ଭଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନର କିଛି ଝଲକ

Chief Editor
Chief Editor 214 Views
17 Min Read

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ ୧୯୩୨ ମସିହା ଡିସେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭଗବତ ପ୍ରସାଦ ରଥ । ରାୟଗଡ଼ାରେ ରଥସାର୍ ବୋଲି ସେ ଜଣେ ଅତି ପରିଚିତ ବ୍ୟକ୍ତିତ୍ୱ ।

Support Samadhwani

ଶିକ୍ଷା

୧୯୪୮ ମସିହାରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ । ପ୍ରାଥମିକ ଶିକ୍ଷାପରେ ସେ ଏସ୍.କେ.ସି.ଜି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୫୧ରୁ ୧୯୫୩ ମସିହା ଯାଏ ରେଭେନ୍ସା ମହାବିଦ୍ୟାଳୟ ଏବଂ ୧୯୫୩ ଠୁ ୧୯୫୪ ମସିହା ଯାଏ ଆର୍.ଏନ୍ ଟ୍ରେନିଂ କଲେଜ୍ରେ ବି.ଇ.ଡ଼ି ଅଧ୍ୟୟନ କଲେ । ୧୯୫୪ ମସିହାରେ ସେ ଶିକ୍ଷକତା କାର୍ଯ୍ୟ ଆରମ୍ଭ କଲେ କଟକ ଜିଲ୍ଲା ମାର୍ଶାଘାଇ ବିଦ୍ୟାଳୟରୁ । କିନ୍ତୁ ଗୋଟିଏ ବର୍ଷ ପରେ ସେ ସ୍କୁଲ ଛାଡ଼ିଦେଇ ୧୯୫୫ ମସିହାରୁ ୧୯୬୦ ମସିହା ପର୍ଯ୍ୟନ୍ତ କୋଦଳାରେ ନିଜେ ଏକ ସ୍କୁଲ ଗଠନରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ୧୯୬୦ ମସିହାଠାରୁ ୧୯୬୧ ମସିହା ପ୍ରାୟ ଗୋଟିଏ ବର୍ଷ ସେ ହେଡ଼ମାଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ କଟକ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ମଧୁସାଗର ବିଦ୍ୟାଳୟପୀଠରେ । ଏହି ମଧୁସାଗର ବିଦ୍ୟାପୀଠକୁ ଗଢ଼ିଥିଲେ ଦୁଇଜଣ ଗାନ୍ଧୀବାଦୀ ଚିନ୍ତାମଣି ସ୍ୱାଇଁ ଓ ସୁରେଶ ସ୍ୱାଇଁ । ୧୯୬୧ରୁ ୧୯୬୮ ମସିହା ଭିତରେ ସେ ଗଢ଼ିଥିଲେ ଆଉ ଗୋଟିଏ ସ୍କୁଲ । ସେହି ସ୍କୁଲର ନାମ ଦିଆଯାଇଥିଲା ସୁମଣ୍ଡଳ ରବିଘୋଷ୍ ବିଦ୍ୟାପୀଠ । ଭଗବତ ପ୍ରସାଦ ଇତିମଧ୍ୟରେ ସକ୍ରିୟ ରାଜନୀତିରେ ପ୍ରବେଶ କରି କିଛି ନୂଆ ଧାରା ଓ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେଥିପାଇଁ ୧୯୬୮ ରୁ ୧୯୭୦ ମସିହା ଯାଏ ସେ କୋଦଳା ପଞ୍ଚାୟତ ସମିତିରେ ଚେୟାରମ୍ୟାନ୍୍ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ । ସେହି ସମୟ ଭିତରେ ସେ ଅନୁଭବ କଲେ ଯେ ସକ୍ରିୟ ରାଜନୀତିରେ କିଛି ନୂଆ ଚିନ୍ତା ଓ ପରିବର୍ତ୍ତନ ଆଣିବା ଏତେ ସହଜ କଥା ନୁହେଁ । ତାଙ୍କର ଶିକ୍ଷା ପ୍ରତି ଥିବା ଅନାବିଳ ଆସକ୍ତି ଯୋଗୁଁ ସେ ସକ୍ରିୟ ରାଜନୀତି ଛାଡ଼ି ପୁଣିଥରେ ନିଜକୁ ଶିକ୍ଷା ଗ୍ରହଣ ଓ ଶିକ୍ଷା ଦାନ ପାଇଁ ପ୍ରସ୍ତୁତ କରାଇଥିଲେ । ୧୯୬୯ ମସିହାରେ ସେ ଘରୋଇଭାବେ ଇଂରାଜୀ ସାହିତ୍ୟରେ ସ୍ନାତକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ଏବଂ ୧୯୭୦ ମସିହାରେ ରାୟଗଡ଼ା କଲେଜରେ ଶିକ୍ଷାଦାନ କାର୍ଯ୍ୟରେ ଯୋଗଦେଲେ । ସେତିକିରେ ଭଗବତ ବାବୁ ଅଟକି ଯାଇ ନଥିଲେ । ୧୯୭୧ରେ ସେ ଘରୋଇଭାବେ ଓଡ଼ିଆରେ ସ୍ନାତକୋତ୍ତର ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାସ୍ କଲେ । ୧୯୭୦ମସିହାରୁ ୧୯୮୩ ମସିହା ଯାଏ ରାୟଗଡ଼ା କଲେଜରେ ଓ ୧୯୮୩ ମସିହାରୁ ୧୯୮୪ ମସିହା ଯାଏ ରାଇରଙ୍ଗପୁର କଲେଜରେ (ମୟୂରଭଞ୍ଜ ଜିଲ୍ଲାରେ) ସେ ଶିକ୍ଷାଦାନ କାର୍ଯ୍ୟ କରିଥିଲେ । ଏହାପରେ ସେ ୧୯୮୪ ମସିହାରୁ ୧୯୯୨ ମସିହା ଯାଏ ଗଞ୍ଜାମ ମହାବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକରି ଶେଷରେ ୧୯୯୨ମସିହା ଡ଼ିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରି ରାୟଗଡ଼ା ଫେରିଯାଇଥିଲେ ।

