“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

କେଦାର ମିଶ୍ର 339 Views
9 Min Read

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ ପର୍ଯ୍ୟନ୍ତ । ୧୯୪୯ରେ “ଓଡ଼ିଶା ଥିଏଟର୍ସ’ ଦଳ ଅ ।ରମ୍ଭ । ଜୀବନର ଝଡ଼ଝଞ୍ଜା ବହୁତ ସହିଅ ।ସିଲି । ମାନ, ଅପମାନକୁ ପିଠି କରି ନାରୀମାନଙ୍କୁ ନେଇ ଓଡ଼ିଶା ଥିଏଟର୍ସ ଅ ।ରମ୍ଭ ହୋଇ ଅ ।ଗେଇ ଚାଲିଥିଲା । ସେହି ଓଡ଼ିଶା ଥିଏଟର୍ସ ଯେତେବେଳେ ୧୯୪୯ରେ ଭାଂଗି ତୁଟିଗଲା, ମୁଁ ଏକାବେଳେ ଚିନ୍ତାଗ୍ରସ୍ତ ହୋଇପଡିଲି । ବେଶୀ ଚିନ୍ତା ହେଲା କ’ଣ କରିବି ? ପାହାନ୍ତାରୁ ଉଠି ପ୍ରସ୍ତୁତ ହୁଏ । ସକାଳେ ରିହର୍ସାଲ୍ ଦିନ ୧୨ଟା ଯାଏ । ତା’ପରେ ନାଟକ ଲେଖା । ୫-୬ଟା ବେଳକୁ ପେଣ୍ଡାଲ୍କୁ ଯିବା ପ୍ରସ୍ତୁତି । ମଝିରେ ପୁଣି ଗୀତ, ନାଚ, ଅଭିନୟର ବିଶେଷ ଶିକ୍ଷା । ରାତି ବାର ଗୋଟାକ ପରେ ବିଛଣା ଧରିବାର ନିତିଦିନିଆଁ ଅଭ୍ୟାସ । ଦୀର୍ଘ ୧୦-୨୫ ଯାହାର ଥିଲା ସେ କିପରି କିଛି କାମ ନ ଥାଇ ସେ ବସି ପାରିବ ? ଚିନ୍ତାରେ ସଢିଗଲି ମୁଁ । ଏହାର ଫଳରେ ହେଲା ମୋର ହାଇ ବ୍ଲଡ୍ପ୍ରେସର । ଅକର୍ମଣ୍ୟ ଜୀବନ କିପରି ବିତାଇବି ବୋଲି ଅ ।ଉ ଅନ୍ନ ରୁଚିଲା ନାହିଁ । ଏକ କର୍ମମୟ ଜୀବନ ସତେ ଅବା ଏଇଠାରେ ଶେଷହେବା ବେଳ ! (କୁମ୍ଭାରଚକ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ)

ଓଡ଼ିଶାରେ ପେଶାଦାର ରଙ୍ଗମଞ୍ଚ ଭାଙ୍ଗିଗଲା ବେଳର ଏ କୋହଭରା ଅନୁଭବ ବିଷୟରେ ଓଡ଼ିଶାର ସାଧାରଣ ଜନତା କେତେ ସଚେତନ, ତାହା ଅବଶ୍ୟ ଅ ।ମକୁ ଜଣାନାହିଁ । ସମୟକ୍ରମେ ଓଡ଼ିଶାରେ ଯେ ରାତି ରାତି ଧରି ଟିକେଟ କିଣି ଲୋକ ନାଟକ ଦେଖୁଥିଲେ, ଏକଥା ଲୋକେ ଭୁଲିଗଲେଣି । ଅନ୍ନପୂର୍ଣ୍ଣା ଥିଏଟର, ଜନତା ଥିଏଟର, ଓଡ଼ିଶା ଥିଏଟର, ଏକାମ୍ର ଥିଏଟର ଭଳି ପେଶାଦାର ରଂଗମଞ୍ଚଗୁଡ଼ିକ ଅ ।ଜି ଇତିହାସର ଅନ୍ଧାରରେ ।

