ଓଡ଼ିଆ ରେକର୍ଡ଼ର ଇତିହାସ -୨

ଶ୍ରୀ କିରଣଚନ୍ଦ୍ର ଘୋଷ 241 Views
3 Min Read

[box type=”shadow” align=”” class=”” width=””]ଶ୍ରୀ କିରଣ ଚନ୍ଦ୍ର ଘୋଷ ୧୯୩୭ ମସିହାରେ ଡ଼ଗର ପୃଷ୍ଠାରେ ଲେଖିଥିଲେ ଓଡ଼ିଆ ରେକର୍ଡ଼ର ଇତିହାସ ଆଜି ଯେତେବେଳେ ରେକର୍ଡ଼ିଂ ମେସିନ ଏବଂ ଏହାର ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି, ଇତିହାସର ସେହି ସମୟରେ ରେକର୍ଡ଼ିଂ କେମିତି ହେଉଥିଲା ଏବଂ ଏହାର ପ୍ରଭାବ କେମିତି ସମାଜ ଉପରେ ଥିଲା ଜାଣିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଅନୁଭବ କରି ଏହାକୁ ସମଧ୍ୱନି ନିଜ ପୃଷ୍ଠାରେ ସ୍ଥାନିତ କରୁଛି ୧୯୩୭ରୁ ୨୦୧୭, ଦୀର୍ଘ ୮୦ବର୍ଷର ବ୍ୟବଧାନ ଏହି ସମୟ ଭିତରେ ବିଜ୍ଞନ କାରୀଗରୀ କୌଶଳରେ ଘଟିଥିବା ପରିବର୍ତ୍ତନ ଶ୍ରୋତାଙ୍କୁ କେଉଁଭଳି ପ୍ରଭାବିତ କରିଛି ଆଲୋଚନା ହେବା ଜରୁରୀ ସେଥିପାଇଁ ଏଠି ଇତିହାସର ପୃଷ୍ଠାଟିକୁ ପୁଣିଥରେ ମନେପକାଇବା ସମ୍ପାଦକ[/box]

ବର୍ତ୍ତମାନ ହିଜ ମାଷ୍ଟରର୍ସ ଭଏସ୍ କମ୍ପାନୀର ନବୀନ ଗାୟକମାନଙ୍କ ସମ୍ବନ୍ଧରେ ପଦେ ଅଧେ କହେଁ ନୂତନ ଆର୍ଟିଷ୍ଟମାନଙ୍କ ଭିତରୁ କୁମାରୀ ପ୍ରତିମା ରାୟ ଚୌଧୁରୀ, ସୁକୁମାର ସାହୁ, ବାବୁ ରାସ ବିହାରି ପ୍ରଧାନ ବାବୁ କିରଣ ଚନ୍ଦ୍ର ଘୋଷ, ଗୁଣୀସମାଜର ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଏ ଏମାନଙ୍କର ଏହି ଅଭିଯାନ କେତେଦୂର ସାଫଲ୍ୟ ମଣ୍ଡିତ ହୋଇଛି ସୁଧୀ ଶ୍ରୋତୃବର୍ଗମାନେ ହିଁ ତାହାର ଉକ୍ରୃଷ୍ଟ ବିଚାରକ ତେବେ ଏତିକି କୁହାଯାଇପାରେ ଯେ ଏହି ସବୁଜ ଦଳର ସତେଜ ସଙ୍ଗୀତକୁ ଆଲୋଚନା କରିବାର ସମୟ ଆସିନାହିଁ ମାତ୍ର କୁମାରୀ ପ୍ରତିମାଙ୍କର ଅଦ୍ଭୁତ ପ୍ରତିଭା ବଳରେ ଅତି ଅଳ୍ପ ସମୟ ମଧ୍ୟରେ ସେ ଓଡ଼ିଆ ରେକର୍ଡ଼ ରାଜ୍ୟରେ ଆଶାତୀତ ପ୍ରତିଷ୍ଠା ଲାଭ କରିଛନ୍ତି ମୁଁ ପରା ଭିକାରୁଣୀ କୁଞ୍ଜ ଦ୍ୱାରେ ସନ୍ଧ୍ୟାରାଣୀ କି ଦେଲା ତୋତେ ମେଲାଣିତାଙ୍କର ଏହି ଦୁଇଟି ସଙ୍ଗୀତ ଯଥେଷ୍ଟ ଆଦୃତ ହେଉଛି

