ଯଉତୁକ୍

2 Min Read

ପିଲା ହଇକରି ଜନମ୍ ହେବାର୍ଟା ଆଏ ଗୁଟେ ବରଦାନ୍

ଟୁକେଲ୍ ହଇକରି ଜନମ୍ ହେବାର୍ଟା ପୂରାପୂରି ନୁକ୍ସାନ୍ ।ା୧।।

ପିଲା ଜନମ୍ ହେଲେ ଡାକ୍ତର୍ଖାନାନୁଁ ଆମେ ବାଣ୍ଟିସୁ ମିଠା

ମୁହୁଁ ଫେସ୍କାମା ଟୁକେଲ ହଇଥିଲେ ଦିଶଶୁ ପର୍ଛା ସିଠା ।ା୨।।

ପେଟେ ଥିଲା ଛୁଆ ଟୁକେଲ୍ ହଇଥିଲେ ପହେଲା କରୁଛନ୍ ସଫା

ମାଁ ବୁଆ ଯଦି ଛୁଆକେ ଖାଏବେ କାର୍ ଲାଗି ଆଇନର୍ ଦଫା ।ା୩।।

ବିନ୍ ଯଉତୁକେ ହେଉଛେ କାଁଏ, ବିହା ଉଠୁଛେ କେନ୍ସି ଝି

ଯଉତୁକ୍ କେ କିଏ କହେଲାନ୍ ପଦେ ଆଏଜ୍ତକ୍ ଛି-ଛି ।ା୪।।

ବିହାଟାତ ଗୁଟେ ହାଟ୍ ହଇଗଲା ଯାର ପାଖେ ଅଛେ ଧନ୍

ପିଲାର୍ ବାପ୍ଟା ବଲଦ୍ କୁଚିଆ ହାକ୍ସି ମନ୍କେ ମନ୍ ।ା୫।।

ଯଉତୁକ୍ ନେମା ଯଉତୁକ୍ ଦେମା ଆଇନର୍ ଆଖିଁ ପାପ୍

ଟୁକ୍ଲିର୍ ବାପ୍ ଜମିନ୍ ବିକ୍ସି କାଁଜେ ଖାପ୍କେ ଖାପ୍ ।ା୬।।

ଇହାଦେ ଯେନ୍ମାନେ ଶାଶ୍ ହଇଛନ୍ ଦିନେକାତ ଥିଲେ ବହ୍

ତାକର୍ ବିହାବେଲେ କେତେ ଯଉତୁକ୍ ସେମାନେ ଆନିଥିଲେ ଯହ ।ା୭।।

ପିଲାର୍ ଦୋଷ୍ଟା ଚାଏର୍ ଖୁନ୍ମାଫ୍ ଟୁକ୍ଲିର୍ ଦୋଷ୍ ଦିଶେ

କାହାକେ ପୁଡ଼ାସନ୍ କାହାକେ ଝୁଲାସନ୍ ଅତି ବେଶୀ ହେଲେ ରିସେଁ ।ା୮।।

ଆଇନ୍ ଚରୁଛେ ଉକିଲର୍ ଘରେ ଭୂଆସେନ୍ ମରୁଛନ୍ ଯହ୍

‘ମହିଳା କମିଶନ୍’ କାଣା କରୁଛେ ଯାନ୍ଲେ ବି ତ ଦହଦହ ।ା୯।।

ଝିକେ ବଢ଼ାମା ଝିକେ ପଢ଼ାମା ବର୍ପିଲାକେ ଦେମା ଦାନ୍

ପିଲାର୍ ବାପ୍ଟା ମେଛା ମୁଡ଼ୁଥିବା ଟୁକ୍ଲିର୍ ବାପ୍ ସାନ୍ ।ା୧୦।।

ମାଏନ୍ ବଦ୍ଲିସି ଗୁତର୍ ବଦ୍ଲିସି ପରର୍ ଘର୍କେ ନିଜର ବଲସି

ବାପ ଘରେ ଝି ଜନମ୍ ହେସି ଶାଶ୍ ଘରେ ତାର୍ ଜୀବନ୍ ଦେସି ।ା୧୧।।

ବାପ ଘରେ ଝି ବଢ଼େ ଗେଲେଲାଡ଼େ ଶାଶ୍ ଘର୍ ଗଲେ ଗଲା

ଯେତେ କଲେ ଭି କଲା ନାଁଏ ବଲନ୍ ଚୁଏଲ୍ ମୁଡ଼େ ଫୁକେ ନଲା ।ା୧୨।।

ଗାଡ଼ି, ଟିଭି, ସୁନା ହେଲେ ଯଦି ଉନା ଟୁକ୍ଲେ କେ ଦେବେ ଦୁଖ୍

ଚାକିରୀଟେ ଯଦି କରୁଛେତ ପିଲା କେଜି ତକ୍ଡି ଥି ଯୁଖ୍ ।ା୧୩।।

କେନୁଥିଲୁ ତୁଇଁ ହୀରୋହୁଣ୍ଡା ଗାଡ଼ି କେତେ ଭାଙ୍ଗ୍ଲୁନ୍ ବିହା

ଇହାଦେ ଯଉତୁକ୍ ନାଁଏ ଦେଲେ ତତେ କିହେ ନାଁଏ ହେବାର୍ ବିହା ।ା୧୪।।

ମାଁ, ବେଟି, ବହ ଇତାର୍ ଆଖିଁ ଲହ୍ ନାଁଏ ସହେ ଭଗବାନ୍

ଇତାକୁଁ କନ୍ଦାଲେ ନିଜେ ଭି କାନ୍ଦମା କାହିଁ ନାଁଏ ମିଲେ ଠାନ୍ ।ା୧୫।।

ବହ୍କେ ଯେନ୍ଦିନେ ବେଟି ବଲ୍ମା ବନ୍ଦ୍ହେବା ଯଉତୁକ୍

ଯଦି କିଏ କେଭେ ମାଗେ ଯଉତୁକ୍ ତାର୍ ମୁହେଁ ବେଦ୍ରେ ଥୁକ୍ ।ା୧୬।।

ଆମେ ବଦ୍ଲିଲେ ଯୁଗ୍ ବଦ୍ଲିବା ଚେତ ସବୁ ଶାଶ୍ ଶଶୁର୍

ସଭେ ମିଶିକରି ଆସ ମାରିନେମା ଯଉତୁକ୍ ବାଗିର୍ ଅସୁର୍ ।ା୧୭।।

PHOTO CREDIT –

https://www.google.co.in/search?hl=en&tbm=isch&q=dowry+system&chips=q:dowry+system,g_1:cartoon:gDPHG2Q2ZzQ%3D&usg=AI4_-kT2YYi0KgJLbFuI74zWn4HcQTqxCw&sa=X&ved=0ahUKEwjs89fZypfeAhVMM-wKHcW_DUAQ4lYIKSgC&biw=1366&bih=608&dpr=1#imgrc=i4F9fW7HJCy9FM:

 

https://www.google.co.in/search?hl=en&tbm=isch&q=dowry+system&chips=q:dowry+system,g_1:cartoon:gDPHG2Q2ZzQ%3D&usg=AI4_-kT2YYi0KgJLbFuI74zWn4HcQTqxCw&sa=X&ved=0ahUKEwjs89fZypfeAhVMM-wKHcW_DUAQ4lYIKSgC&biw=1366&bih=608&dpr=1#imgrc=5aK67BIenRnRSM:

Share This Article