କଳା ଓ ସମାଜ ପାଇଁ କଳା

Art & Art for society ସମ୍ପ୍ରତି ଆମ ଓଡ଼ିଶା ଶିଳ୍ପୀମାନେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ସେମାନଙ୍କ ଚିତ୍ର ବହୁମୂଲ୍ୟରେ ବିକ୍ରୀ ହେଉଛି ।

24 Min Read

କଳାର ଉତ୍ପତି ସମାଜର ହିତପାଇଁ । ଏହି ଶବ୍ଦର ଅର୍ଥ ଏତେ ବ୍ୟାପକ ଯେ ଏହାକୁ ସଠିକ୍ ଭାବେ କଳନା କରାଯାଇ ନପାରେ – ମଣିଷ ଜାତି ନିଜେ ଅର୍ଜନ କରିଥିବା ଏକ ପ୍ରକାର ଅଭିବ୍ୟକ୍ତି ହିଁ କଳା । ସମାଜ ଓ କଳା ପରସ୍ପର ପରିପୁରକ । ମୁଦ୍ରାର ଦୁଇ ପାଶ୍ୱର୍ଭଳି । ଏହା ସମାଜର ଗୋଟିଏ ଭାଷା ଭାଷିଲୋକ କଳାକୁ ପଢ଼ିପାରେ କଳାକୁ ମଧ୍ୟ ବୁଝିପାରେ । କଳା ସାହାଯ୍ୟରେ ବ୍ୟକ୍ତିଗତ ଅଭିଜ୍ଞତା, ଚିନ୍ତା ଓ ଅନୁଭୂତିକୁ ସେ ଅନ୍ୟଆଗରେ ପ୍ରକାଶ କରିପାରେ । କଳା ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ । ଆଦିମ ମଣିଷ ଯେତେବେଳେ ପାହାଡ଼ ଜଙ୍ଗଲରେ ବାସ କରୁଥିଲା ପାହାଡ଼ ଗୁମ୍ଫାରେ ରହୁଥିଲା ସେତେବେଳେ ଅନ୍ୟ ସହଭାବର ଆଦାନ ପ୍ରଦାନ ପାଇଁ ଠାର ବା ଇଙ୍ଗିତ ବ୍ୟବହାର କରୁଥିଲା । ବିପଦବେଳେ ଚିତ୍କାର କରିବା ଓ ହିଂସ୍ର ହୋଇ ଗର୍ଜ୍ଜନ କରିବା ଭିତରେ ସେ କିଛି ଶବ୍ଦସହ ଅଭ୍ୟସ୍ତ ହୋଇ ପଡ଼ିଲା । ବିଭିନ୍ନ ଠାର ଶବ୍ଦଦ୍ୱାରା ଅଭ୍ୟସ୍ତ ମଣିଷ ନିଜମନର ଅଭିବ୍ୟକ୍ତିକୁ ପ୍ରକାଶ କରିବାପାଇଁ ବିଭିନ୍ନ ଚିହ୍ନ ମାନ ବ୍ୟବହାର କଲା । ନିଯେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ବିଭିନ୍ନ ଉପକରଣ ଏବଂ ବଣର ଜନ୍ତୁମାନଙ୍କୁ ପରିପ୍ରକାଶ କରିବାପାଇଁ ସେ ଚିହ୍ନରୁ ଚିତ୍ର ଆଙ୍କିବା କୌଶଳ ଆହରଣ କଲା । ପରବର୍ତି ସମୟରେ ସେଥିରୁ ଲିପିର ସୃଷ୍ଟିହେଲା । ଏହିପରି ଅବସ୍ଥାରେ ଥିଲାବେଳେ ମଧ୍ୟ କଳାର ଆଦର କରୁଥିଲା । ଆପଣାର ସହଯୋଗୀ ଦୃଷ୍ଟି ଓ କୁଶଳୀ ହସ୍ତରେ ସେ ଚମତ୍କାର ପରିଚୟ ଦେଇଥିଲା । ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ସ୍ଥିତିକୁ ଅନ୍ୟ ଆଗରେ ପ୍ରକାଶ କରିବାପାଇଁ ଆଦିମ ମଣିଷ ଆଗ୍ରାହିନ୍ୱିତ ହୋଇ ଗୁମ୍ଫାକାନ୍ଥରେ ଚିତ୍ର କରୁଥିଲା । ମିଶର କର୍ଣ୍ଣକି ମନ୍ଦିର, ଲକ୍‌ସସ୍ ମନ୍ଦିର କାନ୍ଥରେ ହୋଇଥିବା ଚିତ୍ରାବଳୀ ଲକ୍ଷ୍ୟକଲେ ସେତେବେଳର କଳାପ୍ରତି କି ପ୍ରକାର ଆଗ୍ରହ ଥିବା ଜଣାପଡ଼ିଥାଏ ।

ପୁରା କାଳରେ ସିନ୍ଧୁ ସଭ୍ୟତାରେ ମାଟିତଳୁ ମିଳିଥିବା ଉକ୍ତ ସଭ୍ୟତାର ଧ୍ୱସାବସେସରୁ ସେ କାଳର ମାନବ ଯେ କଳା ଓ ସ୍ଥାପତ୍ୟରେ ପାରଦର୍ଶିତା ଲାଭ କରିଥିଲା ତାର ନିଦର୍ଶନ ମିଳିଥାଏ । ବଣରେ ଗଛକୁ ଗଛ ଘସିହୋଇ ବାହାରୁଥିବା ନିଆଁରେ ଜଙ୍ଗଲ ପୋଡ଼ିଯାଉ ଥିବାବେଳେ ସେଥିରେ ପୋତିଯାଇଥିବା ପଶୁର ମାଂସ ଖାଇବାପରେ ମଣିଷ ସିଝା ଖାଦ୍ୟର ଅଭ୍ୟସ୍ତ ହେଲାପରି ପୋଡ଼ି ଯାଉଥିବା ମାଟି ଉପରେ ଜଳ ସୁଖିନଯାଇ ରହିଥିବାକୁ ଲକ୍ଷ୍ୟକରି ମଣିଷ ମାଟିରେ ପାତ୍ର ତିଆରି କରି ପୋଡ଼ି ତାକୁ କାର୍ଯ୍ୟରେ ଲଗାଇଲା । ଏହି ପୋତା ମାଯିର ଶିଳ୍ପ ମାନବ ସଭ୍ୟତାର ସର୍ବପ୍ରମ ଶିଳ୍ପ ବୋଲି ଧାରଣା ମଣିଷ ଭିତରେ ନଥିଲା ସେତେବେଳେ ମାଟି ପାତ୍ରକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିଲା । ଏହି ପୋଡ଼ା ମାଟି ଶିଳ୍ପକୁ ମାନବ ସଭ୍ରତାର ପ୍ରଥମ ହସ୍ତଶିଳ୍ପ ବୋଲି ବିଚାର କରାଯାଏ । ହଜାର ହଜାର ବର୍ଷ ପୂର୍ବର ମହଞ୍ଜୋଦାର, ହରପ୍‌ପା ସଭ୍ୟତାରେ ଏହି ପୋଡ଼ା ମାଯିର ଘର ପୋଡ଼ା ମାଟି ଗାତ୍ରର ବ୍ୟବହାର ଏମିତିକ ପୋଡ଼ା ମାଟିର ଗହଣା, ମୁଦ୍ରା ମଧ୍ୟ ମିଳି ସେ ସମୟର କଳାର ସ୍ୱାକ୍ଷର ବହନ କରିଛି । ସମଗ୍ର ବିଶ୍ୱରେ ମେସୋଗଟ୍ଟାମିୟାଁ, ରେମ, ମହେଞ୍ଜୋଦାର, ହରପ୍‌ପା ଭଳି ପ୍ରାଚୀନ ସଭ୍ୟତାର ଧ୍ୱଂସାବଶେଷ ତଥା ଅନ୍ୟ କେତେକ ସ୍ଥାନରୁ ପ୍ରତ୍ନତାତ୍ୱିକ ରତ୍‌ଖନନ ଦ୍ୱାରା ତତ୍‌କାଳୀନ ମାନବ ଜୀବନ ଧାରାର ଯେଉଁସବୁ ସ୍ମାରକୀ ଆବିଷ୍କୃତ ହୋଇଛି ତାହା ସେ ସମୟର କଥା ଆମ ସମ୍ମୁଖକୁ ଆଣିଥାଏ । ତନ୍ମଧ୍ୟରେ ରହିଛି ମୃତିକା ଚିତ୍ରକଳା ସମ୍ବନ୍ଧୀୟ ଉପାଦାନ । ଓଡ଼ିଶାର ଶିଶୁପାଳଗନ, ଜଉଗନ, ଅସୁରଗଡ଼, ଧଉଳି, ମାଣିକ ପାଟଣା, କୁଜଙ୍ଗଗଡ଼, ବିରାଟଗଡ଼, ପୋତାଗଡ଼, ବାରବାଟୀଦୁର୍ଗ, ରତ୍ନଗିରି, ଉଦୟଗିରି, ଲଳିତଗିରି, ବ୍ରହ୍ମଗିରି ଅଂଚଳରେ କରାଯାଇଥିବା ପ୍ରତ୍ନାତାତ୍ୱିକ ସର୍ବେକ୍ଷଣ ଓ ଉତ୍‌ଥାନରୁ ବିଶ୍ୱରେ ମାନବ ସଭ୍ୟତା ବିକାଶ ଧାରା ସହ ସାମିଲ ହୋଇ ସମାନ୍ତରାଳ ଭାବରେ ଉକ୍ତ ଅଂଚଳ ମାନଙ୍କରେ ଶିଳ୍ପର ବିକାଶ ଓ କମନୀୟ ମୃଣ୍ମୟ ଚିତ୍ରକଳାର ପରିଚୟ ମିଳିଥାଏ ।

