କିଶୋରୀ ଅମୋନକର୍: ଉଦୟ, ଅସ୍ତ, ପୁନଃ ଆବିର୍ଭାବ (ସାରାଂଶ)

[box type=”info” align=”aligncenter” class=”” width=””]ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଏଥିରେ ସାଧନାରତ ବିଶିଷ୍ଟ ମଣିଷମାନଙ୍କ ସାମାଜିକ ପୃଷ୍ଠଭୂମି କେତେ ଭିନ୍ନ ତାହା କିଶୋରୀଜିଙ୍କ କାହାଣୀରୁ ସ୍ପଷ୍ଟ ଜାଣିହୁଏ । ଭାରତରେ ଘୃଣ୍ଣ୍ୟ ଜାତିବାଦର ଛାଇ ସଙ୍ଗୀତ ଓ ସଂସ୍କୃତିକୁ ବି ବାଦ୍ ଦେଇନାହିଁ । ସୃଜନଶୀଳତା ସବୁ ମଣିଷଙ୍କ ପାଖରେ ଜନ୍ମରୁ ହିଁ ରହିଆସିଛି । ତେବେ ସେହି ସୃଜନଶୀଳତାର ବିକାଶ ଭାରତୀୟ ସମାଜରେ ନିର୍ଭର କରୁଛି ସେ ମଣିଷଟି କେଉଁ ଜାତିରେ ଜନ୍ମ ନେଇଛି କଥାଟି ଉପରେ । ଜାତିର ତାଡ଼ନାକୁ ଭୃକ୍ଷେପ ନକରି ନିଜକୁ ଯେଉଁ ମହିୟସୀ ମହିଳାମାନେ ସଫଳତାର ସହ ପ୍ରତିଷ୍ଠିତ କରିପାରିଛନ୍ତି ସେହିମାନଙ୍କ ଭିତରୁ ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି କିଶୋରୀ ଅମୋନକର୍। ଗତବର୍ଷ ଏହି ଏପ୍ରିଲ୍ ୩ ତାରିଖରେ ସେ ଆମ ଗହଣରୁ ଚାଲିଗଲେ… ଉକ୍ତ ଲେଖାରେ କିଶୋରୀ ଅମୋନକରଙ୍କ ସ୍ମୃତିଚାରଣ କରିଛନ୍ତି ରୋହନ ଆର୍ଥର ଯାହା ଆମ ଓଡ଼ିଶାର କଳାଜଗତର ସମୀକ୍ଷା ପାଇଁ ଉପଯୋଗୀ ସାବ୍ୟସ୍ଥ ହେବ ବୋଲି ଅନୁଭବ କରି ଏଠାରେ ତାର ସାରାଂଶ ପ୍ରକାଶ କରାଯାଇଛି । ଓଡ଼ିଶାର କଳାକାର ବିଶେଷକରି ଲୋକକଳାରେ ନିପୁଣ କଳାକାରମାନଙ୍କ କ୍ଷେତ୍ରରେ ଅବହେଳିତ ଜାତିର ଭୂମିକା ଏଯାଏ ପ୍ରଶ୍ନ ବା ପ୍ରସଙ୍ଗ ହୋଇପାରି ନାହିଁ । ସେହିସବୁ କଳାକାରମାନଙ୍କର ଜୀବନ ଓ ଜୀବୀକାର ସଂହର୍ଷର କାହାଣୀକୁ ସମଧ୍ୱନି ଆଜିର ସମୟର ମୁଖ୍ୟ ପ୍ରସଙ୍ଗ ଭାବରେ ଗ୍ରହଣ କରିଛି।         – ସମ୍ପାଦକ[/box]

ଏପ୍ରିଲ ୩, ୨୦୧୭ । ଆମ ଗହଣରୁ ଚାଲିଗଲେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟୀକା କିଶୋରୀ ଅମୋନକର୍ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନପାଇଁ ସେ ଅବିସ୍ମରଣୀୟ ହୋଇ ରହିବେ । ସେଥିପାଇଁ ଲୋକପ୍ରିୟ ସମ୍ବାଦ ମାଧ୍ୟମ ଗୁଡ଼ିକରେ ତାଙ୍କର ଦେହାବସାନକୁ ସଙ୍ଗୀତ ସମୁଦାୟର ଏକ ବିରାଟ କ୍ଷତି ଘଟିଲା ବୋଲି କୁହାଗଲା ।

ଏହି ଲେଖାଟିରେ କିଶୋରୀଙ୍କ ସଙ୍ଗୀତ ଶୈଳୀ ବା ଗାୟକିର ଦକ୍ଷତାକୁ ନେଇ କୁହାଯାଇନାହିଁ; ଏସବୁ ବିଷୟରେ ଯଥେଷ୍ଟ କିଛି ଲେଖା ଅଛି । ଏମିତିବି କିଛି ଲେଖା ଓ ବହି ଅଛି ଯେଉଁଥିରେ ‘ନାରୀ’, ‘ଦାଦନ’, ‘ହିନ୍ଦୁସ୍ଥାନୀ ସଙ୍ଗୀତର ଗାରିମାମୟ ଦିନ’ ଇତ୍ୟାଦି ସମ୍ପର୍କରେ କୁହାଯାଇଛି । ଯାହା ସେମାନେ ସମସ୍ତେ ଉଲ୍ଲେଖ କରିଥାନ୍ତି, କିଛି ପରୀକ୍ଷା କରିବାପାଇଁ ଅକଥନୀୟଭାବେ ଭୂଲିଯାଇଛନ୍ତି ତାହା ହେଲା ତାଙ୍କ ସଙ୍ଗୀତ ଯାତ୍ରାର ପୃଷ୍ଠଭୂମି ଓ ସେଥିରେ ବିରାଜମାନ ଥିବା ପରିସ୍ଥିତି ଗୁଡ଼ିକ ଏବଂ ଜାତିକୁ ନେଇ ଥିବା ଢ଼ାଞ୍ଚା ଓ ସାମାଜିକ ବ୍ୟବସ୍ଥା ବରୁଦ୍ଧରେ ତାଙ୍କର ବିରତ୍ତ୍ୱପୂର୍ଣ୍ଣ ସଙ୍ଘର୍ଷର କାହାଣୀ ।

ପୂର୍ବରୁ ନ କହିଥିଲେ ବି, ଏଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ ଆମେ ଟିକିଏ ଅଟକି ଯିବା ଏବଂ ନିଜକୁ ନିଜେ କେତୋଟି ପ୍ରଶ୍ନ ପଚାରିବା

୧- କିଶୋରୀ ଅମୋନକର୍ କିଏ ଥିଲେ?

୨- ତାଙ୍କର ଜୀବନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଭୂମିକା କ’ଣ ଥିଲା? ଅଥବା ହିନ୍ଦୁସ୍ଥାନୀ ସଙ୍ଗୀତରେ ତାଙ୍କର ପ୍ରଭାବ କ’ଣ ଥିଲା (ସଙ୍ଗୀତର ବୈଷୟିକ ଦିଗ ଗୁଡ଼ିକୁ ଅଲଗା ରଖି, ଯେହେତୁ ସେସବୁ ବିଷୟ ଅନ୍ୟମାନଙ୍କ ଲେଖାରେ ଆଲୋଚିତ ହୋଇସାରିଛି ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି)?

