‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ

ଆମ ଗାଁ ଆମ ଜୀବନ

ଆଶିଷ କୁମାର ବେହେରା 701 Views
5 Min Read

ଆଶିଷ କୁମାର ବେହେରା

ଆମ ଗାଁ’ର ନାମ ଡ଼େଙ୍ଗିଲି । ମୋହନ ବ୍ଲକ ବିରିକୋଟ ଗ୍ରାମପଂଚାୟତର ଏହା ଏକ ଛୋଟିଆ ଗାଁ । ଆମ ଗ୍ରାମରେ ପ୍ରଥମେ ଏକ ବହୁତ ଡ଼େଙ୍ଗା ଅର୍ଥାତ୍ ଉଚ୍ଚା ଗଛ ଥିଲା ତେଣୁ ଗ୍ରାମ ର ନାମ ଡ଼େଙ୍ଗିଲି ରଖାଗଲା। ଆମ ଗାଁ ପ୍ରାୟତଃ ୨୧୩ ବର୍ଷ ପୁରୁଣା । ବୁଦୁସା ଓ ତାଙ୍କ ଦୁଇ ପୁଅ ସେରାଙ୍ଗା ଓ ମଙ୍ଗଳା ମାଝୀ ହେଉଛନ୍ତି ଏହି ଗ୍ରାମର ମୂଳ ବାସିନ୍ଦା ।

ଆମ ଗାଁରେ ୩ଟି ନାଳ ପ୍ରବାହିତ ହେଉଛି ଯଥା- ୧) ହପେଲଦୁଆ ନାଳ ୨) ବାରତିଗାଡ଼ି ନାଳ ୩) ସିପଲମା ନାଳ ଆମ ଗାଁରେ ଗୋଟିଏ ମାତ୍ର ପୋଖରୀ ଅଛି ତାର ନାମ ହେଲା ଜିଉର୍ । ଗାଁର ପୂର୍ବକୁ ପେଟାଗାଲୁ ପଶ୍ଚମକୁ ହେଣ୍ଡେଙ୍ଗା ଉତ୍ତରକୁ କୁସୁଦୁରୁ ଓ ଦକ୍ଷିଣକୁ ଗଲାଗାଣା ଜଙ୍ଗଲ ରହିଛି । ଗାଁର ଜୀବଜନ୍ତୁ ଗୁଡ଼ିକ ହେଲା- କୁକୁର, ଛେଳି, ବୁଲୁଆ, ମାଙ୍କଡ଼, ବେଲେଇ ଓ ଗାଈ । ଆମ ଗାଁର କିଟପତଙ୍ଗଗୁଡ଼ିକ ହେଲା- ଝିଣ୍ଟିକା ପିମ୍ପୁଡ଼ି, ଜନ୍ଧା ଓ ଅସରପା । ଆମ ଗାଁର ଗଛଲତା ଗୁଡ଼ିକ ହେଲା- ଆମ୍ବଗଛ, ପଟାସଗଛ, ତେନ୍ତୁଳିଗଛ, ପିଜୁଳିଗଛ, ଆତଗଛ, ଶାଳଗଛ ଓ ବରଗଛ । ଆମ ଗାଁର ଫୁଲ ଗୁଡ଼ିକ ହେଲା- ଗୋଲାପ, ସେବତି, ଲିଲି, କଇଁ, ଟଗର ଏବଂ ଫଳ- ଆମ୍ବ, ସପୁରୀ, ଆତ ଓ ଡାଳିମ୍ବ । ଆମ ଗାଁର ସଶ୍ୟ ଓ ଫସଲ ଗୁଡ଼ିକ ହେଲା- ଧାନ, ମକା, ମୁଗ ଓ ବିରି ।

ଆମ ଗାଁର ଜନସଂଖ୍ୟା ୫୪୮ ଓ ଲୋକଙ୍କ ଚଳଣୀ ଅତ୍ୟଧିକ ଗରିବ ଅଳ୍ପ ମଧ୍ୟମ ଧରଣ ଚଳଣି ଅଟନ୍ତି । ଗାଁର ସବୁଠାରୁ ବଡ଼ ଓ ସୁନ୍ଦର ଘର ଅଛି ଶ୍ରୀମାନ ଲୁଇ ମଲିକଙ୍କର ତାଙ୍କର ସ୍ତ୍ରୀ ଜଣେ ଆଶାକର୍ମୀ ଅଟନ୍ତି । ଲୁଇ ମଳିକ ଜଣେ ଚାଷି ତାଙ୍କର ୩ ପିଲା ବୁଢ଼ୀମାଁ ଙ୍କୁ ଦେଇ ତେଲ ଲୁଣ ଚାଲିଛି । ଗାଁ ର ସବୁଠାରୁ ଛୋଟ ଘର ସବିତା ମଲିକଙ୍କର ଅଛି । ସେ ଜଣେ ବିଧବା ଅଟନ୍ତି ସେ ଜଣେ ନିସନ୍ତାନ ।

