ଉକ୍ରଳ ସମ୍ମିଳନୀ ୧୯୦୩ମସିହାରେ ଗଠନ ହୋଇଥିଲା । ଏହା ପୂର୍ବରୁ ଓଡ଼ିଆ ଜାତିର ଏକତ୍ରୀକରଣ ସମ୍ପର୍କରେ ୧୯୦୨ମସିହାରେ ରମ୍ଭା ରାଜବାଟୀଠାରେ ଓ ବ୍ରହ୍ମପୁର ପଞ୍ଚୁଦେଉଳ ମନ୍ଦିର ପ୍ରାଙ୍ଗଣରେ ଦୁଇଟି ସଭା ଆୟୋଜିତ ହୋଇ ଆଲୋଚନା କରାଯାଇଥିଲା । ୧୯୦୩ରେ କଟକ ଇଦ୍ଗାହ ପଡ଼ିଆରେ ଯେଉଁ ସମ୍ମିଳନୀ କରାଯାଇଥିଲା, ସେଠାରେ ‘ଉକ୍ରଳ ସମ୍ମିଳନୀ’ର କେବଳ ନାମକରଣ କରାଯାଇଥିଲା । କହିବା ବାହୁଲ୍ୟ ଉକ୍ରଳ ସମ୍ମିଳନୀ ପ୍ରଥମେ ଜନ୍ମ ନେଇଥିଲା ଗଞ୍ଜାମ ଜିଲ୍ଲାରେ ।
ଉତ୍କଳ ସମ୍ମିଳନୀ ଗଠନ ହେଲା ୧୯୦୩ରେ । ସମସ୍ତ ଓଡ଼ିଆ ଭାଷାଭାଷୀଙ୍କର ଏକତ୍ରୀକରଣ ଓ ଓଡ଼ିଆ ଭାଷାର ଉନ୍ନତିଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ୧୯୧୪ପାରଳା ଅଧିବେଶନରେ ପାରଳା ମହାରାଜାଙ୍କ ପ୍ରସ୍ତାବ କ୍ରମେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁନେଇ ସ୍ୱତନ୍ତ୍ରପ୍ରଦେଶ ଗଠନ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସମସ୍ତ ନେତୃବୃନ୍ଦ ଉପରୋକ୍ତ ପ୍ରସ୍ତାବକୁ ସଫଳ ରୂପାୟନ କରିବାରେ ଲାଗିପଡ଼ିଥିଲେ । ସ୍ୱତନ୍ତ୍ର ପ୍ରଦେଶ ଗଠନର ମହାନ ଯଜ୍ଞରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଉକ୍ରଳଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାଶ ।
ଏଇ ମହାନ୍ ଭୂମିପୁତ୍ରମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ ପହିଲାର ପବିତ୍ର ଲଗ୍ନରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ । ଜାତିପ୍ରେମରେ ଉଦ୍ବୁଦ୍ଧ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନିଜସ୍ୱ ସମ୍ପତ୍ତିକୁ ମଧ୍ୟ ଉତ୍ସର୍ଗ କରିଦେଇଥିଲେ । ଏଥିସତ୍ତେ୍ୱ, ଭାଷାଭିତ୍ତିକ ଓଡ଼ିଶାପ୍ରଦେଶରୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଚ୍ଛିନ୍ନହୋଇ ରହିଯାଇଥିଲା । ଉତ୍କଳ ପ୍ରଦେଶର ହିତସାଧନ ପାଇଁ ଗଠନ ହୋଇଥିବା ମହାନ୍ ଅନୁଷ୍ଠାନ ‘ଉକ୍ରଳ ସମ୍ମିଳନୀ’କର୍ମକର୍ତ୍ତାମାନଙ୍କର