ଲଳିତଗିରି

ଲଳିତଗିରି ସ୍ତୁପ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ଏଠାରେ ବୁଦ୍ଧଙ୍କର ଅସ୍ଥି, ସ୍ୱର୍ଣ୍ଣ ଓ ରୌପ୍ୟ ଫରୁଆ ଇତ୍ୟାଦି ମିଳିଥିଲା ।

2 Min Read

ଲଳିତଗିରି ଓଡ଼ିଶାର ଏପରି ଏକ ପ୍ରସିଦ୍ଧ ସ୍ଥାନ ଯାହାକି ପୃଥିବୀ ଇତିହାସର ଏକ ଅଲିଭା ସ୍ମୃତି ଭାବରେ ଦଣ୍ଡାୟମାନ । ଭାରତର ଶ୍ରେଷ୍ଠ ବୁଦ୍ଧ ସ୍ତୁପ ଭାବରେ ଲଳିତଗିରିର ସ୍ୱତନ୍ତ୍ର ସ୍ଥାନ ରହିଛି । କଟକ ଜିଲ୍ଲା ଠାରୁ ମାହାଙ୍ଗା ତହସିଲ ନିକଟରେ କଟକ ସହରରୁ ୬୦କି.ମି. ଓ ରାଜଧାନୀ ଭୁବନେଶ୍ୱର ଠାରୁ ୯୦କି.ମି. ଦୂରତା ବିଶିଷ୍ଟ । ଓଡ଼ିଶାର ହୀରକ ତ୍ରିଭୂଜ ଭିତରେ ରତ୍ନଗିରି, ଉଦୟ ଗିରି ଓ ଲଳିତଗିରି ଯେଉଁଠାରେ ବୁଦ୍ଧଙ୍କର ଅନେକ ସ୍ମୃତି ଦେଖିବାକୁ ମିଳିଥାଏ ।
୧୫୦୫ ମସିହାରେ ଏମ୍‌.ଏ. ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରଥମ ହୀରକ ତ୍ରିଭୂଜ ଆରମ୍ଭ ହୋଇଥିଲା । ପରେ ୧୯୨୭-୨୮ ମସିହାରେ ଆର.ପି. ଚାନ୍ଦ କଲିକତାର ଜାତୀୟ ସଂଗ୍ରାହାଳୟ ତରଫରୁ ଲଳିତ ଗିରି ଉପରେ ଡକୁମେଣ୍ଟସନ୍ କରିବା ଆରମ୍ଭ ତିଆରି କରିଥିଲେ । ଏହି ପୂର୍ବ ଭାରତର ସବୁଠାରୁ ବିଶାଳ ସ୍ତୁପ ଅଟେ । ମୌର୍ଯ୍ୟ ସମୟ କାଳ (୩୨୨-୧୮୫ବି.ସି.) ରୁ ୧୩ଶତ ଶତାବ୍ଦୀ ଭିତରେ ଉକ୍ତ ସ୍ତୁପ ତିଆରି ହୋଇଥିବାର ଅନୁମାନ କରାଯାଏ । ଏହି ଲଳିତଗିରି ସ୍ତୁପ ସୁନ୍ଦର ଭାବେ ନିର୍ମାଣ କରାଯାଇଛି ।
ଲଳିତ ଗିରିରେ ବୁଦ୍ଧଙ୍କ ଅସ୍ଥି କଙ୍କାଳ ଶରୀର (A skeleton Budha) ଦେଖିବାକୁ ମିଳିଥିଲା । ଏଠାରେ ବୁଦ୍ଧଦେବ ତପସ୍ୟାରତ ଭାବରେ ବସି ରହିଛନ୍ତି । ଅନେକ ଦିନ ଧରି ଖାଦ୍ୟ ଓ ପାନୀୟ ଅଭାବରୁ ତାଙ୍କର ଦେହ ଜରାଜୀର୍ଣ୍ଣ ହୋଇ ପଡ଼ିଛି । ଉକ୍ତ ଭାସ୍କର୍ଯ୍ୟଟି ଅତ୍ୟନ୍ତ ସୁନ୍ଦର ଓ ମନୁଷ୍ୟ ମନରେ ଏକ ତପସ୍ୟା ଭାବନା ସୃଷ୍ଟି କରି ପାରିବା ଭଳି ଭାସ୍କର୍ଯ୍ୟ ଭାବେ ଦଣ୍ଡାୟମାନ । ଏଠାରେ ବୁଦ୍ଧଙ୍କର ଅସ୍ଥି, ସ୍ୱର୍ଣ୍ଣ ଓ ରୌପ୍ୟ ଫରୁଆ ଇତ୍ୟାଦି ମିଳିଥିଲା । ଯାହାକୁ ସଂଗ୍ରାହଳୟରେ ରଖାଯାଇଅଛି । ସ୍ତୁପର ଆକାର ୩୩ ଙ୍ଘ ୧୧ମିଟର (୧୦୮ ଫୁଟ୍ ଙ୍ଘ ୩୬ ଫୁଟ୍‌) ଉଚ୍ଚତା ୩.୩ ମିଟର (୧୨ଫୁଟ୍‌) ଏହା ଇଟାରେ ନିର୍ମିତ । ଏଠାରେ ତାରାଙ୍କର ମୂର୍ତ୍ତି ରହିଛି । ମୁଖ୍ୟ ହେଉଛି ସ୍ତୁପ, ମନଷ୍ଟାର, ସ୍ତୁପର ଚର୍ତୁପାଶ୍ୱର୍ରେ ଛୋଟ ଛୋଟ ତୋରଣ ରହିଥିବାର ଦେଖାଯାଇଥାଏ । ଏଠାରେ ବୁଦ୍ଧଙ୍କର ହୀନଜାନ ଓ ମହାଜାନ ମାନେ ଏକ ସାଙ୍ଗରେ ବସି ପ୍ରାର୍ଥନା କରୁଥିବାର ଅନୁମାନ କରାଯାଏ ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ
Exit mobile version