[box type=”shadow” align=”” class=”” width=””]ମହମ୍ମଦ ଅବୁଦଲ ରହମାନ ଚୁଘଟାଇଙ୍କର ଜନ୍ମ ୧୮୯୯ରେ ଲାହେରରେ ହୋଇଥିଲା । ସେ ସପରିବାର ଲାହୋରରେ ବାସ କରୁଥିଲେ । ସେ ଥିଲେ ସମ୍ରାଟ ଶାହାଜାହନଙ୍କର ମୁଖ୍ୟ ସ୍ତଗତି ଉସ୍ମତ ଅହମ୍ମଦଙ୍କର ବଂଶଧର । ଯିଏ ଥିଲେ ଉଚ୍ଚକୋଟୀର ନକ୍ସାରକାରୀ, ଯାହାଙ୍କ ମୁଖ୍ୟ ନକ୍ସାଙ୍କନରେ ଦିଲ୍ଲୀର ଜୁମା ମସ୍ଜିଦ୍, ଲାଲ କିଲ୍ଲା ଏବଂ ଆଗ୍ରାର ତାଜମହଲ ନିର୍ମାଣ କରାଯାଇଥିଲା । ତାଙ୍କରି ବଂଶଧର ଚୁଘଟାଇ ଥିଲେ ଜଣେ ଈଶ୍ୱରଦତ୍ତ ଉଚ୍ଚକୋଟୀର ଚିତ୍ରଶିଳ୍ପୀ । ତାଙ୍କର ଚିତ୍ରରେ ସେ ପାରସ୍ୟ ଓ ମୋଗଲ କଳା ଉଭୟର ମିଶ୍ରଣ ପଦ୍ଧତିରେ ଅଙ୍କନ କରୁଥିଲେ ଯାହା ନିର୍ମଳ ଓ ସଂକ୍ଷିପ୍ତ ଶୈଳୀ ସହ ଅବିକଳ ସାଦୃଶ ଅଟେ । ତାଙ୍କର କିଛି ଚିତ୍ର ହିନ୍ଦୁମାନଙ୍କ ପୌରାଣିକ ଚିତ୍ର ସହିତ ସନ୍ନିବେଶିତ ଅଟେ । ଅନ୍ୟ କାର୍ଯ୍ୟଗୁଡ଼ିକ ମିର୍ଜା ଗାଲିବ ଆଲାମ ଇକବଲ ଓ ଓମାର ଖୟାମଙ୍କ କବିତାଗୁଡ଼ିକୁ ଚିତ୍ରଣ କରିବାରେ କଟିଥିଲା । ମହମ୍ମଦ ଅବୁଦଲ ରହମାନ ଚୁଘଟାଇଙ୍କର କଳାକାରୀତା ଓ କଳା ଜୀବନ ସମ୍ପର୍କରେ ଏଠାରେ ଏକ ସୁନ୍ଦର ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଚିତ୍ରକର ଶ୍ରୀ ଅଶୋକ କୁମାର ମହାନ୍ତି । – ସମ୍ପାଦକ[/box]
ଭାରତୀୟ ଚିତ୍ରକଳା କ୍ଷେତ୍ରରେ ଯେଉଁମାନଙ୍କର ନାମ ଓ କୃତି ସାମନାକୁ ଆସେ ସେମାନଙ୍କ ଭିତରୁ ଆସନ୍ତି ଶିଳ୍ପୀ ଏ.ଆର.ଚୁଘଟାଇ । ଚୁଘଟାଇ ପରିବାରର ସେ ଥିଲେ ଶେଷ ଚିତ୍ରଶିଳ୍ପୀ । ଚୁଘଟାଇଙ୍କ ପୁରାନାମ ଥିଲା ମହମ୍ମଦ ଅବୁଦଲ ରହମାନ ଚୁଘଟାଇ । ତାଙ୍କର ଜନ୍ମ ୧୮୯୯ରେ ଲାହେରରେ ହୋଇଥିଲା । ସେ ସପରିବାର ଲାହୋରରେ ବାସ କରୁଥିଲେ । ସେ ଥିଲେ ସମ୍ରାଟ ଶାହାଜାହନଙ୍କର ମୁଖ୍ୟ ସ୍ତଗତି