କ୍ରମଶଃ ଲୋକେ ଭୁଲିଗଲେଣି, କିଏ ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅବା ମଂଚର ମହାନାୟକ ସାମୁଏଲ୍ ସାହୁ । ଭୁଲିଗଲେଣି ବି ପୁରୁଣାଦିନର ସେଇ ରୂପସୀ ନାୟିକାମାନଙ୍କୁ । କେଜାଣି ଏବେ କେଉଁ ସ୍ୱର୍ଗରେ ଭାନୁମତୀ ଦେବୀ, ମଣିମାଳା ଓ ଅନ୍ୟମାନେ । ଲକ୍ଷ୍ମୀପ୍ରିୟା ଦେବୀଙ୍କ ଭଳି ଯେଉଁ ଅଳ୍ପକିଛି ମହାନାୟିକା ଏବେବି ଅ ।ମ ସହ ଅଛନ୍ତି, ସେମାନଙ୍କର ପରିଚୟ ଅଲୋଡ଼ା । ତା’ରି ଭିତରେ ହଠାତ୍ ଅ ।ଉ ଗୋଟେ ଖବର ଏବେ ଚାଚଲ୍ୟ ସୃଷ୍ଟି କରୁଛି ।

ଏଇ ସପ୍ତାହରେ ଗୋଟେ ଖବର ସବୁଠି ଘୂରିବୁଲିଲା ଯେ, ଅ ।ସନ୍ତା ବର୍ଷଠାରୁ “ଯାତ୍ରା’ ବନ୍ଦ ହୋଇଯିବ । ଯାତ୍ରା ପେଶାଦାର ରଙ୍ଗମଞ୍ଚର ନାଟକ ନୁହେଁ । ଏହା ନାଟକର ଏକ ବିକୃତ ବ୍ୟାବସାୟିକ ସଂସ୍କରଣ । ଯେଉଁମାନେ ଯାତ୍ରା ବନ୍ଦ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ, ସେମାନେ କେହି କାଳୀଚରଣ ପଟ୍ଟନାୟକଙ୍କ ଭଳି ମଞ୍ଚ ରସିକ ମହାପୁରୁଷ ନୁହନ୍ତି । ଦୂର ଦୂର ଯାଏ ସେମାନଙ୍କର ଯାତ୍ରା ବା ନାଟକ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ସେମାନେ ବୃତ୍ତିରେ ବ୍ୟବସାୟୀ ଓ ପ୍ରବୃତ୍ତିରେ ତାଙ୍କର ଅନେକ ପରିଚୟ । କିଏ ମନ୍ତ୍ରୀ, କିଏ ଗଣମା୍ମମର ବଡ଼ ମାଲିକ, ଅ ।ଉ କିଏ ସୁପର୍କ୍ଲାସ୍ ଠିକାଦାର । ଅଥଚ ଏମାନେ ସମସ୍ତେ ଯାତ୍ରା ପାର୍ଟିର ମାଲିକ ।

ହଠାତ୍ ଯାତ୍ରା ବନ୍ଦ ହୋଇଯିବ ବୋଲି କହିବା ପଛରେ କ’ଣ କାରଣ ରହିଛି, ତାକୁ ନେଇ ବେଶ୍ କୌତୁକପ୍ରଦ କଥାସବୁ ଶୁଣିବାକୁ ମିଳୁଛି । ଗତ ତିନି ଦଶକ ଧରି ଯାତ୍ରା ଓଡ଼ିଶାର ବ୍ୟାବସାୟିକ ସଂସ୍କୃତିକୁ କବଳିତ କରି ରଖିଛି । ଯାତ୍ରାରେ ପଇସା ଭଲ ମିଳେ ବୋଲି ଓଡ଼ିଅ । ସିନେମା ଛାଡ଼ି କଳାକାରମାନେ ମୁହଁରେ ରଙ୍ଗ ବୋଳି ରାତି ଅନିଦ୍ରା ହୋଇ ନାଟକ କରନ୍ତି । ରାତି ସାରା ଉଚ୍ଚ କଣ୍ଠରେ ସଂଳାପ ବୋଲନ୍ତି । ଅଥଚ ଅ ।ଜି ଯଦି ଯାତ୍ରା ବନ୍ଦ ହୋଇଯାଏ, ଛୋଟ ବଡ଼ ପ୍ରାୟ ୫୦,୦୦୦ କଳାକାର ନିଜର ବୃତ୍ତି ହରାଇବାର ସମ୍ଭାବନା ରହିଛି । ତେବେ ଯେତେବେଳେ ସୌଖୀନ ରଙ୍ଗମଞ୍ଚ ବନ୍ଦ ହେଲା, ସେତେବେଳେ ବି ପାଖାପାଖି ୫୦୦୦ କଳାକାର ନିଜର ବୃତ୍ତି ହରାଇଥିଲେ । ବହୁତ ପାଠପଢି, ଚାକିରି ନ କରି ଯେଉଁମାନେ ମଞ୍ଚ ମାୟାରେ ଜୀବନ ବିତାଇଥିଲେ, ସେମାନେ ଅସହାୟ ହୋଇପଡ଼ିଥିଲେ ।

