Home / ସାହିତ୍ୟ / କବିତା / ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି

ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି

ନିର୍ଜୀବ କରିଲା ସିନା

ନୀରବ ପାରି ନାହିଁ କରି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ;

ରାସ୍ତା ଘାଟ ପଡିଆ ଓ ଛକ,

ସବୁଠି ତୁମରି ଚିତ୍ର

ପ୍ରତିବାଦୀ ମଣିଷ ହାତରେ

ଜୀବନ୍ତ ଦିଶୁଛି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ।

ବେପରୁଆ ଯୁବକ ଯୁବତୀ,

ପ୍ରଶ୍ନ କରୁଥିବା ମଣିଷର ଭିଡ

ଭାଇରାଲ ହେଉଛି,

ତୁମ ବୁକୁ ଭେଦି ଥିବା ଗୁଳିକୁ

ଆଜି ଆହ୍ୱାନ କରୁଛି,

ତୁମ ସ୍ୱର ପ୍ରତିଧ୍ୱନି

ସବୁଠି ଶୁଭୁଛି ।

ସେ ପ୍ରତିଧ୍ୱନିରେ ଶୁଭେ,

ଶମ୍ଭୁକର ଶିରଚ୍ଛେଦ ବିରୋଧରେ ସ୍ୱର ।

ସେ ପ୍ରତିଧ୍ୱନିରେ ଶୁଭେ,

ଗାନ୍ଧୀ ହତ୍ୟାକାରୀଙ୍କୁ ଭର୍ତ୍ସନା ।

ସେ ପ୍ରତିଧ୍ୱନିରେ ଶୁଭେ,

ଦାଭୋଲକର, ପନ୍ସାରେ,

କଲବୁର୍ଗୀ ହତ୍ୟାର ବେଦନା ।

ସେ ପ୍ରତିଧ୍ୱନିରେ ଶୁଭେ,

ଅଖଲାକ ଓ ପେହଲୁ ଖାଁ ହତ୍ୟାର ବିରୋଧ ।

ତୁମ ଧର୍ମ ଶିଖାଇନି

କାପୁରୁଷ ହେବା,

ଅମା ଅନ୍ଧକାର ଅବା ନିର୍ଜନତାର ସୁଯୋଗ ଖୋଜିବା,

ସତ୍ୟାର୍ଥୀ ବୁକୁରେ ଗୁଳି ଭେଦି ଦେବା ।

ତୁମ ଧର୍ମ ଶିଖାଇଛି

ସ୍ପଷ୍ଟ ଦିବାଲୋକେ,

ଜନାକୀର୍ଣ୍ଣ ଅଂଚଳ ଭିତରେ,

ଶୋଷିତ ମଣିଷର ସ୍ୱର

ସଂଗେ ସ୍ୱର ମିଳାଇବା ,

ମୁକ୍ତିକାମୀ ମଣିଷକୁ ହିମ୍ମତ ଦେବା,

କ୍ଷମତାକୁ ଆହ୍ୱାନ କରିବା.,

ଜୀବନକୁ ବାଜି ଲଗାଇବା ।

ସେ ବାଜିରେ ତୁମେ ହରାଇ ଜୀବନ

ଅଗଣିତ ଜନଗଣ ପାଇଁ କିନ୍ତୁ ହୋଇଛ ବିଜୟୀ ,

କରୁଛ ବିଦ୍ରୁପ ତାକୁ

ଯେ ନିର୍ଜୀବ କରିଲା ସିନା

ନୀରବ ପାରିଲା ନି କରି ।

(୧୫/୧୦/୨୦୧୭)

photo credit – https://www.google.com/search?q=gauri+lankesh&sxsrf=ACYBGNS8CGmSTK-WeLshE1jIQLL-gnoUfA:1567878371588&source=lnms&tbm=isch&sa=X&ved=0ahUKEwjz0I6Lor_kAhUQ148KHeyiCfIQ_AUIEigB&biw=1366&bih=576#imgrc=eGTHYQQSs1wJSM:

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ଭୋଟ୍ ବିଚାର୍ – ପରାଗ ସାହୁ

ବରଗଡ଼ ଜିଲ୍ଲା ସାମ୍ବାଦିକ ଫୋରମ୍, ଇମ୍ପିରିଅଲ୍ କଲେଜ୍ , କବିକୁଟୁମ୍ ଓ ସମ୍ପର୍କ ପକ୍ଷରୁ ଅତାବିରା ମନାପଡା ଗ୍ରାମରେ ଭୋଟର୍ …

Leave a Reply

Your email address will not be published. Required fields are marked *