କିଶୋରୀ ଅମୋନକର୍ ଖ୍ୟାତନାମା ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ମୋଗୁବାଈ କୁର୍ଦ୍ଦିକରଙ୍କର କନ୍ୟାଥିଲେ । ହିନ୍ଦୁସ୍ଥାନୀ ସଙ୍ଗୀତ ପରମ୍ପରାରେ ମୋଗୁବାଈ ଜଣେ ମହାନ କଳାକାର ଥିଲେ । ଆଜି ଅନ୍ୟ ପଛୁଆ ଶ୍ରେଣୀ(ଓ.ବି.ସି)ରେ ସ୍ଥାନ ପାଇଥିବା, ଗୋଆର କଳାବନ୍ତ ଜାତିରେ ସେ ଜନ୍ମଗ୍ରହଣ କରିଥିଲେ ।

ଏହି କଳାବନ୍ତମାନେ କିଏ?

କଳାବନ୍ତ ଜାତିର ଲୋକମାନେ ମନ୍ଦିରରେ ଚପରାସୀ କାମ କରୁଥିଲେ । ମନୋରଞ୍ଜନ କରିବା ସେମାନଙ୍କର ନିର୍ଦ୍ଦିଷ୍ଟ ଦାୟିତ୍ୱ ଥିଲା। ମହାରାଷ୍ଟ୍ରର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଓ ଆଜି ଗୋଆ କୁହାଯାଉଥିବା ଭୌଗଳିକ ଅଞ୍ଚଳରେ ଯୁବତୀ ତଥା ନାରୀମାନଙ୍କୁ କିଛି ନିଷ୍ଠୁର କାମ ଦିଆଯାଇଥିଲା ଯାହା ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନକୁ ଯେତେ ଚତୁର ଶବ୍ଦ ପ୍ରୟୋଗ କରି କୁହାଗଲେ ବି ଇଶ୍ୱରଙ୍କ ସେବା ନାମରେ ନାରୀମାନଙ୍କୁ ଏଭଳି ବ୍ୟବହାର କରିବା ଅତି ନୃଂଶସ ଓ ସ୍ୱେଚ୍ଛାଚାରିତାକୁ ପ୍ରତିପାଦନ କରୁଥିଲା ।

ଏହି ନାରୀମାନଙ୍କ ଅନୁଭୂତି ଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ  କିଭଳି ପୁରୁଷ ପୁରୁଷ ଧରି ସମ୍ଭ୍ରାନ୍ତ ଓ ବ୍ରାହ୍ମଣ ଜାତିର ଲୋକମାନଙ୍କର ଅତି ଜଘଣ୍ଣ୍ୟ ଅପରାଧର ଏମାନେ ଶିକାର ହୋଇଆସିଥିଲେ । ଉଚ୍ଚଜାତିର ସମାଜର ନିତିଦିନିଆ ଜୀବନରେ ମନୋରଞ୍ଜନ ପାଇଁ ଏହି କଳାବନ୍ତ ଜାତିର ଝିଅ ଓ ମହିଳାମାନେ  ନଗ୍ନ କ୍ରିତଦାସ ଭଳି କାମ କରୁଥିଲେ ।

ଆମେ ଏଠି ଟିକେ ଅଟକିଯାଇ, ତର୍ଜମା କରିବା ପାଠକଙ୍କ ମନରେ ନିସନ୍ଦେହ ଜାଗ୍ରତ ହେଉଥିବା ଶବ୍ଦଟିକୁ: ‘ଦେବଦାସୀ’ । ମନ୍ଦିରର ଦେବତାଙ୍କୁ ଉତ୍ସର୍ଗ କରାଯାଇଥିବା ଜଣେ ନାରୀଙ୍କୁ ଦେବଦାସୀ କୁହାଯାଇ ଆସିଛି । କୌଣସି ଗୋଟିଏ ଜାତିର ଛତ୍ର ତଳେ ଦେବଦାସୀ ଆସେ ନାହିଁ । ଏଭଳି ଏକ ଶବ୍ଦ ବ୍ରହ୍ମଣବାଦୀ ବିଷାରଦମାନେ ନିକଟରେ ତିଆରି କରିଛନ୍ତି ।

ଏଇଟା ସତ େଯ, ଏଭଳି ଏକ ଅଭ୍ୟାସ ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସହରରେ ଲାଗି ରହିଥିଲା ଏବଂ କେତେକ ସ୍ଥାନରେ ଆଜିମଧ୍ୟ ଅଛି ।  କିନ୍ତୁ ଏହାର ଉତ୍ପତ୍ତି କୌଣସି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ହୋଇନାହିଁ । ଆନ୍ଧ୍ରର ଦେବଦାସୀ ଓ ଗୋଆର ଦେବଦାସୀ ଭିତରେ ଅନେକ ପ୍ରଭେଦ ଅଛି । ଏଭଳି ଏକ ଜ୍ଞାନ ଆମ ପାଖରେ ଉପଲବ୍ଧ ଥିବା ବେଳେ ଦେବଦାସୀ ଶବ୍ଦକୁ ଆମେ ସନ୍ଦେହ ଦୃଷ୍ଟିରେ ଦେଖିବା କଥା । ଯେଉଁ ଅଞ୍ଚଳଟିକୁ ଆମେ ଆଜି ଗୋଆ କହୁଛୁ ପର୍ତ୍ତୁଗୀଜମାନଙ୍କ ଆକ୍ରମଣ ଯୋଗୁଁ ତାହାର ସାମାଜିକ ଜୀବନରେ ବିଭ୍ରାଟ ସୃଷ୍ଟି ହୋଇଥିଲା ।

ପ୍ରଥମେ ବନ୍ଦର ବିଜୟ ପରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ମଧ୍ୟ ପର୍ତ୍ତୁଗୀଜ୍ମାନଙ୍କର ପ୍ରଭାବ ବଢ଼ିଚାଲିଥିଲା । ଏହି ସମୟରେ ଯେଉଁ ବିଶୃଙ୍ଖଳା ଦେଖାଗଲା ଯାହା ଫଳରେ ସେତେବେଳର କ୍ଷମତାର ଢ଼ାଞ୍ଚାଟି ଦୋହଲି ଯାଇଥିଲା । ତାହାର ଲାଭ ନେଲେ କଳାବନ୍ତ ସମୁଦାୟଟି । ନିଜର ସ୍ଥିତିକୁ ମଜବୁତ୍ କଲେ ଏବଂ ‘ଗୋମନ୍ତକ ମରାଠା ସମାଜ’ ପ୍ରତିଷ୍ଠା କଲେ । ଏଭଳି ଏକ ଅବସ୍ଥା କିନ୍ତୁ ସହଜରେ ଆସିନଥିଲା । ସମାଜର ଅନ୍ୟ ସଦସ୍ୟମାନଙ୍କର ହିଂସା ପ୍ରତିହିଂସା ହୋଇଥିଲା ଯେଉଁମାନେ କଳାବନ୍ତମାନଙ୍କ କାର୍ଯ୍ୟକୁ େଔଧତ୍ୟର ପ୍ରଦର୍ଶନ ବୋଲି ଭାବୁଥିଲେ । ବ୍ରହ୍ମଣବାଦର ପରିସର ବାହାରକୁ ଯାଇ ଏହି ଛୋଟଜାତିର ଲୋକମାନେ କେମିତି ନିଜର ଏକ ପରିଚୟ ସୃଷ୍ଟି କରିପାରିବେ? ଅନେକ ଶାରିରୀକ ହିଂସା ଘଟିଥିଲା ।