ସାହିତ୍ୟିକ ଜୀବନ

Support Samadhwani

ପିଲାଟି ଦିନରୁ ଭଗବତ ବାବୁଙ୍କର ଉପନ୍ୟାସ ପଢ଼ା ପ୍ରତି ଥିଲା ଅଧିକ ଆଗ୍ରହ । ୭ମ ଶ୍ରେଣୀରେ ଲେଖକ ରାମଶଙ୍କର ପ୍ରସାଦ ସିଂହଙ୍କର ‘ପୁଜାର ବଳୀ’ ଉପନ୍ୟାସଟିକୁ ପ୍ରଥମେ ପଢ଼ି ବସିଲେ । ପରେ ପରେ ସେ ପଢ଼ିଲେ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ଲକ୍ଷ୍ମୀଧର ନାୟକ, ନିତ୍ୟାନନ୍ଦ ମହାପାତ୍ର ପ୍ରଭୃତିଙ୍କ ଲେଖାମାନ ଏବଂ ସେହି ସବୁ ପୁସ୍ତକ ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା । ପାରଳାଖେମୁଣ୍ଡି କଲେଜ୍ରେ ପଢ଼ିଲା ବେଳେ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ସେ ପଢ଼ିଥିଲେ । ସେମିତି ହିନ୍ଦୀ ସାହିତ୍ୟରେ ପ୍ରେମ•ନ୍ଦ, ଜୈନେନ୍ଦ୍ର କୁମାର, ଦିନକର ଭଗବତୀ ଚରଣ ପ୍ରଭୃତିଙ୍କ ବହି ତାଙ୍କର ସାହିତ୍ୟ ପ୍ରେମକୁ ଆହୁରି ଆଗେଇ ନେଇଥିଲା । କେବଳ ସେତିକି ନୁହେଁ ବଙ୍ଗଳାରେ ରବୀନ୍ଦ୍ରନାଥ, ଶରତଚନ୍ଦ୍ର, ବଙ୍କିମ ଚନ୍ଦ୍ର, ଅନୁରୁପା ଦେବୀ, ବିଭୂତି ବନ୍ଦୋପାଧ୍ୟାୟ ପ୍ରମୁଖଙ୍କ ଲେଖା ତାଙ୍କ ସାହିତ୍ୟିକ ଚିନ୍ତନକୁ ବହୁଭାବେ ପ୍ରଭାବିତ କରିଥିଲା ।

ଶିକ୍ଷାଦାନ

ପାରଳାଖେମୁଣ୍ଡିରେ ପଢ଼ୁଥିବା ବେଳେ ସାମ୍ୟବାଦ ଓ ଗାନ୍ଧୀବି•ର ଉଭୟଟିର ପ୍ରଭାବ ତାଙ୍କ ଉପରେ ଥିଲା । ରେଭେନ୍ସା ମହାବିଦ୍ୟାଳୟରେ ସାମ୍ୟବାଦର ପ୍ରଭାବ ତାଙ୍କ ଉପରେ ବେଶୀ ପଡ଼ିଲା । ମାର୍କ୍ସଙ୍କ ଲେଖା ପଢ଼ିଲେ ଓ ସ୍ଥିର କଲେ •କିର ନ କରି କମ୍ୟୁନିଷ୍ଟ ଭାବରେ ପ୍ର•ରରେ ଲାଗିବେ । ଶିକ୍ଷକତା ପ୍ରତି ଆକର୍ଷଣ ମଧ୍ୟ ତାଙ୍କର ଥିଲା । ରେଭେନ୍ସାରେ ପଢ଼ୁଥିବା ବେଳେ ପରିବାରର •ପ ଯୋଗୁଁ ସେ ବିବାହ କରିବାକୁ ବାଧ୍ୟ ହେଲେ । ଶିକ୍ଷା ମହାବିଦ୍ୟାଳୟରେ ବି.ଇ.ଡି ପାଠ ଶେଷ କଲା ପରେ ମାର୍ଶାଘାଇ ସ୍କୁଲ (ସେ ସମୟ କଟକ ଜିଲ୍ଲା)ରେ ଶିକ୍ଷକ ହେଲେ ବନ୍ଧୁ ପ୍ରହଲ୍ଲାଦ ମଲିକଙ୍କ ଡାକରା ଯୋଗୁଁ । ମାର୍ଶାଘାଇରେ କମ୍ୟୁନିଷ୍ଟ ବି•ର ଥିବା ବନ୍ଧୁ ଓ ଗୁରୁ ପଦ୍ମଚରଣ ନାୟକଙ୍କ ସମ୍ପର୍କରେ ଆସିଲେ । ମାର୍ଶାଘାଇ ଛାଡ଼ି ଆସିଲା ପରେ କୋଦଳାରେ ବିଦ୍ୟାଳୟ ଗଠନରେ ସେ ସକ୍ରିୟ ଭାଗନେଲେ ।