ସାମୁଏଲ୍ ସାହୁ (ବାବି)ଙ୍କ ଭଳି ଅତି ଉଚ୍ଚକୋଟୀର କଳାକାର ମଞ୍ଚ ମାୟାରେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ । ବାବିବାବୁ ଇଂଜିନିୟରିଂ ପାଠ ପଢିଥିଲେ । ଚାକିରି ନ କରି ନାଟକ କଲେ । ପରବର୍ତ୍ତୀ ସମୟରେ ସିନେମାକୁ ଅ ।ସିଲେ । ଅଥଚ ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ପାଖରେ କିଛି ନଥିଲା । ତାଙ୍କୁ ଓଡ଼ିଅ । ଜାତି କିଛି ବି ଦେଇନାହିଁ । ଦୁର୍ଲ୍ଳଭ ଚନ୍ଦ୍ର ସିଂହ, କାଶୀନାଥ ସାହୁ, ମାଷ୍ଟର ମାଣିଅ ।, ନଟବର ସେଣ, ପୀର ସ୍ୱାଇଁ, ଭାନୁମତୀ, ମଣିମାଳା, ଲକ୍ଷ୍ମୀପ୍ରିୟା, ସୁମତି ଦେବୀ, ଅଙ୍ଗୁରବାଳା ଦେବୀ ଓ ଅ ।ହୁରି ଅନେକ ଶିଳ୍ପୀ କୁଅ ।ଡ଼େ କୁଅ ।ଡ଼େ ହଜିଗଲେ । ସେମାନଙ୍କ ଏ ଜାତି ଚିହ୍ନି ପାରିଲା ନାହିଁ । ଅଥଚ ଓଡ଼ିଶା ନାଟକ ସଂସ୍କୃତି କହିଲେ ଏଇମାନେ ହିଁ ଅ ।ମର ନକ୍ଷତ୍ରମଣ୍ଡଳ । ଏପରିକି ସିନେମାରେ ସୁପରଷ୍ଟାର୍ ଭାବରେ ବିବେଚିତ ହୋଇଥିବା ବହୁ କଳାକାର ଦାରିଦ୍ର‌୍ୟ ଜୀବନ ଭିତରେ ନିଜ ଜୀବନ ଅତିବାହିତ କରିଛନ୍ତି । ଶରତ ପୂଜାରୀ ତା’ରି ଏକ ବଡ଼ ଉଦାହରଣ । ସରକାରୀ •କିରିରେ ଥାଇ ମ୍ମ ଭୁବନେଶ୍ୱରରେ ଶରତ ପୂଜାରୀ ସାରାଜୀବନ ଘର ଖଣ୍ଡେ କରିପାରିଲେ ନାହିଁ । ମରିବା ପୂର୍ବଦିନ ପର୍ଯ୍ୟନ୍ତ ଅଟୋରେ ବସି ସେ ରବୀନ୍ଦ୍ର ମଣ୍ଡପକୁ ନାଟକ ଦେଖିବାକୁ ଅ ।ସୁଥିଲେ ।

