ଋକ୍ ବେଦର ସୂକ୍ତ ସଂଖ୍ୟା ୧୮୭ ର ଏଇଟି ଏକ ଅନୁସୃଜନ । ଏଥିରେ ଆମର ଖାଦ୍ୟଭାବନାର ଆଦ୍ୟରୂପ କୁ ବୁଝାଯାଇପାରିବ। ବିଶେଷରେ ଖାଦ୍ୟ କ’ଣ ,କେଉଁପରି ଆଉ କେବେ ତଥା ଖାଦ୍ୟଯେ ସର୍ବତ୍ର,ଏଇ କଥାର ଗୋଟିଏ ସୂଚନା ଏଥିରୁ ମିଳେ।
ହେ ମଧୁପର୍ବକ
ଏବେ ମୁଁ ପ୍ରଶଂସା କରୁଛି ଖାଦ୍ୟ,ଶ୍ରେଷ୍ଠତ୍ୱର ସଂଚାଳକ ଆଉ ଶକ୍ତିକାନ୍ତ..
ହେ ମୋର ସୁମିଷ୍ଟ ଖାଦ୍ୟ,ମଧୁଯୁକ୍ତ ଖାଦ୍ୟ,ଆମେ ଆପଣଙ୍କୁ ନିର୍ବାଚିତ କରୁଅଛୁ,ଆପଣ ଆମର ସହାୟ ହୁଅନ୍ତୁ।
ଖାଦ୍ୟ,ହେ ମହାଭାଗ ,ଆପଣ ଆମକୁ ନିଜ ନିକଟକୁ ଆକର୍ଷଣ କରି ନିଅନ୍ତୁ,
ଦୟାପରବଶ ହୁଅନ୍ତୁ
ଆପଣ ତ ଆନନ୍ଦର ଉତ୍ସ ,ଆପଣଙ୍କୁ କେହି କେବେ ଘୃଣା କରିପାରି ନାହିଁ,
ଆପଣ ଆମର ସନ୍ତୋଷର ସାଥି,ଦ୍ୱିତୀୟ ବୋଲି କେହି ଆପଣଙ୍କର ନାହିଁ ।
ଆପଣଙ୍କର ରସ,ହେ ମହାଭାଗ ଖାଦ୍ୟ,
ରାଜ୍ୟ ସାରା ପ୍ରସାରିତ ହୋଇଯାଏ ,ଠିକ୍ ଯେମିତି ଆକାଶ କୁ ଯୋଡୁଥାଏ ବତାସ ।
ଆପଣଙ୍କର ଅବସ୍ଥାନ ତ ଏମିତିକା ରସରେ ଚିରକାଳ,
ହେ ମହାମହିମ ଖାଦ୍ୟ ,ସେଇଥିପାଇଁ ତ ଆପଣ ସୁମିଷ୍ଟ ମଧୁପର୍ବକ।
ଯେଉଁମାନେ ଆପଣଙ୍କର ମଧୁରସର ଉଦାରତାରେ ଅଭିଷିକ୍ତ
ସେମାନେ ଏଇ ଧରାରେ ପରା ବୃଷଭ,ମହାଶକ୍ତିବାନ
ଗଳା ଟି ଶକ୍ତ ,ଦୃଢ ଆଉ ଉଚ୍ଚ ଥାଏ ସେମାନଙ୍କର।
ହେ ଖାଦ୍ୟ,ହେ ପରନ୍ତପ
ଦେବାଧିଦେବ ର ସମସ୍ତ ଦୃଷ୍ଟି
ମାନସରେ ଆପଣ ତ ସବୁବେଳ ।
ଆପଣ ସଙ୍କେତ ଦେବେ ଯେବେ
ସମାହିତ ହେବ ସମସ୍ତ କୃତ୍ୟ
ଆପଣଙ୍କ ସହଯୋଗ ପାଇ ସେ ନାଚିପାରେ
କାହାର ଉଦ୍ଧତ ଫଣାରେ
ଆଉ ଦମନ କରିପାରେ ଯେତେକ ବିଷଧର ସର୍ପ,
ପର୍ବତ ଶିଖରରୁ ଦୂରାଗତ ଭୋର୍ ର ଆଲୁଅ
ଯେତେବେଳେ ଆସି ପହଞ୍ଚିଯାଏ
ଦୁଆର ଆରପଟେ
ହେ ଖାଦ୍ୟ,ହେ ମହାଭାଗ
ସେତେବେଳେ ଦୁଆର ଖୋଲି ଦେଖୁ ଆପଣ
ଆପଣ ଉପସ୍ଥିତ,ହେ ମଧୁପର୍ବକ ଖାଦ୍ୟ,
ଯାହା ଆମର ଭାଗରେ ପଡିଛି
ସେତକ ବଢାଇଦେବାକୁ
ଉଦାର ହାତରେ ଆମକୁ।
ଆମେ ଢୋକେ ପାଣି ପିଉ
ଶାଗପତ୍ରକୁ କରଡି ସିଝାଇ ବସୁ
ଚୁଲ୍ଲିମୁଣ୍ତରେ
ଆପଣ ବପୁବନ୍ତ ହେଉଥାନ୍ତି
ସ୍ପଷ୍ଟ ଆଲୁଅରେ ଦିନଯାକ
ଯେତେବେଳେ ଆମେ ଆପଣଙ୍କ ଭିତରୁ
କିଛିଭାଗକୁ ନେଇ
ଦୁଗ୍ଧରେ ଅଥବା ଶସ୍ୟମାଳିକାରେ ମିଶାଇଦେଉ,
ହେ ସୋମ,ବତାସର ବନ୍ଧୁ
ଆପଣ ବପୁବନ୍ତ ହେଉଥାନ୍ତି।
ଝୋଳ ହୋଇ ,ହେ ଗୁଳ୍ମ,ବପୁଷ୍ମାନ,ଚୁଲ୍ଲି ଉପରେ ସିଝୁଥିବା କାଳ
ହେ ବତାସର ବନ୍ଧୁ ,ଶକ୍ତିକାନ୍ତ ରୂପ
ଆମ ପାଖରେ ଆଉ ତ କିଛି ନାହିଁ ତେଣୁ
ଶବ୍ଦରେ ଆପଣଙ୍କୁ ମଧୁଯୁକ୍ତ କରୁଥାଉ,
ହେ ଖାଦ୍ୟଦେବ,କାଳୀଗାଈ କ୍ଷୀର ପରି,
ଯଜ୍ଞ କରୁ
ଆପଣ ଯେମିତି ଦେବତାର ଉତ୍ସବର ଚିରନ୍ତନ ଦୈହିକ ଶକ୍ତି,
ଦୋସର ହୋଇ ଆମର ସେହି ଭଳି ରହିଥାନ୍ତୁ।