ସେବାକାର୍ଯ୍ୟ

ତା’ପରେ ଗାଁ ଲୋକଙ୍କ ସହିତ ସଂପର୍କ ନିବିଡ଼ ହେଲା । ଗାଁ’ରେ ଯୁବକ ସଙ୍ଗଠନମାନ ଗଢ଼ିଲେ । ଗାଁ’ମାନଙ୍କୁ ଯାଇ ରାସ୍ତାଘାଟ ସଫା ରଖିôବା ପାଇଁ ସଙ୍ଗଠନ କଲେ । ପୋଖରୀରେ ଥିବା ଦଳ ସଫା କରିବା ପାଇଁ ଯୁବକମାନଙ୍କୁ ଡାକିବା ଠାରୁ ଆରମ୍ଭ କରି କେଉଁଠି ଘର ପୋଡ଼ି ହେଲେ ନିଅାଁ ଲିଭାଇବା କାର୍ଯ୍ୟରେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ବନମାଳୀ ମହାରଣା ଏମ୍.ଏଲ.ଏ ଥିବା ସମୟରେ ଉକ୍ତ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା ସେତେବେଳେ ସେ ଥିଲେ ‘ପି.ଏସ୍.ପି’ ଦଳର ସଭ୍ୟ ଏବଂ ହଇଜା ହେଲେ ସେ ଲୋକଙ୍କ ସେବା କରୁଥିଲେ । ଭଗବତ ପ୍ରସାଦ ଅନେକ ଜାଗାକୁ ତାଙ୍କ ସାଥିରେ ଲୋକଙ୍କୁ ସେବା ଦେବାପାଇଁ ଯାଉଥିଲେ । ସୁମଣ୍ଡଳ ଅଞ୍ଚଳର ଏମ୍.ଏଲ୍.ଏ ନାରାୟଣ ସାହୁ ଥିଲେ ଲୋହିଆଙ୍କ ଶିଷ୍ୟ । ତାଙ୍କ ଜରିଆରେ ଭଗବତ ପ୍ରସାଦ ସମାଜବାଦୀ ଗୋଷ୍ଠୀ ସହିତ ପରିଚିତ ହେଲେ । ଆଗରୁ ଜୟପ୍ରକାଶଙ୍କ ଲେଖାମାନ ସେ ପଢ଼ିଥିଲେ । ଜୟପ୍ରକାଶଙ୍କ ସର୍ବୋଦୟ ସହିତ ନିବିଡ଼ ସମ୍ପର୍କ ଥିଲା । ଭଗବତ୍ ପ୍ରସାଦ ଯେତେବେଳେ ମନମୋହନ ଚୌଧୁରୀଙ୍କ ସମ୍ପର୍କରେ ଆସିଲେ, ତା’ପରେ ଗାନ୍ଧୀ ବି•ର ପ୍ରତି ଆକୃଷ୍ଟ ହେବା ଆରମ୍ଭ ହେଲା । ସମାଜବାଦୀଙ୍କ ମଧ୍ୟରେ ଲୋହିଆଙ୍କ ଲେଖା ଓ ଅନେକ ବହି ପଢ଼ିଲେ । ସେତେବେଳକୁ ଋୁଷରେ ରାଷ୍ଟ୍ରପତି ଭାବେ କ୍ରୁଶ୍ଚେଭ କ୍ଷମତାକୁ ଆସିଲେ । ଅନେକ ଗୁଡ଼ିଏ କାରଣ ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ସେ ଅନୁଭବ କଲେ ଭାରତବର୍ଷରେ ଗାନ୍ଧୀବାଦୀ ଚିନ୍ତାଧାରାରେ ବିକାଶ ଏବଂ ଉନ୍ନତି ଅଧିକ ବିଜ୍ଞାନସମ୍ମତ ଓ ଲୋକମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହୋଇପାରିବ । ସେଥିପାଇଁ ତାଙ୍କର କମ୍ୟୁନିଷ୍ଟ ଆଦର୍ଶବାଦ ପ୍ରତି ଆକର୍ଷଣ କିଛି ମାତ୍ରାରେ କମିଗଲା । ଗାନ୍ଧୀବାଦୀ ବି•ର ଓ ଲୋହିଆଙ୍କ ବି•ର ଓ କାର୍ଯ୍ୟ ତାଙ୍କୁ ପ୍ରଭାବିତ କଲା । ସେ ସୁମଣ୍ଡଳ ଅଞ୍ଚଳରେ ସ୍କୁଲଟିଏ ଗଢ଼ିଲେ । ସେ ଥିଲେ କୋଦଳା ଓ ସୁମଣ୍ଡଳ ହାଇସ୍କୁଲର ହେଡ଼୍ମାଷ୍ଟର । ସେଠାରୁ ସେ ବହୁତ କମ୍ ଦରମା ନେଉଥିଲେ । ଅଭାବ ଯୋଗୁଁ ପରିବାରର ଲୋକେ ଅନେକ ସମୟରେ ଭାତ ବଦଳରେ ମାଣ୍ଡିଆ ଯାଉ ଖାଉଥିଲେ । ଗୋଟିଏ ଅନାଥ ପିଲାକୁ ଘରେ ଆଶ୍ରୟ ଦେଇ ତାର ପଢ଼ାର ବ୍ୟବସ୍ଥା କରିଥିଲେ । ତାଙ୍କ ଘରକୁ ଅନେକ ସମୟରେ ଅତିଥି ଆସୁଥିଲେ । ସତ୍ୟଭାମା ଦେବୀ ଅନେକ ସମୟରେ ତରକାରୀ ଖାଇବାକୁ ପାଉ ନଥିଲେ । ବେଳେ ବେଳେ ସତ୍ୟଭାମାଙ୍କୁ ଧାନ କୁଟିବାକୁ ପଡ଼ୁଥିଲା । ଓଜନ ବେଶୀ ନ ଥିବାରୁ ହାତରେ ଘୋରଣା ପଟ ଧରି ଢିଙ୍କି ଲାଞ୍ଜିରେ ଠିଆ ହେବାକୁ ପଡ଼ୁଥିଲା ।