ମଣିଷ ବହୁବର୍ଷ ଆଗରୁ ଛକି ତିଆରି କରିବା ଶିଖିଥିଲା । ସେହି ସମୟରେ ସେ ଅନ୍ଧାରୁଆ ଗୁମ୍ଫାମାନଙ୍କରେ ନିଘଂଚ ଜଙ୍ଗଲ ଭିତରେ ବଣର ଜୀବଜନ୍ତୁ ଭଳି ଲଙ୍ଗଳା ହୋଇ ବା ଗଛର ବକଳ ପିନ୍ଧି ଜୀବନ ବିତାଉଥିଲା । ତଥାପି ସେ ସମୟରେ ପଥର ଚଟାଣ ଉପରେ ଆଙ୍କିଥିବା ଚିତ୍ରକୁ ଅବଲୋକନ କଲେ ତା’ର କଳାକୌଶଳ, ଚିନ୍ତାଶକ୍ତି କେତେ ଯେ ଉନ୍ନତ ତାହା ଜଣା ପଡ଼ିଥାଏ । ସେଗୁଡ଼ିକ ପ୍ରାଗୈତିହାସିକ ଚିତ୍ର କୁହାଯାଇଥାଏ । ଗୁମ୍ଫା କାନ୍ଥରେ ଶିକାର କରିବାର ଦୃଶ୍ୟରେ ସେ ତାର ଅନ୍ତରର ଆବେଗ, ହୃଦୟର କଳ୍ପନା ତଥା ଆନନ୍ଦପୂର୍ଣ୍ଣ ସ୍ଥିତିର ଭାବନାତ୍ମକ ପରିପ୍ରକାଶ କରିଥିଲା । ଚିତ୍ର ତା ଜାବୀନ ସହ କେତେ ନିବିଡ଼ ସମ୍ପର୍କ ତାହା ଏଥିରୁ ସ୍ପଷ୍ଟ ବାରିହୁଏ । ସେ ଆନନ୍ଦପାଇଁ କଳା ସୃଷ୍ଟି କରୁଥିଲା । କଳା ସୃଷ୍ଟିରେ ସେ ପାଉଥିଲା ଅପାର ଆନନ୍ଦ । ଆନନ୍ଦ ଭିତରୁ ଯାହା ଅଲକ୍ଷ୍ୟରେ ଜନ୍ମ ନେଇଥାଏ ତାହାହିଁ କଳା । ଆନନ୍ଦ ଅଷ୍ଟୋଜିଜ୍ଞାସା ଅଧିକ ଭାବରେ ନିହିତ ଥାଏ । ଆନନ୍ଦ ଦ୍ୱାରା ପ୍ରେରିତ ହୋଇ କଳାକାର କଳା ସୃଷ୍ଟିକରେ । କଳାରେ ମନୋଗତ ଭାବ ଓ ଭାବନା ବିଶେଷ ଏବଂ ଅନୁଭୂତି ରୂପାୟିତ ହୋଇଥାଏ । ସେ କାଳରେ ଚିତ୍ର ଆଙ୍କିବା ସହ ପଥରରେ ହାତ ହତିଆର ନେଇ ଗୁମ୍ଫାକାଲକୁ ଖୋଳି ଚିତ୍ର ତିଆରି କରୁଥିଲା । ବାଲି ଉପରେ ନିଜର ପାଦଚିହ୍ନ ଦେଖି ଚମକି ଉଠୁଥିଲା । ସମୟ କ୍ରମେ ତାବୁଦ୍ଧିର ବିକାଶ ଘଟି ତାର ମନର ଭାବ ନିଜର ଅଭିଜ୍ଞତା ଅଥବା ଓ ଭାବନାର ରୁଚିପୂର୍ଣ୍ଣ ପରିପ୍ରକାଶକୁ କଳା ମାଧ୍ୟମରେ ପ୍ରକାଶ କରୁଥିଲା । ନିଜର ଆନନ୍ଦ ପାଇଁ ମଣିଷ ଯେତେ ପ୍ରକାର ଉପାୟମାନ ମନେ ମନେ ଚିନ୍ତା କରିଛି ସବୁଠାରୁ ଶ୍ରେଷ୍ଠ ଉପାୟ ହେଉଛି କଳା । ଏହା ସମାଜର ପ୍ରାରମ୍ଭରୁ ମଣିଷ ସହରହି ମଣିଷକୁ ଆନନ୍ଦ ପ୍ରଦାନ ସହ ସେ ସମୟରେ କଥାକୁ ଇତିହାସକାରଙ୍କ ଭଳି ଚିତ୍ରିତ କରି ରଖିଛି । ରୂପ ଓ ଅରୂପର ମିଳନରୁ କଳାର ସୃଷ୍ଟି । କଳା ମନୋଗତ ଭାବ ଭାବନା ବିଶେଷ ଓ ଅନୁଭୂତି ହିଁ ରୂପାୟିତ ହୋଇଥାଏ । ଶିଳ୍ପୀ ନିଜ ଆନ୍ତରିକତା ସୃଜନତାକୁ ନିରାକରଣ ବୃନ୍ତ ଦ୍ୱାରା ପ୍ରସ୍ଫୁଟିତ କରାଏ । ସେଠାରେ ବାସ୍ତୁକଳା ନିଜ ସଂଯୋଗ ବୃନ୍ତଦ୍ୱାରା ସୌନ୍ଦର୍ଯ୍ୟକୁ ରୂପାୟିତ କରିଥାଏ । ଯଥା – ମୂର୍ତି ପ୍ରସ୍ତର ଭିତରେ ଲୁଚି ରହିଥାଏ ଯାହା କଳାକାର ହିଁ ଜାଣି ତାର ଆବଶ୍ୟକତା ଅଂଶତକ ବାହାର କରି ଅନ୍ତରର ସୌନ୍ଦର୍ଯ୍ୟକୁ ଫୁଟାଇଥାଏ । ଶିଳ୍ପକଳା ବିଭିନ୍ନ ଛନ୍ଦ ଓ ଅଙ୍ଗଭଙ୍ଗି ଦ୍ୱାରା ଭାବ ଓ ସୌନ୍ଦର୍ଯ୍ୟ ପ୍ରଦାନ କରେ । ଅସୀମକୁ ସୀମା ମଧ୍ୟରେ ବାନ୍ଧି ରଖିବା ହେଉଛି କଳାର ଧର୍ମ । ମହତ୍ ସୌନ୍ଦର୍ଯ୍ୟ ଏବଂ ମହାନ୍ ସତ୍ୟକୁ କଳାନିଜ କଳାକୃତି ଦ୍ୱାରା ବାନ୍ଧି ରଖେ । କଳାର ସ୍ୱର୍ଣ୍ଣତା ବିଷୟରେ କହିବାକୁ ଗଲେ କଳା କଳାକାରର ମାନସିକ ବିକାଶ ଏବଂ ସାଧନାଗତ ପରିପୂର୍ଣ୍ଣତାର ସୂଚକ । ସଫଳ କଳା ସାଧନାର ପରିମାଣକ ସଫଳକଳା କୃତି କଳାଦ୍ୱାରା ନିଜର ବାହ୍ୟ ଏବଂ ଆନ୍ତରିକ ଅବସ୍ଥାର ଅଧ୍ୟୟନ କରାଯାଇଥାଏ । ଏହି କଳା ବିଭିନ୍ନ ପ୍ରୟୋଗବାଦୀ ସମାଜର ପ୍ରକୃତିବୋଧ ରୂପେ ସାମାଜିକ କଥା ବସ୍ତୁକୁ ଗ୍ରହଣ କରିଥାଏ । କଳାକାର