ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି

1 Min Read

[box type=”shadow” align=”aligncenter” class=”” width=””]ଫୋଟୋ କ୍ରେଡିଟ – ଉଇକିମିଡ଼ିଆ କମନ୍ସ[/box]

ସିଂହାସନର

ଦୁଇ ଖୁରାରେ ଉଇ ଲାଗିଛି।

ଅଗଣାରେ ବରଗଛ ତଳେ କିନ୍ତୁ

ଅଭିଷେକ ଚାଲିଛି ।

ନିଆଁ ଜାଳିଲେ ସବୁ ବିଘ୍ନ ଚାଲିଯିବ,

ମୁଁ ବ୍ରାହ୍ମଣ ସାଜି, ତେଣୁ, ହୋମ ସଜାଡୁଛି।

ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି।

ମୁଁ କିଏ କରିବାକୁ ପ୍ରଶ୍ନ

ଅଭିଷିକ୍ତ ମଣିଷର  ଓଜନ ବା କେତେ ?

ମୁଁ କିଏ କରିବାକୁ ପ୍ରଶ୍ନ

ଏ ସିଂହାସନର ପରମାୟୁ କେତେ ?

ମୁଁ ମୋର ପାଉଣା ପାଇଛି,

ତେଣୁ ହୋମ ସଜାଡୁଛି।

ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି।

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version