ଶିକ୍ଷକତା ଛାଡ଼ି ସେତେବେଳେ ସେ ନିର୍ବାଚନ ଲଢ଼ିଲେ ଓ କୋଦଳା ପଞ୍ଚାୟତ ସମିତିର ଚେଆରମ୍ୟାନ୍ ହେଲେ । ସେ କେବେ କୌଣସି ଦଳରେ ଯୋଗ ଦେଇ ନଥାନ୍ତି । ତାଙ୍କର ବହୁତ କମ୍ ସମ୍ପତ୍ତି ଥିଲା ସେଥିପାଇଁ ସେ ଚେୟାରମେନ୍ ହେଲା ପରେ ପରିବାରର ସମସ୍ତେ ଅଭାବ ଭିତରେ ଗତି କଲେ । ଚେୟାରମେନ୍ଙ୍କ ପକେଟରେ କେବେହେଲେ ଗୋଟିଏ ପଇସା ବି ନ ଥାଏ । ତେଣୁ ହୋଟେଲରେ ଖାଇବା ଚେୟାରମେଙ୍କ ପକ୍ଷରେ ସମ୍ଭବ ନଥିଲା । ଲୋକମାନେ ତାଙ୍କର ସଚ୍ଚୋଟତା ବିଷୟରେ ଜାଣିଥିଲେ। ଅଫିସ କାମରେ ବ୍ୟସ୍ତ ଥିବାବେଳେ ଲୋକେ ଡ଼ାକିନେଇ ନିଜ ଘରେ ତାଙ୍କୁ ଖାଇବା ପାଇଁ ଦେଉଥିଲେ । ଅଫିସଠାରୁ ତାଙ୍କ ଘରର ଦୂରତା ଥିଲା ୭ କିଲୋମିଟର । ଦିନକର ଘଟଣା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆ•ର୍ଯ୍ୟ ଓ କଂଗ୍ରେସ ନେତା ଦଣ୍ଡପାଣି ଦଳାଇ ଚେୟାରମ୍ୟାନଙ୍କ ଘରକୁ ଆସିଥାନ୍ତି । ସତ୍ୟଭାମା ଦେବୀ କହିଲେ ଘରେ • ଗୁଣ୍ଡ, ଚିନି, କ୍ଷୀର କିଛି ନାହିଁ । ଭଗବତ ପ୍ରସାଦ ଅତିଥିମାନଙ୍କୁ ହୋଟେଲକୁ ନେଇ • ଖୁଆଇଲେ । ହୋଟେଲବାଲା ଜାଣିଥିଲା ଚେୟାରମ୍ୟାନଙ୍କ ପାଖରେ ପଇସା ନାହିଁ ତେଣୁ ମାସ ପୁରିଲେ ସେ ବ୍ଲକ ଅଫଇସରୁ ୧୦୦ଟଙ୍କା ପାଇବେ ଓ ହୋଟେଲର ପଇସା ଦେବେ । ପାଖରେ ମେଳା ହେଲେ ମୂଲିଆ, ମଜୁରିଆ ଶ୍ରେଣୀର ଲୋକମାନେ ଚେୟାରମ୍ୟାନଙ୍କ ପୁଅ ଓ ଝିଅମାନଙ୍କୁ ପରିବାରର ଅଜାଣତରେ କାନ୍ଧରେ ବସାଇ ମେଳାକୁ ନେଇଯାନ୍ତି ଓ ତାଙ୍କ ପାଇଁ ଖେଳନା କିଣି ଦିଅନ୍ତି । ଥରେ ସତ୍ୟଭାମା ଦେବୀ କହିଲେ ତାଙ୍କ ଶାଢ଼ୀ ଚିରିଯାଇଛି ପୁଣି ସେଇଟା ପିନ୍ଧି ତାଙ୍କୁ ପାଣିଆଣିବା ପାଇଁ ବାହାରକୁ ଯିବାକୁ ପଡ଼ୁଛି । ଚେୟାରମ୍ୟାନ ବାବୁ ସବୁ ଶୁଣିଲେ ହେଲେ କିଛି ନକହି ଚୁପ୍ •ପ ଅଫିସକୁ •ଲିଗଲେ । ଘରକୁ ୧୫ଦିନ ଯାଏ ଆସିଲେ ନାହିଁ । ବାହାରେ ଲୁଚିଲେ । ୧୫ଦିନ ପରେ ବ୍ଳକ୍ରୁ ୧୦୦ଟଙ୍କା ପାଇ ଶାଢ଼ୀ କିଣି ଘରକୁ ଆସିଲେ । ଚେୟାର୍ମ୍ୟାନ ଥିବା ସମୟର ତାଙ୍କର ଆଉ ଏକ ଅନୁଭୂତି । ବାତ୍ୟା ଓ ବନ୍ୟା ଯୋଗୁଁ ଲୋକେ ବହୁତ ହଇରାଣ ହେଉଥାନ୍ତି । ଚେୟାରମ୍ୟାନ ଓ ବି.ଡ଼ି.ଓ ମିଶି ଯାଇଥାନ୍ତି ଫାସି ପଞ୍ଚାୟତର ବିଲିପଡ଼଼ା ଗାଁକୁ । ପାଖ ଦଳିତ ଗାଁ ଭୋଦୁଆରେ ଖାଦ୍ୟ ବାଣ୍ଟିବା ଆବଶ୍ୟକ ଥିଲା । ବିଲିପଡ଼ା ଓ ଭୋଦୁଆ ଗାଁ ମଝିରେ ଥିଲା ଖରଖରି ନଈ । ଜଣେ ସାଥୀ ସହିତ ହାଣ୍ଡି ଭେଳାରେ ଚେୟାରମ୍ୟାନ ପହଁରିଲେ ଖରଖରି ନଈରେ । ଦଳିତ ଗାଁରେ ଖାଦ୍ୟ ବଣ୍ଟାହେଲା । ଖବର ଶୁଣି ସତ୍ୟଭାମା ଦୁଃଖୀ ହୋଇଗଲେ, କହିଲେ ଏଭଳି କାମ କାହିଁକି କରୁଛ ଏଥିରେ ଜୀବନ ପ୍ରତି ବିପଦ ରହିଛି । ଆଉ କେବେ ଏଭଳି ବେପରୁଆ କାମ କରିବ ନାହିଁ ।