ନିଜ ଆନନ୍ଦ ଉଦ୍‌ବେଳନରେ କଳା ସୃଷ୍ଟିକରେ । କଳା ହେଉଛି ଅନ୍ତର ଓ ବାହାରର ପରିପୂରକ ଏବଂ ସମଗ୍ରତାର ସାଧନା କଳା ବାହ୍ୟ କୁସଂସ୍କାର ଏବଂ ଅନ୍ତରର ସଙ୍କୁଚିତ ମନୋବୃତି ବିରୁଦ୍ଧରେ ବିଦ୍ରୋହ କରିଥାଏ । ଯେଉଁ କଳାକୃତିରେ ତତ୍‌କାଳୀନ ସମୟର ବେଦନା ଏବଂ ଚରିତ୍ର ପରିଲକ୍ଷିତ ହୁଏ ନାହିଁ ତାହା କଳା ପଦବାଚ୍ୟ ହୋଇ ନପାରେ । କଳାପାଇଁ କଳାର ସିଦ୍ଧାନ୍ତ ଉପରେ ଆଧାରିତ କଳାକୃତି । ଜୀବନପାଇଁ କଳାର ଉପଯୋଗୀତାରୁ ଅଲଗା ହୋଇ ରହିପାରେ ନାହିଁ । କଳାକୃତି ସେ ସମୟକୁ ପ୍ରତିଫଳିତ କରେ । ୟୁରୋପର ନବଜାଗରଣ ପରେ ଶ୍ରେଣୀ ସଂଘର୍ଷ, ପୁଞ୍ଜିବାଦ ଓ ସର୍ବହରାର କାହାଣୀକୁ ନେଇ ଶିଳ୍ପୀମାନେ ଚିତ୍ରରେ ନାନା ପରୀକ୍ଷା ନିରୀକ୍ଷା କଲେ । ବିଜ୍ଞାନର ପ୍ରସାର ଗଣତନ୍ତ୍ରର ଖୋଲାପବନ, ମୌଳିକବାଦୀ ମାନଙ୍କର ରକ୍ଷଣଶୀଳତା ପ୍ରଭୃତି ସଂଘାତର ରୂପନେଇ ନୂଆ ନୂଆ ଚିତ୍ରକଳା ସୃଷ୍ଟି ହେଲା । ୟୁରୋପିୟ ଚିତ୍ରକଳାରେ ରେନେସାଁ ଠାରୁ ଆରମ୍ଭ କରି ରୋମାଟିଂକ ଭାବଧାରାର ପରିପ୍ରକାଶ ପର୍ଯ୍ୟନ୍ତ ଯେଉଁ ଅଙ୍କ ନୈପୁଣ୍ୟ ବର୍ଣ୍ଣସମାବେଶ ମଧ୍ୟରେ ଯେଉଁ ଛନ୍ଦୋ ବଦ୍ଧ ଦୃଷ୍ଟି ନିହିତ ତାହା ସେ ସମୟର ବିପ୍ଳବର କଥା ବ୍ୟଥାକୁ ବର୍ଣ୍ଣନା କରିଥାଏ । ୟୁରୋପିୟ ଚିତ୍ରକଳାରେ ଘନବାଦ, ଆଭାସବାଦ, ନୈରୁପ୍ୟବାଦ, ଅତିବସ୍ତ୍ର ବାଦ, ପ୍ରତୀକବାଦ ଓ ପ୍ରକାଶବାଦ ପ୍ରଭୃତି ନୂତନ ବାଦମାନ ଜନ୍ମନେଲା ତାହାହିଁ ଆଧୁନିକ କଳାରେ ଦେଖାଦେଲା । ଇତି ପୂର୍ବରୁ ମଣିଷ ପ୍ରକୃତିକୁ ଲକ୍ଷ୍ୟ କରି ଚିତ୍ର ଅଙ୍କନ କରୁଥିଲା । ପ୍ରକୃତ କଥାହେଲା ରୀତି ଗାଏ କଳା ପ୍ରକୃତି ସହ ବିତିତ । ଶିଳ୍ପୀ ଯାହାଆଣେ ପ୍ରକୃତି ମଧ୍ୟରୁ ହିଁ ଆଣେ । ମଣିଷ ଯେତେ ସଭ୍ୟତା ଆଡ଼କୁ ଅଗ୍ରସହ ହେଉଛି ସେତେସେତେ କଳାପ୍ରତି ଆଗ୍ରହ ପ୍ରକାଶ କରୁଛି । ଭାରତୀୟ ଜୀବନରେ କଳା ଅନ୍ତ ପ୍ରବିଷ୍ଟ ହୋଇ ସର୍ବତ୍ର ପରିବ୍ୟାପ୍ତ ହେଉଥିଲା । ପ୍ରାଚୀନ କାଳରେ ଆସମାନ ପ୍ରମୋଦ ନିମନ୍ତେ ଲଳିତକଳାର ଚର୍ଚ୍ଚା କରାଯାଉଥିଲା । ଭାସ୍କର୍ଯ୍ୟ ଠାରୁ ଚିତ୍ରକାବ୍ୟ ଏକ ସହଜ ମାଧ୍ୟମ ହୋଇଥିବାରୁ ଏହାକି ଶିଘ୍ର ସମସ୍ତେ ପସନ୍ଦ କରୁଥିଲେ । କାମସୂତ୍ରରେ ଉଲ୍ଲେଖ ଅଛି ଯେ ମାର୍ଜିତ ରୁଚିର ନାଗରିକ ମାନଙ୍କ ଦ୍ୱାରା ନାନାବିଧ କଳା ସହିତ ଚିତ୍ରକଳାର ମଧ୍ୟ ଚର୍ଚ୍ଚା କରାଯାଉଥିଲା । ଚିତ୍ରକରର ସମ୍ମାନ ବହୁ ଉଚ୍ଚରେ ଥିଲା । ଚିତ୍ରପୋଥି ମାନଙ୍କରେ ଶ୍ଳୋକ ସହ ଚିତ୍ର ଅଙ୍କନ କରାଯାଇଛି । ପୋଥିକୁ ମଧ୍ୟ ସିଧାସଳଖ ତାଳପତ୍ରରେ ଲେଖା ନଯାଇ କୋଣଗୁଡ଼ିକ କାଟି ବିଭିନ୍ନ ଆକାର ମଧ୍ୟ ପ୍ରଦାନ କରାଯାଉଥିଲା । ପୋଥି ଚିତ୍ରରେ ବିଶେଷକରି ରାଧାକୃଷ୍ଣଙ୍କ ପ୍ରେମ ଲିଳାକୁ ଚିତ୍ରିତ କରାଯାଇଛି । କାଳିଦାସ ତାଙ୍କ କାବ୍ୟ ମଧ୍ୟରେ ବିଭିନ୍ନ ଚିତ୍ର ଆକାରରେ ଲିପିବଦ୍ଧ କରାଯାଇଥିଲା । ଉପେନ୍ଦ୍ର ଭଞ୍ଜ ତାଙ୍କ କାବ୍ୟରେ ବିଭିନ୍ନ ବଳର ବ୍ୟବହାର କରିଥିଲେ । ତନ୍ମଧ୍ୟରୁ ନାଗବନ୍ଧ, ପଦ୍ମବନ୍ଧ, ଷୋଡ଼ଶଦଳ ପଦ୍ମବନ୍ଧ, ରଥବନ୍ଧ ପ୍ରଭୃତି ବିଭିନ୍ନ ବନ୍ଧରେ କାବ୍ୟ କବିତା ରଚନା କରିଥିଲେ । ଏସବୁକୁ ଲକ୍ଷ୍ୟକରି ଫକୀର ମୋହନ ତାଙ୍କ ‘କବି ଚିତ୍ରକର’ କବିତାରେ ଲେଖିଥିଲେ –