ଅକ୍ଳାନ୍ତ ପରିଶ୍ରମସତ୍ତେ୍ୱ ଆଜିସୁଦ୍ଧା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିଯାଇଛି । ‘ଉକ୍ରଳ ସମ୍ମିଳନୀ’ର ସେହି ବୀରଯୋଦ୍ଧାମାନେ ସମୟ ସ୍ରୋତରେ ଲୀନ ହୋଇଯାଇଥିଲେ ମଧ୍ୟ ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ଏହି ମହାନ୍ ଅନୁଷ୍ଠାନର ପବିତ୍ରତା ରକ୍ଷା କରିବା ପାଇଁ ପରବର୍ତ୍ତୀ ସମୟରେ ଉକ୍ରଳ ଆକାଶରେ ଅନେକ ବରପୁତ୍ର ଆଗେଇ ଆସିଥିଲେ ।
ସେମାନଙ୍କ ଭିତରୁ ଶ୍ରୀଯୁକ୍ତ ରାଧାନାଥ ରଥ ସଭାପତି, ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ ସମ୍ପାଦକ ଭାବରେ ଅନୁଷ୍ଠାନକୁ ପରିଚାଳିତ କରିଥିଲେ ଓ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ପାଣିଗ୍ରାହୀ ପୂର୍ବସୂରୀମାନଙ୍କର ଅଭିଳାଷିତ ଭାଷାଭିତ୍ତିକ ଉକ୍ରଳପ୍ରଦେଶ ଗଠନର ଆଶା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆଜିସୁଦ୍ଧା ଚେଷ୍ଟିତ ଅଛନ୍ତି । ‘ଉକ୍ରଳ ସମ୍ମିଳନୀ’ର ତକ୍ରାଳୀନ ସଭାପତି ରାଧାନାଥ ରଥଙ୍କ ଦେହାନ୍ତ ପରେ ୨୦୦୨ରେ ଜୟପୁରଠାରେ ଉକ୍ରଳ ସମ୍ମିଳନୀର ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେଠାରେ ବସନ୍ତ ପାଣିଗ୍ରାହୀ ସଭାପତି ଓ ଅମରେନ୍ଦ୍ର କୁମାର ଦାସ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ପରଠାରୁ ସମ୍ମିଳନୀ ନିଜ ଉଦ୍ଦେଶ୍ୟ ସାଧନରେ ନିରବଚ୍ଛିନ୍ନ ଭାବେ ଉଦ୍ୟମ କରିଆସୁଅଛି ।
ସରକାରୀସ୍ତରରୁ ଏଥିସକାଶେ ଅର୍ଥ ସଂଗ୍ରହ କରି ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ଭାଷାର ସୁରକ୍ଷା ପାଇଁ ବିନିଯୋଗ କରାଯାଇଥିଲା । ଉକ୍ତ ଅଞ୍ଚଳମାନଙ୍କର ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ଓଡ଼ିଆ ଶିକ୍ଷକ (ଶିକ୍ଷା ସହାୟକ)ନିଯୁକ୍ତି, ଓଡ଼ିଆଭାଷାଭାଷୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଗୃହ ନିର୍ମାଣ, ପାଠାଗାର ସ୍ଥାପନ, ପୁରାତନ ପାଠାଗାରର ମରାମତି, ପାଠାଗାରମାନଙ୍କୁ ଓଡ଼ିଆ ପୁସ୍ତକ ଯୋଗାଣ, ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ବଣ୍ଟନ ଭଳି ମହତ୍ ପଦକ୍ଷେପ ମାନ ନିଆଯାଇଥିଲା ।
