ସମ୍ପାଦକୀୟ ମତାମତ:
ସଞ୍ଜୁଲତା ଛତ୍ରିଆ ଝାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ୨୦୨୩ ମସିହାରେ ପାଇକମାଳରେ ସ୍କୁଲ ସିହାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଗାଁ’ର ଇତିହାସ ଲେଖିବା ପାଇଁ ଉତ୍ସାହିତ କରିବା ଓ ସହଯୋଗ କରିବା ସମୟରେ ଆମ ଭିଲେଜ ହିଷ୍ଟ୍ରି ଟିମ ଥରେ ଝାରବନ୍ଧ ପଞ୍ଚାୟତ ହାଇସ୍କୁଲ ଗସ୍ତ କରିଥିଲା । ସେତେବେଳେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଅନ୍ୟାନ୍ୟ ଷ୍ଟାଫ ଓ ବିଶେଷ କରି ପ୍ରଧାନ ଶିକ୍ଷକ ଏହି କାମରେ ବହୁତ ଆଗ୍ରହ ଦେଖାଇଥିଲେ । ସେମାନଙ୍କର ଅନୁରୋଧ ଥିଲା ଯେ, ଆପଣ ଝାରବନ୍ଧ ଗାଁ’ରେ ଗୋଟିଏ ଗାଁ ସ୍ତରର ମିଟିଂ କରନ୍ତୁ । ଏଠିକାର ଖାଦ୍ୟ ସଂସ୍କୃତି ଯାହା ପୂର୍ବରୁ ରହିଥିଲା ଏବେ ସଂପୂର୍ଣ୍ଣ ବଦଳି ଯାଇଛି । ଝାରବନ୍ଧ ଅଞ୍ଚଳର ଲୋକମାନେ ଏବେ ପୁରୁଣା ଖାଦ୍ୟ ସଂପୂର୍ଣ୍ଣ ଭୁଲି ଗଲେଣି । କୃଷି ସଂସ୍କୃତି ମଧ୍ୟ ବଦଳି ଯାଇଛି । ଏବେ ଏହି ଅଞ୍ଚଳରେ ପ୍ରାୟ ସମସ୍ତେ କପା ଚାଷ କରୁଛନ୍ତି । ଏଠିକାର ଅଧିକାଂଶ ଲୋକ ଆଦିବାସୀ ହୋଇଥିଲେ ବି ସେମାନଙ୍କ ଖାଇବା ପିଇବା ସଂସ୍କୃତି ଏତେ ବଦଳି ଯଆଇଛି ଯେ ଗାଁ ପିଲାମାନେ ମାଣ୍ଡିଆ, କୁଦୋ, ଗୁଞ୍ଜି ଖାଇଛ କି ପଚାରିଲେ ଚୁପ ରହୁଛନ୍ତି । ଏଭଳି ସମୟରେ ଏହି ଅଞ୍ଚଳର ଅତୀତ ଓ ଏହାର ଖାଦ୍ୟ ସଅଂସ୍କୃତିକୁ ଲିପିବଦ୍ଧ କରାଇବା ଅତି ଜରୁରୀ ବୋଲି ସ୍କୁଲରେ ଆଲୋଚନା ହୋଇଥିଲା । ପାଇକମାଳରେ ହୋଇଥିବା ଗାଁ ଇତିହାସ କର୍ମଶାଳାରେ ସେହି ସ୍କୁଲର ଜଣେ ଝିଅ ସଞ୍ଜୁଲତା ଛତ୍ରିଆ ନିଜ ଗାଁ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରି ଉପସ୍ଥାପନ କରିଥିଲେ । ତାଙ୍କର ଲେଖାର ଉଦ୍ଦେଶ୍ୟ ଥିଲା ଯେ, ଆମ ଗାଁ ପୂର୍ବପରି ସବୁଜିମାରେ ଭରିରହୁ ଓ ଗାଁ’ରେ ପୂର୍ବର ଖାଦ୍ୟପେୟ ଫେରିଆସୁ । ସଞ୍ଜୁଳତାଙ୍କର ଉଦ୍ୟମ ପାଇଁ ତାଙ୍କୁ ଅଶେଷ ଧନ୍ୟବାଦ । ତାଙ୍କ ଅଞ୍ଚଳକୁ ଗୋଟିଏ ଥର ଗସ୍ତ ଯୋଗୁଁ ଅଧିକ ଗବେଷଣାପାଇଁ ତାଙ୍କୁ ତାଲିମ ମିଳିପାରି ନଥିଲା । ତାଙ୍କ ସହିତ ଆଉ ଯୋଗାଯୋଗ ମଧ୍ୟ ହୋଇପାରି ନଥିଲା । ସେଥିପାଇଁ ସେ ଯେତିକି ନିଜର ବୁଝାମଣାରେ ନିଜ ଗାଁ ସମ୍ପର୍କରେ କାହାଣୀ ସଂଗ୍ରହ କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି । – ସ୍ଵୟଂପ୍ରଭା ପାଢୀ
ଝାରବନ୍ଧର ଅତୀତ :
ଆମ ଗାଁ’ର ନାଁ ଝାରବନ୍ଧ । ବରଗଢ଼ ଜିଲ୍ଲା ପାଇକମାଳ ବ୍ଲକ ସଦର ମହକୁମାଠାରୁ ପାଖାପାଖି ୪୫ କିମି ଦୂରରେ ଆମ ଗାଁ ଅବସ୍ଥିତ । ଜାମସେଠ ଛକରୁ ଝାରବନ୍ଧ ପଞ୍ଚୟତ ପାଖାପାଖି ୧୫- ୨୦ କିମି ଦୂର । ଆମ ଗାଁ ଝାରବନ୍ଦ ଠିକ ନିଜ ନାମ ପରି ଝାର ଜଙ୍ଗଲରେ ଭରି ରହିଛି ।
ଆମ ଗାଁ’ର ବଣତାଳିଆ ଘର ଓ କ୍ଷେତେ ଗୁଟେ ବଡ଼ ବନ୍ଧ ଅଛେ । ସେ ବନ୍ଧରେ ବେଶି ଲଟାବୁଟା ଅଛେ ସେଥିଲାଗି ଆମ ଗାଁ’ର ନାମ ଝାରବନ୍ଧ ହେଇଛେ । ପୂର୍ବେ ଆମର ଗାଁ ରାସ୍ତାରେ ଲଟାବୁଟା ଆଉ ବର୍ଷା ମାସରେ କାଦୁଅ ବେଶି ହେଉଥିଲା । ସେତେବେଳେ ସବୁ ମାଟି ଘର ଥିଲା । ମାଟି ଘରେ ଖପର ଥିଲା । ଅତୀତରେ ଛେଳି, ମେଣ୍ଢା, ଗାଈ, ବଳଦ, ମଇଁଷି ବେଶି ପାଳନ କରୁଥିଲେ । ନଳକୂପ ଏତେ ବଡ଼ ଗାଁ’ରେ ଗୋଟିଏ ଥିଲା । ସେଥିପାଇଁ ସମସ୍ତେ ନିଜ ନିଜ ଘର ପଛପଟେ କୂଅ ନିଜେ ଖୋଳିଥିଲେ । ଆଉ ସେ କୂଅର ପାଣିରେ କୋବି, ଭାଙ୍ଗ, ପତାଳି, ଆଳୁ, ଧନିଆ, ସୋରିଷ, ମରିଚା, ପିଆଜ, ବାଇଗଣ, ଝୁଲେର, ଭେଣ୍ଡି ଚାଷ କରୁଥିଲେ । ଆମ ଗାଁ’ରେ ଦୋକାନ ନଥିଲା, ସେଥିପାଇଁ ଲୋକମାନେ ପେଠିଆପାଲି ବଜାର ଯାଉଥିଲେ । ପିଲାମାନେ ଧୋତି ପିନ୍ଧୁ ଥିଲେ, ଆଉ ଟୁକେଳ ମାନେ କପଡା ପିନ୍ଧୁଥିଲେ । ସବୁ ଲୋକମାନେ ଲୁଗାପଟା ଚୁଇଲର