ଆମ ଗାଁରେ ଆଦିବାସୀ ଲୋକ ବସବାସ କରନ୍ତି ସେମାନଙ୍କର ଧର୍ମ ହେଉଛି ଖ୍ରୀଷ୍ଟିଆନ୍ । ଆମ ଗାଁରେ ୧୦୩ଟି ଘର ଅଛି । ଏଥି ମଧ୍ୟରୁ ପକ୍କାଘର ୧୫ ଏବଂ ଆଉସବୁ ଚାଳଘର । ବେଶୀ ଲୋକ ରୋଜଗାର ପାଆନ୍ତି କୃଷିକ୍ଷେତ୍ରରେ ଓ କୁଲି କାମକରି । ରୋଜଗାର ପାଇନଥିବା ଲୋକେ ପୋଡ଼ଶୀ ଆଶ୍ରୟ ଓ ସରକାରଙ୍କ ଅନୁଦାନରେ ଚଳନ୍ତି । ଅସୁବିଧାରେ ଥିବା ଲୋକଙ୍କ ପାଇଁ ଗ୍ରାମବାସୀମାନେ ଚିନ୍ତା କରନ୍ତି । ଆମେ ଯେହେତୁ ଖ୍ରୀଷ୍ଟଧର୍ମାବଲମ୍ବୀ ଏଣୁ ଆମ ଗ୍ରାମରେ ଏକ ଗୀର୍ଜାଘର ଅଛି । ଆମ ଜୀବନରେ ଶାନ୍ତି, ସୁଖ, ସ୍ୱାସ୍ଥ୍ୟ ଓ ନିରାପଦ ଜୀବନଯାପନ ପାଇଁ ଆମେ ଗୀର୍ଜାରେ ପ୍ରାର୍ଥନା ଓ ଧ୍ୟାନ କରିଥାଉ ।

ଆମ ଗାଁରେ ଖେଳୁଥିବା ବିଭିନ୍ନ ପ୍ରକାରର ଖେଳ ଗୁଡ଼ିକ ହେଲା କ୍ରିକେଟ୍‌, ଭଳିବଲ, ବାଟି ଓ କାବାଡ଼ି । ଆମ ସଂସ୍କୃତି ଓ ଜାନିଯାତ୍ରା ଏବଂ ଆମ ଜୀବନରେ ଏମାନଙ୍କ ମହତ୍ତ୍ୱ ଦେଖିଲେ, ଆମ ଗାଁର ସଂସ୍କୃତି ହେଲା ସମସ୍ତ ଜୀବପିଢ଼ି ମିଶି ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ଏବଂ ବଡ଼ଦିନ ଓ ପୁଣ୍ୟ ଶୁକ୍ରବାରକୁ ବହୁତ ଆଡ଼ମ୍ବରରେ ପାଳନ କରାଯାଏ ଏବଂ ଏହା ଅମ ଜୀବନରେ ରଙ୍ଗ ଭରି ଦେଇଥାଏ । ଏହାଦ୍ୱାରା ଆମେ ସମସ୍ତେ ମିଳିତ ହୋଇଥାଉ ।

ଆମ ଗାଁର ସବୁଠୁ ଶିକ୍ଷିତ ଲୋକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ଆମ ଗାର ଜ୍ଞାନୀ ଲୋକ ହେଲେ ମଳିକ । ଆମ ଗାଁରେ ପାଠ ନ ପଢ଼ୁଥିବା ପିଲା ସଂଖ୍ୟା ପାଖାପାଖି ୧୫ଜଣ । ଆମ ଗାଁରେ ଥିବା ଏକମାତ୍ର ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ହେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡ଼େଙ୍ଗିଲି ।

