‘ସମଧ୍ୱନି’
ସାଧାରଣ ମଣିଷର ଧ୍ୱନି
ସାଧାରଣ ମଣିଷର ସ୍ୱରକୁ ତୋଳିଧରିବାର ଏକ ଭିନ୍ନ ପ୍ରୟାସ ।
‘ସମଧ୍ୱନି’ ବିଶ୍ୱାସ କରେ :
ମଣିଷ ମଣିଷ ଭିତରେ ଜାତି, ଧର୍ମ, ଆଞ୍ଚଳିକତା ଓ ଲିଙ୍ଗ ଭିତ୍ତିକ ଭେଦଭାବ ମନୁଷ୍ୟ କୃତ, ପ୍ରକୃତି ସୃଷ୍ଟ ନୁହେଁ ।
ସବୁ ମଣିଷ ଭିତରେ ପ୍ରକୃତି ଭରି ଦେଇଛି ଅନେକ ଗୁଣ ଓ କଳାକାରିତା ।
ସମସ୍ତଙ୍କ ଭିତରେ କଳାର ସନ୍ଧାନ
ସମସ୍ତ ପ୍ରକାର କଳାର ଅଭିବ୍ୟକ୍ତିକୁ ଓ କଳାକାରଙ୍କୁ ସମ୍ମାନ ପ୍ରଦର୍ଶନ
କଳାର ଏହିସବୁ ଅଭିବ୍ୟକ୍ତିକୁ ଆଧାର କରି ମଣିଷ ଭିତରେ ମାନବିକ ମୂଲ୍ୟବୋଧର ସୃଷ୍ଟି ଓ ସାଂସ୍କୃତିକ ସହାବସ୍ଥାନ
ଏକ ଯୁଦ୍ଧଖୋର ବିଶ୍ୱ ନୁହଁ ବରଂ ଶାନ୍ତି, ମୈତ୍ରୀ, ସଂହତି ଓ ସମାନତା ଭିତ୍ତିକ ବିଶ୍ୱର ପରିକଳ୍ପନା ।
ଏକ ବୃହତ୍ତର ଉଦ୍ଦେଶ୍ୟ ନେଇ ପୃଥିବୀକୁ ଯୁଦ୍ଧ, ହିଂସା ଓ ଲାଭ ଲୋଭର କବଳରୁ ରକ୍ଷା କରିବା ପାଇଁ ଆମ୍ଭେ ନିଜର ଲକ୍ଷ୍ୟ ଓ ବିଶ୍ୱାସକୁ ଆଗେଇନେଇ ଚାଲିଛୁ ।
୨୦୦୫ ମସିହା ଅଗଷ୍ଟ ୧୫ ତାରିଖ ‘ସମଧ୍ୱନିର ପ୍ରଥମ ପରିପ୍ରକାଶ ଦିନରୁ ଏହି କାର୍ଯ୍ୟକୁ ଆଗେଇ ନେବା ହିଁ ମୂଳଲକ୍ଷ୍ୟ ରହିଆସିଛି ।
ଏହି ଯାତ୍ରାରେ ସାମିଲ ହୋଇଛନ୍ତି ସମାଜର ବିଭିନ୍ନ ବର୍ଗର ସୃଜନଶୀଳ, ମାନବବାଦୀ, ଦୂରଦୃଷ୍ଟି ସମ୍ପନ୍ନ ମଣିଷ ।
ସମଧ୍ୱନି ସାଂସ୍କୃତିକ ପରିବର୍ତ୍ତନର ଏକ ସଫଳ ସୂତ୍ରଧର ହୋଇପାରିଲେ ଆମର ଶ୍ରମ ସାର୍ଥକ ହେବ ।
ଅପେକ୍ଷା ଆପଣମାନଙ୍କର ସ୍ନେହଁ ଏବଂ ସହଯୋଗ।
ସ୍ୱୟଂପ୍ରଭା ପାଢ଼ୀ
ସମ୍ପାଦକ ‘ସମଧ୍ୱନି’
ମୁଖ୍ୟ ପରାମର୍ଶଦାତା:
‘ସମଧ୍ୱନି’ର ଏହି କାର୍ଯ୍ୟରେ ଯେଉଁମାନେ ମୁଖ୍ୟ ପରାମର୍ଶଦାତା ଭାବରେ ଆମକୁ ଦିଗ୍ ଦର୍ଶନ ଦେଇଆସିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ; କୃଷି ସଂସ୍କୃତିର ରକ୍ଷକ ତଥା ଶିକ୍ଷକ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ, ପ୍ରଫେସର ଭଗବତ ପ୍ରସାଦ, ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ପ୍ରଫେସର ବୀରେନ୍ଦ୍ର ନାୟକ, ସୁଧୀର ପଟ୍ଟନାୟକ।