କରୋନା

1 Min Read

ପ୍ରକୃତି ଭୂତାଣୁ

କରୋନା

ନିଶ୍ଚେ ଦୁର୍ବଳ ହେବ,

କ୍ରମେ ଅନ୍ତର୍ହିତ ହେବ

ଗବେଷକ ମତ।

 

ସଂସ୍କୃତି ଭୁତାଣୁ

ବିଦ୍ୱେଷ

କେବେ ଏ ସମାଜରୁ ଯିବ

କିଏ ପ୍ରତିଶ୍ରୁତି ଦେବ?

ଘର ଭିତରେ ରୁହ

କରୋନା ଆତଙ୍କ

ପାଇଁ ପ୍ରବେଶ ନିଷେଧ ହେବ,

ଭଲ କଥା।

ବିଦ୍ୱେଷ ଆତଙ୍କ

ତ ଘରକୁ ଘେରିଦିଏ

ଛାରଖାର କରେ

ଘରୁ ପଳାଇଥିବା ମଣିଷ ହିଁ

 ବଞ୍ଚିଯାଏ

ହେଉପଛେ ଶରଣାର୍ଥୀ ଶିବିରରେ।

କରୋନା

ଏକ ଆହ୍ଵାନ

ଶରୀରର ପ୍ରତିରୋଧ ଶକ୍ତିକୁ ।

ବିଦ୍ୱେଷ

ଏକ ଆହ୍ୱାନ

ସଂସ୍କୃତିର ପ୍ରତିରୋଧ ଶକ୍ତିକୁ ।

ପ୍ରତିରୋଧ ଶକ୍ତିର

ବୃଦ୍ଧିପାଇଁ ଜୀବନକୁ ବିପନ୍ନ କରି ଲଢ଼ୁଥିବା

ସେ ଚିକିତ୍ସକ ହେଉ ବା ସମାଜ ସୁଧାରକ,

ତାପାଇଁ ତାଳି ବାଡେଇବା,

ତାକୁ ଉତ୍ସାହିତ କରିବା

ଏହା ଠିକ ।

କିନ୍ତୁ,

କରୋନା ବିରୋଧରେ ଲଢେଇ ଆଗକୁ ଯିବା

ବିଦ୍ୱେଷ ଆତଙ୍କକୁ ମଧ୍ୟ ସମାପ୍ତ କରିବା ।

(23.03.2020)

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