କବି ଚିତ୍ରକର ଦୁଇଟି ଭାଇ

ନାନା ଚିତ୍ରଆଣି ଦେବେ ଦେଖାଇ

କେବେତ କେସାନ ନାହିଁତ ଜଣା

ମାତ୍ର ଦୁହିଁଙ୍କର ଅସ୍ତ୍ରକଳ୍ପନା ।

 

ଜଣକ ହାତରେ ରହିଛି ତୁଳି

ଆନ ଜନହାତେ ଲେଖନୀ କାଳି

ଦେଖାଏ ଯେ ଜଣେ ବାହାର ଛବି

ଅନ୍ୟ ରାଜ୍ୟ ଚିତ୍ର ଦେଖାଏ କବି

 

କେତେ ମହାବୀର କେତେ ଧାର୍ମିକ

କେତେ ମହାରାଜା ଖାତ ବଣିକ

ଭାସିଯାଇଛନ୍ତି କାଳ ସେତ୍ରରେ

ମାତ୍ର ଦେଖୁଅଛୁ କବି ଚିତ୍ରରେ ।

 

ପ୍ରକୃତିର କେତେ ସୁନ୍ଦର ଦ୍ରବ୍ୟ

ବିଗତ ଆତ୍ମୀୟ କେତେ ମାନବ

ଯାଇଛନ୍ତି ମିଶି ପଂଚଭୂତରେ

ଦେଖୁଅଛୁଁ ଚିତ୍ରକରଙ୍କ ଘରେ

କବି ଚିତ୍ରକର ଏ ବେନି ଜନ

ଦିଅନ୍ତି ଜଗତେ ହିତେ ଜୀବନ ।

ତାଙ୍କ କବିତାରେ ସମାଜ ପ୍ରତି ଶିଳ୍ପୀ ଚିତ୍ରକର ଅବଦାନକୁ ସେ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇଛନ୍ତି । ସେଥିରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଚିତ୍ରକର ବିନା ରାମାୟଣ, ମହାଭରତ ଭଳି ମହାକାବ୍ୟ ନିରସମନେ ହୁଅନ୍ତା ସେଥିପାଇଁ ପୋଥିରେ ଚିତ୍ର ଅଙ୍କନ କରାଯାଇଥିଲା । ଏବେ, ମଧ୍ୟ ପୁସ୍ତକ ଆକାରରେ ପ୍ରକାଶପାଇ ସେଥିରେ ଚିତ୍ର ସଂଯୋଜନା କରାଯାଇ ଏହାକୁ ଆକର୍ଷଣୀୟ କରାଯାଉଛି । ଏହି ପ୍ରିଂଟ ପ୍ରେସରେ ବ୍ୟବହାର କରାଯାଉଥିବା ଅକ୍ଷର ପାଖରୁ ଚିତ୍ର ପର୍ଯ୍ୟନ୍ତ ଶିଳ୍ପୀମାନେ ପ୍ରସ୍ତୁତ କରୁଥିଲେ । ସେ କଳାକୁ ଗ୍ରାଫିକ ଆର୍ଟ କୁହାଯାଏ । ଯେଭଳିଭାବେ ପ୍ରାକୃତିକ ପରିବେଶର ପଟ୍ଟଭୂମି ଉପରେ ସନ୍ନିବେଶିତ ଇଟା, ପଥର ନିତିଦିନିଆ କାମରେ ଲାଗୁଥିବା ଉପକରଣକୁ ଉପାଦାନ ଓ ଉପଯୋଗିତା ଦୃଷ୍ଟିରୁ ଆକର୍ଷଣୀୟ ଭାବରେ ପରିବେଷଣକୁ କମର୍ସିଆଲ ଆର୍ଟ ବା ଏପ୍ଲାୟଡ଼ ଆର୍ଟ ବୋଲି କୁହାଯାଉଛି । ମଣିଷ ସଭ୍ୟତାର ବିଶେଷ ସଙ୍ଗେ ସଙ୍ଗେ କଳାର ପରିବର୍ଣ୍ଣିତ ଦାରା ସହ ହାତ ମିଳାଇ ଚାଲିଛି । ୟୁପୋୟେ ଚିତ୍ରକଳା ଇତିହାସରେ ୧୮୭୪ରେ ଆଭାସବାଦ, ୧୯୦୭ରେ ଘନବାଦ ୧୯୧୧ ନୈରୁଣ୍ୟବାଦ ୧୯୨୫ରେ ପ୍ରତୀକବାଦ ପ୍ରଭୃତି ନୂତନ ଚିନ୍ତାଧାରା ଆମ ଭାରତ ମାଟିରେ ବହୁପୂର୍ବରୁ ଗ୍ରହଣଯୋଗ୍ୟ ହୋଇଥିଲା । ବିଂଶ ଶତାବ୍ଦୀରେ ଆଦ୍ୟଭାଗରେ ଯେତେବେଳେ ପ୍ରାଚ୍ୟ ଓ ପାଶ୍ଚାତ୍ୟ କ୍ଷେତ୍ରରେ ଘନଘନର ସୂତ୍ରପାତ ହେଲା ଏହାର ବାଣୀ ଭାରତୀୟ ଚିତ୍ରକରଙ୍କ ପାଖରେ ପହଂଚି ସାରିଥିଲା । ତେଣୁ ଯେତେବେଳେ ଯେଉଁ ପ୍ରକାର ଇଜିମ୍ ଆପଣେଇ ଚିତ୍ରକଳାର ପରିବର୍ତନ ଆସିଛି ସେଥିସହ ଭାରତର କେବଳ ନୁହେଁ ଓଡ଼ିଶାର ଶିଳ୍ପୀମାନେ ସାମିଲ ହୋଇ ସମାଜର ଦୃଶ୍ୟାବଳୀକୁ ଯିଏ ଯେଉଁପରି ମାଧ୍ୟମରେ ଦେଖାଇବାକୁ ଚେଷ୍ଟାକରନ୍ତି । ସମସ୍ତଙ୍କର ଚିତ୍ର ସମାନ ହୋଇନପାରେ କିନ୍ତୁ ଚିତ୍ରଟିଏ ଦେଖିଲେ ମନରେ ଆନନ୍ଦ ଆସେ ଏହା ନିଶ୍ଚିତ । ସେ ବିପ୍ଳବର ହେଉ ଅବା ଲୁହ ଲୁହର କାହାଣୀ ହେଉ ସମସ୍ତଙ୍କ ଭିତରେ ଯେକୌଣସି ମାଧ୍ୟମ ଦେଇ ନିଜ ସୃଜନଶୀଳତାର ପରିଚୟ ଦେଇଥାନ୍ତି ଯେଉଁ ଚିତ୍ରକୁ ଦେଖିଲେ ତା ମଧ୍ୟରେ ଦୁଃଖ ଆସେ ତାକୁ ଗଢ଼ିଥିବା ଶିଳ୍ପୀକୁ ସେଥିପାଇଁ କେତେ ଦୁଃଖ ପାଇବାକୁ ହୋଇଥାଏ ତାହା ଅବୁଝା ରହିଯାଏ । ଏକଦା ତାର ଉଇନ ଫ୍ରଡ଼େଙ୍କ ବୈଜ୍ଞାନିକ ତତ୍ୱ କଳାକ୍ଷେତ୍ରରେ ବିସ୍ତାର ଲାଭକଲା – ତାର ଉଇନ ଫ୍ରଏଡ଼ଙ୍କ ତତ୍ୱ ସହ ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷିରେ ଆମେରିକାର ବିଳ୍ପବ, ଓଦୌଗିକ ଓ ମେଦାବିଳ୍ପବ ପ୍ରଭୃତି ମଂଚ ମହାବିପ୍ଲବ ଅନୁନ୍ୟ ଶହେବର୍ଷ ମଧ୍ୟରେ ଯୁଥାନ୍ତକାରୀ ପ୍ରଣିଧାନ ଯୋଗ୍ୟ ବିବେଚିତ ହେଲା । ଦେଶର ଅର୍ଥନୈତିକ ବ୍ୟବସ୍ଥା ଅନୁସାରେ ସଙ୍ଗୀତ ସାହିତ୍ୟ ଓ କଳା ସହିତ ସମଗ୍ର ସାଂସ୍କୃତିକ ରୂପରେଖ ନିୟନ୍ତ୍ରଣ ହିଁ ଭୌତିକବାଦୀ ଦର୍ଶନର ସାରକଥା ହେଲା । ଲିଓଟଲଷ୍ଟୟଙ୍କର “ଡଷବଗ୍ଧ ଗ୍ଧଷବଙ୍ଗ ଙ୍ଗକ୍ଟ ଜ୍ଞକ୍ଟଗ୍ଦଗ୍ଧ ୟକ୍ଟ ?” ଆମତୋଲା ଫ୍ରାନସଁଙ୍କର “ଜର ଠକ୍ଟକ୍ଷଗ୍ଧ କ୍ଟଲ ବଦ୍ଭଶକ୍ଷର” ରୋମେ ଗୋଲାଙ୍କର “ଓ ଙ୍ଗସକ୍ଷକ୍ଷ ଦ୍ଭକ୍ଟଗ୍ଧ କ୍ସରଗ୍ଦଗ୍ଧ” ଗ୍ରନ୍ଥ ମାନଙ୍କରେ ଅର୍ଥନୈତିକ ସମତା ଓ ଶାନ୍ତିରବାଣୀ ଉଦ୍‌ଘୋଷିତ ହେଲା । ଶିଳ୍ପୀ ପାବ୍ଳୋପିକାଶୋ କହିଲେ ଯେ ସାଧାରଣ ତୃଚାଂର୍ତ ମଣିଷ ଯେଉଁପରି ଝରଣା ଆଡ଼କୁ ଧାଇଁଯାଏ ମୁଁ ସେହିପରି ସାମ୍ୟବାଦୀ ଆଡ଼କୁ ମୁହାଁଇଛି । ବିପୁଳ ଅଭିଜ୍ଞତା ଅର୍ଜିତ ପ୍ରଜ୍ଞାଦ୍ୱାରା ଲିଓଟେଲସ୍ପୟ କହିଲେ ଯେ ଶିଳ୍ପ ଗୋଟିଏ ମାନବୀୟ କର୍ମ ଯାହାଦ୍ୱାରା ଶିଳ୍ପୀ ତାହାର ନିଜସ୍ୱ ଉପଲବ୍ôଧକୁ ବାହାରେ ପ୍ରକାଶ କରେ । ସେହି ସାର୍ଥକ ଶିଳାକର୍ମକୁ ଦେଖି ଦର୍ଶକ ଶିଳ୍ପୀର ରୋସଗଲବ୍‌ଧିକୁ ନିଜ ଭିତରେ ଅନୁଭବ କରେ । ଟଲଷ୍ଟୟଙ୍କ ଉକ୍ତ ଉକ୍ତି ଆପାତତଃ କ୍ଷଣିକପାଇଁ ହେଲେ ମଧ୍ୟ ପରୋକ୍ଷଭାବରେ ତାହା ୟୁରୋପୀୟ ଚିତ୍ର କଳାର ଯେଉଁ ଭୟସୀ ବିକାଶ ସାଧନ ହେଲା । ତାର ଛାୟୀପାତ ପ୍ରତ୍ୟେକ ଦେଶରେ ଘଟିଲା ବିଶ୍ୱଯୁଦ୍ଧ ସୟରେ ପିକାଶୋ ସୃଷ୍ଟିକରିଥିବା ଚିତ୍ର ଗୁଣ୍ଡିଚା ଚିତ୍ରରେ ଘୋଡ଼ା, ଷଣ୍ଢ, ଖୋଲା ଝରକା ନିକଟରେ ନାରୀର ଚିତ୍କାର । ‘ଗୁଣିକା’ ତାଙ୍କର ଅନ୍ୟ ଏକ ଶ୍ରେଷ୍ଠ ସୃଷ୍ଟି । ‘ଗୁର୍ଣ୍ଣିକା’ ନିରିହ ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବା ଗୃହଯୋଦ୍ଧା ହସ୍ତରେ ଶାଶିତ କୁପାଣଧରି ଶାଶିତ ହେଇଛି । ଫାସିବାଦ ବିରୋଧରେ ଶିକାଗୋ ଏହି ଛବି ମାଧ୍ୟମରେ ପ୍ରତିବାଦ ସ୍ୱର ଉତୋଳନ କରିଥିଲେ । ସେ କେବଳ ନଗ୍ନନାରୀ ମୂର୍ତି କରେ ନାହିଁ ଅବା ପ୍ରକୃତିକୁ ଅବିକଳ ନକଲ କରେ ନାହିଁ ସମାଜରେ ଘଟୁଥିବା ଧର୍ଷଣ, ହିଂସା, ଅସାମାଜିକ ଅରାଜକତାକୁ ଛବି ମାଧ୍ୟମରେ ରତିରୋଧକରେ ପ୍ରତିବାଦ କରେ ଓ ସୁସ୍ଥ ସମାଜ ଗଠନ କାମନାକରେ ।

