କରୋନା

1 Min Read

ପ୍ରକୃତି ଭୂତାଣୁ

କରୋନା

ନିଶ୍ଚେ ଦୁର୍ବଳ ହେବ,

କ୍ରମେ ଅନ୍ତର୍ହିତ ହେବ

ଗବେଷକ ମତ।

 

Contents
ପ୍ରକୃତି ଭୂତାଣୁକରୋନାନିଶ୍ଚେ ଦୁର୍ବଳ ହେବ,କ୍ରମେ ଅନ୍ତର୍ହିତ ହେବଗବେଷକ ମତ।ସଂସ୍କୃତି ଭୁତାଣୁବିଦ୍ୱେଷକେବେ ଏ ସମାଜରୁ ଯିବକିଏ ପ୍ରତିଶ୍ରୁତି ଦେବ?ଘର ଭିତରେ ରୁହକରୋନା ଆତଙ୍କପାଇଁ ପ୍ରବେଶ ନିଷେଧ ହେବ,ଭଲ କଥା।ବିଦ୍ୱେଷ ଆତଙ୍କତ ଘରକୁ ଘେରିଦିଏଛାରଖାର କରେଘରୁ ପଳାଇଥିବା ମଣିଷ ହିଁ ବଞ୍ଚିଯାଏହେଉପଛେ ଶରଣାର୍ଥୀ ଶିବିରରେ।କରୋନାଏକ ଆହ୍ଵାନଶରୀରର ପ୍ରତିରୋଧ ଶକ୍ତିକୁ ।ବିଦ୍ୱେଷଏକ ଆହ୍ୱାନସଂସ୍କୃତିର ପ୍ରତିରୋଧ ଶକ୍ତିକୁ ।ପ୍ରତିରୋଧ ଶକ୍ତିରବୃଦ୍ଧିପାଇଁ ଜୀବନକୁ ବିପନ୍ନ କରି ଲଢ଼ୁଥିବାସେ ଚିକିତ୍ସକ ହେଉ ବା ସମାଜ ସୁଧାରକ,ତାପାଇଁ ତାଳି ବାଡେଇବା,ତାକୁ ଉତ୍ସାହିତ କରିବାଏହା ଠିକ ।କିନ୍ତୁ,କରୋନା ବିରୋଧରେ ଲଢେଇ ଆଗକୁ ଯିବାବିଦ୍ୱେଷ ଆତଙ୍କକୁ ମଧ୍ୟ ସମାପ୍ତ କରିବା ।(23.03.2020)
Support Samadhwani

ସଂସ୍କୃତି ଭୁତାଣୁ

ବିଦ୍ୱେଷ

କେବେ ଏ ସମାଜରୁ ଯିବ

କିଏ ପ୍ରତିଶ୍ରୁତି ଦେବ?

ଘର ଭିତରେ ରୁହ

କରୋନା ଆତଙ୍କ

ପାଇଁ ପ୍ରବେଶ ନିଷେଧ ହେବ,

ଭଲ କଥା।

ବିଦ୍ୱେଷ ଆତଙ୍କ

ତ ଘରକୁ ଘେରିଦିଏ

ଛାରଖାର କରେ

ଘରୁ ପଳାଇଥିବା ମଣିଷ ହିଁ

 ବଞ୍ଚିଯାଏ

ହେଉପଛେ ଶରଣାର୍ଥୀ ଶିବିରରେ।

କରୋନା

ଏକ ଆହ୍ଵାନ

ଶରୀରର ପ୍ରତିରୋଧ ଶକ୍ତିକୁ ।

ବିଦ୍ୱେଷ

ଏକ ଆହ୍ୱାନ

ସଂସ୍କୃତିର ପ୍ରତିରୋଧ ଶକ୍ତିକୁ ।

ପ୍ରତିରୋଧ ଶକ୍ତିର

ବୃଦ୍ଧିପାଇଁ ଜୀବନକୁ ବିପନ୍ନ କରି ଲଢ଼ୁଥିବା

ସେ ଚିକିତ୍ସକ ହେଉ ବା ସମାଜ ସୁଧାରକ,

ତାପାଇଁ ତାଳି ବାଡେଇବା,

ତାକୁ ଉତ୍ସାହିତ କରିବା

ଏହା ଠିକ ।

କିନ୍ତୁ,

କରୋନା ବିରୋଧରେ ଲଢେଇ ଆଗକୁ ଯିବା

ବିଦ୍ୱେଷ ଆତଙ୍କକୁ ମଧ୍ୟ ସମାପ୍ତ କରିବା ।

(23.03.2020)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version