ଦୁସରା ବନବାସ – ଦ୍ୱିତୀୟ ବନବାସ

5 Min Read

 

[box type=”shadow” align=”” class=”” width=””]ଥକୈଫୀ ଆଜମୀ (ମୂଳ ନାଁ ସୟଦ ଅଖତର ହୁସେନ ରିଜଭୀ, ଜନ୍ମ ୧୪ଜାନୁଆରୀ ୧୯୧୯, ମୃତ୍ୟୁ ୧୦ମଇ ୨୦୦୨) ଉର୍ଦ୍ଦୁ ସାହିତ୍ୟର ଜଣେ ପ୍ରତିଷ୍ଠିତ କବି ବା ଶାୟର, ବିଂଶ ଶତାବ୍ଦୀର ଶ୍ରେଷ୍ଠ ଉର୍ଦ୍ଦୁ କବି ମାନଙ୍କ ମଧ୍ୟରୁ ଅନ୍ୟତମ । ୬ ଡିସେମ୍ବର ୧୯୯୨ରେ ବାବ୍ରୀ ମସଜିଦର ଧ୍ୱଂସ ପରେ କୈଫୀ ଆଜମୀଙ୍କର ଯେଉଁ ପ୍ରତିକ୍ରିୟା ହୋଇଥିଲା ତାହାକୁ ସେ ବର୍ଣ୍ଣନା କରିଥିଲେ ‘ଦୁସରା ବନବାସ’ ଶିରୋନାମା ତଳେ । ଏହା ଅନୁବାଦକଙ୍କର ଦୃଷ୍ଟିକୁ ଆସିଲା ୬ ଡିସେମ୍ବର ୨୦୧୭ ଦିନ ଯେତେବେଳେ ଦି ୱାୟାର (ଞଷର ଡସକ୍ସର)ର କାର୍ଯ୍ୟକ୍ରମ ଜନ୍ ଗଣ୍ ମନ୍ କି ବାତ୍ର ଉପସ୍ଥାପକ ବିନୋଦ ଦୁଆ ଏହି କବିତା ଆବୃତ୍ତି କଲେ। (https://www.youtube.com/watch?v=6uKIfeGyKl0 , Dec 6, 2017 – Uploaded by The Wire) । ଏହି ଶିରୋନାମାରେ ଅନୁବାଦକ ୧୯୯୩ ମସିହାରେ ଏକ କବିତା ଲେଖିଥିଲେ ଯାହାକୁ କୈଫୀ ଆଜ୍ମୀଙ୍କ କବିତା ସହିତ ପାଖାପାଖି ସ୍ଥାନିତ କରିବା ଉଚିତ ବୋଲି ମନେ କରାଗଲା ଏହି ଦୃଷ୍ଟିରୁ ଯେ ବାବ୍ରୀ ମସଜିଦ ଭଙ୍ଗା ଯିବା ଓ ଏହା ପରେ ହିଂସାର ଯେଉଁ ତାଣ୍ଡବ ଘଟିଲା, ସେହି ସମୟରେ ଶ୍ରୀରାମ ପୁଣି ଥରେ ବନବାସକୁ ବରି ନେବାକୁ ଚାହିଁଥିବେ ବୋଲି ଏକାଧିକ ବ୍ୟକ୍ତି ଭାବୁ ଥିଲେ ।-ସମ୍ପାଦକ ଧ[/box]

 

ରାମ ବନବାସ ସେ ଜବ ଲୌଟକର ଘର ମେଁ ଆୟେ

ୟାଦ୍ ଜଂଗଲ ବହୁତ ଆୟା ଜୋ ନଗର ମେଁ ଆୟେ

ରକ୍ସେ ଦୀବାନ୍ଗୀ ଆଂଗନ ମେଁ ଜୋ ଦେଖା ହୋଗା

ଛହ ଦିସମ୍ବର କୋ ଶ୍ରୀରାମ ନେ ସୋଚା ହୋଗା

ଇତନେ ଦୀବାନେ କହାଁ ସେ ମେରେ ଘର ମେଁ ଆୟେ…

 

