ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ଅଞ୍ଜଳୀ ଆଚାର୍ଯ୍ୟ
ଅଞ୍ଜଳୀ ଆଚାର୍ଯ୍ୟ 360 Views
4 Min Read

Support Samadhwani

[box type=”shadow” align=”” class=”” width=””]ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି । ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ[/box]

ମୁତ୍ୟୁର ଡର କ’ଣ ପ୍ରଥମଥର ପାଇଁ ମୁଁ ଜାଣିଲି । ତା’ଆଗରୁ ବି ରୋଗରେ ପଡ଼ିଥିଲି କିନ୍ତୁ ମୃତ୍ୟୁର ଏମିତି ଡର ମତେ ଜଣାପଡ଼ି ନଥିଲା । ଆଖି ଲାଗି ଆସିଲେ ଲାଗେ ରଶିର ଫାସନେଇ ଲୋକମାନେ ଚାରିପୁଟୁ ଘେରି ଯାଉଛନ୍ତି । ମୁଁ କିନ୍ତୁ ବଞ୍ôଚଛି । ସେମାନେ ମୋର କିଛିବି ଶୁଣନ୍ତି ନାହିଁ । ରାସିରେ ବାନ୍ଧି ଜଙ୍ଗଲରେ ପକେଇ ଆସନ୍ତି । ସେଇ ଜଙ୍ଗଲରେ ଶିଆଳ ଓ ଚିଲ ଆଗରୁ ଜଗିକି ଥାନ୍ତି । ସେମାନେ ଏକ ଥରକେ ଝାମ୍ପିପଡ଼ନ୍ତି । ଆଉ ତାଙ୍କ ଶିକର ହେଲୁ ତୁ ।

ପେଟରୁ ଟାଣି ନିଅନ୍ତି, ହଠାତ୍ ମୋ ଆଖି ଖୋଲିଯାଏ । ଓ ହୋ କ’ଣ କ’ଣ ହୁଏ ସେତେବେଳେ ଯେ । ମୁଁ ଦୁଇ ହାତରେ ମୋ ପେଟକୁ ଧରି ଝାଳରେ ବୁଡ଼ି ଯାଏ । ସାରା ରାତି ଜଗି ରହେ । ଶିଆଳର ହୁହୁ ଆଉ କୁକୁରର କାନ୍ଦିବା ଶୁଣେ । ସେତେବେଳେ ପ୍ରଥମ ଥର ପାଇଁ ମା ର କଥା ମନେ ପଡ଼ିଲା । ଯାହାର ମୁହଁଟାବି ମୋର ମନେ ନଥିଲା । ସେ ମୋ ପାଖରେ କାହିଁକି ନାହିଁ? ସେତ ଏବେ ଏଇ ସମୟରେ ମୋ ପାଖରେ ରହିଥିବା କଥା । ପୁଣି ଭାବେ ସତରେ ମୋ ମା ଥିଲା ତ? ଏମିତି ତ ନୁହେଁ ସୀତାଙ୍କ ଭଳି ମୁଁ ଭୂମି କନ୍ୟା ନୁହେଁ ।

Support Samadhwani

ଦିନ ଗଡ଼ିବାରେ ଲାଗିଲା, ମୋ ଦେହର କେତେ ଅଂଶ ଫୁଲିବାରେ ଲାଗିଲା । ନିଜକୁ ଦେଖିଲି ବୁଝି ପାରିଲି ନାହିଁ, ମୁଁ ହିଁ ସେ କିସୁକିବାଈ ଅଟେ । ଯେତେବେଳେ ନାଚୁଥାଏ ତେବେ ଭଲ ଭଲ ବଜେଇବା ଲୋକ ଚକିତ ହୋଇ ଯାଅନ୍ତି । କୁହନ୍ତି ତୁ ବିଜୁଳି ପରି ପାଚୁଛୁ । ତେଣୁ ତୁ ବିଜୁଳୀବତୀ । ଆମ ହାତ ଚାଲୁନାହିଁ ଯେଉଁ ତେଜରେ ତୋର ପାଦ ଚାଲୁଛି ଯେ । ଏବେ ପାଦ ଏତେ ଭାରି ଲାଗୁଛି ଫୁଲିକି, ଦୁଇ ପାହୁଣ୍ଡା ଚାଲି ହେଉନାହିଁ । ସେତେବେଳ ଭାବେ ଭୂଲ ତ କରୁନି ମୁଁ ହଲଚଲ ହୋଇ ।