(ଆମକୁ ଭାବିନେବାକୁ ପଡ଼ିବ ବ୍ରାହ୍ମଣବାଦର ପ୍ରମୁଖ ଅସ୍ତ୍ର ଭାବାବେଗ ଓ ସାମାଜିକ ମାଧ୍ୟମ ଗୁଡ଼ିକ ଦ୍ୱାରା ଯାହାସବୁ ଆକ୍ରମଣ ଘଟିଥିବ) । ମୋକ୍ଷର ମାର୍ଗଟିକୁ କଳାବନ୍ତମାନେ ନିଜେ ହିଁ ବାହାର କରିଥିଲେ । ନିରାଶାରେ ଭରା ଜାତି ଗୁଡ଼ିକ ପଙ୍କରୁ ବାହାରିଆସିବା ପାଇଁ ସେମାନେ ନିଜେ ସଙ୍ଘର୍ଷ କରିଥିଲେ । ଗୋମନ୍ତକ ସମାଜର ପ୍ରତିଷ୍ଠା ହେଲା । ଅନେକ କଳାକାର ଗୋଆ ବାହାରକୁ ଆସି ଭାରତର ବିଭିନ୍ନ ଅଞ୍ଚଳକୁ ଚାଲିଗଲେ (ଅଧିକାଂଶ ସେଠାରେ ରହିଲେ) ।

କଳାବନ୍ତମାନଙ୍କ ପାଇଁ ବା ଅନ୍ୟ ଶବ୍ଦରେ କହିଲେ ଗୋମନ୍ତକ ମରାଠା ସମାଜର ସଦସ୍ୟମାନଙ୍କ ପାଇଁ, ପ୍ରଗତିଟି ଅପେକ୍ଷାକୃତ କ୍ଷୀଣ ଗତିରେ ଆସିଯାଇଛି । କିନ୍ତୁ ଏହି ପ୍ରଗତିଟି ଆସିବା ପଥରେ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ଆଜି ଏହି ସମୁଦାୟ ଭିତରୁ ବାହାରିଛନ୍ତି ଅନେକ ଖ୍ୟାତନାମା ସଙ୍ଗୀତଜ୍ଞ, ଉଦ୍ୟୋଗୀ ଏବଂ ରାଜନେତା ।

ସେମାନେ ନିଜର ଅପମାନ ଜନକ ଅତୀତକୁ ପରିତ୍ୟାଗ କରି ନିଜ ସମୁଦାୟ କେମିତି ଆଗକୁ ଯିବ ସେଥିପାଇଁ ଚେଷ୍ଟିତ ।  ଶିକ୍ଷା ଏବଂ ଦୃଢ଼ ଆର୍ôଥକ ସ୍ଥିତି ଏକ ବିରାଟ ଧରଣର ପରିବର୍ତ୍ତନ ଆଣିଦେଇଛି । ଯେହେତୁ ଆମେ ସମସ୍ତେ ଜାଣିଛୁ ଜାତି ଏମିତି ଗୋଟିଏ ଜିନିଷ ଯାହା ସହଜରେ ଯିବନାହିଁ । ସେ ଆପଣଙ୍କୁ ଜାବୁଡ଼ି ଧରିବ ଏବଂ  ଜୀବନର ବିଭିନ୍ନ ପଥରେ ପରିପ୍ରକାଶ ହେଉଥିବ ।

ସଙ୍ଗୀତ ଓ ନୃତ୍ୟ କଳାବନ୍ତମାନଙ୍କର ସଜ୍ଞା ଥିଲା । ବ୍ରାହ୍ମଣମାନେ ଏହି କଥାଟିକୁ ଏମାନଙ୍କର ବିଶେଷତ୍ତ୍ୱ ବୋଲି ଦର୍ଶାଉଥିଲେ । ଅନେକ କଳାକାର ମନୋରଞ୍ଜନ ଶିଳ୍ପରେ ଅପେକ୍ଷାକୃତ ସଫଳତା ବି ପାଇଲେ । ଏହି ସଫଳତା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏବଂ ତାହାର ସ୍ୱାଦମଧ୍ୟ ତିକ୍ତ ଥିଲା । ମନୋରଞ୍ଜନ ଶିଳ୍ପ ଉଚ୍ଚଜାତିର ଲୋକଙ୍କ ନୀୟନ୍ତ୍ରଣରେ ଥିଲା । ବିନା ପ୍ରଶ୍ନରେ ସେମାନେ କେମିତି ନୀଚ ଜାତିର ଲୋକଙ୍କୁ ସାମିଲ କରାଇଦିଅନ୍ତେ । ନାଁ: କଳାବନ୍ତ ମାନଙ୍କ ଦିବ୍ୟ ଦାୟିତ୍ୱ ଥିଲା କେବଳ ମନୋରଞ୍ଜନ କରିବେ, ନିଜକୁ ସମ୍ଭ୍ରାନ୍ତମାନଙ୍କ ସମକକ୍ଷ ବୋଲି ଚିନ୍ତା ନକରି ।

ଏହି ସଙ୍ଗୀତ ରୂପକ ମନୋରଞ୍ଜନ ଆଜି “ହିନ୍ଦୁସ୍ଥାନୀ ଏବଂ କର୍ଣ୍ଣାଟକୀ ‘ଶାସ୍ତ୍ରୀୟ’ ସଙ୍ଗୀତ ରୂପରେ ପରିଚିତ; ଶୁଦ୍ଧ ଏବଂ ସମ୍ପୁର୍ଣ୍ଣତାର ସଂକେତ ବୋଲି ଯାହାକୁ ମନେକରାଯାଏ । ଏମିତିକି ବ୍ରହ୍ମଣମାନଙ୍କ ଭଗବାନଙ୍କୁ ଉପାସନା କରିବାର ଏକ ମାଧ୍ୟମ! ଏହି ଚିତ୍ରପଟ୍ଟର ଆରପଟେ ଅଛି ବଲିଉଡ଼, ଯାହା ଖାଁ ଏବଂ କାପୁରମାନଙ୍କର ଆଧିପତ୍ୟରେ ଚାଲିଛି । ଏଭଳି ଏକ ସାମ୍ରାଜ୍ୟରେ ଦେବଦାସୀଙ୍କ ବଂଶଧରମାନଙ୍କୁ କେଉଁଭଳି ସ୍ଥାନ ଅବା ମିଳନ୍ତା?

ଏଫ୍ ଡ଼ବ୍ଲୁ ଗାଇସବର୍ଗଙ୍କ ଭାଷାରେ, “ସବୁ ଗାୟିକାମାନେ ଅବଶ୍ୟ ସାଧାରଣ ମହିଳା ଜାତିର ଏବଂ ସେହି ସମୟରେ ଜଣେ ସମ୍ମାନସ୍ପଦ ମହିଳାଙ୍କର ସ୍ୱରକୁ ରେକର୍ଡ଼ କରିବା ଆଦୌ ସମ୍ଭବପର ନଥିଲା । ଗୀତ ଓ ନୃତ୍ୟମାନଙ୍କ ପାଖରୁ ଝିଅଙ୍କ ପାଖକୁ କେବଳ ଆବୃତ୍ତି ମାଧ୍ୟମରେ ଯାଉଥିଲା । ସେମାନେ ଦଶ ବା ବାରବର୍ଷ ବୟସରେ ଲୋକଙ୍କ ସାମ୍ନାରେ ପ୍ରଦର୍ଶନ ଆରମ୍ଭ କରୁଥିଲେ। ରେକର୍ଡ଼ କରିବା ଖର୍ଚ୍ଚ ବହୁଳ ଥିଲା ଯେହେତୁ ଅଧିକାଂଶ କଳାକାରଙ୍କୁ ଗ୍ରାମଫୋନ୍ରେ ଗାଇବାପାଇଁ ଗ୍ରହଣଯୋଗ୍ୟ କରିବା ନିମନ୍ତେ ଦୀର୍ଘକାଳ ତାଲିମ ଦେବାକୁ ପଡ଼ୁଥିଲା ।”