ଭଗବତ ପ୍ରସାଦଙ୍କ ଅର୍ଦ୍ଧାଙ୍ଗିନୀ ସତ୍ୟଭାମା ଦେବୀ ଜଣେ ଅତ୍ୟନ୍ତ ଧନୀ ପରିବାରର ଝିଅ । ଭଗବତ ପ୍ରସାଦଙ୍କ ଘରକୁ ଆସିଲାବେଳେ ସେ ୨୫ତୋଳା ସୁନା ଆଣିଥିଲେ । ଭଗବତ ପ୍ରସାଦ କହିବାରୁ ସେ ସୁନା ବିକ୍ରି କରି ଗାଁରେ ଜମି କିଣିଦେଲେ । ଭଗବତ ପ୍ରସାଦ କହିଲେ ଭବିଷ୍ୟତରେ ସରକାରଙ୍କ ସହିତ ଅହିଂସ ଲଢ଼େଇ କରି ସେ ଜେଲ ଯିବାର ସମ୍ଭାବନା ଅଛି । ତେଣୁ ପରିବାର ପାଇଁ କିଛି ଧାନ ଜମି ଦରକାର । ଚେୟାରମ୍ୟାନ ହେଲା ପରେ ପରିବାରର ଦୁଃଖ କଷ୍ଟ ଦେଖି ଭଗବତ୍ ପ୍ରସାଦ ବ୍ୟସ୍ତ ହୋଇଗଲେ । ରାଜନୀତିରେ ସଫଳ ହେବା ତାଙ୍କ ଭଳି ନୀତିବାଦୀଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ । ବିରୋଧୀ କେବଳ ନୁହଁନ୍ତି ତାଙ୍କ ସମର୍ଥକମାନେ ମଧ୍ୟ ବ୍ଲକ କାମର କଣ୍ଟ୍ରାକ୍ଟ ନେଇ ପଇସା ରୋଜଗାର କରିବାକୁ •ହିଁଲେ । ସେ ସ୍ଥିର କଲେ ଏମ୍.ଏ ପରୀକ୍ଷା ଦେଇ କଲେଜ ଅଧ୍ୟାପକ ହୋଇ •ଲିଯିବେ । ଚେୟାରମ୍ୟାନ ଥାଇ ଇଂରାଜୀରେ ଏମ୍.ଏ ପରୀକ୍ଷା ଦେଇ ଦ୍ୱିତୀୟ ଶ୍ରେଣୀ ପାଇଲା ପରେ ସେ ରାୟଗଡ଼ା କଲେଜରେ ଯୋଗ ଦେଲେ । ଶିକ୍ଷକ ଆନ୍ଦୋଳନରେ ଅବନୀ ବରାଳଙ୍କୁ ସେ ତାଙ୍କର ଗୁରୁ ସ୍ଥାନରେ ରଖିଥିଲେ ।

ସଂଗଠକ

ରାୟଗଡ଼ାରେ ଆଦିବାସୀମାନଙ୍କ ଭିତରେ ରହି ଭଗବତ ପ୍ରସାଦ କିଛି କିଛି ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କଲେ । ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ବିଶେଷ ସହଯୋଗ ପାଇଥିଲେ ସେ ସମୟର ଆଇ.ଏ.ଏସ୍ ଅଜିତ ତ୍ରିପାଠୀଙ୍କ ଠାରୁ ଯିଏକି ଏସ୍.ଡ଼ି.ଓ ଥିଲେ ଏବଂ ବିଦ୍ୟାଭୂଷଣ ମହାନ୍ତିଙ୍କ ଠାରୁ ଯିଏକି ଆଇ.ପି.ଏସ୍ ଅଫିସର ଥିଲେ । ସେମାନେ ଭଗବତ୍ ପ୍ରସାଦଙ୍କୁ ବିଭିନ୍ନ ସମାଜସେବା କାମରେ ସହଯୋଗ କରୁଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଭାରତବର୍ଷରେ ଜାରି କଲେ ଏବଂ ଓଡ଼ିଶାର ସର୍ବୋଦୟ ସଙ୍ଗଠନ ଦୁଇଭାଗ ହୋଇଯାଇଥିଲା । ଗୋଟିଏ ଦଳ ରତନ ଦାସଙ୍କ ନେତୃତ୍ୱରେ ଇନ୍ଦିରାଙ୍କୁ ସମର୍ଥନ କରିଥିଲେ ଏବଂ ସଂଖ୍ୟାଧିକ ସର୍ବୋଦୟୀ ଜୟପ୍ରକାଶଙ୍କୁ ସମର୍ଥନ କରି ଜରୁରୀ ପରିସ୍ଥିତିର ବିରୋଧ କରିଥିଲେ ଓ ଜେଲ ଯାଇଥିଲେ । ଓଡ଼ିଶାର ଚୌଧୁରୀ ପରିବାରର ପ୍ରାୟ ସବୁ ସଭ୍ୟ ଜେଲରେ ରହିଥିଲେ । ସେ ଚୌଧୁରୀ ପରିବାର ସାଥିରେ ରହିଥିଲେ । ତାଙ୍କ ନେତା ଥିଲେ ମନମୋହନ ଚୌଧୁରୀ । ରାୟଗଡ଼ାରେ ତାଙ୍କର ସବୁଠୁ ବଡ଼ ବନ୍ଧୁ ଥିଲେ ସ୍ୱାଧୀନତା ସଂଗ୍ରାମୀ ମୋହନ ନାୟକ ।