ଉସ୍ମତ ଅହମ୍ମଦଙ୍କର ବଂଶଧର । ଯିଏ ଥିଲେ ଉଚ୍ଚକୋଟୀର ନକ୍ସାରକାରୀ, ଯାହାଙ୍କ ମୁଖ୍ୟ ନକ୍ସାଙ୍କନରେ ଦିଲ୍ଲୀର ଜୁମା ମସ୍ଜିଦ୍, ଲାଲ କିଲ୍ଲା ଏବଂ ଆଗ୍ରାର ତାଜମହଲ ନିର୍ମାଣ କରାଯାଇଥିଲା । ତାଙ୍କରି ବଂଶଧର ଚୁଘଟାଇ ଥିଲେ ଜଣେ ଈଶ୍ୱରଦତ୍ତ ଉଚ୍ଚକୋଟୀର ଚିତ୍ରଶିଳ୍ପୀ । ପାକିସ୍ଥାନ ଭାରତ ବିଭାଜନ ପୂର୍ବରୁ ସେ ଥିଲେ ଖୁବ୍ ଚଳଚଞ୍ଚଳ ଓ କର୍ମଠ । ମାତ୍ର ବିଭାଜନ ପରେ ସେ ଖୁବ୍ ଭାଙ୍ଗି ପଡ଼ିଲେ । ତାଙ୍କର ସେ ଚଳଚଞ୍ଚଳ ହାତ ଯୋଡ଼ିକ କ୍ରମଶଃ ନିଥର ହୋଇଗଲା । ଲାଗିଲା ଧିରେ ଧିରେ ସେ କ୍ରମଶ ଶକ୍ତିହୀନ ହୋଇଯାଇଛନ୍ତି ।
ସେ ପ୍ରଥମେ ଚିତ୍ରକଳାରେ ଉସ୍ତାଦ ମିରନ୍ ବକ୍ସି ଓ ଲାହୋରରେ ଥିବା ‘ମାୟୋ ସ୍କୁଲ’ରୁ ତାଲିମ ଗ୍ରହଣ କରିଥିଲେ । ପରେ ସେ ଭାରତର ନବଜାଗରଣର ପଥ ପ୍ରଦର୍ଶକ ଆବନୀନ୍ଦ୍ର ନାଥ ଠାକୁର, ଗଗନେନ୍ଦ୍ର ନାଥ ଠାକୁର ଏବଂ ନନ୍ଦଲାଲ ବୋଷଙ୍କ ପ୍ରେରଣାରେ କିଛିଟା ଧୌତ ଚିତ୍ରଣ ପଦ୍ଧତି (Wash Panting) ଜଣା ଥିବା ଉକିଲ ଭାଇ (Ukil Brothers)ଙ୍କ ଠାରୁ ଧୌତ ଚିତ୍ରଣ ପଦ୍ଧତି ଶିକ୍ଷା କରିଥିଲେ । ଉକିଲ ଭାଇ ଦିଲ୍ଲୀରେ ଏହି ଶୈଳରରେ ଚିତ୍ରଶିକ୍ଷା ଦେଉଥିଲେ । ଏଥିପାଇଁ ସମସ୍ତ ପ୍ରେରଣା ଠାକୁର ପରିବାର ଓ ନନ୍ଦଲାଲ ବୋଷ ହିଁ ତାଙ୍କୁ ଦେଇଥିଲେ । ସେମାନଙ୍କ ପ୍ରେରଣାରେ ସେ ଆଗକୁ ବଢ଼ିଚାଲିଥିଲେ । ଏତଦ୍ ବ୍ୟତୀତ ସେ ନିଜକୁ ମୋଗଲ ପାଣ୍ଡୁଲିପି ଓ ପର୍ସିୟାନ ଚିତ୍ରରେ ସୁନ୍ଦର ହସ୍ତାକ୍ଷର ଲେଖିବା ଦିଗରେ ଅନୁପ୍ରବେଶ କରିଥିଲେ ।