ବିଡ଼ମ୍ବନାର ବିଷୟ ଏହିକି ଆମ ରାଜ୍ୟର କେତେକ ସ୍ୱାର୍ଥପର ବ୍ୟକ୍ତି ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଆଜି ସମ୍ମିଳନୀର ଆଭ୍ୟନ୍ତର ପ୍ରଦେଶରେ ଫାଟ ସୃଷ୍ଟି କରାଇଛନ୍ତି, କେବଳ ପଦବୀ ଲାଳସାରେ । ଏହାକୁ ନେଇ କୋର୍ଟ କଚେରିରେ ମାମଲା ରୁଜୁ ହୋଇ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ କନ୍ଦଳ ଲାଗିରହିଛି ଏବଂ ଉକ୍ରଳସମ୍ମିଳନୀ ଅନୁଷ୍ଠାନ ଚାରିଗୋଟି ଗୋଷ୍ଠୀରେ ପରିଣତ ହେବା ଫଳରେ ସମ୍ମିଳନୀ ପ୍ରତି ଲୋକଙ୍କର ମନରେ ବିଦ୍ୱେଷ ଭାବ ଦେଖାଦେଇଛି । ଏପରିକି ସମ୍ମିଳନୀର ଭାଗ ଭାଗ ହୋଇଥିବା କେଉଁ ଗୋଷ୍ଠୀକୁ ଗ୍ରହଣ କରାଯିବ, ସରକାରୀ ସ୍ତରରେ ସନ୍ଦେହ ସୃଷ୍ଟିହୋଇଛି ।
ଏହି ସବୁ ବିପର୍ଯ୍ୟୟ କାରଣରୁ ନିଜର ମୂଳଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇ ଉକ୍ରଳ ସମ୍ମିଳନୀ ବର୍ତ୍ତମାନ ସୁପ୍ତ ଅବସ୍ଥାକୁ ଆସିଗଲାଣି । ଏଭଳି ଅମାନବୀୟ ପରିସ୍ଥିତି ଯୋଗୁଁ ପୂର୍ବରୁ ସମ୍ମିଳନୀ ଦ୍ୱାରା ମାସିକ ୧୫୦୦ଟଙ୍କା ପାରିଶ୍ରମିକରେ ବିଚ୍ଛିନ୍ନାଞ୍ଚଳରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କର ପ୍ରାପ୍ୟ ଆଜିଯାଏଁ ମିଳିପାରି ନାହିଁ । ଯଦ୍ଦ୍ୱାରା ଶିକ୍ଷା କାର୍ଯ୍ୟକ୍ରମଟି ଅଧପନ୍ତରିଆ ହୋଇ ରହିଯିବା ସଙ୍ଗେ ସଙ୍ଗେ ନିଯୁକ୍ତି ପାଇଥିବା ଓଡ଼ିଆ ଶିକ୍ଷା ସହାୟକମାନେ ଘୋର ଆର୍ଥିକ ଅନଟନ ଦେଇ କାଳ କାଟୁଛନ୍ତି । ଏହିଭଳି ପରିସ୍ଥିତିରେ କେତେକ କର୍ମକର୍ତ୍ତା ଅହଂକାରରେ ବୁଡ଼ିରହି ଅନୁଷ୍ଠାନଟିକୁ ଛାରଖାର କରିବାରେ ଲାଗିଛନ୍ତି । ଏହା ଆମ ପ୍ରଦେଶ ତଥା ଭାଷା ଓ ଜାତି ପ୍ରତି ଗଭୀର କ୍ଷୋଭର ବିଷୟ ।