                ଗଙ୍ଗୁବାଈ ହଙ୍ଗଲ କଥାଟିଏ କହିଥିଲେ । ତାଙ୍କରି ଭାଷାରେ, “ଗାନ୍ଧିଜୀ ଭାଗ ନେଇଥିବା ବେଲୁଗାଁ କଂଗ୍ରେସ ଅଧିବେସନରେ ମୋର ଗାଇବା କଥାଟି ମନେପଡ଼େ । ସମଗ୍ର କାର୍ଯ୍ୟକ୍ରମଟିରେ ମୋର ଏକମାତ୍ର ଭୂଲଥିଲା ଯେ ମୋତେ ଅନ୍ୟମାନଙ୍କ ଠାରୁ ଅଲଗା ବସି ଖାଇବାପାଇଁ କୁହାଯିବ ।”

ମୋଗୁବାଈଙ୍କ କଥା:

ଯେଉଁ ମୋଗୁବାଈଙ୍କ ଜୀବନ ଓ ଜୀବନଯାତ୍ରା(ବୃତ୍ତି) ସଙ୍ଗୀତ ଓ ନୃତ୍ୟ ସହିତ ଐଶୋରୀୟ ଶ୍ରୋତରେ ପୂର୍ବରୁ ଅନୁବନ୍ଧିତ ତାଙ୍କପାଇଁ ସବୁକିଛି ସହଜ ନଥିଲା । ସେ ତାଙ୍କ ଜୀବନରେ ସଙ୍ଗୀତ ଶିକ୍ଷାପାଇଁ ବହୁତ ଧକ୍କା ଖାଇଛନ୍ତି ଏବଂ ତାଙ୍କୁ ଅନେକ ଅମାନୁସିକ ଯୁଦ୍ଧ କରିବାକୁ ପଡ଼ିଛି । ତାଙ୍କର ଶୈଶବ ସାଙ୍ଗଲିରେ କଟିବା ଭିତରେ ସେ, ଭିନ୍ନ ଭିନ୍ନ ସ୍ଥାନରୁ  କିଛି କିଛି କଥକ ଓ ଗାୟକି ଶିକ୍ଷାପାଇଥିଲେ ।

ହଠାତ୍ ତାଙ୍କ ମା’ଙ୍କର ଅତି ଅଳ୍ପ ବୟସରେ ବିୟୋଗ ଯୋଗୁଁ ତାଙ୍କର ପାଦତଳୁ ମାଟି ଖସିଗଲା । ଅନେକ ବର୍ଷ ଧରି ମୋଗୁ ନିଜର କଳାର ସାଧନା ପଥରେ ପ୍ରଚେଷ୍ଟା କରିଆସିଥିଲେ ଯେଉଁଥିପାଇଁ ତାଙ୍କୁ ଗୋଯିଏ ନାଟକ କମ୍ପାନୀରୁ ଆଉ ଗୋଟିଏ ନାଟକ କମ୍ପାନୀ ଯାତ୍ରା କରିବାକୁ ପଡ଼ିଥିଲା । ଶେଷକୁ ଆଶାର ଆଲୋକ ସଂଚାରିତ ହେଲା ଯେତେବେଳେ ବିଖ୍ୟାତ ସଙ୍ଗୀତ ଗୁରୁ ଆଲ୍ଲାଦିଆ ଖାଁ ମୋଗୁଙ୍କ କଣ୍ଠର କ୍ଷମତାକୁ ଅନୁଭବ କରିପାରିଥିଲେ ।

ମୋଗୁବାଈଙ୍କ ମା’ଙ୍କର ଯେଉଁ ସ୍ୱପ୍ନଥିଲା ଯେ ଭାରତୀୟ ମହାନ ସଙ୍ଗୀତ ପରମ୍ପରାରେ  ମୋଗୁ ଦିନେ ସ୍ଥାନ ପାଇବେ । ତାହା ଫଳପ୍ରଦ ହେବାକୁ ଯାଉଥିଲା ଠିକ୍ ସେତିକିବେଳେ ଗୁରୁ ଘୋଷଣା କଲେ  ସେ ବମ୍ବେ ଚାଲିଯିବେ । ମୋଗୁବାଈଙ୍କୁ ଏହାକ’ଣ ଅଟକାଇ ପାରିଲା କି? ନାଁ! ସେ ନିଜ ଗୁରୁଙ୍କ ପଛେ ପଛେ ବମ୍ବେ ଗଲେ ଏବଂ ତାଙ୍କ ଶିକ୍ଷା ଅବ୍ୟାହତ ରହିଲା ଯେତେପର୍ଯ୍ୟନ୍ତ କେତେକ ଇର୍ଷାନ୍ୱିତ ସମ୍ଭ୍ରାନ୍ତବଂଶୀୟ ପିଲାମାନେ ଘରୋଇଭାବେ ଚାଲିଥିବା ତାଙ୍କର ସଙ୍ଗୀତ ଶିକ୍ଷାକୁ ବନ୍ଦକରାଇ ଦେଇଥିଲେ । ତା’ପରେ ଆରମ୍ଭ ହେଲା ତାଙ୍କ ଜୀବନର ଆଉ ଏକ ପର୍ଯ୍ୟାୟ ଯେଉଁଠି ନିଜ ସ୍ୱପ୍ନକୁ ସାକାର କରିବାପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ଅନ୍ୱେଷଣରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡ଼ିବାକୁ ପଡ଼ିଲା ।

ବମ୍ବେର ସମ୍ଭ୍ରାନ୍ତ ସଙ୍ଗୀତ ଦୃଶ୍ୟପଟ୍ଟରେ ପହଞ୍ଚିବାଯାଏ ତାଙ୍କୁ ଏହି ସଂଘର୍ଷ କରିବାକୁ ପଡ଼ିଥିଲା । ଶେଷକୁ ସେ ଜଣେ ବିକ୍ଷାତ କଳାକାର ଭାବରେ ସମଗ୍ର ସଙ୍ଗୀତ ଜଗତରେ ବହୁଚର୍ଚ୍ଚିତ ହୋଇଥିଲେ । ଏତିକିରେ କ’ଣ ମୋଗୁବାଈଙ୍କର ପରୀକ୍ଷାର ଅନ୍ତଃ ଘଟିଥିଲା କି? ସେ ହିନ୍ଦୁସ୍ଥାନୀ ସଙ୍ଗୀତର ବିଖ୍ୟାତ ଗାୟିକା ହିସାବରେ ଗଣ୍ୟ ହେବାର ସ୍ୱପ୍ନକୁ ହାସଲ କରିସାରିଥିଲେ କିନ୍ତୁ ତାଙ୍କୁ କିପରି ଗ୍ରହଣ କରାଯାଇଥିଲା?