ରେନେସାଁ କିମ୍ବା ତତ୍ ପରବର୍ତୀ କାଳରେ ଯେଉଁ ଶୈଳୀ ୟୁରୋପୀୟ ଶିଳ୍ପ ଧାରାକୁ ଉଜ୍ଜିବିତ କରିପାରୁଥିଲା ତାହା କ୍ରମଶଃ ଭଟ୍ଟା ଗଡ଼ିଗଲା । ପଦାର୍ଥ ବିଜ୍ଞାନର ଆବିଷ୍କାର ସେ ଦେଶଣ ଚିତ୍ରକଳାକୁ ଅଚଳ କରିପକାଇଲା । ଫଟୋ ଗ୍ରାଫିରେ ସୁନ୍ଦର ପ୍ରତିଛବି କମ୍ ଅର୍ଥ ଓ ସ୍ୱଳ୍ପ ସମୟ ମଧ୍ୟରେ ରଙ୍ଗୀନ ଆକାରରେ ବାହାରିପାରିଲା । ମଣିଷକୁ ଶୁଆଇଦେଇ ତା’ ମୁଖରେ ତୈଳବୋଳି ଖୁବ୍ କମ୍ ବୟସରେ ପ୍ଲାଷ୍ଟରରେ ଛାଂଚ ପ୍ରସ୍ତୁତ କରାଯାଇପାରିଲା । ଏହାପରେ ଶିଳ୍ପୀମାନେ ନୂତନ ରୂପ ଓ ରସର ସନ୍ଧାନ ପାଇଁ ପାଶ୍ଚାତ୍ୟରୁ ପ୍ରାଚ୍ୟ ଆଡ଼କୁ ଦୃଷ୍ଟିନିକ୍ଷେପ କଲେ । ଚୀନ ଓ ଜାପାନର ଭାଗବାଦୀ ଶୈଳୀ ସେମାନଙ୍କୁ ଯଥେଷ୍ଟ ପ୍ରେରଣା ଯୋଗାଇଲା ଫଳରେ ଆଭାସ ବାଦୀ କଳା ଆନ୍ଦୋଳନ ଆରମ୍ଭ ହେଲା । ଭାରତରେ ଅମୃତା ସେରଗିଲ ଚିତକୁ ଆଭାସବାଦ ।  ଚିତ୍ରରୁ ଘନବାଦ ଓ ପ୍ରତିକବାଦର ଆଭାସ ମିଳିଲା ଓଡ଼ିଶାେୀ ଅର୍ଜିତ କେଶରୀ ରାୟ କ୍ୟୁବିକ୍ ଶୈଳୀରେ ଦୀନନାଥ ପାଠୀ, ଅନନ୍ତ ପଣ୍ଡା ପ୍ରମୁଖ ପ୍ରତୀକ ମୁକବାଦକୁ ନେଇ ମଧ୍ୟ ଚିତ୍ର ଅଙ୍କନ କରୁଛନ୍ତି ଯାହାକୁ ଏବେ ଆଧୁନିକ କଳା କୁହାଯାଉଛି । ଭାରତୀୟ ଚିତ୍ରଶିଳ୍ପୀ ମକ୍‌ବୁଲ୍ ଜଂଜା ହୁସେନ ଘୋଡ଼ାଚିତ୍ର ପାଇଁ ପ୍ରସିଦ୍ଧ ଯଦିଓ ପୂର୍ବରୁ ଇନ୍ଦିରାଗାନ୍ଧୀ ନେହେରୁ, ମହାତ୍ମାଗାନ୍ଧୀ ପ୍ରଭୃତି ପୋଟ୍ରେଟ ସହ ପ୍ରକୃତିର ଚିତ୍ର ଆଙ୍କୁଥିଲେ । ମାତ୍ର ୧୯୫୨ରେ ପ୍ରଥମେ ଚିନ୍ ଦେଶକୁ ଯାଇ “ଦି ପେଇଟିସେ” ଓ “ଚିପେଲ୍ ହାଙ୍ଗଙ୍କପରି ପ୍ରସିଦ୍ଧ ଚିତ୍ରଶିଳ୍ପୀଙ୍କ ଯୋଡ଼ା ଛବି ତାଙ୍କୁ ଆକୃଷ୍ଟ କଲେ । ପରବର୍ତୀ ସମୟରେ ସେ ଘୋଡ଼ାକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ । ମାତ୍ର ପରବର୍ତି ସମୟରେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଆଙ୍କି ସେ ବିତର୍କର ବଳୟ ମଧ୍ୟକୁ ଆସିଲେ ଓ ଭାରତ ଛାଡ଼ିଥିଲେ । ଇତିପୂର୍ବରୁ ସେ ଗଙ୍ଗା ଯମୁନା ଯୁଦ୍ଧ, ମହାଭାରତ – ୧୨ ଓ ରାମାୟଣ ସମ୍ପର୍କିତ ୧୫୦ଟି ଚିତ୍ର ଆଙ୍କିଥିଲେ । ସେ କ୍ୟାମୋରାର ଛବି ଭଳି ଛବି ଅଙ୍କନ ନକରି ମଣିଷର ଚାରିତ୍ରିକ ଦିଗକୁ ଅନୁସରଣ କରି ଚିତ୍ର ଆଙ୍କିଥିଲେ । ସେ ପିକାଶୋଙ୍କୁ ଅନୁସରଣ କରିଥିଲେ । ତାଙ୍କ ଛବି କୋଟି କୋଟି ଟଙ୍କାରେ ବିକ୍ର୍ରୀ ହୋଇଛି । ବିଦ୍ୟାଳୟ ମାଡ଼ିନଥିବା ଏହି ଶିଳ୍ପୀ ତାଙ୍କ ଅଧ୍ୟବସାୟ ଓ ନୂତନ ସୃଜନ କାଳରେ ଦେଶ, ବିଦେଶ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଖାତି ଓ ଅର୍ଥ ଉପାର୍ଜ୍ଜନ କରିପାରିଥିଲେ । ଏହିଭଳି ସମାଜପାଇଁ ଚିତ୍ର ଶିଳ୍ପୀଙ୍କ ଅବଦାନ କଥା କହିଲେ ପ୍ରବନ୍ଧ ଶେଷ ହେବନାହିଁ ଏଥିପାଇଁ ସମୟ ମଧ୍ୟ ଅକୁଳାଣ ପଡ଼ିଯିବ । କେବଳ ଆଧୁନିକ ଚିତ୍ରକଳା ନୁହେଁ ୧୮୪୦ ବେଳକୁ ସମସମାୟିକ ଘଟଣାକୁ ବିଦ୍ରୁପ କରି ଯେଉଁସବୁ ଚିତ୍ର ଅଙ୍କନ ହେଲା ତାହା ଲୋକମାନଙ୍କ ଘଟଣାର ତୀବ୍ରତାକୁ ସୂଚାଇ ଦିଆଗଲା ତାହାକୁ କୁହାଗଲା ବ୍ୟଙ୍ଗଚିତ୍ର ବା କାର୍ଟୁନ । ଇତିହାସର କେଉଁ ମୋଡ଼ରେ ଚିତ୍ରକଳା କେରୀକେଚର ବା କାର୍ଟୁନ ରୂପାନ୍ତରିତ ହେଲା ତାହା କହିହେବ ନାହି । ପାଶ୍ଚାତ୍ୟ ଚିତ୍ରକଳା ଆରମ୍ଭ ହେଲା ଅନୁକରଣରେ ଗୋଟିଏ ଶ୍ରେଣୀ ଅନ୍ୟ ଶ୍ରେଣୀକୁ ଶ୍ରଦ୍ଧାରେ ଗ୍ରହଣ କରିବା ଓ ତାକୁ ମୂଲ୍ୟାୟନ କରିବା ସହ କାର୍ଟୁନ ଜଡ଼ିତ, ଗୃହଯୁଦ୍ଧ, ବିଶ୍ୱଯୁଦ୍ଧ, ଆର୍ଥିକ, ଦୁଃସ୍ଥିତି, ସବୁଆନେ ପୋଡ଼ାଜଳା ମଣିଷର ଏହି ଅସହାୟତାକୁ ଆଧାର କରି ସଭ୍ୟଦେଶମାନଙ୍କରେ କାର୍ଟୁନ ପତ୍ରିକା ପ୍ରକାଶିତ ହେଲା । ଆନ୍ତର୍ଜାତିକ ଖାତି ସମ୍ପନ୍ନ ଶଙ୍କର ପିଲାଇ ଏବଂ ଆର୍‌କେ ନାରାୟଣଙ୍କ ଭାଇ ଆର୍‌କେ ଲକ୍ଷଣ ଭାରତୀୟ ବ୍ୟଙ୍ଗ ଚିତ୍ରକୁ ବିଶ୍ୱଦରବାରରେ ପ୍ରତିଷ୍ଠିତ କଲେ । ଧିରେ ଧିରେ ବହୁ ପତ୍ରିକା କାର୍ଟୁନ ଛବି ପ୍ରକାଶ କରି ତୁଙ୍ଗ ନେତାମାନଙ୍କ ଦୁର୍ନିତୀ ବ୍ୟଭିଚାରକୁ ପ୍ରକାଶ କଲେ । ଯାହାଫଳରେ ଦୁର୍ନିତୀ ଖୋର ନେତାମାନେ ଅସଲ ସ୍ୱରୂପ ଞ୍ଚଞ୍ଚଞ୍ଚ ଗଢ଼ିବା ମାତ୍ରେ ସେମାନେ ଶଂଶୋଧିତ ହେବାକୁ ଚେଷ୍ଟାକଲେ । ଏବେବି ମଧ୍ୟ ବିଭିନ୍ନ ସମ୍ବାଦପତ୍ର ପତ୍ରିକା ମାନଙ୍କରେ କାର୍ଟୁନ ଚିତ୍ରଦ୍ୱାରା ସମାଜର ପରିବର୍ତନ ଆଣିବା ଦିଗରେ ସହାୟକ ହେବା ସଙ୍ଗେ ସଙ୍ଗେ ମଣିଷ ମନରେ ହାସ୍ୟ ଉଦ୍ରେକ କରିଥାଏ । ଏବେ ଏବେ ପିଲାମାନେ କାର୍ଟୁନ ଛବି ଦେଖିବାକୁ ପସନ୍ଦ କରୁଛନ୍ତି । ବ୍ୟଙ୍ଗ ପତ୍ରିକାରେ ଚିତ୍ରକଳା ଓ ସାହିତ୍ୟ ଉଭୟ ମିଶ୍ରଣ ହୋଇ ପାଠକ ମନରେ ବିଦ୍ରୁପ ଓ ହାସ୍ୟ ସୃଷ୍ଟି କରିପାରୁଛନ୍ତି । ସମ୍ବାଦପତ୍ରରେ କାର୍ଟୁନ ନ ରହିଲେ ଏବେ ପଢ଼ିବାକୁ ଇଚ୍ଛା ହେଉନାହିଁ । ଏଣୁ ଏହି କାର୍ଟୁନ ଚିତ୍ର ସମାଜପାଇଁ ଅତି ଆବଶ୍ୟକ ହୋଇପାରିଛି ।