ଜଗମଗାତେ ଥେ ଜହାଁ ରାମ କେ କଦମୋଂ କେ ନିଶାଂ

ପ୍ୟାର କି କହକଶାଁ ଲେତୀଥି ଅଂଗଡାଇ ଜହାଁ

ମୋଡ ନଫରତ କେ ଉସୀ ରାହଗୁଜର ମେଁ ଆୟେ…

 

ଧର୍ମ କ୍ୟା ଉନକା ହୈ, କ୍ୟା ଜାତ ହୈ ୟେ ଜାନତା କୌନ

ଘର ନା ଜଲତା ତୋ ଉନ୍ହେଁ ରାତ ମେଁ ପହଚାନତା କୈାନ

ଘର ଜଲାନେ କୋ ମେରା, ଲୋଗ ଜୋ ଘର ମେଁ ଆୟେ…

 

ଶାକାହାରୀ ହୈ ମେରେ ଦୋସ୍ତ, ତୁମହାରେ ଖଂଜର

ତୁମନେ ବାବର କେ ତରଫ ଫେକେ ଥେ ସାରେ ପଥର

ହୈ ମେରେ ସର କି ଖତା, ଜଖମ ଜୋ ସର ମେଁ ଆୟେ…

 

ପାଓଁ ସରଯୂ ମେଁ ଅଭି ରାମ ଧୋଏ ଭି ନ ଥେ

କି ନଜର ଆୟେ ୱାହାଁ ଖୁନ କେ ଗହରେ ଧବ୍ୱେ

ପାଓଁ ଧୋୟେ ବିନା ସରଯୂ କେ କିନାରେ ସେ ଉଠେ…

ରାମ ୟେ କହତେ ହୁଏ ଅପନେ ଦୁଆରେ ସେ ଉଠେ

ରାଜଧାନୀ କୀ ଫଜା ଆଈ ନହିଁ ରାସ ମୁଝେ

ଛହ ଦିସମ୍ବର କୋ ମିଲା ଦୁସରା ବନବାସ ମୁଝେ…

ଓଡିଆ ଅନୁବାଦ                  ଦ୍ୱିତୀୟ ବନବାସ

(ଅନୁବାଦକ:ବୀରେନ୍ଦ୍ର ନାୟକ)

ଯେତେବେଳେ ବନବାସରୁ ଘରକୁ ଫେରିଲେ ରାମ

ଡିସେମ୍ବର ଛ’ ତାରିଖ ଦିନ

ବହୁତ ପଡ଼ିଲା ମନେ ନଗରରେ ଜଙ୍ଗଲର ଦିନ…

 

ଏହା ଆସିଥିବ ମନକୁ ତାଙ୍କର

ଯେତେବେଳେ ତାଙ୍କ ଘର ଅଗଣାରେ ସେ ଦେଖିଥିବେ

ଉନ୍ମାଦ ତାଣ୍ଡବ

ଓ ଭାବିଥିବେ ଏତେ ଉନ୍ମତ୍ତ ମୋ ଘରକୁ ଆସିଲେ କେଉଁଠୁ…

 

ଯେଉଁଠି ଝକମକ କରୁଥିଲା ଦିନେ ରାମଙ୍କର ପାଦଚିହ୍ନ

ଯେଉଁଠି ଭାଙ୍ଗୁଥିଲା ଅଳସ ପ୍ରେମର ତାରକା ପୁଂଜ

ସେ ରାସ୍ତାରେ ଆଜି ହିଂସା ଓ ବିଦ୍ୱେଷର ଯାତ୍ରା…

 

କ’ଣ ତାଙ୍କର ଧର୍ମ, ଜାତି ଅବା କ’ଣ, ଜାଣିଥାନ୍ତା କିଏ

ଘର ଯଦି  ଜଳିନଥାନ୍ତା, ତାଙ୍କୁ ରାତିରେ ଚିହ୍ନିଥାନ୍ତା କିଏ

ଘର ଜଳାଇବା ପାଇଁ ଯେ

ଏତେ ଲୋକ ଆସିଥିଲେ ମୋ ଘରକୁ…

 

ସାଂଗ ମୋର, ଶାକାହାରୀ ଅଟେ ତୋର ଏହି ହତିଆର

ତୁ ବାବର ଉପରେ ଯେତେ ନିକ୍ଷେପ କରିଲୁ ପଥର

ଏ ମୋ ମଥାର ଦୋଷ ଯେ ମୋ ମଥା ହିଁ ଜଖମ ହେଲା…

 

ସରଯୂରେ ରାମ ପାଦ ଧୋଇ ବି ନ ଥିଲେ

ଦେଖିଲେ ସେ ରକ୍ତର ବହଳ ଦାଗ ତାର ଜଳରେ

ପାଦ ନ ଧୋଇ ରାମ ଉଠିଲେ ସରଯୂ କୂଳରୁ

ଏହା କହି ଉଠିଲେ ନିଜ ଘର ଦୁଆର ମୁହଁରୁ

ରାଜଧାନୀର ଜଳବାୟୁ ଆଉ ଅନୁକୂଳ ହେଉ ନାହିଁ ମୋତେ

ଛ’ ଡିସେମ୍ବର ଦିନ ମିଳିଲା ଦ୍ୱିତୀୟ ବନବାସ ମୋତେ…

ମୂଳ ରଚନା:ଭାଷା ଉର୍ଦ୍ଦୁ

କୈଫୀ ଆଜମୀ

(ରଚନା: ୧୯୯୩)

 

ଦ୍ୱିତୀୟ ବନବାସ

ବୀରେନ୍ଦ୍ର ନାୟକ

ନା ଦଶରଥ ଥିଲେ,

ନା କୈକେୟୀ

ନା ଥିଲେ ଲବ କୁଶ,

ନା ବୈଦେହୀ;

ଥିଲା ପ୍ରକାଣ୍ଡ ଭିଡ଼,

କାନଫଟା କୋଳାହଳ ।

ପ୍ରେମ ଓ ଭକ୍ତିର ଥିଲା ତାଣ୍ଡବ ପ୍ରବଳ ।

ବଦଳାଇ ରୂପ ମୋର

ମୋ ନିଜର କଲି ଜୟ ଜୟକାର,

କିଛିଟା ନାଚିଲି ଓ

ଉନ୍ମତ୍ତ ହେବାର ବାହାନା କରିଲି ।

ଏ ସବୁର ଆଢୁଆଳେ

ମୁଁ ଗଲି ଅପସରି

ଭିଡ଼ ଠାରୁ ଦୂରେ, ବହୁ ଦୂରେ

କେଉଁ ଏକ ନିର୍ଜନ ଦ୍ୱୀପର ସନ୍ଧାନେ

ଯେଉଁଠି ପଡ଼ିବନି କେବେ ଉନ୍ମତ୍ତ ଭକ୍ତଙ୍କ ଶିବିର,

କେହି ଗଢ଼ିବନି ମୋତେ ନେଇ କୌଣସି ମନ୍ଦିର,

କରିବନି ମୋତେ କେହି

ତା ପତାକାର ଚିହ୍ନ,

ନା ଉପୁଜିବ ଅବସର ଶୁଣିବାକୁ

ଅସହାୟ ବିଧବା କ୍ରନ୍ଦନ,

ନା ଧୂଆଁ ଦିଶିବ,ନା ପୋଡା ମଣିଷର ଗନ୍ଧ ଆସିବ ।

 

ତୁମେ ଲଢୁଥାଅ, ଖୋଜୁଥାଅ

କେଉଁଠି ମୋ ଜନ୍ମଭୂମି,

ଗଢୁଥାଅ ମୋ ପାଇଁ ବସାଗୃହ ତୁମରି ପସନ୍ଦେ ।

ବିଡ଼ମ୍ବନା ଏତିକି ଯେ, ମୁଁ ଚାଲିଛି

କେଉଁ ଏକ ନିର୍ଜନ ଦ୍ୱୀପର ସନ୍ଧାନେ,

ତୁମଠାରୁ ବହୁ ଦୂରେ

ତୁମର ଉନ୍ମତ୍ତ ଭକ୍ତି ଓ ପ୍ରେମର

ପରିଧି ବାହାରେ ।

 

 

 

 

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version