ଏହି ଶାସ୍ତ୍ରୀୟ ସଙ୍ଗୀତର ବଜାରରେ ତାଙ୍କର କ’ଣ ଭୂମିକା ଥିଲା । ସେ ତୃତୀୟ ଶ୍ରେଣୀ ବଗିରେ ଯାତ୍ରାକରିବାକୁ ବାଧ୍ୟ ହେଉଥିଲେ ଏବଂ ଅତ୍ୟନ୍ତ ନିମ୍ନ ସ୍ତରର ବସାଘରେ ତାଙ୍କୁ ରହିବାକୁ ପଡ଼ୁଥିଲା, ଯାହା ସେ ସମୟର ଉଚ୍ଚଜାତିର କଳାକାରମାନଙ୍କ ତୁଳନାରେ ସମ୍ପୁର୍ଣ୍ଣ ବିପରୀତ ସ୍ଥିତିରେ ଥିଲା । ସେ ଅନ୍ୟମାନଙ୍କ ସହିତ ଏକାଠି ଖାଇବା ମଧ୍ୟ ନିଷିଦ୍ଧ ଥିଲା ।ତାଙ୍କୁ ଅଛୁଆଁ କରି ରଖାଯାଉଥିଲା। ହିଂସ୍ର ଉଚ୍ଚଜାତିର ପୁରୁଷମାନଙ୍କର କୁତ୍ସିତ ଦୃଷ୍ଟି ତାଙ୍କ ଉପରେ ଥିଲା ।

ପୁରୁଷ ପ୍ରାଧାନ୍ୟ ସଙ୍ଗୀତ ଶିଳ୍ପରେ ଜଣେ ନାରୀର ପ୍ରବେଶ ଯୋଗୁଁ ତାଙ୍କୁ ଏମିତି ବ୍ୟବହାର ପ୍ରଦର୍ଶନ କରାଯାଉଥିଲା ତାହାନୁହେଁ ବରଂ ଅନେକ ଉଚ୍ଚଜାତିର ମହିଳାମାନେ ମଧ୍ୟ ସେତେବେଳେ ସଙ୍ଗୀତ କ୍ଷେତ୍ରରେ ଥିଲେ ଯେଉଁମାନେ ମୋଗୁବାଈଙ୍କଠାରୁ ବହୁତ ଅଧିକ ରୋଜଗାର କରୁଥିଲେ। ପ୍ରକୃତ ପକ୍ଷେ ତାଙ୍କର ଜାତି କଳାମେଘ ପରି ତାଙ୍କ ପଛରେ ଗୋଡ଼ାଉଥିଲା।

ବ୍ରାହ୍ମଣମାନଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ସତର୍କ ଘଣ୍ଟି ହିସାବରେ ତାଙ୍କୁ ବାରମ୍ବାର ମନେପକେଇ ଦେଉଥିଲା । ଏହି କଳାମେଘକୁ ପରିସ୍କାରଭାବେ ଚିହ୍ନେଇଦେବାକୁ ପଡ଼ିବ ଯେ ଜଣେ ନିଚ ଜାତିର କଳାକାର କେଉଁସବୁ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରେ । ଜଣେ କଳାକାର ବିରୁଦ୍ଧରେ କେତେ ପ୍ରତିବନ୍ଧକ ପର୍ବତଭଳି ଠିଆହୋଇଥାଏ।

ସେଇ ମୋଗୁବାଈଙ୍କ ଝିଅ କିଶୋରୀ:     କିଶୋରୀଙ୍କ ବାପାଙ୍କର ଖୁବ୍ ଅଳ୍ପ ବୟସରେ ମୃତ୍ୟୁ ହୋଇଥିବାରୁ ତାଙ୍କ ମା ତାଙ୍କୁ ଏହି ପ୍ରତିକୂଳ ପରିବେଶ ଭିତରେ ବଢ଼େଇଥିଲେ । କିଶୋରୀ ଅମୋନକରଙ୍କ ଜନ୍ମ ହୋଇଥିବା କଳାବନ୍ତ ଜାତିର ଜାତିପ୍ରଥା ବିରୋଧୀ ଗୋଟିଏ ମୂଳଦୂଆ ଥିଲା ଯାହାଥିଲା ପ୍ରଚଳିତ ସାମାଜିକ ବ୍ୟବସ୍ଥା ପ୍ରତି ଏକ ଖୋଲା ଆହ୍ୱାନ । ଜାତିପ୍ରଥା ଦ୍ୱାରା ପ୍ରତିହତ ହେବା ସତ୍ତେ୍ୱ ଏହି କଳାକାରମାନେ ସଫଳ ହୋଇପାରିଥିଲେ ବୋଲି ପ୍ରତିପାଦିତ କରିଥିଲେ ।

ଯୁବ କଳାକାର କିଶୋରୀଙ୍କ ଚାରିପଟେ ସଙ୍ଗୀତଜ୍ଞ, ଅଭିନେତା ଓ ନୃତ୍ୟଶିଳ୍ପିମାନଙ୍କର  କ୍ୟାରିଅର୍ ଗଢ଼ିଉଠିଥିଲା। ଏହା ମାନେନୁହେଁ ଯେ ବ୍ରାହ୍ମଣ୍ଣ୍ୟ ସାମ୍ରଜ୍ୟ ତାଙ୍କୁ କିଛି ଛାଡ଼ ଦେଇଥିଲା। ପ୍ରତିଟି ପାଦରେ ଆଗକୁ ଗଲାବେଳେ ତାଙ୍କୁ ଘୋର ସଂଘର୍ଷ କରିବାକୁ ପଡ଼ିଥିଲା। ଏବଂ ଏହି ସଂଘର୍ଷ କିଶୋରୀଙ୍କର ସମଗ୍ର କାର୍ଯ୍ୟଧାରାର ଅବିଚ୍ଛେଦ୍ୟ ଅଙ୍ଗଥିଲା । ପ୍ରତ୍ୟେକ ପଦକ୍ଷେପରେ କୌଣସି ନା କୌଣସି କଳାକାର ଭାଙ୍ଗିପଡ଼ୁଥିଲେ ଏବଂ ଯାହା ତାକୁ ଦାସତ୍ତ୍ୱର ଜୀବନ ଭିତରକୁ ଟାଣିନେଉଥିଲା ।

କିଶୋରୀ ଅତି ଅମାନବିକ ପରିବେଶ ଥିବା ଏକ ଦୁନିଆରେ ବାସ କରୁଥିଲେ ଏବଂ ସେ ଯେଭଳି ପ୍ରତିଟି ପ୍ରତିବନ୍ଧକକୁ ପରାଜିତ କରି ଆଗକୁ ଆସିଥିଲେ ସେହି ଦୃଷ୍ଟିରୁ ଏହି ମହାନ ମହିଳାଙ୍କର ଜୀବନ ଓ କୃତ୍ତିର ମହୋତ୍ସବ ମନାଇବାର ଯଥେଷ୍ଟ କାରଣ ଅଛି । ହିନ୍ଦୁସ୍ଥାନୀ ସଙ୍ଗୀତ ସମୁଦାୟ ବିଭିନ୍ନ ଘରାଣାରେ ବିଭକ୍ତ । ସଙ୍ଗୀତର ଗୋଟିଏ ଧାରା ବା ବିଦ୍ୟାଳୟକୁ ଘରାଣା କୁହାଯାଏ । ପ୍ରତ୍ୟେକଟି ଘରାଣାର ନିଜସ୍ୱ ଶୈଳୀ ଏବଂ ନୀୟମ ରହିଛି ।