ଇତିହାସର ଅନ୍ଧାରୀ ଗୁମ୍ଫାରୁ ଅତ୍ୟାଧୁନିକ ବୈଜ୍ଞାନିକ ବୈଚିତ୍ୟ ପଥ ଛୁଇଁ କାର୍ଯ୍ୟ ପଦଚିହ୍ନ ପରିଦୃଷ୍ଟ ହୁଏ । କେତେବେଳେ ଦୃଶ୍ୟକଳା ଓ କେତେବେଳେ ସୃଜନ କଳା ଭାବରେ ପରିପ୍ରକାଶ ହୋଇଆସିଛି । ଚଉଷଠୀ କଳା ମଧ୍ୟରୁ ଆମେ ଲଳିତ କଳା ବିଷୟରେ ଆଲୋଚନାରେ ଗୁରୁତ୍ୱ ଦେଉଥାଉ । ସୌନ୍ଦର୍ଯ୍ୟ ବୋଧର ପରିବେଷଣ ହେଉଛି କଳା । ଏହା ଟ୍ରାଡ଼ିସନାଲ ଧର୍ମ ସମ୍ବନ୍ଧିୟ କଳା ମଧ୍ୟରେ ଦେଖିବାକୁ ମିଳେ । ସମସ୍ତେ ନିଜ ନିଜର ଦୃଷ୍ଟିକୋଣ ନେଇ କଳାକୁ ବିଚାର କରିଥାଆନ୍ତି । କଳା ପ୍ରାଥମିକ ସ୍ତରରେ ଚାରି ଭାଗରେ ବିଭକ୍ତ ପ୍ରଥମ ଲଳିତ କଳା : ଦ୍ୱିତୀୟ ନୃତ୍ୟକଳା, ତୃତୀୟ ଅଭିନୟ କଳା ଓ ଚତୁର୍ଥ କାରୁକଳା । ଲଳିତ କଳା ପୁଣି ଦୁଇଭାଗରେ ବିଭକ୍ତ । ଗୋଟିଏ ଚିତ୍ରକଳା ଓ ଅନ୍ୟଟି ମୂର୍ତିକଳା । ସେ କାଠ, ଧାତୁ ପ୍ରଭୃତିରେ ଭାସ୍କର୍ଯ୍ୟ ତିଆରି କରୁ କରୁ ସାଜସଜ୍ଜା ପାଇଁ ଧର୍ମୀୟ ଭାବନା ପାଇଁ କଳା ଭାସ୍କର୍ଯ୍ୟକୁ କାମରେ ଲଗାଇଲା । ଉତ୍କଳର ଚିତ୍ରକଳା ଉପରେ ଦୃଷ୍ଟି ନିବଦ୍ଧ କଲାବେଳେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଖୋଦିତ ଖଣ୍ଡଗିରି ଗୁମ୍ପା ଆଖିରେ ନିବଦ୍ଧ କଲାବେଳେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଖୋଦିତ ଖଣ୍ଡଗିରି ଗୁମ୍ପା ଆଖିରେ ପଡ଼ିଥାଏ । ଖାରବେଳଙ୍କ ରାଜତ୍ୱକାଳରେ ଏହି ଗୁମ୍ପା ନିର୍ମାଣ କରାଯାଇଥିଲା । ପରବର୍ତି ସମୟରେ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପରେ ନିଯେ ବୌଦ୍ଧ ଧର୍ମ ଗ୍ରହଣ କରି ନିଜ ଜୀବନର ପରିବର୍ତନ ସାକ୍ଷୀ ସ୍ୱରୂପ ଧଉଳି ଗିରିର ଶୀର୍ଷ ଦେଶରେ ଗୋଟିଏ ସ୍ତମ୍ଭ ଓ ପାଦଦେଶରେ ହସ୍ତୀ ଖୋଦନ କରଇଥିଲେ । ଉତ୍କଳର ରାଜା ଓ ରାଜନ ବର୍ଗ ଧର୍ମ ସମ୍ବନ୍ଧରେ ସର୍ବଦା ଉଦାର ମତ ପୋଷଣ କରିଥିବାର ଦେଖାଯାଏ । ତେଣୁ ଧର୍ମର କଥାବସ୍ତୁକୁ କେନ୍ଦ୍ରକରି ଶିଳ୍ପୀଗଣ ନାନା ଚିତ୍ର ରୂପାୟନ କରିଯାଇଛନ୍ତି । ଏହା କେବଳ ମନ୍ଦିର ଦୁର୍ଗ, ସ୍ଥାପତ୍ୟ ତିଆରିକରି ଇତିହାସ ରଚନା କରିଥିଲେ ତା ନୁହଁ ବହୁ ମନ୍ଦିର ଗାତ୍ରରେ ଲେଗ ଚିତ୍ର ମଧ୍ୟରେ ଭାସ୍କର୍ଯ୍ୟର ଅସରନ୍ତି ଭଣ୍ଡାରରେ ଏହା ଦେଖିବାକୁ ମିଳେ । ଜଗନ୍ନାଥ ମନ୍ଦିର ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ଲକ୍ଷଣେଶ୍ୱର, ଭଗତେଶ୍ୱର ଓ ଶତୃଘ୍ନଶ୍ୱର ମନ୍ଦିର ମଧ୍ୟରେ ଅଙ୍କିତ ଭିତିଚିତ୍ର ଲୋକମାନଙ୍କ ମନରେ ଧାର୍ମିକ ଚେତନା ଯାଗ୍ରତକରି ଥାଏ ଏହାଦ୍ୱାରା ସେ ପାପ ପ୍ରବୃତିରୁ ନିବୃତ ହୋଇଥାଏ । ଏହି ଭିତିଚିତ୍ର ପୂର୍ବେ ପାହାଚ ଗୁମ୍ପା ମଧ୍ୟରେ ଦେଖାଯାଇଥିଲା । ସେଥିରେ ଶିକାରର ଚିତ୍ର ଅଙ୍କିତ ହେଉଥିଲା ଯାହା ସେ ସମୟର କଥା କହିଥାଏ । ଏତଦ୍‌ଭିନ୍ନ ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ନେଇ ପୁରୀଠାରେ ଅଙ୍କାଯାଉଥିବା ପଟ୍ଟଚିତ୍ରରେ ଧର୍ମିୟ ଭାବନା ସ୍ଥାନ ପାଇଥାଏ । ଯାହା ସମାଜର ମଣିଷ ମଧ୍ୟରେ ଧର୍ମିୟ ଭାବନା ସୃଷ୍ଟି କରିବା ସହ ଘର ଠାରୁ ବଡ଼ ବଡ଼ ହୋଟେଲ ଓ ମନ୍ତ୍ରୀମାନଙ୍କ ପ୍ରତିକାଷ୍ଠରେ ମଧ୍ୟ ସ୍ଥାନ ପାଇଛି । ଏହା ଓଡ଼ିଶାର ସାଂସ୍କୃତିକ ବିଭକ ଭାବରେ ବିଦେଶକୁ ମଧ୍ୟ ପଠାଯାଉଛି । ପଟ୍ଟଚିତ୍ର ସହ ତାଳପତ୍ରକୁ ଯୋଡ଼ି ତା ଉପରେ ଯେଉଁ ଧର୍ମିୟ ଚିତ୍ର ଅଙ୍କନ କରାଯାଏ ତାହା ବହୁ ମୂଲ୍ୟରେ ବିକ୍ରୟ ହୋଇ ଶିଳ୍ପୀର ଗୁଜୁରାଣ ମେଂଟାଇବାର ସାହାଯ୍ୟ କରିଥାଏ । କାନ୍ଥ ଚିତ୍ର ବ୍ୟତୀତ ଚଟାଣକୁ ଚିତ୍ରିତ କରିବାପାଇଁ ଚିତା ଅଙ୍କନ କରାଯାଏ । ଉତର ଭାରତ ଦକ୍ଷିଣ ଭାରତରେ କେବଳ ନୁହେଁ ସମଗ୍ର ଭାରତବର୍ଷରେ ଝୋଟି ଚିତା, ମୁରୁଜ, ରଙ୍ଗୋଲି ପ୍ରଭୃତିର ପ୍ରଚଳନ ରହିଛି ? ଏହାଦ୍ୱାରା ମନରେ ଶାନ୍ତି ଓ ପ୍ରବଣତା ସୃଷ୍ଟିକରେ । ଏହାକୁ ଲୋକକଳା ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ଏହି କାର୍ଯ୍ୟ ନାରୀମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ । କେଶ ବିନ୍ୟାସ, ପିଠାଉସ୍ତୁତି, ଚିତାକୁଟାଇବା, ବତି ପ୍ରସ୍ତୁତିରେ ନାରୀନାରେ ସୃଜନଇଚ୍ଛା ରୂପ ନେଇଥାଏ । ଗ୍ରାମ ପାଖରୁ ସହର ପର୍ଯ୍ୟନ୍ତ ଆଦିବାସୀ କୁଟୀର ପାଖରୁ ବିରାଟ ପ୍ରାସାଦରେ ରହୁଥିବା ରମଣୀ ଭିତରେ ଏହି ସୃଜନକଳା ବସା ବାନ୍ଧିଥାଏ । ଏହାଫଳରେ ନାରୀ ମନରେ ଅଫୁରନ୍ତ ଆନନ୍ଦ ଆଣିଦିଏ । ଏହି ଆନନ୍ଦରୁ ଇଶ୍ୱରପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରାଇଥାଏ । ଏହାର ମଧ୍ୟ ସମାଜପାଇଁ ଆବଶ୍ୟକତା ରହିଛି ।