ଚୁଘଟାଇ ଧୌତକଳା ବ୍ୟତୀତ ଅନ୍ୟ କଳାରେ ମଧ୍ୟ ମନୋନିବେଶ କରିଥିଲେ । କିନ୍ତୁ ଏହିସବୁ କାର୍ଯ୍ୟରେ ସେ ଅଧିକ ଭାବେ ନିବିଷ୍ଟ ରହିଥିଲେ । ତାଙ୍କର ଜୀବନଶୈଳୀ ଏକ ଚିତ୍ରିତ ସୁନ୍ଦର ହସ୍ତଲେଖା ସହ ବର୍ଣ୍ଣନା କରାଯାଇ ପାରେ । ତାଙ୍କ ବକ୍ତବ୍ୟ ଅନୁସାରେ ତାଙ୍କ ଜୀବନ ତରବାରୀର ଧାରରେ ତିଆରି ହୋଇଥିଲା ତୁଳୀରେ ନୁହେଁ । ଏଇଥିରୁ ତାଙ୍କ ଜୀବନର ଚଲାପଥ କେତେ କଣ୍ଟକିତ ବଂଧୁର ତାହା ଅନୁମାନ କରାଯାଇ ପାରେ । ତାଙ୍କ ଚିତ୍ର ଗୁଡ଼ିକ କବିତା ପରି ଦୃଶ୍ୟମାନ ଯାହା କଳ୍ପନା ଓ ସୌନ୍ଦର୍ଯ୍ୟରେ ଭରପୁର ଏକ ଚମତ୍କାର ଦୃଷ୍ଟାନ୍ତ । ଏହା ଦର୍ଶକମାନଙ୍କୁ ଆନନ୍ଦରେ ବିଭୋର କରିଦିଏ । ତାଙ୍କ ଚିତ୍ରରେ ପରିବେଶ, ଆଲୋକ ଛାୟାର ବ୍ୟବହାର ସେ ସମୟରେ ଭାରତୀୟ ଚିତ୍ରକଳାର ପ୍ରଗତୀର ଏକ ନୂତନ ପାବଚ୍ଛ ସୃଷ୍ଟି କରିଥିଲା । ସେ ପୂର୍ବାଞ୍ଚଳ ପ୍ରଥାର ପୂର୍ଣ୍ଣ ନକ୍ସାର ଅଙ୍କନ ଚାଲୁରଖିଥିଲେ ଯାହା ସରଳତାର ଉଚ୍ଚତମ ସୋପାନରେ ପହଞ୍ଚିଥିଲା ଏବଂ ଚାଇନା, ଜାପାନ ଶିକ୍ଷକଙ୍କ ସହିତ ଉଦ୍ରୋଚିତ ରୁଚିଗତ ସଂପର୍କ ରହିଥିଲା । ଚୁଘଟାଇ ବ୍ରସ ଓ ପେନସିଲ୍ରେ ଅବିକଳ ରେଖାର ମାଷ୍ଟର ହେବା ପାଇଁ ଚେଷ୍ଟା ଓ ପ୍ରତିଦ୍ୱନ୍ଦିତା ଜାରି ରଖିଥିଲେ । ତଙ୍କର ନକ୍ସା କାର୍ଯ୍ୟକ୍ରମର ଜୀବନ୍ତ କାରୁକାର୍ଯ୍ୟ ବଙ୍ଗଳା ସ୍କୁଲର (Bangal School of Art) ଚିତ୍ରଶିଳ୍ପୀଙ୍କ ଠାରୁ ଅଧିକ ଉନ୍ନତମାନର ଥିଲା ବୋଲି କଳା ସମାଲୋଚକମାନେ କହିଥାନ୍ତି । ତାଙ୍କର ଚିତ୍ରରେ ସେ ପାରସ୍ୟ ଓ ମୋଗଲ କଳା ଉଭୟର ମିଶ୍ରଣ ପଦ୍ଧତିରେ ଅଙ୍କନ କରିଥାଆନ୍ତି ଯାହା ନିର୍ମଳ ଓ ସଂକ୍ଷିପ୍ତ ଶୈଳୀ ସହ ଅବିକଳ ସାଦୃଶ ଅଟେ । ତାଙ୍କର କିଛି ଚିତ୍ର ହିନ୍ଦୁମାନଙ୍କ ପୌରାଣିକ ଚିତ୍ର ସହିତ ସନ୍ନିବେଶିତ ଅଟେ । ଅନ୍ୟ କାର୍ଯ୍ୟଗୁଡ଼ିକ ମିର୍ଜା ଗାଲିବ ଆଲାମ ଇକ୍ବଲ ଓ ଓମାର ଖୟାମଙ୍କ କବିତାଗୁଡ଼ିକୁ ଚିତ୍ରଣ କରିବାରେ କଟିଥିଲା । ଏହି ସଂଯୋଗାତ୍ମକ ମିଶ୍ରଣ ଫଳାଫଳ ଏକ ଭିନ୍ନ ପ୍ରକାରର । ଏଥିରେ ମୌଳିକ, ସୌଜନ୍ୟତା, ଅସାଧାରଣ ଏବଂ କାଳ୍ପନିକ ଅନନ୍ୟ ଶକ୍ତିର ବାସ୍ନା ରହିଅଛି ।