ଠିକ୍ ଏହାର ବିପରୀତ ଦୃଶ୍ୟ ଅ ।ପଣ ଯାତ୍ରାରେ ଦେଖିବାକୁ ପାଇବେ । ଯାତ୍ରା ମାଲିକମାନେ ସମସ୍ତେ କୋଟିପତି । ତାଙ୍କ ପାଇଁ ଯାତ୍ରା ଏକ ସୌଖୀନ ବିଳାସ । କୋଟି କୋଟି ଟଙ୍କାର ନେଣଦେଣ ବ୍ୟାପାର । ତା’ରି ଭିତରେ ଯଦି ବ୍ୟବସାୟ ଚାଲୁନାହିଁ, ତା’ହେଲେ ସେଥିପାଇଁ ଅ ।ମେ କ’ଣ କରିପାରିବା ? କାଳୀବାବୁ ଅସାଧାରଣ ନାଟୁଅ । ଥିଲେ । ତଥାପି ତାଙ୍କ ପାଇଁ ଏ ଜାତି ଠିଅ । ହୋଇପାରିଲା ନାହିଁ । ଅ ।ଜି କିନ୍ତୁ ରାଜନୈତିକ ନେତା ଓ ବ୍ୟବସାୟୀମାନେ ଯାତ୍ରା ମାଲିକର ମୁଖା ପିନ୍ଧି ସରକାରଙ୍କ ପ୍ରୋତ୍ସାହନ ପାଇଁ ଗୋଟେ ଚମକ୍ରାର ସୁଅ ।ଙ୍ଗ ରଚନା କରିଛନ୍ତି । ଏ ସୁଅ ।ଙ୍ଗକୁ କୌଣସି ପ୍ରକାରରେ ଜନତାର ସମର୍ଥନ ମିଳିବା ଉଚିତ୍ ନୁହେଁ।
ଯାତ୍ରା ସଂସ୍କୃତି ସହିତ ଓଡ଼ିଅ । ଜନଜୀବନର ସମ୍ପର୍କ କେବଳ ସାମାନ୍ୟ ଉତ୍ତେଜନା ଓ ଚିତ୍ତ ବିନୋଦନ ଛଡ଼ା ଅନ୍ୟ କିଛି ନୁହେଁ । ଏକ ନକାରାତ୍ମକ ଜୀବନବୋଧ ଓ ଜନଜୀବନ ସହ ଅ ।ଦୌ ସମ୍ପର୍କ ନଥିବା ବିଚାରଧାରାକୁ ନେଇ ଯାତ୍ରା ସଂସ୍କୃତି ଗତିଶୀଳ ହୋଇଛି । ଏଥିରେ ନାଟକ ଅପେକ୍ଷା ଉଗ୍ର ଅଶ୍ଲୀଳତା ଓ କଳାକାର ଶୋଷଣର ଏକ ବିଚିତ୍ର କୋଲାଜ୍ ଅ ।ମେ ଦେଖିଅ ।ସିଛୁ । ଛୋଟ ଛୋଟ ଝିଅଙ୍କୁ ରେକର୍ଡ ଡ୍ୟାନ୍ସର ଭାବରେ ବ୍ୟବହାର କରି ଯେଉଁପ୍ରକାର ଚରମ ଅଶ୍ଲୀଳତା ଯାତ୍ରା ପାର୍ଟିଗୁଡ଼ିକ ପ୍ରଦର୍ଶନ କରି ଅ ।ସିଛନ୍ତି, ତା’ ବିରୋଧରେ ବର୍ଷ ବର୍ଷ ଧରି ଓଡ଼ିଶା ସରକାର ଚୁପ୍ ରହିଛନ୍ତି । ତା’ର ଏକମାତ୍ର କାରଣ ହେଉଛି ଯାତ୍ରା ମାଲିକ ହେଉଛନ୍ତି ଏ ରାଜ୍ୟର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଲୋକମାନେ । ନିଜ ପ୍ରଭାବକୁ ବ୍ୟବହାର କରି ଯାତ୍ରା ମା୍ମମରେ ଯାବତୀୟ ଅଶ୍ଲୀଳତାର ପ୍ରୋତ୍ସାହନ ଚାଲିଛି । ସାଧାରଣ ଜନତା ଏହାକୁ ଦେଖିଛି, ରାତିରେ ମଦ ପିଇ ଉତ୍ତେଜିତ ହୋଇଛି ଓ ସକାଳେ ଭୁଲିଯାଇଛି । ସାଧାରଣ ଜନତା ମନରେ ଯାତ୍ରା ଏକ ବିଷକ୍ରିୟା ସୃଷ୍ଟି କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଅନେକ ସମୟରେ ଏହାର ଏକ ସକାରାତ୍ମକ ଦିଗ ମ୍ମ ରହିଛି । ଗୋଟେ ସମୟରେ ଓଡ଼ିଶାର ଜନଜୀବନରେ ଘଟୁଥିବା ରାଜନୈତିକ ଘଟଣାବଳୀକୁ ନେଇ ବେଶ୍ ଚମକ୍ରାର ନାଟକ ସବୁ ଯାତ୍ରାରେ ଦେଖିବାକ ମିଳୁଥିଲା । ସେ ଦିନ ଅ ।ଜି ଅ ।ଉ ନାହିଁ ।

