ସଙ୍ଗୀତ ମାଝିରେ…ମାଝିରେ… ସୁଧୀର ପଟ୍ଟନାୟକ Published: February 1, 2018 500 Views Share 1 Min Read SHARE https://samadhwani.com/wp-content/uploads/2018/02/Track-3.mp3?_=1 ଜନମ ମାଟିର ଚଉଦିଗେ ଆଜି ବହେ ଅଣଚାଷ ବାଆ ବିକାଶ ବତାସ ମାଡ଼ି ଆସିଲାଣି କିଏବା ଅଛିରେ ସାହା… ହେଇଆ… ହେଇଆ ହୋ… ନଦୀର ଆଖିରେ ଲୋତକର ଧାର ପାହାଡ଼ ଛାତିରେ ନିଅାଁ କି ଅବା ସହର କି ଅବା ଗାଁ ବିକାଶ କରେ କିମିଅାଁ କାନ୍ଦେ ଖଣ୍ଡାଧାର କାନ୍ଦେ ନାଗାବଳୀ କାନ୍ଦେ ମହାନଦୀ ନିୟମଗିରି କୋଟି କୋଟି ଜୀବ କୋଟିଏ ଜୀବିକା ବିକାଶ ବେଦୀରେ ସ୍ୱାହା… ହେଇଆ… ସହରିଆଙ୍କର ଶୋଚନା ନାହିଁରେ ସ୍ୱାର୍ଥ ତାଙ୍କର ସଖା ନିଜ ସୁଖଶିରୀ ପଛେ ଧାଇଁ ଧାଇଁ ମାଟିକୁ ଦେଲେଣି ଧକ୍କା କାନ୍ଦେ ଚାଷିପୁଅ କାନ୍ଦଇ ମୂଲିଆ କାନ୍ଦଇ ଶ୍ରମିକ କାନ୍ଦେ ଖଟିଖିଆ ସଭିଙ୍କ ଛାତିରେ ବଢ଼ିଛି ତାତିରେ ଆଖିରେ ଜଳୁଛି ନିଅାଁ… ହେଇଆ… ରାଇଜ ସାରା ତ ଜଳିଲାଣି ଆଜି ସେଇ ବିଦ୍ରୋହର ନିଅାଁ ମାଟିର ମଣିଷ ମାତିତ ଗଲେଣି ଶାସକେ ଆଜି ଛାନିଅାଁ ଉଠିଛି କଙ୍କାଳ ଜାଗିଛି ଦୁର୍ବଳ ଅଛିରେ ଶକ୍ତି ଅଛିରେ ବଳ ଗୋଡ଼ ଭାଙ୍ଗି ଆଉ ଦେଖେନା ଓଡ଼ିଆ ଆଗକୁ ନିଅ ସେ ନିଅାଁ । ହେଇଆ… Share This Article Facebook Whatsapp Whatsapp Byସୁଧୀର ପଟ୍ଟନାୟକଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ Previous Article ନୂଆ କଥାଟିଏ କୁହ! Next Article “ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