁରଟିରୁ ଉର୍ଦ୍ଧ୍ୱ ଉର୍ଦ୍ଦେଶନା ଓ ପ୍ରସ୍ତୁତ କରି ସାରିଛନ୍ତି । ଦୂରଦର୍ଶନ ପାଇଁ ଅନେକ ବୃତ୍ତି- ଚିତ୍ର ନିର୍ମାଣ କରିଛନ୍ତି । ସଙ୍ଗୀତ ନାଟକ ଏକାଡ଼େମୀ, ରଜାସ୍ଥାନ ସାହିତ୍ୟ ଏକାଡ଼େମୀ ତଥା ରାଜସ୍ଥାନ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ପୁରସ୍କୃତ । ‘ଆଜ ରଙ୍ଗମଣ୍ଡଳ’ ନାଟ୍ୟ ସଂସ୍ଥାର ମଧ୍ୟ ସେ ପ୍ରତିଷ୍ଠାତା ।