ଆମ ଗାଁର ସବୁଠାରୁ ବଡ଼ ସମସ୍ୟା ହେଲା ଦାରିଦ୍ରତା ଓ ପାନୀୟ ଜଳ । ଆମ ଗାଁରେ ତିତିଲି, ହୁଡ଼ୁହୁଡ଼, ଫନି ଭଳି ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ଏହି ଅସୁବିଧାରେ ଲୋକମାନେ ଗାଁର ବିଦ୍ୟାଳୟକୁ ଯାଇ ଆଶ୍ରୟ ନେଉଛନ୍ତି ଏବଂ ଲୋକମାନଙ୍କୁ ସହାୟତା ମଧ୍ୟ ମିଳୁଛି । ଆମ ଗାଁର ବିଭିନ୍ନ ଜୀବୀକାର୍ଜନ କରି ବଞ୍ଚୁଥିବା ଲୋକେ ଚାଷ, କୂଲି କରି ଗାଁର ଲୋକ ଜୀବୀକାର୍ଜନ କରୁଛନ୍ତି ।

ଆମ ଗାଁରେ ଚାଷବାସ ଭିତରେ ଧାନ, ମକା, କାନ୍ଦୁଲ, କାଙ୍କୁଡ଼, ସୁଆ, ପନିପରିବା ଇତ୍ୟାଦି ହୋଇଥାଏ । ଗାଁ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଡାକ୍ତରୀ ଔଷଧ ସେବନ କରନ୍ତି । ଆମ ଗ୍ରାମ ପାଖାପାଖି ସ୍ୱାସ୍ଥ୍ୟକେନ୍ଦ୍ର ଅଛି । ଆଗ କାଳରେ ଲୋକମାନେ ଅନ୍ଧ ବିଶ୍ୱାସରେ ପଡ଼ି ସ୍ୱାସ୍ଥ୍ୟ କେନ୍ଦ୍ର ଯାଉନଥିଲେ ମାତ୍ର ଏବେ ସମସ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛନ୍ତି ।

ଆମ ଗାଁର ଏକତା ମିଳିମିଶି କାମ କରିବା । ସ୍ନେହ ପ୍ରେମ, ପରସ୍ପର ବୁଝାମଣା ଇତ୍ୟାଦି କଥା ଆମକୁ ବେଶୀ ଖୁସି ଲାଗେ । ଗାଁର ନୀତି ନିୟମକୁ ଯେତେବେଳେ କେତେ ଲୋକ ଭଙ୍ଗ କରନ୍ତି ସେତେବେଳେ ଆମକୁ ଦୁଃଖ ବା କଷ୍ଟ ଲାଗେ ।

ଗାଁରେ ବଡ଼ଦିନରେ ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କମେଡ଼ି ଆଦି ଅନୁଷ୍ଠିତ ହୁଏ । ଲୋକମାନଙ୍କ ସହାଇବା ପାଇଁ ଲୋକ କମେଡ଼ି ନାଟକ କରନ୍ତି ଏବଂ ରେସାନାଚ ଓ ହିନ୍ଦୀ ଗୀତରେ ଲୋକେ ନାଚଗୀତ କରନ୍ତି । ମୁଁ ଆମ ଗାଁର କଳା ସଂସ୍କୃତିକ ନେଇ ବହୁତ ଖୁସି । କାରଣ ଏହି ସମୟରେ ସମସ୍ତେ ମିଳିମିଶି ଏକାଠି ହୋଇ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥାଉ ଏବଂ ସମସ୍ତଙ୍କ ମୁହରେ ହସଖୁସି ଦେଖି ମନେ ହୁଏ ଏହି କାଳସଂସ୍କୃତିକୁ ଯେପରି ନୂତନ ଯୁବପିଢ଼ି ବଞ୍ଚେଇ ରଖିପାରିବେ । ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଁ ଯୋଗଦିଏ ଏବଂ ମୋର କଳା ସମସ୍ତଙ୍କ ଆଗରେ ପ୍ରଦର୍ଶନ କରେ ।

ଆମ ଗାଁରେ ପାନୀୟ ଜଳର ଅସୁବିଧା ହେତୁ ମୁ ଆମ ଗାଁରେ ପାନୀୟ ଜଳର ସୁବିଧା କରେଇ ଲୋକଙ୍କ ଅସୁବିଧାକୁ ଦୂର କରିବି ଏବଂ ଏବେ ମୁଁ ଆମ ଗାଁରେ ଯେଉଁ ଦାରିଦ୍ରତା ଅଛି ତାକୁ ଦୂର କରିବା ପାଇଁ ଦୃଢ଼ ପ୍ରତିଜ୍ଞା ନେଲି ।

 

 

 

Share This Article
ଛାତ୍ର ସାମ୍ବାଦିକ (Student Journalist)
Exit mobile version