Home / ସାହିତ୍ୟ

ସାହିତ୍ୟ

ଏଥିରେ କାବ୍ୟ, କବିତା, ଆଲୋଚନା, ଗଳ୍ପ, ଉପନ୍ୟାସର ବିଷୟବସ୍ତୁ ଉପସ୍ଥାପନ କରାଯାଇଛି ।

ଭୁବନେଶ୍ୱର ବେହେରାଙ୍କ ଗଳ୍ପରେ କଳାହାଣ୍ଡିର ଜନଜୀବନର ଚିତ୍ର

କଳାର ହାଣ୍ଡି କଳାହାଣ୍ଡି । ନୈସର୍ଗିକ ପ୍ରକୃତିର ଅନୁପମ ଭୂଖଣ୍ଠ କଳାହାଣ୍ଡି । ତା’ର ଢେଉ ଢେଉକା ପାହାଡ଼, ନିଘଞ୍ଚ ଜଙ୍ଗଲ, ଛନ୍ଦାୟିତ ନଦୀ, ସୁନାର କିଆରୀ ଓ ହସନ୍ତ ମଣିଷ ଭିତରେ ଯେଉଁ ଜୀବନ ରହିଛି ତାହା ଅନେକଙ୍କୁ ମୁଗ୍ଧ-ଚକିତ କରେ । ଏଠିକାର ଗୁଡ଼ହାଣ୍ଡି ପାହାଡ଼ର …

Read More »

ମୁଁ ଖୋଜୁଛି ବାଳକ ବିକର୍ଣ୍ଣ

ମୁଁ ଖୋଜୁନାହିଁ ସେ ବାଳକକୁ, ଯିଏ ସମ୍ରାଟଙ୍କ ପରିଧାନ ମୁଗ୍ଧ ପାରିଷଦଙ୍କୁ ଅବାକ୍ କରି କହିଥିଲା ‘ସମ୍ରାଟ, ତୁମେ ତ ଉଲଗ୍ନ’। ମୁଁ ଖୋଜୁନାହିଁ ଆଦୌ ସେ ବାଳକକୁ, କାରଣ ନଗ୍ନ ହୋଇ ନଗରେ ଭ୍ରମଣ ଆଜି ନୁହଁଇ ଲଜ୍ଜାର କାରଣ। ମୁଁ ଖୋଜୁଛି ଧୃତରାଷ୍ଟ୍ର ପୁତ୍ର  କୌରବ …

Read More »

ଉତ୍କଳ ସାହିତ୍ୟ ସମାଜ

“ଆମ୍ଭମାନଙ୍କ ସାହିତ୍ୟକୁ ସମୟୋଚିତ କରିବାକୁ ହେବ ଏବଂ ତାହା ଏପରି ଭାବରେ କରିବାକୁ ହେବ ଯେ କେବଳ ଉଚ୍ଚ ଶିକ୍ଷା ପ୍ରାପ୍ତ ବ୍ୟକ୍ତିମାନେ ନୁହଁନ୍ତି, ସେମାନଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ ଏବଂ ଶ୍ରମଜୀବି ପର୍ଯ୍ୟନ୍ତ ଏବଂ ବୃଦ୍ଧଠାରୁ ଆରମ୍ଭ କରି କ୍ଷୁଦ୍ର କ୍ଷୁଦ୍ର ବାଳକ ବାଳିକାମାନଙ୍କ ପର୍ଯ୍ୟନ୍ତ …

Read More »

ଚିତ୍ରଗୁପ୍ତଙ୍କ ହସ

ଚିତ୍ରଗୁପ୍ତଙ୍କ ହସ ଶୁଭୁଛି ସ୍ୱର ଧମକର, କହିବାର ଶୁଣ ଚିତ୍ରଗୁପ୍ତ ଯମ ନୁହେଁ ଯେଉଁ ସଂଖ୍ୟା ଆମେ ଦେବୁ ତାକୁ ହିଁ ପାଞ୍ଜିରେ ତୁମେ ଦରଜ କର ଅନ୍ୟଥା ବନ୍ଦ କର ତୁମର ଦପ୍ତର । ଶୁଭୁଛି ସେମାନଙ୍କ ସ୍ୱର କହିବାର ସେ ଥିଲା ଏକ ଭିନ୍ନ ‘ଲୋକ’ …