ଚୁଘଟାଇଙ୍କର ଚିତ୍ର ଗୁଡ଼ିକ ଅଜ୍ଞାତ ଓ ଅବଚେତନ କାବ୍ୟିକ ଅଳଙ୍କାରର ସ୍ୱର ବହନ କରେ । ତାଙ୍କର କାର୍ଯ୍ୟଗୁଡ଼ିକ ଔପନ୍ୟାସିକ ଓ ସୌନ୍ଦର୍ଯ୍ୟତା ସହିତ ସଂପର୍କ ସ୍ଥାପନ ଓ ଯୋଗସୂତ୍ର ରକ୍ଷା କରିଥାଏ । ସେ ଚିତ୍ରଆଙ୍କିବା ଆଗରୁ ମନୋଯୋଗ ସହକାରେ ବିଷୟ ବସ୍ତୁର ତତ୍ତ୍ୱକୁ ଅନୁଭବ କରୁଥିଲେ ଏବଂ ତାଙ୍କର ବୈଷୟିକ ଜ୍ଞାନ କୌଶଳ (Calligraphictechniqe)କୁ ଉନ୍ନିତ କରିଥିଲେ । ସେ ତୈଳଚିତ୍ର, ପେନ୍ସିଲ ଡ୍ରଇଂ, ଜଳରଂଗ ଓ ଧୌତଚିତ୍ରଣ ପଦ୍ଧତିରେ ଶତାଧିକ ଚିତ୍ର ଅଙ୍କନ କରିଥିଲେ । ତାଙ୍କର ଚିତ୍ର ମୁଖ୍ୟତଃ ନାରୀକୈନ୍ଦ୍ରିକ । ତାଙ୍କ ଛବିଗୁଡ଼ିକ-ପ୍ରଦୀପ ଧରିଥିବା ରମଣୀ, ସୁନ୍ଦରୀ ନାରୀଟିଏ ଖୋଲା ଆକାଶକୁ ଚାହିଁ ଭାବୁଥିବାର ଦୃଶ୍ୟ । ସୁନ୍ଦରୀ ନାରୀଟିଏ ଏକ ଗୋଲାକାର ପଦାର୍ଥକୁ ଦୁଇହାତରେ ଧରିଥିବା ରହଣ୍ୟ ଅଙ୍ଗନରେ ବସିଥିବା ପ୍ରସାଧନ ରତ ତରୁଣୀ, କଦଳୀ ଗଛରେ ଭରପୁର ଏକ ବଗିଚା ଅଙ୍ଗନ ବାହାରେ ଦୃଶ୍ୟମାନ ହେଉଛି । ମୁସଲିମ୍ ରମଣୀଟିଏ ଅବନତ ମୁଖରେ ବସିଥିବାର ଦୃଶ୍ୟ । ଲର୍ଡ଼ି ଅଫ କ୍ୟାନଭାସରେ ରଜା ପଛରେ ଜଣେ ପରିଚାରୀକା, ଦୂରରୁ ତାଜମହଲ ଦେଖା ଯାଉଥିବା ଦୃଶ୍ୟରେ ମୟୁରଟିଏ ସମ୍ମୁଖରେ ଡାଳ ଉପରେ ବସି ଚାହିଁଥିବାର ଦୃଶ୍ୟ । ଦୁଇଟି ସ୍ତ୍ରୀ ଲୋକ ନମାଜ ପଢ଼ୁଥିବା ବେଳେ ଛୋଟ ପିଲାଟି ମାଁକୁ ଧରିଠିଆ ହୋଇଥିବା ଦୃଶ୍ୟ, ତରୁଣୀଟିଏ ପଂଖା କରୁଥିବା ବିଭିନ୍ନ ଭଙ୍ଗୀରେ ଦୁଇଟି ଚିତ୍ର, ଦୁଇଟି ହରିଣ ମଝିରେ ନାରୀଟିଏ ଠିଆ ହୋଇଥିବାର ଦୃଶ୍ୟ, ନାରୀଟିଏ ପ୍ରଦୀପ ଜାଳୁଥିବାର ଦୃଶ୍ୟ । ମହଲ ଭିତରେ ସୁନ୍ଦରୀଟିଏ ଠିଆ ହୋଇଥିବା ବେଳେ ଅନ୍ୟ ଏକ ନାରୀ ମୁହଁପୋତି ବସିଥିବାର ଦୃଶ୍ୟ । ଏ ସବୁକୁ ବାଦ ଦେଲେ ରାମାୟଣର