ଚାରୁକଳାକୁ ବାଦ୍ ଦେଲେ କାରୁକଳା ସାଧାରଣତଃ ବ୍ୟବହାରିକ କଳା ପର୍ଯ୍ୟାୟରେ ଗ୍ରହଣ କରାଯାଇଥାଏ । ନିତିଦିନଆ କାମରେ ଲାଗୁଥିବା ବିବିଧ ଉପକରଣକୁ ଉପାଦାନ ଓ ଉପଯୋଗୀତା ଦୃଷ୍ଟିରୁ ବିଚାର କରାଯାଏ । ନିତିଦିନିଆ କାମରେ ଲାଗୁଥିବା ଉପକରଣ ଗୁଡ଼ିକ ସୁନ୍ଦର ଓ ଆକର୍ଷଣୀୟ କରାଯାଇପାରିବ ତାହା ଚିନ୍ତା କରାଯାଏ । ଯଦି କୌଣସି ପ୍ରକାର କଳାତ୍ମକ ସୃଷ୍ଟି କେବଳ ଆକର୍ଷଣୀୟ ହୋଇ ବ୍ୟବହାରିକ ଗୁଣ ହରାଇ ବସିଲା ତେବେ ତାହାକୁ କାରୁଶିଳ୍ପ ପର୍ଯ୍ୟାୟରେ ସ୍ଥାନ ଦିଆଯାଇ ନଥାଏ, ଏହି ଉପାଦାନ ଓ ଉପକରଣକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା –

୧.           ଜୈବ ଉପାଦାନ ଦ୍ୱାରା କାରୁକଳା ହାତୀଦାନ୍ତ, ଶିଙ୍ଗ, କାଠ, ଚମଡ଼ା, ଶୋଲ, ଝୋଟ, ନଡ଼ିଆ, ବାଉଁଶ, ବେତ, ଦୁଣ, କାଇଁଚ, ତନ୍ତ୍ର, ତୁଳା ଓ ଟସର ଇତ୍ୟାଦି ପଶୁପକ୍ଷୀ ଓ ବୃକ୍ଷଲତାରୁ ସଂଗୃହିତ ଉପାଦାନଗୁଡ଼ିକ ଦ୍ୱାରା ପ୍ରସ୍ତୁତି କରାଯାଉଥିବା ସାମଗ୍ରୀ ଏହି ଶ୍ରେଣୀୟ ଅଟେ ।

୨.           ଅଜୈବ ଉପାଦାନ ଦ୍ୱାରା – ଯେଉଁ ବ୍ୟବହାରିକ ସାମଗ୍ରୀ ଜୈବ ଓ ଅଜୈବ ଉପାଦାନ ସମ୍ମିଶ୍ରଣରେ ଗଠିତ ହୋଇଥାଏ ତାହା ଏହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।

୩.           ସଂଯୋଗାତ୍ମକ କଳା -ଯେଉଁ ବ୍ୟବହାରିକ ସାମଗ୍ରୀ ଜୈବ ଅଜୈବ ଉପାଦାନ ସମ୍ମିଶ୍ରଣରେ ଗଠିତ ହୋଇଥାଏ ତାହା ଏହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହାତୀଦାନ୍ତର କାମ ଉପରେ ସୁନା ଛାଉଣୀ, ଶିଙ୍ଗ କାମ ଉପରେ ରୂପାର ତାରକସୀ ପ୍ରଭୃତି ଏହି ଶ୍ରେଣୀ ଅନ୍ତର୍ଗତ ।

କାରୁକଳା ପ୍ରସଙ୍ଗରେ ଆସିବାବେଳେ ଓଡ଼ିଆ ଜାତିର ଚିତ୍ର ଆପଣା ଛାଏଁ ଆଖିସାମ୍ନାକୁ ଆସିଯାଏ । ଉନ୍ନତ ସ୍ତରର କଳାବୋଧ ସମାଜବ୍ୟବସ୍ଥା ପ୍ରଚଳିତ ଥିବାରୁ ଏହାର ନାମ ଉତ୍କଳ । ଏହାର ମୂକ ସାକ୍ଷୀ ଆମର ସହସ୍ରାଧିକ ମନ୍ଦିର । ସମଗ୍ର ଦେଶରେ ମନ୍ଦିର ମାଳିନୀ ରାଜ୍ୟଭାବେ ଓଡ଼ିଆ ଖାତି ଅର୍ଜନ କରିଛି । ଜାତୀୟ ଜୀବନ ସହିତ କଳା ଚର୍ଚ୍ଚା ନିବିଡ଼ ଭାବେ ଜଡ଼ିତଥିଲା, ରାଜା ମହାରାଜାମାନଙ୍କ ଘାତ ପ୍ରତିଘାତ, ଉତ୍‌ଥାନ ପତନକୁ ଅତିକ୍ରମ କରି ଏ ପର୍ଯ୍ୟନ୍ତ ବଂଚରହିଥିବା ସମ୍ବଲପୁରୀ ଚିତ୍ର ମୁଖୀମଠା, ପାଟ ଶାଢ଼ୀ ମାଣିଆବନ୍ଧୀ ଲୁଗା, କଟକର ତାରକସୀ କାମ, ପିପିଲି ଚାନ୍ଦୁଆ, ନୀଳଗିରିର ପଥର ମୂର୍ତିଠାରୁ ପଥର ବାସନ, ସୋରର ପ୍ରସ୍ଥର କଳା, ଗଞ୍ଜାମର ଶିଙ୍ଗ କାମ, ବାଲେଶ୍ୱରର ଶୀତଳପଟି, ବାଲେଶ୍ୱର ଞ୍ଚଞ୍ଚ କଣ୍ଢେଇ, ପୁରୀର ସୋଲକାମ, ବାଳକାଟି କଂଟିଲୋର କଂସାବାସନ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ପିତଳ ମାଛ, ବାଣପୁର, କଳାହାଣ୍ଡି, ନର୍ଲା ଓ ଭବାନୀ ପାଟଣାର ବାଉଁଶ କାମ, ସୋନପୁର, ବରପାଲିର ସିଲ୍‌କଶାଢ଼ୀ, ତିଗିରିଆର ବାନ୍ଧ ଶାଢ଼ୀ, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଖଇରପଦର ଗାଁର କାଠ କଣ୍ଢେଇ । ରଙ୍ଗୀନ କାଠ ମୁଖା, ବରଗଡ଼ରେ ପିଲାଙ୍କ କଣ୍ଢେଇ, ଗଞ୍ଜାମ ଜିଲ୍ଲା ପୋଲାସରୀରେ ଗୋବର କଣ୍ଢେଇ, କୋରାପୁଟ ଜୟପୁରଠାରେ ଦେଶୀୟା ନାଟ ପାଇଁ ମୁଖା, ସୋରରେ କାଗଜମଣ୍ଡ ପ୍ରସ୍ତୁତ ସାମଗ୍ରୀ, କେନ୍ଦୁଝରର ଟେରାକୋଟୀ କାମ, ପୁରୀ-କୋଣାର୍କ – ଦିଘା, ଚାନ୍ଦିପୁରରେ ଶିଗ ଶାମୁକା, ଶଙ୍ଖାକାମ, ନବରଙ୍ଗପୁର ଲାଖ ଶିଳ୍ପ, ଯାଜପୁରର କାଇଁଚ ଶିଳ୍ପ, ବାସୁଦେବପୁରର ଧାନ ଚାଉଳ କାରୀଗରି, ସାକ୍ଷୀଗୋପାଳରେ ନଡ଼ିଆ ଶିଳ୍ପ, ପିପିଲିରେ ନଡ଼ିଆ କତା ଶିଳ୍ପ ଓ କଣ୍ଢେଇ ପ୍ରଭୃତି ଶିଳ୍ପ ସହ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏଭଳି ସାମଗ୍ରୀ ଉନ୍ନତଭାବେ ମିଳୁଥିବାବେଳେ ଏହା ଶିଳ୍ପୀର କଳାକୁଶଳୀ ହାତର ଯଥେଷ୍ଟ ପରିଚୟ ଦେଇଥାଏ । ଏଗୁଡ଼ିକ ଆମ ଦୈନନ୍ଦିନ ଜୀବନରେ ସାଧାରଣତଃ କାର୍ଯ୍ୟରେ ଲାଗିଥାଏ । ଏଥିରୁ ମନେହୁଏ ସମାଜପ୍ରତି କଳାର କେତେ ଅବଦାନ ରହିଛି । ସ୍ମାଟ ସିଟିମାନଙ୍କ କାନ୍ଥରେ ସେ ପ୍ରଦେଶର ଶିଳ୍ପକଳା ଓ ଦର୍ଶନୀୟ ସ୍ଥାନଗୁଡ଼ିକ ଚିତ୍ରିତ କରାଯାଇ କାନ୍ଥମାନ ସୁନ୍ଦର କରାଯାଉଥିବା ବେଳେ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରୁଛି ଯାହାଦ୍ୱାରା ବୈଦେଶିକ ମୁଦ୍ରାର ମାତ୍ରା ବଢ଼ିବାରେ ଲାଗୁଛି ।