ଆନ୍ଧ୍ରସରକାର ଜଳ, ଜମି, ପାହାଡ଼ ଇତ୍ୟାଦି ଉପରେ ରିତିମତ ଆକ୍ରମଣ କରିଆସୁଛି । ଅଥଚ ‘ଉକ୍ରଳ ସମ୍ମିଳନୀ’ ଭଳି ଅନୁଷ୍ଠାନ ଏହି କ୍ଷେତ୍ରରେ ନୀରବ ଦର୍ଶକ ସାଜିଛି । ଓଡ଼ିଶା ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ନଦେଲା ଭଳି ମନେହେଉଛି । ଓଡ଼ିଶାର ହିମାଳୟ ସଦୃଶ ମହେନ୍ଦ୍ର ପର୍ବତ ବର୍ତ୍ତମାନ ନିଜସ୍ୱ ଅଞ୍ଚଳରୂପେ ଆନ୍ଧ୍ରର ମାନଚିତ୍ରରେ ସ୍ଥାନ ପାଇଲାଣି । ଓଡ଼ିଶାର ସୀମାନ୍ତବର୍ତ୍ତୀ ଅନେକ ଗ୍ରାମରୁ ଆନ୍ଧ୍ର ଅକ୍ତିଆର କରିନେଲାଣି ବୋଲି ଗଣାମଧ୍ୟମରେ ପ୍ରକାଶ ପାଉଛି । ଏହି ଗ୍ରାମଗୁଡ଼ିକରେ ଆନ୍ଧ୍ର ସରକାର ବିଭିନ୍ନ ସ୍ତରରେ ରାଜସ୍ୱ ଆଦାୟ କରୁଛି । ଏମିତି କିଛି ଗ୍ରାମ ସୀମାନ୍ତ ଅଞ୍ଚଳରେ ଅଛି ଯାହାର ଘରର ଦାଣ୍ଡପଟ ଓଡ଼ିଶାରେ ଥିବାବେଳେ, ବାଡ଼ିପଟ ଆନ୍ଧ୍ରର ସୀମାଭିତରେ ଅଛି । ଏହିଭଳି ପରିସ୍ଥିତିରେ ଉକ୍ତ ଅଞ୍ଚଳର ବାସିନ୍ଦାମାନେ ଦ୍ୱୈତ ଶାସନ ମଧ୍ୟରେ ରହି ଉଭୟ ସରକାରଙ୍କୁ ରାଜସ୍ୱ ଦେବାକୁ ବାଧ୍ୟ ହେଉଛନ୍ତି । ଜାତିର ଏହିଭଳି ଅତ୍ୟନ୍ତ ଦୁର୍ଦ୍ଦିନରେ ମଧୁବାବୁଙ୍କ ସେହି ଅମରବାଣୀ ମନେପଡ଼ୁଛି ।
‘ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି ଏ
ଗୋଦର ଗୋଡ଼ରେ ମାଉଁଷ ଲାଗିଲେ ଦେହର କି ଶୁଭ ଗଣି ।’
ବିଚ୍ଛିନ୍ନାଞ୍ଚଳର ସେହି ବାସିନ୍ଦାମାନେ ଆଜି ଚିତ୍କାର କରୁଛନ୍ତି ଆମର ସହାୟତା ପାଇଁ । କିନ୍ତୁ କିଏ ଶୁଣିବ ତାଙ୍କର ଡାକ? ଏପରି ଲାଗୁଛି ଯେପରିକି ଉତ୍କଳ ଜନନୀର ଦୁଇ ହାତ, ମୁଣ୍ଡ ଓ ଦୁଇ ପାଦ ତା’ ଦେହରୁ ବିଚ୍ଛିନ୍ନ ହୋଇଯାଇଛି । ମୁଣ୍ଡଟି ରହିଛି ସିଂହଭୂମିରେ, ହାତ ରହିଯାଇଛି ମେଦିନିପୁର ଫୁଲଝରରେ ଏବଂ ଦୁଇପାଦ ରହିଯାଇଛି ଆନ୍ଧ୍ରରେ । ଆଶ୍ଚର୍ଯ୍ୟ ଲାଗେ- ମା’… ଉତ୍କଳ ଜନନୀ ଛିନ୍ନମସ୍ତା, ଛିନ୍ନ ହସ୍ତା, ଛିନ୍ନ ପାଦ, ହୋଇ ବିକଳାଙ୍ଗ ଥିଲାବେଳେ ଆମେ ଆମ ରାଜ୍ୟକୁ ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ବୋଲି କିପରି କହିପାରୁଛୁ? ଆଜି ‘ଓଡ଼ିଶା’ ମାନେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ହିଁ ବୁଝିଲାପରି ମନେହେଉଛି ।
