ଗୁମୁଡିମାହାରୁ ଶୂନ୍ୟବାଣୀ

1 Min Read

 

ମା କୋଳରୁ ଶିଶୁକୁ ଛଡାଇ ନେବା

ନୂଆ କଥା ନୁହେଁ,

ଗୁମୁଡିମାହାରେ ହେଉ ଅବା ମଥୁରାରେ ହେଉ,

ସୁନୀତା କୋଳରୁ ହେଉ ଅବା ଦେବକୀ କୋଳରୁ ହେଉ ।

ଛଡାଇ ନେଲେ କଣ କଥା ସରିଗଲା?

ଦେବକୀ କୋଳରୁ ବାରମ୍ବାର ଛଡାଇ ନେଇ

କଂସ କଣ ତାର ପତନ ଆଡେଇ ପାରିଲା ?

ଶୁଭୁଛି କି ଗେହସ ଦିଗଲ

ସୁନୀତା କୋଳରୁ ଯାଇ

କିପରି କରୁଅଛି ଶୂନ୍ୟବାଣୀ

ବଢୁଛି କୃଷ୍ଣ ପରି କେହି ଆଉ କେଉଁ ମା ର କୋଳରେ

ଅତ୍ୟାଚାରୀ କଂସ ସଂହାରୀବାକୁ?

ଜାଣେ ନା ଏହି ଶୂନ୍ୟବାଣୀ

ସେମାନଙ୍କୁ ଶୁଭୁଛି କି ନାହିଁ

ଯେଉଁମାନେ ତାକୁ ତା ମା କୋଳରୁ ଛଡାଇନେଲେ

ଓ ନିଜ ସଂହାରର ବାଟ ଫିଟାଇଲେ ।

(ରଚନା-୨୩/୭/୨୦୧୬)

 

(ଜୁଲାଇ ୮, ୨୦୧୬ । କନ୍ଧମାଳ ଜିଲ୍ଲାର ଗୁମୁଡିମାହା ଗ୍ରାମରେ ରାତିର ଅମା ଅନ୍ଧକାରରେ ପୁଲିସ ଗୁଳିରେ ୫ ଜଣ (୪ ବୟସ୍କ ଓ ୧ ଶିଶୁ) ମୃତ୍ୟୁ ବରଣ କରିଥିଲେ । ଶିଶୁଟିର ନାଁ ଥିଲା ଗେହସ ଦିଗଲ । ମାର ନାଁ ହେଉଛି ସୁନୀତା । ଗେହସର ମୃତ୍ୟୁ ମା କୋଳରେ ହିଁ ହୋଇଥିଲା ।)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