କେତେକ ଚିତ୍ର ଯଥା ଅଶୋକ ବନରେ ସୀତା, ରାମଚନ୍ଦ୍ର ଶିବଧନୁ ଭାଙ୍ଗୁଥିବା ଚିତ୍ର, ହନୁମାନ, ରାଧାକୃଷ୍ଣଙ୍କ ଛବି ସହ ଏକାକିତ୍ୱରେ ନାରୀଟିଏ ଉଦାସମନରେ ବସିଥିବାର ଚିତ୍ର, ପେନ୍ସିଲ୍ ଏଟ୍ବିବଟମ୍, ‘ସମର ରୋଜ’ ଚିତ୍ରରେ ନାରୀଟିଏ ଏକ ଧଳା ଗୋଲାପ ଧରି ଠିଆ ହୋଇଥିବାର ଦୃଶ୍ୟ, ରମଣୀଟିଏ ସମାଧି ପାଖରେ ଦୀପଟିଏ ଜାଳୁଥିବା ରହଣ୍ୟ, ସୁନ୍ଦର ଏକ ରାଜମହଲ ଭିତରେ ରାଣୀ, ପରିଚାରିକା, ମହାରାଜା ଓ ରାଜକୁମାରୀଙ୍କୁ ଦେଖିବାକୁ ମିଳେ । ଏଭଳି ଶତାଧିକ ଚିତ୍ରମାନେ ଦେଖିବାକୁ ମିଳିଥାଏ । ନାରୀ ତାଙ୍କ ଚିତ୍ରର ମୁଖ୍ୟ ଉପୁଜିବା ହୋଇଥିବା ବେଳେ ହିନ୍ଦୁ ଓ ମୁସଲିସ୍ ସଂସ୍କୃତିର ସହବସ୍ଥାନ ତାଙ୍କ ଚିତ୍ରମାନଙ୍କର ଲକ୍ଷ୍ୟ କରାଯାଇପାରେ, ଷାଠିଏ ବର୍ଷ ପୂର୍ବେ ଚୁଘଟାଇ ଛାଡ଼ିଯାଇଥିବା କଳା କୃତିରେ ମଧ୍ୟ ଗ୍ରାଫିକ୍ ଆର୍ଟି (Graphic Art) ବହୁ ଏଚିଙ୍ଗ (Eatching) ଚିତ୍ର ରହିଛି ଯାହା ସେ ଲଣ୍ଡନର ବିଖ୍ୟାତ ଏଚର୍ (Etcher) ‘ସ୍କାଟସୃଲ’ଙ୍କ ଠାରୁ ୧୯୩୧ ମସିହାରେ ଶିକ୍ଷା କରିଥିଲେ । ବହୁଚିତ୍ରରେ ଓ ଧୌତଚିତ୍ରକଳାର (Wash Panting) ଟେକ୍ନିକ୍କୁ ସେ ପ୍ରୟୋଗ କରିଥିଲେ । ଏହି ମହାନ ଚିତ୍ରଶିଳ୍ପୀ ଭାରତ ଓ ପାକିସ୍ଥାନ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା କରିଥିଲେ କାରଣ ବଂଶଧରଙ୍କର ବହୁକାର୍ଯ୍ୟ ଦିଲ୍ଲୀରେ ଓ ଆଗ୍ରାରେ ରହିଥିବା ବେଳେ ସେ ଲାହୋରରେ ରହିଯାଇଥିଲେ । ଏହି ମହାନ ଶିଳ୍ପୀଙ୍କର ଚିତ୍ରଗୁଡ଼ିକ ଭାରତ ଏବଂ ପାକିସ୍ଥାନ ସଂଗ୍ରାହଳୟରେ ରହିଅଛି । ତାଙ୍କର ମୃତ୍ୟୁ ୧୯୭୫ରେ ହୋଇଥିଲା । ଜଣେ ଉଲ୍ଲେଖନୀୟ ଚିତ୍ରଶିଳ୍ପୀ ଭାବେ କଳା ଇତିହାସରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ବହନ କରେ ।