ପ୍ରତ୍ୟେକ ଘରାଣାରେ ଜଣେ ଗୁରୁ ଥାନ୍ତି ଏବଂ ତାଙ୍କ ତଳେ କେତେଜଣ ଉପଗୁରୁ ଥାନ୍ତି । ଗୁରୁ ଶିଷ୍ୟମାନଙ୍କ ନିକଟରେ ଦେବତା ଭାବରେ ପରିଗଣିତ ହେଉଥିଲେ ଏବଂ ଭୟ ଓ ଭକ୍ତିର ସହ ସେ ସମ୍ମାନୀତ ହେଉଥିଲେ । ଗୁରୁମାନେ ବଂଶାନୁକ୍ରମିକ ବା ନିଜର କଳାରେ ପାଣ୍ଡିତ୍ୟ ଭିତରୁ ହେଉଥିଲେ । ଗୁରୁ ଯଦି ବଂଶାନୁକ୍ରମିକ ନିଯୁକ୍ତି ନହୋଇଥାନ୍ତି ସେତେବେଳେ ଶିକ୍ଷାର୍ଥୀଙ୍କୁ ତାଙ୍କର ଉକ୍ରର୍ଷତା ଓ ଶୁଦ୍ଧତାର ପ୍ରମାଣ ଦେବାକୁ ପଡ଼ିଥାଏ ।

କିଶୋରୀ ଅମୋନକରଙ୍କ ବିଷୟରେ ପ୍ରାୟ ସବୁଲେଖାରେ ତାଙ୍କୁ ଜୟପୁର ଘରାଣାର ବୋଲି କୁହାଯାଇଛି । କିନ୍ତୁ ଏକଥା ଭୂଲିନଯିବା ଉଚିତ୍ ଯେ କିଶୋରୀ ଅମୋନକର ଏଭଳି ବିଧିଗତ ଶୁଦ୍ଧତା ଓ ସାମାଜିକ ଦୂରତ୍ୱ ବିରୁଦ୍ଧରେ ଥିଲେ । ଇଣ୍ଡିଆନ ଏକ୍ସପ୍ରେସକୁ ଗୋଟିଏ ସାକ୍ଷାତକାରରେ କିଶୋରୀ କହିଛନ୍ତି ଯେ ଘରାଣା ବୋଲି ସେମିତିକିଛି ନାହିଁ । ଯାହାଅଛି କେବଳ ସଙ୍ଗୀତ । ନିର୍ଦ୍ଦିଷ୍ଟ କେତୋଟି ଜାତିରେ ବିଭାଜିତ କଲାଭଳି ସଙ୍ଗୀତକୁ କେତୋଟି ଘରାଣାରେ ବାନ୍ଧି ଦିଆଯାଇଛି । ଜଣେ ଛାତ୍ରମାନଙ୍କୁ ଏଭଳି କିଛି ଶିକ୍ଷା ଦେବା ଉଚ୍ଚିତ୍ ନୁହେଁ ଯେ ଏହି କଳାଟିର କିଛି ସୀମା ଅଛି । ଏହାର ସେମିତି କିଛି ସୀମା ନାହିଁ । ଜଣେ କିନ୍ତୁ ତାର ବ୍ୟାକରଣଟିକୁ ବୁଝିବା ଦରକାର ସେଥିପାଇଁ ଅଳଙ୍କାର ଏବଂ ରାଗର ଶିକ୍ଷା ଦିଆଯାଏ ।

ଅନେକ ମୁଖ୍ୟ ସ୍ରୋତର ସୂତ୍ରକୁ ଉଦ୍ଧାରକରି କୁହାଯାଏ ଯେ ସେ ବହୁତ କଡ଼ାମିଜାଜର ଓ ବଦରାଗୀ ଥିଲେ । କାରଣ କୌଣସି ପରିସ୍ଥିତିରେ କିଶୋରୀ ତାଙ୍କର ଶ୍ରୋତାମାନଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟିକରିବା ଯୋଗୁଁ ଗାଳି ଦେଇଛନ୍ତି ଯେତେବେଳେ ସେ ଅଭଦ୍ରତାକୁ ଅନୁଭବ କରିଛନ୍ତି । ତେବେ ଏହି ସମାରୋହର ଦେଖଣାହାରୀ କିଏ ଥିଲେ? ଏହାକ’ଣ ପୁରୁଣାକାଳର ମନ୍ଦିରର କଳା ପ୍ରଦର୍ଶନ ଯେଉଁଥିରେ ଉଚ୍ଚଜାତିର ପୁରୁଷମାନେ ତାଙ୍କର କାମୁକ ଦୃଷ୍ଟି ନିମ୍ନଜାତିର କଳାକାରମାନଙ୍କ ଉପରେ ପକାଉଥିଲେ । ସେମାନେ ଅଧିକାଂଶ ଉଚ୍ଚବର୍ଗର ନୁହଁନ୍ତି କି?

ଏହି ଶ୍ରେଣୀର କଳାକାର ଯେତେବେଳେ ତାଙ୍କର ଦେଖଣାହାରୀଙ୍କ ଉପରେ ନିଜର ହକ୍ ଜାହିର କରନ୍ତି ଏବଂ ଦେଖଣାହାରୀ ମାନଙ୍କୁ କେବଳ କଳାର ପୃଷ୍ଠପୋଷକ ଭାବରେ ଗ୍ରହଣ କରିନାହାଁନ୍ତି । ଆମେ ଏହି ପରିପ୍ରେକ୍ଷୀରେ କିଶୋରୀଙ୍କ ହକ୍ ଜାହିର କରିବାକୁ ଦେଖିବାକଥା ନୁହେଁ କି? ଯଦି ଜଣେ ଉଚ୍ଚଜାତିର ପୁରୁଷ ବା ନାରୀ କଳାକାର କଳା ପ୍ରଦର୍ଶନ କରିବାକୁ ବା ସାକ୍ଷାତକାର ଦେବାକୁ ମନାକରେ ଏହି ଯେଉଁମାନେ କିଶୋରୀଜୀଙ୍କୁ ବଦରାଗୀ ବୋଲି କହି ଅଙ୍ଗୁଳୀ ନିଦ୍ଦେଶ କରୁଛନ୍ତି ସେମାନେ ତାଙ୍କୁ ବଦରାଗୀ କହିବେ କି?

କାହିଁକି କିଶୋରୀ ଅମୋନକର ଏପରିକି ଲତା ମଙ୍ଗେସ୍କର(କଳାବନ୍ତ ବଂଶର ଅନ୍ୟତମ କଳାକାର)ଙ୍କୁ ଆସୁରୀ ଚିତ୍ରଣ କରିବାପାଇଁ ଏ ବ୍ୟଗ୍ରତା? ଏହିସବୁ ଛୋଟ ଛୋଟ ଘଟଣା ଗୁଡ଼ିକ ସୂଚାଇ ଦେଉଛି ଯେ  କିଶୋରୀ ଅମୋନକର ତାଙ୍କର ଜୀବନବ୍ୟାପୀ ସାମାଜିକ କ୍ରମବିନ୍ୟାସ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ସିଏ କେବଳ ତାଙ୍କର ସାଙ୍ଗୀତିକ ଉକ୍ରର୍ଷ ନୁହେଁ କିନ୍ତୁ ତାଙ୍କର ନିଜର ନିଜତ୍ୱ ଜାହିର କରିବାର ବା ଆତ୍ମସମ୍ମାନକୁ ଜାହିର କରିବାର ଜୀବନ ଯାପନ କରିଥିଲେ ।