ଆଞ୍ଚଳିକ ମନୋଭାବ ମଧ୍ୟରେ ଓଡ଼ିଶାର ଉନ୍ନତି ହେବ କିପରି? ଜାତିର ଏପରି ଦୁର୍ଗତିକୁ ଜଣେ ଜାତିପ୍ରେମୀ, ଭାଷାପ୍ରେମୀ ମଣିଷ ପକ୍ଷରେ ସହ୍ୟ କରିବା ଅତ୍ୟନ୍ତ କଷ୍ଟକର । ରାଜ୍ୟର ଏହି ଦୁର୍ଗତିକୁ ସୁଧାରିବା ପାଇଁ ସମଗ୍ର ରାଜ୍ୟବାସୀଙ୍କ ପ୍ରଚେଷ୍ଟା ବିଶେଷ ଭାବେ ଆବଶ୍ୟକ । ରାଜ୍ୟ ସରକାରଙ୍କର ମଧ୍ୟ ଏଥିପ୍ରତି ଉଚିତ ପଦକ୍ଷେପ ନେବା ନିହାତି ଜରୁରୀ । ବିଚ୍ଛିନ୍ନାଞ୍ଚଳ ସହ ଓଡ଼ିଶାକୁ ଗମନାଗମନ ସହିତ ସାମାଜିକ ଓ ସାଂସ୍କୃତିକ ବିନିମୟର ସମସ୍ତ ସୁଯୋଗ ତଥା ଦୈନିକ ଓଡ଼ିଆ ଖବରକାଗଜମାନ ଯୋଗାଇଦେବା ଆବଶ୍ୟକ ।
ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଗୁହାରି ଶୁଣିବ କିଏ? ସମୟ ଥିଲା ଷଷ୍ଠ, ସପ୍ତମ, ଅଷ୍ଟମଶ୍ରେଣୀ ଯାଏଁ ପିଲାମାନେ ଓଡ଼ିଆଭାଷାରେ ସମସ୍ତ ବିଷୟ ନେଇ ପଢ଼ୁଥିଲେ, ପରୀକ୍ଷା ଓଡ଼ିଆରେ ଦେଉଥିଲେ । କିନ୍ତୁ ନବମ, ଦଶମ, ଏକାଦଶ ଶ୍ରେଣୀରେ ଶିକ୍ଷକ ତେଲୁଗୁରେ ପଢ଼ାଉଥିଲାବେଳେ ଓଡ଼ିଆ ପିଲାମାନେ ଓଡ଼ିଆରେ ଲେଖୁଥିଲେ, କ୍ଷୀପ୍ର ଲେଖକ ପରି । ଭାରି କଷ୍ଟସାଧ୍ୟ ହେଉଥିଲା ଏହି ପଠନ ପଦ୍ଧତି । କିନ୍ତୁ ଆନ୍ଦୋଳନାତ୍ମକ ପନ୍ଥା ଲାଗି ରହିଥିବାରୁ ଓଡ଼ିଆ ପିଲାମାନେ କେତେକାଂଶରେ ଲାଭ ପାଇଛନ୍ତି । ଆନ୍ଧ୍ରପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ ମଞ୍ଜୁଷାଠାରେ ଗଠନ କରାଗଲା ଏବଂ ସେହି ଓଡ଼ିଆ ସଂଘର ଦାବୀ ସହିତ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ କେତେକ ଓଡ଼ିଆ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠିତ ହୋଇପାରିଛି, ଯଥା- କୃଷ୍ଣପୁର, ଜଳନ୍ତ୍ରଗଡ଼, ମୁଣ୍ଡୁଳା, କାବିଟି, ସାହାଲାଲାପୁଟୁଗା, ପେଦାମେଳିଆପୁଟୁଗା । ମଞ୍ଜୁଷା ହାଇସ୍କୁଲରେ ଅର୍ଦ୍ଧାଧିକ ଓଡ଼ିଆ ଛାତ୍ର ଓ ସେଥିମଧ୍ୟରୁ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତିର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେଠାରେ ସ୍ୱତନ୍ତ୍ରଭାବେ ଓଡ଼ିଆ ହାଇସ୍କୁଲଟିଏ ଆଜିଯାଏଁ ପ୍ରତିଷ୍ଠିତ ହୋଇପାରି ନାହିଁ । ଏଥିପ୍ରତି ବାରମ୍ବାର ସରକାରଙ୍କ ଠାରେ ଦାବୀ ହୋଇଆସୁଛି, କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ଆନ୍ଧ୍ର ସରକାରଙ୍କ ଓଡ଼ିଆ ମାରଣ ନୀତିର ଶିକାର ହେବାକୁ ବସିଲାଣି କେତେକ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ । ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ପଢ଼ିବାପାଇଁ ପ୍ରଲୋଭିତ କରି ବାଧ୍ୟ କରାଯାଉଛି । ଫଳରେ ଛାତ୍ରଛାତ୍ରୀମାନେ କ୍ରମଶଃ ତେଲୁଗୁ ପଢ଼ିବା ପ୍ରତି ଆକୃଷ୍ଟ ହେବାକୁ ଲାଗିଲେଣି । ଆନ୍ଧ୍ରପ୍ରଦେଶରେ ସରକାରୀ ସ୍ତରରେ ଓଡ଼ିଆ ଶିକ୍ଷକ ପଦବୀ ଛଡ଼ା, ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ କୌଣସି ନିଯୁକ୍ତି ମିଳୁନାହିଁ । ଯାହାଫଳରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଚାକିରୀ ଖଣ୍ଡେ ପାଇବାପାଇଁ ଓଡ଼ିଶା ଉପରେ ନିର୍ଭର କରୁଛନ୍ତି। ମେଧାବୀ ଓ ଯୋଗ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ନିଯୁକ୍ତି ଓ ଉଚ୍ଚତର ଶିକ୍ଷାରୁ ବଞ୍ôଚତ ହେଉଛନ୍ତି । ପରୀକ୍ଷା ଗୃହରେ ୨୦୦୭ମସିହାରେ ତେଲୁଗୁ ଭାଷା ପ୍ରଶ୍ନପତ୍ର ଦେଖି ଓଡ଼ିଆ ଛାତ୍ରଛାତ୍ରୀ କକ୍ଷତ୍ୟାଗ କରିଥିଲେ ।
ଯାହାଫଳରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ । ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ତରଫରୁ ଏଥିପ୍ରତି ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯାଇଥିଲା, ପରିଣାମରେ ସରକାର ସମସ୍ତ ଛାତ୍ରଙ୍କୁ ପାସ୍ ବୋଲି ପ୍ରକାଶ କଲେ । ତ୍ରିଭାଷା ସୂତ୍ର ଅନୁଯାଇ ଅନେକ ବର୍ଷ ତଳୁ ଓଡ଼ିଆ ଛାତ୍ରମାନେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଶ୍ରେଣୀରେ ପଢ଼ି ଆସୁଥିଲେ କିନ୍ତୁ ପରେ ରାଜଭାଷା ହିନ୍ଦୀଉଠାଇ ଓଡ଼ିଆ, ଇଂରାଜୀ, ତେଲୁଗୁ (୩୦୦ ମାର୍କ)ପଢ଼ିବାକୁ ବାଧ୍ୟ କରାଗଲା । ଓଡ଼ିଆ ଶିକ୍ଷକ ସଂଘ ଦାବୀକରିବା ପରେ ଓଡ଼ିଆ ପିଲାମାନେ ଓଡ଼ିଆ, ହିନ୍ଦୀ, ତେଲୁଗୁ ଏବଂ ଇଂରାଜୀ ମୋଟ (୩୦୦) ମାର୍କ ପରୀକ୍ଷା ଦେବାକୁ ରାଜି ହେଲେ ସୁଦ୍ଧା, ସରକାର ରାଜଭାଷା ବଦଳରେ ତେଲୁଗୁ ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ବିଚ୍ଛିନ୍ନାଞ୍ଚଳରେ ପ୍ରାୟ ପାଞ୍ଚଲକ୍ଷ ଓଡ଼ିଆ ଭାଷାଭାଷୀ ବାସିନ୍ଦାଙ୍କୁ ତାଙ୍କର ସଂଜ୍ଞା ବଦଳାଇବା (ଝଙ୍କକ୍ସଦ୍ଭବଜ୍ଞର) ଓ ଜାତିର ନାମକୁ ଅଗ୍ରଭାଗରେ ଲେଖିବାପାଇଁ ଆନ୍ଧ୍ର ସରକାର କଳେବଳେ କୌଶଳେ ବାଧ୍ୟ କରୁଛନ୍ତି ।
ଅଣଓଡ଼ିଆ ଛାତ୍ରଛାତ୍ରୀମାନେ ତେଲୁଗୁ ଭାଷାରେ ପ୍ରଥମଠାରୁ ଯୁକ୍ତ ଦୁଇ ଯାଏଁ ଶିକ୍ଷାଲାଭ କରି, ଓଡ଼ିଆ ଭାଷାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ସପ୍ତମ ଠାରୁ ଦଶମ ଶ୍ରେଣୀ ପାସ୍ କଲେ ତାଙ୍କୁ ଓଡ଼ିଆ ଶିକ୍ଷକ ରୂପେ ଆନ୍ଧ୍ରରେ ନିଯୁକ୍ତ ଦିଆଯାଉଛି । ଯାହାଫଳର ଆଗରୁ ନିଯୁକ୍ତି ପାଇଥିବା ଓଡ଼ିଆ ଶିକ୍ଷକମାନେ ତାଙ୍କ ଦ୍ୱାରା ଅତ୍ୟନ୍ତ କ୍ଷତିଗ୍ରସ୍ତହୋଇ ନିଜର ବରିଷ୍ଠତା ହରାଉଛନ୍ତି । ଏହି ପରିପ୍ରେକ୍ଷୀରେ କେବଳ ଓଡ଼ିଆରେ ସପ୍ତମ ଶ୍ରେଣୀ/ ଦଶମ ଶ୍ରେଣୀ ପାସ୍ କରିଥିବା ତେଲୁଗୁ ଶିକ୍ଷକ ଓଡ଼ିଆ ପିଲାମାନଙ୍କୁ କ’ଣ ଶିକ୍ଷା ଦେଇପାରିବେ ତାହା ଅନୁମାନ କରାଯାଇପାରେ?
ତେଣୁ ଓଡ଼ିଶା ରାଜ୍ୟ ସରକାର ଉପର ଲିଖିତ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରିବା ପାଇଁ ଆନ୍ଧ୍ର ସରକାରଙ୍କ ଉପରେ ଚାପ ପାଇ ଏଭଳି ପରିସ୍ଥିତିକୁ ସୁଧାରନ୍ତୁ ନଚେତ ଆନ୍ଧ୍ରରେ ରହିଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ଜାତି ସଂସ୍କୃତି ସବୁକିଛି ଲୋପ ପାଇଯିବ ।
ଅଶୋକକୁମାର ସାହୁ ୧-୧୫ ଏପ୍ରିଲ, ୨୦୧୩
Photo credit -https://www.google.co.in/search?biw=1366&bih=608&tbm=isch&sa=1&ei=py7HW_TvLrL5sAem2p2YAw&q=swatantra+odisha+and+different+separate+territories&oq=swatantra+odisha+and+different+separate+territories&gs_l=img.3…3804.8369.0.9055.11.10.1.0.0.0.515.1773.4-3j1.4.0….0…1c.1.64.img..6.0.0….0.vdeiFEOBGt4#imgdii=F3N8pWdRhM6JSM:&imgrc=u1GGngLZvvGA5M: