ନୂଆବର୍ଷ, ୨୦୨୫

ଅଞ୍ଜଳୀ ଆଚାର୍ଯ୍ୟ
1 Min Read

କବିତାର ଶୀର୍ଷକ : ନୂଆବର୍ଷ,୨୦୨୫

Support Samadhwani

କବି ଅଞ୍ଜଳି ଆଚାର୍ଯ୍ୟଙ୍କ ନିଜସ୍ୱ ଉପସ୍ଥାପନା

ସିନ୍ଦୂରା ଫାଟି ଉଇଁ ଆସୁଥିବା ସୂର୍ଯ୍ୟ
ମୁଠାଏ ଅବିର ବିଛାଡି ଦେଇଥିଲେ
ଲାଲ ରଙ୍ଗର ।
ଗଛର ପତ୍ର ଭଳି ଝଡି ପଡୁଥିଲେ
କାହାଣୀ ଗୁଡ଼ିକ ।
ବର୍ଷ ତମାମ ର ବିଷୟ ବାସନା
ନେଇ ଗୋଟା ବର୍ଷର ଅବୟବ
କୋମଳାଙ୍ଗୀ ନୟନ , ଲହଡ଼ି ମାରୁଛି କେଶ ।
କେତେ ମନେ ପଡୁଥିଲେ
କେତେକୁ ଜାଗ୍ରତ କରିବା ନେଇ
ମନର ପ୍ରଯତ୍ନ।
ସମୟରବାହୁ ଫାସରୁ ମୁକୁଳି ସାରିଥିଲା ପୁରୁଣା ସ୍ମୁତି ର
ଝାପସା ପ୍ରତିବିମ୍ବ।
ଶୁଆଯୋଡି ଗଛର ଡାଳରେ
କେଡେ ଆଡ଼ମ୍ବରେ ସ୍ବାଗତ କରୁଥିଲେ ନୂତନ ବର୍ଷକୁ ।
ହାତ ଲମ୍ବେଇ ମା କୋଳେ
ଡେଇଁ ପଡୁଥିଲା ନବବର୍ଷ ।
କଅଁଳ ଶିଶୁ ପରି କୁଆଁ କୁଆଁ
ରାବ ତାର ।
ସ୍ବାଗତ ହେ ବ୍ରହ୍ମ ମୁହୂର୍ତ୍ତ
ଦିବ୍ୟ ଚେତନାର ଧାରା ।
କୋମଳ ପୁଣି ଗଭୀର
ବସୁଧା ମା’ଙ୍କ ପାରିପାର୍ଶ୍ବିକ ଦୃଶ୍ୟ ।
ନୂତନ ବର୍ଷ ଆସି ସାରିଥିଲା
ଦୃଢ଼ତା ସହିତ ପାଦ ଜମେଇ
ଜାହିର କରୁଥିଲା ତାର ଅସ୍ତିତ୍ବ।

Share This Episode