ମଣିଷ ମଧ୍ୟରେ ଆରମ୍ଭରୁ ରହିଥିବା ଧର୍ମୀୟ ଭାବନା, ସରଳ ବିଶ୍ୱାସ, ପର୍ବପର୍ବାଣୀ, ମେୟ ମଉଚ୍ଛବ, ଆଚାର ବିଚାର, ଓ ବେସନ ଭୂଷଣ ସହିତ କଳାତ୍ମକ କ୍ରୀୟା ସମ୍ପୂର୍ଣ୍ଣ ରୂପେ ଜଡ଼ିତ । ସକାଳରୁ ଉଠିବା ପାଖରୁ ରାତ୍ରୀରେ ଶୋଇବା ପର୍ଯ୍ୟନ୍ତ ତାର ଅଲକ୍ଷ୍ୟରେ କଳାତ୍ମକ କାର୍ଯ୍ୟର ସେ ସହାୟତା ନେଉଥାଏ । ଏଣୁ କଲକୁ ଛାଡ଼ି ମଣିଷ ମୁହୂର୍ତ ସୁଦ୍ଧା ରହିପାରିବ ନାହିଁ ଏହା ନିଶ୍ଚିତ । କେବଳ ଧର୍ମ ଦିଗରୁ ଦେଖିଲେ ହିନ୍ଦୁମାନଙ୍କ ମନ୍ଦିର, ମୁସଲମାନମାନଙ୍କ ମସଜିଦ୍ ଓ ଖ୍ରୀଷ୍ଟିୟାନ୍ ମାନଙ୍କ ଚର୍ଚ୍ଚ ପଞ୍ଜାବୀମାନଙ୍କ ଗୁରୁଦ୍ୱାରର ନିର୍ମାଣ ପଦ୍ଧତି ଓ ସ୍ଥାପତ୍ୟ ଗଠନ ଭିନ୍ନ ହେଲେ ମଧ୍ୟ ସାମଗ୍ରୀକ ରୂପ ଓ ସୌନ୍ଦର୍ଯ୍ୟବୋଧ ଆମ ଧର୍ମ ଜୀବନଠାରୁ ବିଛିନ୍ନ କରିଦେଖିବା ସମ୍ଭବ ହେବନାହିଁ । ସେଥିମଧ୍ୟରେ ଅଙ୍କିତ କଳା କୌଶଳ ଦର୍ଶକମାନଙ୍କୁ ଆଚମ୍ବିତ କରିଥାଏ । ଶିଳ୍ପୀର ଉନ୍ନତଜ୍ଞାନ ଓ କଳାକୌଶଳ ଫଳରେ କୋଣାର୍କ ପାଖରୁ ତାଜମହଲ, ସ୍ୱର୍ଣ୍ଣମନ୍ଦିର ପାଖରୁ କୁତବମିନାର ଯାଏ ସ୍ଥାପତ୍ୟକଳା ଆଦି ବିଶ୍ୱବାସୀଙ୍କୁ ଚମତ୍କୃତ କରୁନଥାନ୍ତା ପ୍ୟାରିସ୍ ଲଣ୍ଡନ ପ୍ରଭୃତି ଚର୍ଚ୍ଚମାନଙ୍କରେ ଅଙ୍କିତ ଭିତିଚିତ୍ର ପୁରାତନ ହେଲେ ମଧ୍ୟ ତାହା ବିଶ୍ୱବାସୀଙ୍କୁ ଚମକୃତ କରିଥାଏ ।

ମୋଟ ଉପରେ ସୌନ୍ଦର୍ଯ୍ୟ ବୋଧର ପରିବେଷଣ ହେଉଛି କଳା । ଏହି କଳା ସମାଜକୁ ଆନନ୍ଦ ଦିଏ, ସମାଜ ପରିବର୍ତନ ମହାରାଜା, ଜମିଦାର ଓ ପରେ ପରେ ଇଂରେଜମାନେ ମଧ୍ୟ କରି ଆସିଛନ୍ତି । କଳା ପରିବର୍ତନଶୀଳ । ଯେତେବେଳେ ଯେଉଁ ରାଜା କଳାପ୍ରତି ନିଜର ଅନୁରାଗ ପ୍ରକାଶ କରିଛନ୍ତି ସେତେବେଳେ ତାଙ୍କ ଇଚ୍ଛା ଅନୁଯାୟୀ କଳାକୁ ପରିବର୍ତନ କରାଯାଇଛି । ଉତର ବା ଦକ୍ଷିଣ କଳା ସମାନ ନୁହେଁ । କଳାପ୍ରିୟ ରାଜାମାନଙ୍କ ପୃଷ୍ଠପୋଷକତାରେ ଚିତ୍ରକଳା ଓ ସ୍ଥାପତ୍ୟମାନ ନିର୍ମାଣ କରାଯାଇଛି ତ ଯେଉଁ ରାଜାମାନଙ୍କ ମଧ୍ୟରେ କଳାତ୍ମକ ରୁଚିର ଅଭାବ ଘଟିଛି ସେତେବେଳେ ସେ ସମସ୍ତ କଳାକୃତି ନଷ୍ଟ କରିଦେଇଛନ୍ତି ଓ ଶିଳ୍ପୀମାନଙ୍କ ହାତକୁ ମଧ୍ୟ କାଟି ଦେଇଥିବାର ଶୁଣିବାକୁ ମିଳେ । କେବଳ ଭାରତର ନୁହଁ ଭାରତ ବାହାର ଦେଶମାନେ ମଧ୍ୟ ସେମାନଙ୍କ କଳା ସ୍ଥାପତ୍ୟକୁ ନେଇ ଗର୍ବ କରିଥାଆନ୍ତି ବିଶେଷ କରି ଚିନ୍‌ର କଳାକୃତି, ପ୍ୟାରିସର କଳାକୃତି, ଲଣ୍ଡନର କଳାକୃତି, ଇଟାଲି ପର୍ତୁଗାଲ, ନେଦରଲ୍ୟାଣ୍ଡ, ଇଂଲଣ୍ଡ, ଫ୍ଲେରେନସ୍ ପ୍ରଭୃତିର ସହର ମାନଙ୍କରେ କଳାକୃତିର ଆଦର ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଂଗ୍ରାହଳୟରେ ବହୁ ପୁରାତନ ଚିତ୍ର ସଂଗ୍ରହ କରି ରଖାଯାଇଛି । ଏହି କଳାକୃତି ଗୁଡ଼ିକ ଦେଖିବା ପାଇଁ ସର୍ବତ୍ର ପର୍ଯ୍ୟଟନଙ୍କର ଭିତ୍ ଳାଗିଥାଏ । ସମ୍ପ୍ରତି ଆମ ଓଡ଼ିଶା ଶିଳ୍ପୀମାନେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ସେମାନଙ୍କ ଚିତ୍ର ବହୁମୂଲ୍ୟରେ ବିକ୍ରୀ ହେଉଛି । ରାଜାମାନଙ୍କ ପରେ ପରେ ରାଜନୈତିକ ପୃଷ୍ଠପୋଷକତା ଓ ଇଚ୍ଛାଶକ୍ତି ରହିଲେ ତାହା ଶିଳ୍ପୀମାନଙ୍କୁ ସହାୟ ହେବା ସହ ଏକ ସୁସ୍ଥ ଓ ସୁନ୍ଦର ସମାନ ଗଢ଼ିବାରେ ସହାୟକ ହୁଅନ୍ତା ଏଥିରେ ସନ୍ଦେହ ନାହିଁ । ଏଣୁ କଳା ପାଇଁ ସମାନ ଓ ସମାଜ ପାଇଁ କଳା ବଂଚିରହି ଥାଏ । ଏହା ଏତେ ନିବିଡ଼ ଜଡ଼ିତ ଯେ କଳାଙ୍କୁ ଛାଡ଼ି ସୁସ୍ଥ ସମାଜର ପରିକଳ୍ପନା ଯାଇ ନପାରେ । ଏବେ ବାଲୁକା କାଳରେ ସମାଜର ବିଭିନ୍ନ ସମୟର ବାର୍ତା ବହନ କରିଥାଏ ଓ ଆଗକୁ କରୁଥିବ ମଧ୍ୟ ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ
Exit mobile version