ଏବେ ହଠାତ୍ ଯାତ୍ରାରେ ବଲିଉଡର ଅବସରପ୍ରାପ୍ତ କଳାକାରମାନଙ୍କୁ ଦେଖିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କାର ପାରିଶ୍ରମିକ ଦେଇ, ତାରକା ହୋଟେଲ୍ରେ ସେମାନଙ୍କୁ ରଖି ଓଡ଼ିଅ । ଯାତ୍ରା ମାଲିକମାନେ ଲୋକଙ୍କୁ ଭୁଆଁ ବୁଲାଇ ଅ ।ସୁଛନ୍ତି । ସୃଜନଶୀଳ ସାଂସ୍କୃତିକ ବାତାବରଣର ଏକ ଦୀର୍ଘସ୍ଥାୟୀ ପ୍ରଭାବ ରହିଥାଏ । ଯାତ୍ରାରେ ତାହା କେବେ ବି ନଥିଲା । ବ୍ୟବସାୟକୁ ଅ ।ଖି ଅ ।ଗରେ ରଖି ଯାବତୀୟ ଭାଣ୍ଡାମୀ ଓ ଭଣ୍ଡାମିର ଦୃଶ୍ୟସବୁ ଯାତ୍ରାରେ ଚାଲିଥିଲା । କେତେବେଳେ ଉତ୍କଟ ଦେହ ପ୍ରଦର୍ଶନ ପୁଣି କେବେ ପାଗଳ ହିଂସାର ଛାତିଥରା ପ୍ରଦର୍ଶନ । ଏସବୁକୁ ହୁଏତ ସାମୟିକ ଭାବରେ ଦର୍ଶକ ଗ୍ରହଣ କରୁଥିଲେ । ତେବେ ନୂଅ ।ପିଢିର ଦର୍ଶକ ଏବେ ଅ ।ଉ ସେମିତି ଦୃଶ୍ୟ ଦେଖିବାକୁ ଅ ।ଉ ପ୍ରସ୍ତୁତ ନୁହଁନ୍ତି । ଯାହା‘ଳରେ ହଠାତ୍ ଯାତ୍ରା ଦେଖିବାକୁ ଯେଉଁ ପୁରୁଣା ପାଗଳାମୀ ଥିଲା, ତାହା କମିବା ଅ ।ରମ୍ଭ କରିଛି । ନୂଅ । ପିଢିର ଦର୍ଶକଙ୍କୁ ଅ ।କୃଷ୍ଟ କଲା ଭଳି ଖୋରାକ୍ ଯାତ୍ରାରେ ନାହିଁ । ତେଣୁ ସ୍ୱାଭାବିକ ଭାବରେ ଯାତ୍ରା ବନ୍ଦ ହୋଇଯିବା ଅବସ୍ଥାକୁ ଅ ।ସିଛି ।