                ଭାରତରତ୍ନ ଗ୍ରହଣକରିବା କଥାଟି ସେ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଏହା ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ଦିଆଯାଇଥିଲା । ସେ କେମିତି ଏହି ଦୁଃସାହାସିକ ଉକ୍ତିକୁ ଶକ୍ତ ଜାହୀର କରିଥିଲେ? ଯେଉଁ ଦେଶରେ କେହିଯଦି ତେନ୍ଦୁଲକରଙ୍କୁ ଜାଣିନାହିଁ କହିବ ବା ତାଙ୍କୁ ସମାଲୋଚନା କରିବ ତାଙ୍କୁ ଯେଉଁଭଳି ଆକ୍ରମଣ ହେବ ସେଭଳି ଦେଶରେ କିଶୋରୀ ଅମୋନକରଙ୍କର ଏହି ବକ୍ତବ୍ୟ ହେଉଛି ତାଙ୍କର ଭାରତୀୟ ସାମାଜିକ କ୍ରମକୁ ପ୍ରତ୍ୟାଖ୍ୟାନ କରିବା ଓ ହେଜ୍ଞାନ କରିବା ।

ମୁଁ ଏଇଟା ବନେଇ କରି କହୁନାହିଁ ଜଣେ ଗୁଗୁଲ ସର୍ଚକୁ ଯାଇ ଖୋଜିଲେ ତାଙ୍କ ଜୀବନକୁ ଯେଉଁ ଖଣ୍ଡ ଖଣ୍ଡ କଥା ତିଆରି କରିଛି ବା ଗଢ଼ିଛି ତାଙ୍କୁ ପାଇବ ସେଠି ସେ ସୁଦ୍ଧ ଶାସ୍ତ୍ରୀୟ ସଙ୍ଗୀତକୁ ପାଇବ । ଆହୁରି ଖୋଜିଲେ ମିଳିବେ ନାରୀ ଶାସ୍ତ୍ରୀୟ କଣ୍ଠଶିଳ୍ପି । ରାଣୀ ବିଜୟାଦେବୀ ମହିସୁରର ଯୁବରାଣୀ ଓ  କର୍ଣ୍ଣାଟକୀ କଣ୍ଠଶିଳ୍ପି ଥିଲେ ।  ଗୀରିଜାଦେବୀ ଗୋଟିଏ ବୁମିହାର ଜମିଦାର ବଂଶରେ ଜନ୍ମ ହୋଇଥିଲେ । ପ୍ରଥମେ ତାଙ୍କୁ କଳା ପ୍ରଦର୍ଶନପାଇଁ ମନା କରାଯାଇଥିଲା । ସେ କିନ୍ତୁ ସଂଘର୍ଷ କରି ହିନ୍ଦୁସ୍ଥାନୀ କଣ୍ଠଶିଳ୍ପି ହିସାବରେ ଜଣାଶୁଣା ହୋଇଥିଲେ ।

କେଶବଚନ୍ଦ୍ର ସେନଙ୍କର କନ୍ୟା ନୈନା ଦେବୀ ଜଣେ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପି ଥିଲେ । ସେ କପୁର୍ତ୍ତାଲା ରାଜ୍ୟର ରାଜକୁମାରଙ୍କୁ ବିବାହ କରିଥିଲେ । ତାପରେ ତାଙ୍କୁ କଳାପ୍ରଦର୍ଶନ କରିବାପାଇଁ ନିଶିଦ୍ଧ କରାଯାଇଥିଲା । ଶିଦେ୍ଧଶ୍ୱରୀ ଦେବୀ ଯଦିଓ ନିଚଜାତିରେ ଜନ୍ମ ହୋଇଥିଲେ କିନ୍ତୁ ତାଙ୍କର ଉଚ୍ଚଜାତିର ଗୁରୁଙ୍କର ପୋଷ୍ୟା ହୋଇଥିଲେ । ସେମାନେ ମଧ୍ୟ ପ୍ରତିକୂଳ ଅବସ୍ଥାର ସମ୍ମୁଖିନ ହୋଇଥିଲେ ଏବଂ ସେମାନଙ୍କୁ ପ୍ରଦର୍ଶନପାଇଁ ଅନୁମତି ମିଳୁନଥିଲା ।

ଉଚ୍ଚଜାତିର ଘରମାନଙ୍କରେ କଡ଼ା ନୀୟମ କାନୁନ୍ ଥିଲା ଯେ ସେମାନଙ୍କ ଘରର ଝିଅମାନେ ବାହାରେ କଳାପ୍ରଦର୍ଶନ କରିବେ ନାହିଁ, କାରଣ ଏହି କାର୍ଯ୍ୟଟି ହେଉଛି କେବଳ ନିଚଜାତିର ନାରୀମାନଙ୍କର । କେଉଁମାନେ ଏହି ନୀୟମ ତିଆରି କରିଥିଲେ? ଉଚ୍ଚଜାତିର ପୁରୁଷମାନେ ନୁହଁନ୍ତି କି?ଏବଂ କାହିଁକି ନୁହେଁ? କିଏ ଚାହିଁବ ସ୍ୱତଃପ୍ରବୃତ୍ତ ଭାବରେ ନିଜ ଝିଅକୁ ହିଂସ୍ର ଓ ଘୃଣ୍ଣ୍ୟ ପୁରୁଷମାନଙ୍କର ଲୋଲୁପଦୃଷ୍ଟି ଆଡ଼କୁ ଠେଲି ଦେବାପାଇଁ? ଯେଉଁ ବ୍ରାହ୍ମଣ୍ଣ୍ୟ ସାମ୍ରାଜ୍ୟ ନିଚଜାତି ଲୋକଙ୍କୁ ଦାସ ବନାଏ ସେହିପରି ଉଚ୍ଚଜାତିର ସ୍ତ୍ରୀଲୋକଙ୍କୁ ମଧ୍ୟ ଦାସ ବନାଏ । କିଶୋରୀ ଅମୋନକରଙ୍କ ମୃତ୍ୟୁରେ ପ୍ରକୃତରେ ଆମେ ଜଣେ ମହାନ ଯୋଦ୍ଧାଙ୍କୁ ହରାଇଲୁ ।

ଏହି ଗଣମାଧ୍ୟମ ଓ ସାମାଜିକ ମାଧ୍ୟମ ହୁଏତ କିଛି ହାଲକା ପ୍ରଶଂସାରେ ଏହାକୁ ଶେଷ କରିଛନ୍ତି । ଆମର ଆମ୍ବେଦକରୀୟ ସଂଘର୍ଷ ଅନ୍ୱେଷଣରେ ଆମେ ଆମର ସଂଘର୍ଷକୁ ଜାରୀ ରଖିବା ଏବଂ ବ୍ରାହ୍ମଣ୍ଣ୍ୟବାଦୀ ଭାରତୀୟ ସମ୍ରାଜ୍ୟକୁ ଭାଙ୍ଗିବା । ଏହି ସନ୍ଦର୍ଭର ଅଂଶ ହିସାବରେ ଆମେ ଆମର କଳାକାରମାନଙ୍କର ଜୀବନକୁ ଦେଖିବା ଏବଂ ସେମାନେ ପ୍ରକୃତରେ କ’ଣ ତାଙ୍କୁ ସେହିଭଳି ସମ୍ମାନ ଦେବା । କଳାକାରମାନଙ୍କ ଶୁଦ୍ଧିକରଣ, ଖେୟାଲ ସୁଦ୍ଧିକରଣ ଏପର୍ଯ୍ୟନ୍ତ ଚାଲିଛି କାଲିର ଗାୟିକା, ନୃତ୍ୟାଙ୍ଗନା ଏବଂ ଅଭିନେତ୍ରୀ କିଏ ଯାହାକୁ ଆମେ ରୋମାଞ୍ଚକରଭାବେ ଆଜି ପୂଜାକରୁଛୁ । ତାଙ୍କର ଅବଦାନ କଣଥିଲା ଏବଂ ବ୍ରାହ୍ମଣ୍ଣ୍ୟବାଦୀ ସମାଜ କିପରି ସେମାନଙ୍କୁ ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଆହରଣ କରିବାକୁ ଚେଷ୍ଟାକରିଥିଲା ।