ଏଥର ଅନ୍ୟାନ୍ୟ କମ୍ପାନୀମାନଙ୍କର କଥା କୁହେଁ ମେଗଫୋନରେ ବାବୁ ବାଞ୍ଛାନିଧି ମହାନ୍ତି ଦେଇଛନ୍ତି ଜାତୀୟ ସଙ୍ଗୀତ ବାବୁ ଅକ୍ଷୟ କୁମାର ଦାସ ବାବାଜୀ ଚରଣ ପୁଷ୍ଟି ମଧ୍ୟ ମେଗାଫୋନର ଆର୍ଟିଷ୍ଟ୍ ବାଞ୍ଛାନିଧି ବାବୁ ଅକ୍ଷୟ ବାବୁଙ୍କର ଗୀତକୁ ଲୋକେ ଆଦର କରୁଛନ୍ତି ବାଞ୍ଛାନିଧି ବାବୁଙ୍କର ରଚନା ପ୍ରକୃତରେ ଚିତ୍ତାକର୍ଷକ କିନ୍ତୁ ଅକ୍ଷୟ ବାବୁ ରଚନା ଦିଗରେ ଟିକେ ଦୃଷ୍ଟି ଦେଇପାରିଲେ ଭଲ ହୁଅନ୍ତା ଗାୟକ ଲେଖକ ଉଭୟ ହିସାବରେ କାମ କରିବାର ପ୍ରଲୋଭନ ଏଡ଼ିପାରିଲେ ସେ ଅନ୍ତତଃ ଗୋଟିକରେ ନିପୁଣତା ନିଶ୍ଚୟ ଦେଖାଇ ପାରନ୍ତେ ପୁଷ୍ଟିଙ୍କର ସଙ୍ଗୀତ ଶୁଣିବାର ଉପଯୋଗୀ ନୁହେଁ ଏହି କମ୍ପାନୀ ପ୍ରକାଶିତ ବାବୁ କାଶୀନାଥ ସାହୁଙ୍କର ଗୀତ ଗୁଡ଼ିକ ମନ୍ଦ ହୋଇ ନାହିଁ

ହିନ୍ଦୁସ୍ଥାନୀରେ ଯେଉଁ ଦୁଇ ଜଣ ଗାଇଛନ୍ତି ତନ୍ମଧ୍ୟରୁ ରବୀନ୍ଦ୍ର ନାଥ ଘୋଷଙ୍କର ଗୀତ କେତେକାଂଶରେ ସାଫଲ୍ୟ ମଣ୍ଡିତ ହୋଇଛି ମାତ୍ର ରେକର୍ଡ଼ ଖଣ୍ଡିକର ଆଦର ସଙ୍ଗୀତ ଯୋଗୁଁ କିମ୍ବା ତତ୍ସଂଲଗ୍ନ ବାଦ୍ୟ ଯୋଗୁଁ ତାହା ବୁଝିବା କଠିନ ରବିବାବୁଙ୍କର ଗଳା ଅସ୍ପଷ୍ଟ। ଯିବି ମୁଁ ଯମୁନା ଗୀତଟିତାଙ୍କର ସ୍ୱର ଲାଳିତ୍ୟ ଯୋଗୁଁ ମଧୁର ଲାଗେ

ସେନୋଲା ସାଧାରଣତଃ ନାଟକ ହିଁ ବାହାର କରେ ବାବୁ ରାଧା ମୋହନ କବିରାଜ ଯେଉଁ ଗୀତ ଦେଇଛନ୍ତି ତାର ସାଫଲ୍ୟ ସମ୍ବନ୍ଧରେ ଶ୍ରୋତାମାନେ ହିଁ କହିବେ ଶ୍ରୀଯୁକ୍ତ ମନ ମୋହନ ସାବୁତଙ୍କରଦାନାର ଯୋଗାଡ଼ କରରେ ଚାଷୀଗୀତଟି ଭାଟିଆଲୀ ସ୍ୱରରେ ତାଙ୍କର ସ୍ଥୁଳ କଣ୍ଠରେ ମନ୍ଦ ଶୁଣାଯାଉ ନାହିଁ ଲକ୍ଷ୍ମୀକାନ୍ତ ବାବୁଙ୍କର ଯେଉଁ ଜାତୀୟ ସଙ୍ଗୀତ ସେ ଗାଇଛନ୍ତି ତାହା ତେତେଦୂର ସାଫଲ୍ୟ ମଣ୍ଡିତ ହୋଇନାହିଁ ବଂଶୀ ଶିକ୍ଷା ରେକଡ଼ଟି ଶୁଣିଲେ ଅନାବିଳ ଓଡ଼ିଆ ଭାଷାର ଲାଳିତ୍ୟ ବୁଝାପଡ଼େ ମାତ୍ର ତହିଁରେ ଦୁଇଟି ପୁରୁଷ ପିଲା ନଗାଇ ବାଳିକାଟିଏ ଯଦି ରାଧା ରୂପରେ ଗାଇଥାଆନ୍ତା ତେବେ ତାହା ଆହୁରି ସୁନ୍ଦର ସୁଶ୍ରାବ୍ୟ ହୋଇଥାନ୍ତା

PHOTO CREDIT- WIKIMEDIA COMMONS

Share This Article
Exit mobile version