Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସ୍ମୃତିଚାରଣ / “ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

 ସମଗ୍ର ଭାରତରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର “ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର”ର ପୂର୍ବତନ ଅଧକ୍ଷ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଯିଏକି ଜଣେ ଶ୍ରେଷ୍ଠ ଗଣିତଜ୍ଞ, ସମାଜ ବିଜ୍ଞାନୀ, ଚିନ୍ତକ, ଜନଆନ୍ଦୋଳନ ର ସମର୍ଥକ ଭାବରେ ଆଜିଯାଏ ଓଡ଼ିଶାର ବୁଦ୍ଧିଜୀବୀ ମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି ସେ ଭାଗବତ ପ୍ରସାଦଙ୍କ “ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ଯାହା ଲେଖିଲେ ଆମେ ସମସ୍ତଙ୍କର ଅବଗତି ନିମନ୍ତେ ଏଠାରେ ସ୍ଥାନୀତ କରିଛୁ। – ସମ୍ପାଦକ

ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ ଲିଖିତ ବା କଥିତ ଆକାରରେ ରହିଛି । ଏହା ସତ୍ତ୍ୱେ ମାନବ ସମାଜ ଯେଉଁ ଆଡ଼କୁ ମୁହାଁଉଛି ତାହା ଶୁଭଙ୍କର ନୁହେଁ । ବୈଜ୍ଞାନିକ ସମାଜଚିନ୍ତକମାନେ ଏ ବିଷୟରେ ବହୁବାର ଚେତାବନୀ ଦେବା ସତ୍ତ୍ୱେ ପରିବର୍ତ୍ତନର ସ୍ରୋତର ଦିଗ ପ୍ରାୟ ଅପରିବର୍ତ୍ତିତ ରହିଛି ।

ଯେମିତି ଭଗବତ ଗୀତାର ଏକ ଶ୍ଳୋକ ରହିଛି:
ଯଥା ପ୍ରଦିପଂ ଜ୍ୱୋଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧ ବେଗା
ତଥୈବ ନାଶାୟ ବିଶନ୍ତି ଲୋକା
ସ୍ତବାପି ବକ୍ରାଣି ସମୃଦ୍ଧ ବେଗା…ଏକାଦଶ ଅଧ୍ୟାୟ

ଜଣାପଡ଼ୁଛି ସତେଯେପରି ଆମ ସମାଜ ଏକ ବିପର୍ଯ୍ୟୟ ଆଡ଼େ ମୁହାଁଉଛି । ଏହାସତ୍ତ୍ୱେ ସବୁବେଳେ ଏହି ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ବିକଳ୍ପ ବିଚାରଧାରା ସୃଷ୍ଟିକରିଛି । କେବେ କେବେ ସଫଳ ହୋଇଛି କେବେ କେବେ ହୋଇନାହିଁ ମଧ୍ୟ । ଏହି ନୈରାଶ୍ୟପୂର୍ଣ୍ଣ ପରିବେଶକୁ ଆଶାର ଆଲୋକ ଦେଖାଇବାରେ ଡଃ ଭଗବତ ପ୍ରସାଦଙ୍କର ଏହି ପ୍ରୟାସ ଅନେକ ବୁଦ୍ଧିଜୀବୀଙ୍କୁ ଚିନ୍ତା କରିବାପାଇଁ ଖୋରାକ ଯୋଗାଇବ । ସେହି ପରିପ୍ରେକ୍ଷୀରେ ଏଭଳି ଗୋଟିଏ ପୁସ୍ତକ ଅତ୍ୟନ୍ତ ଜରୁରୀ ବୋଲି ମୁଁ ଭାବୁଛି । ଆଶା କରାଯାଉଛି ଏ ବହି ଯଥେଷ୍ଟ ବିତର୍କ ସୃଷ୍ଟି କରିବ ।

ଯଦି ପ୍ରକୃତରେ ବିତର୍କ ସୃଷ୍ଟିକରେ ତା’ହେଲେ ଏ ବହିଟିର ଉଦ୍ଦେଶ୍ୟ ସଫଳ ହେବ ବୋଲି କୁହାଯିବ । ଅନେକ ସମୟରେ ନୀରବତାର ଷଡ଼ଯନ୍ତ୍ର ଯୋଗୁଁ ସତ୍ୟ ମଧ୍ୟ ଅଣଦେଖା ହୋଇଯାଏ । ଆଶା ଏହି ଗଭୀର ଅନ୍ୱେଷଣ ନିଶ୍ଚୟ ଫଳବତୀ ହେବ । ଅନେକଗୁଡ଼ିଏ ପ୍ରଶ୍ନ ବାହାରିବାର ସମ୍ଭାବନା ଅଛି ଯାହା ମାନବ ସମାଜର ଧ୍ୱଂସାଭିମୁଖୀ ଗତିର ଦିଗ ପରିବର୍ତ୍ତନ କରିବ ।

About ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

ଓଡ଼ିଶାର “ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର”ର ପୂର୍ବତନ ଅଧକ୍ଷ , ଗଣିତଶାସ୍ତ୍ର ବିଶେଷଜ୍ଞ, ସମାଜ ବିଜ୍ଞାନୀ , ସମଧ୍ୱନିର ଅନ୍ୟତମ ଦିଗ୍ଦର୍ଶକ

Check Also

ସଙ୍ଗୀତ ଯୋଗୀ: ଗୁରୁ ଶ୍ରୀ ଧନେଶ୍ୱର ଦାସ (ଶ୍ରାଦ୍ଧ ବାର୍ଷିକୀରେ )

ଗୁରୁ ଶ୍ରୀ ଧନେଶ୍ୱର ଦାସ ସ୍ୱରତୀର୍ଥ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା, “ସଙ୍ଗୀତ ସୁଧାକର” ପୁସ୍ତକର ରଚୟୀତା, ଜଣେ ସୁନାମଧନ୍ୟ ଶାସ୍ତ୍ରୀୟ …

Leave a Reply

Your email address will not be published. Required fields are marked *