ମୁଁ ଏହି ଶବ୍ଦଟି କାଲି ଶୁଣିଲି; ହିଷ୍ଟୋରିକ ଇରେଜର(ଐତିହାସିକ ବିଲୁପ୍ତିକରଣ) । ହୁଏତ ଏହା ପାଠକଙ୍କପାଇଁ ନୂଆ- ସେମାନେ ନିଜେ ଦେଖିନିଅନ୍ତୁ । କାହିଁକି କିଶୋରୀ ଅମୋନକରଙ୍କର ଜାତି ତାଙ୍କର ପ୍ରସଂସାରେ ବିଲୁପ୍ତ କରାଯାଇଥିଲା । ଶ୍ରୃତିଙ୍କ ଲେଖାରେ ଆମେ ଦେଖୁଛେ କେମିତି କେତେକ ହତ୍ୟା କରାଯାଇଥିବା ପଛୁଆବର୍ଗର ମହିଳାଙ୍କୁ ଭୂଲରେ ଦଳିତ ବୋଲି କୁହାଯାଇଛି । କେବଳ ଶୁଦ୍ଧିକୃତ ଅସ୍ମିତାର ହିଁ ଯଶଗାନ କରାଯାଇଛି ।

ଜଣେ ନିଚଜାତିରୁ ଆସିଥିବା ବ୍ୟକ୍ତି ତାଙ୍କର ଜାତିକୁ ବିଲୋପ କରିବା ଦ୍ୱାରା ହିଁ ସ୍ୱିକୃତି ପାଇପାରିବେ । ମନେରଖିବା ଉଚିତ୍ ଯେ ବ୍ରାହ୍ମଣ୍ଣ୍ୟବାଦର ଘୋଷଣାରେ ହିଁ ଜାତିର ଅସ୍ମିତାକୁ ଜବରଦସ୍ତ ଲଦି ଦିଆଯାଇଥିଲା । କାହିଁକି ଗଙ୍ଗୁବାଈ ହଙ୍ଗଲ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ଉଚ୍ଚଜାତି ସହିତ ଏକତ୍ର ଭୋଜନ କରାଇ ଦିଆଯାଇ ନଥିଲା? କିନ୍ତୁ ବର୍ତ୍ତମାନ ବାଙ୍ଗାଲୋରର ବ୍ରାହ୍ମଣୀ ମହକୁମାରେ ଗୋଟିଏ ରାସ୍ତାର ନାଁ ତାଙ୍କ ନାଁ’ରେ ନାମିତ କରାଯାଇଛି ।

କାହିଁକି ତାଙ୍କର ଜୀବନ ଓ ମୃତ୍ୟୁରେ ବି ତାଙ୍କ ଜାତିକୁ ଉହ୍ୟ ରଖାଯାଇଥିଲା । ଏହି ଉଚ୍ଚଜାତିର ଚକ୍ରାନ୍ତ ଅତି ବିସ୍ମୟକର ।  ଏହି ବିଶ୍ଳେଷଣରୁ ଆଉ ଗୋଟିଏ କଥା ମିଳୁଛି ଯେ ଏଥିରୁ ପଛୁଆବର୍ଗ ଅସ୍ମିତାର ଆତ୍ମିକରଣ ବା ବିଲୁପ୍ତିକଣ । ମଣ୍ଡଳଙ୍କ ସମୟର ଅନେକ ବିତର୍କ ଅନେକ କଥା ବିରୁଦ୍ଧରେ ଏବଂ ସପକ୍ଷରେ ପଛୁଆବର୍ଗଙ୍କର ସଶକ୍ତିକରଣ ଉପରେ କୁହାଯାଇଛି । ଏହା ବ୍ରାହ୍ମଣ୍ଣ୍ୟବାଦୀ ଭାରତପାଇଁ କଦାପି ଶୁଭଙ୍କର ନୁହେଁ । ଭାରତୀୟ ବ୍ରାହ୍ମଣ୍ଣ୍ୟବାଦୀ ସମାଜର ଜାତିଗତ ବିଭିଷିକା ତୁଳନାରେ ବ୍ରାହ୍ମଣ ଦଳିତ ଦ୍ୱେତ ବରଂ ସହନୀୟ ।

କିଶୋରୀ ଅମୋନକରଙ୍କ ଜାତିର ଅସ୍ମିତାକୁ ସ୍ୱିକାର କରିବାପାଇଁ ଯେଉଁ କୁଣ୍ଠା ତାର ଗଣମାଧ୍ୟମର କୁଣ୍ଠା ନିଶ୍ଚୟ, ଗୋଟେ ନିଚ କମଣ୍ଡଳର ଚାଲ୍ । ଲତା ମଙ୍ଗେସ୍କରଙ୍କ ବିଷୟ ଆଗରୁ କୁହାଯାଇଛି ବା ରେଖାଙ୍କୁ କାହିଁକି ରୁକ୍ଷ ବା ଦୂରେଇ ରୁହନ୍ତି ବୋଲି କୁହାଯାଉଛି? ତାଙ୍କ ଜୀବନରେ ପୁରୁଷମାନଙ୍କର ପ୍ରବେଶ ବା ସ୍ୱାଦିଷ୍ଟ ଆଲୋଚନା କାହିଁକି ଉଚ୍ଚଜାତିର କଳାକାରମାନଙ୍କ କ୍ଷେତ୍ରରେ କରାଯାଇନାହିଁ? କାହିଁକି ତାଙ୍କଠାରୁ ଉକ୍ରର୍ଷ କଳାକାର ହେବା ଆଶା କରାଯାଉଥିଲା କିନ୍ତୁ ଉଚ୍ଚବର୍ଗର କପୁର ଓ ଖାଁ ମାନଙ୍କର ସାଧାରଣ ପ୍ରଦର୍ଶନ ପରେ ବି ଉଚ୍ଚ ପ୍ରଶଂସିତ ହେଉଥିଲେ ।

ଅନେକ ପ୍ରଶ୍ନ ଅଛି କିନ୍ତୁ ସେସବୁର ଉତ୍ତର ମିଳିବା କ୍ଷୀର ଏବଂ ଅତି ଅସୁବିଧାଜନକ । ତେଣୁ ବିତର୍କ ଭିତରକୁ ନଯାଇ ଭଲହେବ କେବଳ ରାଗ ଓ ଘରାଣା କଥାହିଁ ଆମେ ଆଲୋଚନା କରିବା, ନୁହେଁକି?

ସୌଜନ୍ୟ – ରାଉଣ୍ଡ ଟେବୁଲ ଇଣ୍ଡିଆ – ପତ୍ରିକା

ମୂଳଲେଖା- ରୋହନ୍ ଆର୍ଥର

photo credit-internet

Share This Article