ମୁଁ ମୋର ଦୁଃଖ ଭୁଲି ହସିଦିଏ । ନିଜ ଭିତରେ ଆଉ ଗୋଟିଏ ଜୀବନ ଥିବା ଯେଉଁ ଅନୁଭୂତି  ଓ ସୁଖ ଦିଏ, କୌଣସି ନାଚ ସେତିକି ଦେଇପାରିବ ନାହିଁ । ପେଟ ଭିତରେ ଯେତେବେଳେ ତୁ ପାଦ ହଲାଉ ମତେ ଲାଗେ ମୋ ଭିତରେ ଜୀବନଟେ ନାଚ କରୁଛି । କେବେ ସରୁ ନ ଥିବା ନାଚ। ଆଉ ମୁଁ ମୋ କଷ୍ଟଭୁଲି ସେ ଛୋଟପିଲା ସଙ୍ଗେ ହଜିଯାଏ । ନଦୀପରି କଳ କଳ ନାଦକରେ, ପ୍ରାଜପତି ଭଳି ଉଡ଼ି ବୁଲିବା ପାଇଁ ଚେଷ୍ଟା କରେ, ନିଜ ପିଲା ଦିନର ସ୍ମୃତି ନେଇ ହଜିଯାଏ । ଶରୀରର ଏହି ଅବସ୍ଥା ପୁଣି ମତେ ମାଟିରେ ଛିଡ଼ାହେବା ପାଇଁ ବାଧ୍ୟ କରେ। ଏବେ ତ ମୋର ଚାଲିବା ବୁଲିବା ବି ମନା ହୋଇଯାଇଛ । ରାନ୍ଧିଲା ବେଳକୁ ଚୁଲିରେ ବସିଲେ ଉଠିବା କଷ୍ଟ ହୋଇ ଯାଉଥିଲା । ଏବେ ତ ଖଟରେ ବି ଭଲ ଲାଗୁନଥିଲା । ନା ସିଧା ହୋଇ ଶୋଇ ପାରୁଥିଲି ନା କଡ଼ ଲେଉଟାଉଥିଲି । ଜଣେ ସ୍ତ୍ରୀ ଲୋକ ମତେ ଦେଖି ଦୟାରେ ଦୂରରୁ ରୋଟି ଦେଇ ଚାଲି ଯାଉଥିଲା ।

ଦିନେ ପୁଣି କଷ୍ଟ ଆରମ୍ଭ ହେଲା । ସ୍ତ୍ରୀ ଲୋକଟି ରୋଟି ଦେବାପାଇଁ ଆସିଲା, ମତେ ଦେଖି କହିଲା ଆଉ ଡ଼େରି ହେବନି । ମୁଁ ବି ଚାହୁଁଥିଲି ଏହି କଷ୍ଟରୁ ମୁକ୍ତି ପାଏ । ସନ୍ଧ୍ୟାରେ ମତେ ଝାଡ଼ା ମାଡ଼ିଲା । ମୁଁ ଉଠିବା ପାଇଁ ଚେଷ୍ଟା କଲି । ମୋ ଭିତରୁ କ’ଣ ଗୋଟିଏ ଫାଟି ଯୋରରେ ବହିଲା ମୁଁ ସପଉପରେ ଗଡ଼ି ପଡ଼ିଲି । ଛଟ ପଟ ହେଲି ।

Share This Article