ଛାରରେ କାଚୁଥିଲେ । ଆଉ ମେଟ କେ(ମାଟି କୁ) ମୁଣ୍ଡ ଓ ଦେହରେ ମାଖି ଗାଧୋଉଥିଲେ । ସେତେବେଳେ ଦିଆସିଲ ନଥିଲା, ଶୁଖା ବାଉଁଶରେ ନିଆଁ ବାହାର କରୁଥିଲେ । ଚପଲ ନି ପିନ୍ଧୁଥେଇ ବିଜୁଳି ନିଥେଇ ଜଙ୍ଗଲର ଶିଷ କାଠ କେ ଜଳଉଥିଲେ । ଗାଡିମଟର ନିଥେଇ ଚାଲି ଚାଲି ଅଲଗା ଗାଁ ଯାଉଥିଲେ । ଆଉ ହଳ ଗାଡ଼ିରେ ବି ଯାଉଥିଲେ ପାଣି ବର୍ଷା ଦିନ ଛତୁର ଉତୁଥିଲେ । ଛତୁର ବାଉଁଶରେ ବନେଇ କରି ସିଆଳି ପତ୍ର ଛୀଉଁ ଥିଲେ । ମାଟି ହାଣ୍ଡିରେ ରାନ୍ଧି ଖାଉଥିଲେ । ସ୍କୁଲ ନିଥେଇ । ଡେରା ଗୁଡ଼ିଠାରେ ପାଠ ପଢୁଥିଲେ । କୂଅର ପାଣି ପିଉଥିଲେ । ଟିଭି ନିଥେଇ(ନଥିଲା) । ରେଡ଼ିଓରେ ଗୀତ, ଖବର ଶୁଣୁଥିଲେ । ସେତେବେଳେ ଗଛ ଅଧିକ ଥିଲା । ଘର ଦ୍ୱାର ବାନେଇଲେ ଯେ ପ୍ରାୟ ଗଛ କାଟି ଦେଲେ । ଲୋକେ ମାଠିଆରେ ପାଣି ରଖୁଥିଲେ ।
ଆମ ଗାଁ’ର ଅତୀତର ଖାଦ୍ୟ ଭିତରେ ଥିଲା ଗୁଞ୍ଜି, କୋଦ, ମାଣ୍ଡିଆ, ଶରଗି, ମକା, ବାଜରା । ଲୋକେ ଦେଶୀ ଧାନ ଚାଷ କରୁଥିଲେ । ଗୁଞ୍ଜି, କୋଦ,ଶରଗି, ମକା, ବାଜରା, ଦେଶୀ ଧାନ କେ ଢେଙ୍କିରେ କୁଟି ପଖାଳ କରି ଖାଉଥିଲେ । ମାଣ୍ଡିଆ କେ ପତରରେ ପିଠା କରି ଖାଉଥିଲେ ଓ ମାଣ୍ଡିଆ କେ ଚକିରେ ପିଶି ପଖାଳ ରାନ୍ଧି ଖାଉଥିଲେ । ମକା କେ ହାଣ୍ଡିରେ ଭାଜି ମକାଲିଆ ଖାଉଥିଲେ । ଗୁଡ଼ ଚା’ ବନେଇ ପିଉଥିଲେ । ମହୁଲ ଶିଝେଇ ଖାଉଥିଲେ । ଟୋଲ ଛାଲି ଶିଝେଇ କରି ଖାଉଥିଲେ । ଶରଗି ମୁଡି, ଡ଼ୁମେର, ପିପଲ ଫଳ, କଇଁଫୁଲର କନ୍ଧା ଆଦି ଖାଉଥିଲେ । ଶିରେଲ ଡାଳ, ମୁଟି ଡାଳ, ଭାଦୁର ଡାଳ, ଫେଙ୍ଗଫୁଲ ଡାଳ, ଲିମି ଫୁଲ ଡାଳ, ସଜନା ଡାଳ, ମାଖନ ଡାଳ, କରଲା ଡାଳ, କୁକୋଡୋ ଡାଳ, ବହଳ ଡାଳ, ଭାଜି ଡାଳ, ମୂଳା ଡାଳ, କୋବି ଡାଳ ଆଦି ଖାଉଥିଲେ । ଜଙ୍ଗଲର ପିତା କନ୍ଧା, କୁଲିହା କନ୍ଧା, ଫଲସା କନ୍ଧା, ଖୁଡୁ ଫଳ ଖାଉଥିଲେ । ଆଉ ଢଇକନ୍ଧା, କନ୍ଦମୂଳ କନ୍ଧା ଆଦି ଖାଉଥିଲେ ।