ଲେଖକ ଓ ସମାଲୋଚକ

ରାୟଗଡ଼ାରେ ସାହିତ୍ୟ ଚର୍ଚ୍ଚା ଅବିରତ •ଳିଥାଏ । ସାହିତ୍ୟ ସଂଗଠନର ସଭାପତି ଥାଆନ୍ତି ଅଜିତ୍ ତ୍ରିପାଠୀ । ଭଗବତ ପ୍ରସାଦ ଥିଲେ ଉପସଭାପତି । ଜେ.କେ.ପୁର କାଗଜ କଳରେ ଏକ ଦୁଃଖଦ ଘଟଣା ଘଟିଲା । ରମାକାନ୍ତ ଦୀକ୍ଷିତ ନାମକ ଜଣେ ନୀଳଚକ୍ରର ସଭ୍ୟ ଯୁବକଙ୍କୁ ତାଙ୍କ ବିରୋଧୀମାନେ ହତ୍ୟାକଲେ । ତାଙ୍କୁ ନ୍ୟାୟ ଦେବା ପାଇଁ ଜେ.କେ. ପୁରରେ ଜୋରଦାର ଆନ୍ଦୋଳନ ହେଲା । ସେ ସେଠାକୁ ଟାଣିହୋଇ ଗଲେ । ‘ଗ୍ରୀନ୍ରୁମ୍’ ନାମକ ଏକ ସମାଲୋଚନାମୂଳକ ଛୋଟ ପତ୍ରିକା ଭଗବତ୍ ପ୍ରସାଦ ବାହାର କଲେ । ପରେ ପରେ ୧୯୮୩ରେ ତାଙ୍କର ବଦଳି ହେଲା ରାଇରଙ୍ଗପୁରକୁ । ସେଠାରେ ସେ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରୀମାନଙ୍କର ଏକ ସଂଗ୍ରାମରେ ଭାଗନେଲେ । ୧୯୮୪ରେ ତାଙ୍କର ବଦଳି ହେଲା ଗଂଜାମ କଲେଜକୁ । ସେଠାରେ ବିଭିନ୍ନ ଆନ୍ଦୋଳନ ସହ ସମ୍ପର୍କ ରଖିଲେ ଏବଂ ହତ୍ୟା ଧମକର ସମ୍ମୁଖୀନ ହେଲେ । ଗଂଜାମ କଲେଜରେ ଅବସର ନେଲା ପରେ ରାୟଗଡ଼ା ଚାଲିଆସିଲେ । କଲେଜରେ •କିରୀ କଲାବେଳେ ସେ ଅବନୀ ବରାଳଙ୍କ ନେତୃତ୍ୱରେ •ଲିଥିବା ସବୁ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ରାୟଗଡ଼ାରେ ପୂର୍ବରୁ ଘରଟିଏ ତିଆରି କରିଥିଲେ । ଏବଂ ଘର •ରିପାଖରେ ବଗି•ଟିଏ  ଥିଲା । ସେହିଦିନ ଠାରୁ ସେ ରାୟଗଡ଼ାରେ ରହି ପଢ଼ାପଢ଼ି ଓ ଲେଖାଲେଖି କରୁଛନ୍ତି । ମନମୋହନ ଚୌଧୁରୀ, କିଶନ ପଟ୍ଟନାୟକ ଏବଂ ପାନାଲାଲ ଦାସଗୁପ୍ତ (କଲିକତା) ତାଙ୍କର ଗୁରୁ ସ୍ଥାନରେ ରହିଆସିଛନ୍ତି । ମନମୋହନ ଚୌଧୁରୀଙ୍କ ଅନୁରୋଧ ଯୋଗୁଁ ସେ ଓଡ଼ିଆ ପତ୍ରିକା ‘ସର୍ବୋଦୟ’ର ସହଯୋଗୀ ସଂପାଦକ ରହିଲେ । ପରେ ପରେ ଆନ୍ତର୍ଜାତିକ ସ୍ତରର ଗାନ୍ଧୀବାଦୀ ପତ୍ରିକା ‘ଭିଜିଲ୍’ର ମୁଖ୍ୟ ସଂପାଦକ ଦାୟିତ୍ୱ ତୁଲାଇଲେ । ରାୟଗଡ଼ାରେ ସେ ବିଭିନ୍ନ ଜନଆନ୍ଦୋଳନ ସହ ସଂପୃକ୍ତ ହୋଇ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସିଛନ୍ତି । କାଶୀପୁର ଆନ୍ଦୋଳନରେ ସେ ଥିଲେ ସକ୍ରିୟ । ନିୟମଗିରି ଆନ୍ଦୋଳନକୁ ମଧ୍ୟ ସେ ସହଯୋଗ କରିଛନ୍ତି । ପୋସ୍କୋ ଆନ୍ଦୋଳନ ପ୍ରତି ତାଙ୍କର ସହାନୁଭୂତି ଥିଲା । ତହସିଲଦାର ଦିଲ୍ଲୀପ ମହାନ୍ତି ଓ ଇନ୍ଦ୍ରମଣି ସାହୁଙ୍କ ଠାରୁ ସେ ସହଯୋଗ ପାଇଥିଲେ ରାୟଗଡ଼ାରେ ସାହିତ୍ୟ ଚର୍ଚ୍ଚାବେଳେ । ଗଂଜାମରେ ଥିଲାବେଳେ ସବୁକାମରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ଗଂଜାମର ଆଦର୍ଶବାଦୀ ବ୍ରଜ ପଣ୍ଡା, ଗୋବିନ୍ଦ ପଣ୍ଡା ଓ ଅଭିମନ୍ୟୁ ପଟ୍ଟନାୟକ । ଭଗବତ ପ୍ରସାଦ ଓ ସତ୍ୟଭାମା ଦେବୀ ରାୟଗଡ଼ାରେ ଅନେକମାତ୍ରାରେ ସ୍ୱାବଲମ୍ବୀ ଜୀବନ କଟାଇଛନ୍ତି । ସତ୍ୟଭାମାଙ୍କ ଅଗାଧ ପରିଶ୍ରମ ଯୋଗୁଁ ତାଙ୍କର ବଗି•ଟି ସବୁ ସମୟର ଫୁଲ ଫଳରେ ହସୁଥାଏ ।

ଭାଗବତ ପ୍ରସଦଂକ ରାୟଗଡା ରୟତ କୋଲୋନୀ ଗୃହ

ବର୍ତ୍ତମାନର କାର୍ଯ୍ୟଧାରା

ଯୁବାବସ୍ଥାରୁ ଏଯାବତ୍ ସେ ସ୍ୱପ୍ନ ଦେଖିଆସୁଛନ୍ତି; ଏକ ସମତାଭିତ୍ତିକ ସମାଜର, ଏକ ସୁନ୍ଦର ପୃଥିବୀର ଯେଉଁଠି ଶୋଷଣ ନ ଥିବ, ଭେଦଭାବ ନଥିବ, ନ ଥିବ ଯନ୍ତ୍ରଣା ଓ ଯାତନା : ପରସ୍ପର ସ୍ନେହ ଓ ପ୍ରେମରେ ବାନ୍ଧିହୋଇଥିବେ ସମଗ୍ର ଜୀବଜଗତ । ମଣିଷ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ ସମ୍ପର୍କରେ ସେ ଏବେ ବି ଗବେଷଣା ଜାରୀ ରଖିଛନ୍ତି ଓ ଏସବୁ ବିଷୟରେ ତାଙ୍କ ବି•ରକୁ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରିକାରେ ପ୍ରକାଶ କରୁଛନ୍ତି ।

ଭଗବତ ପ୍ରସାଦଙ୍କ ରଚନାବଳୀ :-

୧. ମୋ ଦେଶ ନୁହେଁ ଭୁବନେଶ୍ୱର (କବିତା)

୨. ରଂଜିତ ଅସିଧାରେ (ଐତିହାସିକ ଉପନ୍ୟାସ)

୩. ହାତୀ ଗୁମ୍ପା କହେ କଥା (ଐତିହାସିକ ଉପନ୍ୟାସ)

୪. ରକ୍ତବେଳାର ନାୟକ (ଐତିହାସିକ ଉପନ୍ୟାସ)

୫. ଲୁହର ମସାଲ ଲିଭେନା (ରାଜନୈତିକ ଉପନ୍ୟାସ)

୬. ମଣିଷ ଟଳେ, କାନନ ଜଳେ (ରାଜନୈତିକ ଉପନ୍ୟାସ)

୭. ଝଡ଼ଠୁ ଦୁରନ୍ତ ସେ ମୃତ୍ୟୁଠୁ ବିରାଟ (ରାଜନୈତିକ ଉପନ୍ୟାସ)

ଭଗବତ ପ୍ରସାଦଙ୍କ ‘ଜୀବନ ଦର୍ଶନ’

ପୃଥିବୀର ସର୍ବଶ୍ରେଷ୍ଠ କମ୍ପ୍ୟୁଟର ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ବିବର୍ତ୍ତନର ଏକ ନିର୍ଦ୍ଦିଷ୍ଟ ଗତି ରହିଛି । ପ୍ରକୃତିର ଯୋଜନାରେ ନାରୀର ଯୌନ ସ୍ୱାଧୀନତା ଓ ସମାଜରେ ଭଲ ଲୋକଙ୍କ ସର୍ବଦା ସମ୍ମାନ ଏ ଦୁଇଟି ଉନ୍ନତ ସଭ୍ୟତାର ମୁଖ୍ୟ ଉପାଦନ । ପିତୃ (ଯୋଦ୍ଧା) ଆଧିପତ୍ୟ ସମାଜରେ ଅସହନୀୟ ସାମାଜିକ ଓ ଆର୍ଥନୀତିକ ବିଷମତା ଅତିରିକ୍ତ ଭୋଗଲିପ୍ସା ପୃଥିବୀରେ ପ୍ରଳୟ ଦିବସକୁ ଡାକିଆଣୁଛି । ମଣିଷ ବଞ୍ôଚରହିବାର ଗୋଟିଏ ରାସ୍ତା ହେଉଛି ସର୍ବଜୀବ ମୈତ୍ରୀ ଚେତନା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ । ପାଶ୍ଚାତ୍ୟ ଓ ପ୍ରାଚ୍ୟ ଉଭୟ ଗୋଷ୍ଠୀର ଚିନ୍ତନକୁ ନିର୍ମମ ସମାଲୋଚନାର ସମ୍ମୁଖୀନ କରାଇବାକୁ ପଡ଼ିବ । ଭାରତର ପୃଥିବୀକୁ ଶ୍ରେଷ୍ଠ ଅବଦାନ ହେଉଛି ଅନ୍ୱୀକ୍ଷିକ – ଯୋଗ ସାଂଖ୍ୟ ଓ ଲୋକାୟତ (ଅର୍ଥଶାସ୍ତ୍ର – କୌଟଲ୍ୟ) ଦର୍ଶନ । ପୃଥିବୀର ସବୁଠୁ ବଡ଼ ଅଭିଶାପ ପରିବାର, ବ୍ୟକ୍ତିଗତ ସମ୍ପତ୍ତି ଓ ରାଷ୍ଟ୍ରର ସୃଷ୍ଟି (ମାର୍କ୍ସ) ଏବଂ ପ୍ରତି ସମାଜର ପରଭକ୍ଷୀ ଗୋଷ୍ଠୀମାନେ । ମହାଭାରତର ସଭାପର୍ବରେ ବର୍ଣ୍ଣନାରେ ରହିଛି ଏକ ସୁଖୀ, ସୁସ୍ଥ ଓ ଉନ୍ନତ ସମାଜର । ସେଠାରେ ଏକମାତ୍ର ସଂସ୍କୃତି ହେଉଛି ଆନ୍ୱୀକ୍ଷିକୀ ସଂସ୍କୃତି ଏବଂ ସେ ସମାଜରେ କୌଣସି ରକମର ପରଭକ୍ଷୀ ସମାଜ (ଚକ୍ସରୟବଗ୍ଧକ୍ଟକ୍ସ ଏକ୍ସକ୍ଟଙ୍କକ୍ଟ୍ରଗ୍ଦ) ନାହିଁ । ଏହି ବିଷୟ ଉପରେ ସକ୍ରିୟ ଥିବା ଗବେଷକ ଓ ସାଧକମାନଙ୍କୁ ଏକାଠି କରାଯିବା ଦରକାର ।

ପ୍ରଫେସର ଭଗବତ ପ୍ରସାଦ ଏବଂ ସତ୍ୟଭାମା ଦେବୀଙ୍କର ଆଶା ଓ ଇଚ୍ଛା

ଭଗବତ ପ୍ରସାଦ ଏକ ଲୋକ ସେବାମୂଳକ ଅନୁଷ୍ଠାନ ଗଢ଼ିଛନ୍ତି । ତାର ନାମ ସତ୍ୟଭାମା ଜନ କଲ୍ୟାଣ ଟ୍ରଷ୍ଟ । ସେହି ଅନୁଷ୍ଠାନର ଲକ୍ଷ୍ୟ :

୧ – ଦେଶପାେଇଁ ଯିଏ ଚିନ୍ତନ ଓ ଆନ୍ଦୋଳନ କରି ଅସୁବିଧାରେ ପଡ଼ିଛନ୍ତି ତାଙ୍କୁ ସାହାଯ୍ୟ କରିବା ।

୨ – ଗରିବମାନଙ୍କ ପାଇଁ ଡ଼ାକ୍ତରୀ ସେବାରେ ସାହାଯ୍ୟ କରିବା ।

୩- ରହିବା ପାଇଁ ଘର କରାଯାଇଛି ସେହି ଘରର ନାମ ଆମ୍ବଗଛ ଘର । ରାୟଗଡ଼ାର ରୟତ କଲୋନି ୩ୟ ନମ୍ବର ସାହିରେ ଥିବା ଲାଇବ୍ରେରୀକୁ (ଛଅଟି ଭାଷାର ପୁସ୍ତକ ରହିଛି) ରାୟଗଡ଼ା ଜନସାଧାରଣଙ୍କୁ ଘର ସହିତ ଦିଆଯାଇଛି । ଏହା ଛଡ଼ା ସେ ସଙ୍ଗୀତର ସାଧନା ଓ ଅଭ୍ୟାସ ପାଇଁ ଘରଟିଏ ଯୋଗାଇ ଦେଇଛନ୍ତି । ମୁକ୍ତଭାବରେ ପାଠ ପଢ଼ିବାପାଇଁ କୋଠରୀଟିଏ ମଧ୍ୟ ଯୋଗାଇ ଦିଆଯାଇଛି । ପାଠାଗାରକୁ ତିନୋଟି ଭାଷାର (ଓଡ଼ିଆ, ତେଲୁଗୁ ଓ ଇଂରାଜୀ) ଖବର କାଗଜ ଓ ପତ୍ରପତ୍ରିକା ଆସେ । ସେଥିପାଇଁ ପ୍ରତି ମାସରେ ହେଉଥିବା ସବୁ ଖର୍ଚ୍ଚ ସେ ନିଜେ ଦିଅନ୍ତି । ସତ୍ୟଭାମାଙ୍କ ସହଯୋଗ ଯୋଗୁଁ ଏ ସବୁ  କାମ ସମ୍ଭବ ହୋଇପାରିଛି ।

୪- ଭଗବତ ବାବୁଙ୍କର ଇଚ୍ଛା ତାଙ୍କ ଜାଗାରେ ଏକ ଲୋକ କଲ୍ୟାଣମୂଳକ ଅନୁଷ୍ଠାନ ତିଆରି ହେଉ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅବହେଳିତ ଲୋକେ ତାର ସେବା ପାଆନ୍ତୁ ।

୫- ଭଗବତ୍ ପ୍ରସାଦ ଓ ସତ୍ୟଭାମା ଦେବୀ ଦୁହେଁ ମୃତ୍ୟୁ ପରେ ଦୁହିଁଙ୍କ ମୃତ ଦେହକୁ ମେଡ଼ିକାଲ କଲେଜକୁ ଦାନ ଦେବା ପାଇଁ ଠିକ୍ କରିଛନ୍ତି ।

Future Work!

1)   Bhagabat Prasad believes that the world suffers because we have gone against nature. Research reveals that nature  wanted women  to  play  a  key  role  in  building  the  culture  of  human  societies. The leaders of such societies were of course men (Buddha, Gandhi, Tagore, Christ, Einstein, Russell, Chomsky and many others).  The best world society was built by sexually free women in India (Mohennjodaro- Harappa civilization). He refers to a list of books to substantiate his views including that of The Journey of Man and the Mahabharat. He wants to continue his focus on this much neglected aspect of research in humanities and social sciences and invites scholars to join him.

2). The  worst  thing  that  happened  in  India, according to Prof. Bhagabat Prasad ,  was  the existence  of  the  Dalit community for millenniums. Arthasastra contains information about the conspiracy against the elite of Mohenjodaro Harappa civilization as a consequence of which, who were turned Dalits. We need to carry on research on this neglected aspect as well.  Bhagwat Prashad is a rationalist. He has collected enough information in this matter. Rohit  Vamula’s  suicide and  the great injustice done to about fifteen crores of  Dalits in India has  profoundly  shaken  him.

            Bhagwat  Prashad  wants  to  spend  his  remaining  days to  carry  on  research  and  write articles on the above  two matters.

ରବି ପଟ୍ଟନାୟକ

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.