ଯାତ୍ରା ବନ୍ଦ ହୋଇଯିବା ଏକ ସ୍ୱାଭାବିକ ବ୍ୟାବସାୟିକ ପ୍ରକ୍ରିୟା । ଏଥିରେ ସଂସ୍କୃତିର କୌଣସି ସମ୍ପର୍କ ନାହିଁ । କାଳୀବାବୁ ଯେମିତି ଓଡ଼ିଶା ଥିଏଟର ବନ୍ଦ ହୋଇଗଲା ପରେ କ’ଣ କରିବେ ବୋଲି ଭାବି ଉଚ୍ଚ ରକ୍ତଚାପ ଭୋଗିଲେ, କୌଣସି ଯାତ୍ରା ମାଲିକ ତାହା ଭୋଗିବାର ସମ୍ଭାବନା ନାହିଁ । ସେମାନଙ୍କ ପାଇଁ ଅନେକ ବ୍ୟବସାୟର ମାର୍ଗ ଖୋଲା ଅଛି । କେବଳ ଅସୁବିଧାରେ ପଡ଼ିବେ ଛୋଟ ଛୋଟ ଯାତ୍ରା କଳାକାରମାନେ । ଯାତ୍ରାରେ ତାରକାମାନେ ଲକ୍ଷ ଲକ୍ଷ ଟଙ୍କା ପା’ନ୍ତି । ସେମାନଙ୍କର ସଂଖ୍ୟା ହାତଗଣତି ଦୁଇ କି ତିନି ଡଜନ ହେବ । ବାକି କଳାକାରମାନେ ଢୋକେ ପିଇ ଦଣ୍ଡେ ଜୀଇଁ ଅବସ୍ଥାରେ ଅଛନ୍ତି । ସେମାନେ ଯାତ୍ରା ବନ୍ଦ ହୋଇଗଲେ ଯେ, ଭୋକରେ ମରିଯିବେ, ତା’ର କୌଣସି ସମ୍ଭାବନା ନାହିଁ । ବରଂ ଯାତ୍ରା ବନ୍ଦ ହୋଇଗଲେ, ଅପସଂସ୍କୃତିର ଏକ ବଡ଼ ଦୁର୍ଗ ଭାଙ୍ଗିଯିବ । ସେ ଦୁର୍ଗ ଭାଙ୍ଗିଯିବା ଉଚିତ୍ ।

ଯାତ୍ରାରେ ନାୟକର ଦାମ୍ ଅପେକ୍ଷା ଖଳନାୟକର ଦାମ ଅଧିକ । ଏହାହିଁ ଯାତ୍ରା ସଂସ୍କୃତିର ବଡ଼ ସୂଚକାଙ୍କ । ଖଳନାୟକ ସଂସ୍କୃତିକୁ ପ୍ରତିଷ୍ଠିତ କରୁଥିବା ଏକ ଜୀବନବୋଧକୁ ନେଇ ଜାତୀୟତାର ନିର୍ମାଣ ସମ୍ଭବ ନୁହେଁ । ବରଂ ଏପ୍ରକାର ଜୀବନବୋଧ ଜାତୀୟତାବୋଧର ସବୁଠୁ ବଡ଼ ଶତ୍ରୁ । ଯାତ୍ରା ଯଦି ବନ୍ଦ ହେଉଛି ହେଉ, ସେଥିରେ ଯଦି ନେତା ଓ ବ୍ୟବସାୟୀଙ୍କର କ୍ଷତି ହେଉଛି ହେଉ, ଏହାକୁ ନେଇ ସାଧାରଣ କରଦାତାର ଟଙ୍କାଟିଏ ମଧ୍ୟ ଯଦି ଖର୍ଚ୍ଚ କରାଯାଏ, ତା’ହେଲେ ତାହା ଓଡ଼ିଶା ସଂସ୍କୃତି ପ୍ରତି ସବୁଠୁ ବଡ଼ ଅପମାନ ହେବ । ଏକଥା ଓଡ଼ିଶା ସରକାର ଭଲଭାବରେ ମନେ ରଖିବା ଉଚିତ୍ ।

PHOTO CREDIT – https://www.google.co.in/search?biw=1366&bih=657&tbm=isch&sa=1&ei=hSvIW5q-GIijwAL7gKfoBQ&q=VILIAN+IN+ODIA+JATRA+&oq=VILIAN+IN+ODIA+JATRA+&gs_l=img.3…31996.44495.0.45820.24.20.0.0.0.0.430.3683.3-2j7.9.0….0…1c.1.64.img..15.0.0….0.JTQxp1QMoB0#imgrc=3UbjuOPgIl_-QM:

Share This Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ
Exit mobile version