ଗଁଡାବଜା ମହୋତ୍ସବ (ପାଟଣାଗଡ଼)

ଲୋକମଞ୍ଚ Lokamancha
335 Views
3 Min Read

ଭାରତୀୟ ସଂସ୍କୃତି ରେ ଓଡ଼ିଶାର ଲୋକକଳା ସର୍ବ ପୁରାତନ ଅଟେ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି, ହେଲେ ସେ ଭିତରେ ପଶ୍ଚିମ ଓଡ଼ିଶାର ଲୋକକଳା ସବୁଠୁ ଅନ୍ୟତମ । ସେ ଲୋକକଳା ଭିତରେ ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଗଁଡାବଜା ସବୁ ଲୋକକଳା ଠାରୁ ଭିନ୍ନ ପ୍ରକାରର ଅଟେ। ଆଦିମ ସମୟରେ ଲୋକ ମାନେ ପ୍ରକୃତିରୁ ଶବ୍ଦ ବାହାର କରିଛନ୍ତି। ଯେମିତିକି ଝରଣାର କୁଳୁ କୁଳୁ ଶବ୍ଦ, ମେଘର ଘଡଘଡି ଶବ୍ଦ,ପବନର ସାଁଇ ସାଁଇ ଶବ୍ଦ ଏହି ପ୍ରକୃତି ର ଆଉ ବିଭିନ୍ନ ପଶୁ ପକ୍ଷୀ ର ସ୍ୱର କୁ ନେଇ କରି ଶବ୍ଦ ଉତ୍ପନ୍ନ ହୋଇଅଛି। ଆମର ଏହି ମନୁଷ୍ୟ ସମାଜରେ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପ୍ରକାରର ଜୀବନ ଜୀବିକା କରି ଚଲିଆସୁଛନ୍ତି।

Support Samadhwani

ଗତ ଜୁନ ମାସ 19 ତାରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମରେ ମୁହୁରୀ କଳାପରିଷଦ ଦ୍ଵରା ଗଁଡାବଜା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପରିଚାଳନା ସମ୍ପାଦକ ଭେଲାରାମ କୁମ୍ଭାର ଙ୍କ ଆହ୍ବାନରେ ଅନୁଷ୍ଠିତ ସଭାରେ ଜୟନ୍ତ କୁମ୍ଭାର ସଭାପତିତ୍ବ କରିଥିଲେ। ପ୍ରଥମେ ଅଧ୍ୟାପକ ସନ୍ତୋଷ ରାଉତ ସ୍ୱାଗତ ଭାଷଣ ଦେଇ କହିଲେ ଗଁଡାବଜା ଏକ ଜାତି ଭିତ୍ତିକ ବଜା ହେଲେ ବର୍ତ୍ତମାନ କେତେ ଲୋକ ଆମର ପାରଂପାରି ଗଁଡାବଜା କୁ ଜାତି ଭିତ୍ତିକ ବଜା ନୁହେଁ ବୋଲି କହୁଛନ୍ତି। ଇ ଗଁଡାବଜା ହିଁ ଲୋକକଳା କେ ସାରା ପୃଥିବୀରେ ପ୍ରସିଦ୍ଧ କରିପାରିଛି। ଇ ବଜା କେ ବଁଚେଇ ରଖବାର ଯେତେ ଗବେଷଣା ହେବାର କଥା ହେଇ ନେଇ ପାରବାର। ଏହି ଗଁଡାବଜା ବିଷୟରେ ଅଧିକରୁ ଅଧିକ ଗବେଷଣା ହେଲେ ବର୍ତ୍ତମାନର ପିଢି ଜାଣିପାରିବେ ବୋଲି ଆଶା । ତାପରେ ଯୁବ ବ୍ୟଙ୍ଗକବି ଅର୍ଜୁନ ସାହୁ ପ୍ରାଚୀନ କାଳରୁ ଗଁଡାବଜା ଆମର ପରଂପରା ଓ ସଂସ୍କୃତି କୁ ବଞ୍ଚେଇ ରଖି ଆସିଛି ବୋଲି କହିଥିଲେ ଓ ମୁଁଇ ଆଶା କରେ କି ଗଁଡାବଜା ଆଗକୁ ଜାତୀୟ ସ୍ତରରେ ମାନ୍ୟତା ମିଳିବ, ସମସ୍ତେ ଏହି ବଜା ପାଇଁ ମିଳିମିଶି କାମ କଲେ । ପୁଣି ସେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମେ ମୁଖ୍ୟ ଅତିଥି ନୀଳମାଧବ ସୁନା (ବିଡିଓ ପାଟଣାଗଡ ) ଙ୍କୁ ଫୁଲ ତୋଡା ଦେଇ ମଞ୍ଚ ଉପରକୁ ସୁଆଗତ କରିଥିଲେ। ତାପରେ ମୁଖ୍ୟ ବକ୍ତା ଗଁଡାବଜା ଗବେଷକ ଓ ଲୋକ ସଙ୍ଗୀତ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁ , ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ହୀରାଧର କୁମ୍ଭାର, ଗବେଷକ ରମେଶ ଗୁର୍ଲା, ଲକ୍ଷେଘର ଗଣ୍ଡା ସମାଜର ସଭାପତି ଦିଗସନ୍ ନନ୍ଦ, ସମାଜ ସେବୀ ତେଜରାଜ ମେହେର, ଗାଁ ଗଁଉତିଆ ନରେନ୍ଦ୍ର ମେହେର, ପୁନିତରାମ ସୁନା ଓ କଳାକାର ମନୋଜ ବାଗ ଆଦି ମଞ୍ଚସ୍ଥ ହୋଇଥିଲେ। ସମସ୍ତ ଅତିଥି ଗଁଡାବଜାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିବାକୁ  ପରାମର୍ଶ ଦେଇଥିଲେ। ଏହି ଗଁଡାବଜା ଆମ ପାଇଁ ଗର୍ବ ଓ ଗୌରବ ର କଥା। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଗଁଡାବଜା ଉପରେ ଗବେଷଣା ପାଇଁ ଏକ ସ୍ଵତନ୍ତ୍ର ବିଭାଗ ଖୋଲିଲେ ନିଶ୍ଚିତ ଭାବରେ ଏହା ସମୃଦ୍ଧ ହୋଇପାରିବ ବୋଲି ପ୍ରାୟ ସମସ୍ତେ ମତ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ପନ୍ଦରଟି ଗଁଡାବଜା ଦଳ ଯୋଗ ଦେଇ ନିଜର କଳା ପ୍ରଦର୍ଶନ କରିଥିଲେ, ସମସ୍ତ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ଉପସଭାପତି କଥାନୀକାର ମୁରଲୀଧର ଶିକା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ କ୍ଷୁଧାଂଶୁ ଶେଖର କୁମ୍ଭାର,  ଶିବ ପ୍ରସାଦ ପୁଟେଲ, ଶିବା କୁମ୍ଭାର ଓ କୁତମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ।

Share This Article
Exit mobile version