Read More »

ଗାଁ’

ଗାଁ ଦାଣ୍ଡି ଘର ସୁନା ଧାନ ବିଲ ଅଙ୍କାବଙ୍କା ଗାଁ ନଈ ଭାବିଛକି କେବେ ଇତିହାସ ପ୍ରୁଷ୍ଠା ନୀରବ କିଆଁ ତା ପାଇଁ ହଜି ହଜି ଗଲା ଗାଁ…. ପୋଛିଲା କିଏ ତା ନାଁ ଚାଷୀଭାଇ ଯହିଁ ଖତ ଭାର ଧରି ବିଲମାଳ ବୁଣି ଦିଏ ଧାନ ବିରି …

Read More »

ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି (ଗୌରୀ ଲଙ୍କେଶଙ୍କ ସ୍ମୃତିରେ )

ନିର୍ଜୀବ କରିଲା ସିନା ନୀରବ ପାରି ନାହିଁ କରି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି ; ରାସ୍ତା ଘାଟ ପଡିଆ ଓ ଛକ, ସବୁଠି ତୁମରି ଚିତ୍ର ପ୍ରତିବାଦୀ ମଣିଷ ହାତରେ ଜୀବନ୍ତ ଦିଶୁଛି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି । ବେପରୁଆ ଯୁବକ ଯୁବତୀ, …

Read More »

ମୋତେ ହତିଆର କର ନାହିଁ

ଯେଉଁ ଲେଖା ତୁମକୁ ନ ସୁହାଇଲା ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା, ଦେଶକୁ ପଚାରୁଛି କିଏ ଯେ ଲେଖକର ଲେଖାରେ କେତେ ଦ୍ରୋହ ଥିଲା? ଦେଶ ତେଣୁ କ୍ଷୁବ୍ଧ- ସେ କରୁଛି ପ୍ରଶ୍ନ – , “ତୁମେ ସତେ ମତେ କେତେ ଦୁର୍ବଳ ନ ଭାବୁଛ ଯେ, …

Read More »

ମରିନାହିଁ ସେ ତ ମରଣଜୟୀ(ରାଧାମୋହନ ଗଡ଼ନାୟକଙ୍କ ସ୍ମୃତିରେ )

କାଳ ମହରଗ ପଡିଥିଲା ଭାରି ଭୟଙ୍କର ନ’ଅଙ୍କର ସୁନାର ଆମର ଉତ୍କଳ ଆମର କାଳିମା ଛୁଇଁ ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣି ଭୂଇଁ । ଲକ୍ଷ୍ମୀର ଦେଶ ହୋଇଯାଇଥିଲା ଆହା କି ଜୂର । ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୂର । ଦୁଇ ତିନି …

Read More »

‘ଚିର ପ୍ରଦୀପ୍ତ’ – କବି ସଚ୍ଚିଦାନନ୍ଦ ରାଉତରାୟ

ମାରିଚ ଯାହାକୁ ହାରିଚ ତାହାଠୁ ଆରେ କାପୁରୁଷ ଦଳ ମୁକୁଟ ତମର ଖସିପଡ଼ି ଚୁମେ ତାହାରି ଚରଣ ତଳ ।। ସାମନା ତାରତ କରିବାକୁ ତମ ଆଖିରେ ନଥିଲା ବଳ ନିରସ୍ତ୍ର ତାର ମୁକୁଳା ପିଠିରେ ଦାବିଅଛ ରାଇଫେଲ ।। ନିଆଁକୁ ମାରିବ କେଉଁପରି ତୁମେ? ନିଆଁ କିରେ …

Read More »