ଶ୍ରଦ୍ଧାଞ୍ଜଳି କଳାକାର (ଶ୍ରୀ ଅଶୋକ କୁମାର ମହାନ୍ତି)

Swayamprava Parhi (Chief Editor)
2 Min Read
ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତି ଗତ ସେପ୍ଟେମ୍ବର ୧୬ ତାରିଖ ୨୦୨୨ ଦିନ ଚିର ବିଦାୟ ନେଇଛନ୍ତି। ୨୦୧୭ ମସିହାରୁ ଜୀବନର ଶେଷଯାତ୍ରା ପର୍ଯ୍ୟନ୍ତ ସେ ସମଧ୍ବନି ସହିତ ଓତଃପ୍ରୋତ ଜୋଡିହୋଇ ରହିଥିଲେ। ଭଦ୍ରକ ଅଞ୍ଚଳର ଗୋଟିଏ ଝିଅ ଏଭଳି ଏକ ସୃଜନଶୀଳ ନିଆରା ସାଂସ୍କୃତିକ କାମ କରୁଛନ୍ତି ବୋଲି ବାରମ୍ବାର ପ୍ରଶଂସା କରୁଥିଲେ। ସତ୍ୟ ହେଲା ସେ କଳାକୁ ଓ କଳାକାରଙ୍କୁ ଚିହ୍ନୁଥିବା ଜଣେ ଗୁଣି ମଣିଷ। ଏହି ଗୁଣଟି ଅତି ନିଆରା। କୌଣସି ନୂଆ ବିଷୟରେ କାମ କରିବାପାଇଁ ତାଙ୍କର ପ୍ରବଳ ଆଗ୍ରହ ଥାଏ। ଏହାର ଏକ ଉଦାହରଣ ହେଉଛି ଗତବର୍ଷ ସମଧ୍ବନି ରେ ପ୍ରକାଶିତ ହୋଇଥିବା ତାଙ୍କର ପାଳିଆର ଭାଇଚାରା ସଂସ୍କୃତି ସମ୍ପର୍କିତ ଲେଖାଟି। ଏହିଭଳି ଲେଖା ସମଧ୍ବନି ବାରମ୍ବାର ରାଜ୍ଯ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରୁଥିବା କଥା ଜାଣିବା ପରେ ନିଜ ଗାଁରେ ଥିବା ବିରଞ୍ଚିନାରାୟଣ ମନ୍ଦିର ଓ ଠିକ୍ ତାର ସାମ୍ନାରେ ଥିବା ମସଜିଦ୍ ସମ୍ପର୍କରେ ସେ ଏକ ଖୁବ୍ ସୁନ୍ଦର ଉପସ୍ଥାପନା କରିଥିଲେ। ସବୁ ନୂଆ ପରୀକ୍ଷା କୁ ସେ ସବୁବେଳେ ସ୍ବାଗତ କରୁଥିଲେ। କିଛିଦିନ ତଳେ କଥା ହୋଇଥିଲେ ଲେଖା ପଠେଇବେ ବୋଲି। ଆଇସିୟୁ ରୁ ଫେରିବାପରେ ତାଙ୍କର ମନୋବଳ ଦେଖି ନିଜକୁ ପ୍ରେରଣା ମିଳୁଥିଲା। ସମଧ୍ବନି ଆଜି ନିଜ ପରିବାରର ଜଣେ ସଦସ୍ୟଙ୍କୁ ହରାଇ ଅତ୍ଯନ୍ତ ମର୍ମାହତ। ଆମପାଇଁ ଏହା ବହୁତ ବଡ କ୍ଷତି।
 
ଏଭଳି ବନ୍ଧୁ ବିରଳ। ତାଙ୍କର ସବୁଠାରୁ ଶ୍ରେଷ୍ଠ ପରିଚୟ ଥିଲା ଚିତ୍ର କଳା। ସେ ଜଣେ ବହୁତ ଉଚ୍ଚମାନର ଚିତ୍ରକର ଓ ଚିତ୍ରକଳାର ସମୀକ୍ଷକ। ତାଙ୍କର ଲେଖାଗୁଡ଼ିକୁ ଏଠାରେ ଉପସ୍ଥାପନ କରାଯାଇଛି। ସେଥିରୁ ପାଠକମାନେ ତାଙ୍କୁ ଜାଣିବାକୁ ସୁଯୋଗ ପଇବେ। ସେ ଥିଲେ ଏକାଧାରରେ ଜଣେ କବି, ଲେଖକ, ଗାଳ୍ପିକ, ନାଟ୍ୟକାର, କଳା ଶିକ୍ଷକ, ସଂସ୍କୃତି ସମୀକ୍ଷକ, ଚିତ୍ର ସମୀକ୍ଷକ. ଏହିଭଳି ବ୍ୟକ୍ତିତ୍ୱଙ୍କର ବିୟୋଗ ଆମ ସମାଜ ପାଇଁ ବିରାଟ ବଡ କ୍ଷତି । ଅନେକ ଦିନ ଧରି ସେ ରୋଗରେ ପଡ଼ିଥିଲେ । ବିଶେଷକରି କରୋନା ସମୟରୁ ତାଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା । ସମଧ୍ୱନି ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
 
ପରବର୍ତ୍ତୀ ସମୟରେ ତାଙ୍କ ସମ୍ପର୍କରେ ଅଧିକ ଲେଖା ପ୍ରକାଶ କରିବାପାଇଁ ପ୍ରୟାସ କରୁଛୁ ।

https://samadhwani.com/author/ashok

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.