ଆମ ଗାଁ’ର ଗୋଟେ କାହାଣୀ କହିବି:
ବହୁତ ଆଗରେ ଆମର ଗାଁ’ରେ ଡୁଣି ଆଉ କୁହୁଙ୍ଗି ବୋଲି ଦୁଇ ଭାଇ ରହୁଥିଲେ । ସେ ଦୁଇ ଭାଇ ବନ୍ଧ ପାଖେ ଥିରେ ବାହାଳ ଚନା ବୁଣୁଥିଲେ । ଚନା ବେଶୀ ହୁଏ । ସେ ଚନା କେ ପାଟଣାଗଡ଼ର ରାଜାର ହାତୀ ଖାଇଆସେ । ହାତୀର ଗୋଡ଼ ପାହା ଦେଖିକରି ଦୁଇ ଭାଇ ଭାବିଲେ ଯେ ଆମର ଗାଁ’ର ଲୋକମାନଙ୍କ ଘରର ଚକି (ଜୋତା)ଚନା ଖେଇଏସି । ଚୌକିଦାର କେ କହିକରି ଗାଁ’ରେ ଡକେଇ ବଲାଲେ ଯେ କାହାର କାହାର ଚକି(ଜୋତା)ରାତି ଆମର ଚନାଖେଇ ଜଉଛେ । ଘରେ ଚକି(ଜୋତା) କେ ଦଉଡି (ରଶି)ରେ ବାନ୍ଧି କରି ରଖ । ଆଉ ଦିନ ରାତି ବି ସେ ହାତୀ ଚନା ଖାଇ ଆସଲା । ଦୁଇ ଭାଇ ଗାଁ’ର ସବୁ ଘର ଚେକ(ତଦନ)କଲେ ଯେ ଚିକ(ଜୋତା) ବନ୍ଧା ହୋଇଛେ । ଭାବିଲେ ଯେ ଚକି(ଜୋତା) ତ ବନ୍ଧା ହେଇଛେ କାଣା ରାତି ଆମର ଚନା କେ ଖାଉଛେ । ଆର ଦିନ ଦୁଇ ଭାଇ ରାତି ଚନା ଜୁଗୁଲେ । ସେମାନେ ଦେଖିଲେ ଯେ ହାତୀ ଗୋଟେ ଚନା ଖେଇ ଆସୁଛେ । ଦୁଇ ଭାଇ ଧନୁ ଓ ଶର(ତୀର)ରେ ବିନ୍ଧିଲେ ଯେ ହାତୀର ମଝା ପେଟେ ଭୁଷିହେଲା । ହାତୀ ଗଲା ପାଟଣାଗଡ଼ ଦୁଇ ଭାଇ ଗଲେ । ରାଜାର ମହଲ ଦ୍ୱାର ନିକେ ଯେଇ କରି ହାତୀ ଘାୟହେଇକରି( ମରବାର ଉପରେ ହେଇକରି)ପଡିଗଲା । ରାଜା ଦେଖିକରି ଦୁଇ ଭାଇ କେ ଶର(ତୀର) ଘିଚ କହଲା । ଶର(ତୀର)କେ ଦୁଇ ଭାଇ ଘିଚିଲେ ଯେ ହାତୀ ମରିଗଲା । ରାଜା ଦେଖି କହଲା ତୁମେ ଦୁଇ ଭାଇ ମାରିଛ ଫିକ ଦୁଇ ଭାଇ ଟିକିଲେ । ରାଜା ଦେଖି ଭକୁଆ(ବିସ୍ମିତ)ହେଇଗଲା । ଆଉ ଦୁଇ ଭାଇ କେ ଧନ୍ୟ ବାଦ ଦେଲା । ଆଉ କହଲା ଯେ ତମେ ଦୁଇ ଭାଇ ମୋର ଏଡିକି ବଡ଼ ହାତୀ କେ ମାରଲ ଆଉ ଫିକଲ । ଆଉ ତମେ ଦୁଇ ଭାଇ ଏବେ ଠାରୁ କୁମଖେନ ରେ ରାଜା ହେବ । ସେବେଠାରୁ କୁମଖେନର ଜମି ରାଜା ଦେଲା ଦୁଇ ଭାଇ ଗଲେ ରହଲେ ।