Home / ନାଟକ / ମୋ କଥା ଓ ଅନ୍ୟାନ୍ୟ ରଚନା

ମୋ କଥା ଓ ଅନ୍ୟାନ୍ୟ ରଚନା

“ମୋ କଥା ଓ ଅନ୍ୟାନ୍ୟ ରଚନା” ଏକ ଆତ୍ମଜୀବନ ସଂକଳନ। ଉନବିଂଶ ଶତାବ୍ଦୀ ଉପନିବେଶ କଲିକତାର ପେଷାଦାର ଜଣେ ଅଭିନେତ୍ରୀ ବିନୋଦିନୀ ଦାସୀଙ୍କର। ଏ ରଚନା ଗୁଡ଼ିକ ତାଙ୍କର ସଂଘର୍ଷପୂର୍ଣ୍ଣ , ପ୍ରତାଡ଼ିତ ଜୀବନ ଅନୁଭୂତିର ପ୍ରତିବିମ୍ବ । ସେହି ସମୟର ବହୁ ପ୍ରତିଷ୍ଠିତ କଳାକାର ସେ । ଅଭିନୟ ଜଗତରେ, ବହୁ ବିଶିଷ୍ଟ ରଙ୍ଗ ମଂଚ (ଯେମିତି ନ୍ୟାସନାଲ ଥିଏଟର , ଷ୍ଟାର ଆଦି) ର ପ୍ରତିଷ୍ଠାରେ ତାଙ୍କ ଅବଦାନ ଥାଇ ମଧ୍ୟ ଏ ଭଦ୍ର ସମାଜ କେବେ ତାଙ୍କୁ ତାଙ୍କ ଉଚିତ ସମ୍ମାନ ଦେଇନାହିଁ, ବରଂ ଅପମାନିତ କରିଛି ବାରଙ୍ଗନା ପତିତା ପରି ଶବ୍ଦରେ ସମ୍ବୋଧନ କରି । ଯେମିତି ତଥାକଥିତ ଭଦ୍ରଲୋକ ସମାଜ ତାଙ୍କୁ କେବେ ଉପଯୁକ୍ତ ସମ୍ମାନ ଦେଇନି ସେମିତି ତାଙ୍କ କବିତା ବା ଆତ୍ମଜୀବନୀକୁ ପ୍ରଧ୍ୟାନ୍ୟ ମଧ୍ୟ ଦେଇନି ।

ଶୈଶବ କାଳରୁ ଅଭିନୟ ଜଗତରେ ପାଦ ଦେଇ ସଫଳତାର ଉର୍ଦ୍ଧକୁ ଛୁଇଁଥିଲେ ସେ । କିନ୍ତୁ ନିଜ ରଙ୍ଗ ମଞ୍ଚକୁ ବଞ୍ଚାଇବା ପାଇଁ, ଭଦ୍ର ସମାଜରେ ନିଜର ପରିଚୟ କରିବା ପାଇଁ ଅଭିନୟ ଜଗତରୁ ଅବସର ନେଇଯାଆନ୍ତି ମାତ୍ର ୧୧ ବର୍ଷ ଅଭିନୟ କରି । ହେଲେ ବାରଙ୍ଗନା ପରିବାରରେ ଜନ୍ମର ସତ୍ୟତା  ଏବଂ ପୁରୁଷଧର୍ମୀ ସମାଜରେ ସଂସାର କରିବା ବି ସହଜ ହେଇନଥିଲା ତାଙ୍କ ପାଇଁ । ବହୁ ଶୀଘ୍ର ସଂସାରିକ ଜୀବନଠୁ ଦୁରେଇ କ୍ରମଶଃ ଆଧ୍ୟାତ୍ମ୍ୟ ରାସ୍ତା ଆପଣେଇଥିଲେ । ଏହି ଭଳି ନାନା ଘଟଣା ଓ ଅଭିଜ୍ଞନ୍ତାର କାହାଣୀ ଏଇ “ ମୋ କଥା ଓ ଅନ୍ୟାନ୍ୟ ରଚନା” ।

ପ୍ରାସଙ୍ଗିକ ଭାବେ ଏଠି କହି ରଖିବା ଜରୁରୀ ଯେ ବିନୋଦିନୀ ତାଙ୍କ ଆତ୍ମ କଥାରେ ତାଙ୍କ ବାରଙ୍ଗନା ପରିବାରର ପରିଚୟ କେବେବି  ଗୋପନ ରଖିନାହାନ୍ତି ବରଂ ବାରମ୍ବାର ସେ କଥା ସେ ସ୍ପଷ୍ଟ ଓ ଦ୍ଵିଧାହୀନ ଭାବେ କହିଛନ୍ତି । ଏଠୁ ପ୍ରମାଣିତ ହୁଏ ତାଙ୍କ ଭିତରେ କିଛି ମିଥ୍ୟା ଓ କୁତ୍ରିମତା ନଥିଲା । ସମାଜରେ ତାଙ୍କ ସ୍ଥାନ ସମ୍ବନ୍ଧରେ ସେ ଖୁବ ସଚେତନ ଥିଲେ । ତାଙ୍କ ସାହାଯ୍ୟରେ ରଙ୍ଗମଂଚ ଗଢି ତାଙ୍କ ବାରଙ୍ଗନା ପରିଚୟର ଦ୍ୱାହି ଦେଇ ତାଙ୍କୁ ଅଧିକାରରୁ ବଂଚିତ କରାଯାଇଥିଲା । ଆଜିକାଲିର ନାରୀବାଦୀ (ଫେମିନିଷ୍ଟ) ଆଖିରେ ଦେଖିଲେ ଏହା ଘୋର ଅନ୍ୟାୟ । ଏଇଠି କହିବା ଜରୁରୀ ଯେ ରଙ୍ଗମଂଚ ଇତିହାସରେ ଏଯାବତ କୌଣସି ରଂଗମଂଚ ଜଣେ ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିନି , ଭାଙ୍ଗିଛି ପୁରୁଷ ପ୍ରଧାନ ନେତୃତ୍ୱର ଉତ୍ସୃଙ୍ଖଳତା , ଜିଦ ଓ ଖାମଖିଆଲିପଣ ପାଇଁ ।

ବହୁବାର କିଣା-ବିକା ପରେ ଯେତେବେଳେ ରଂଗମଂଚ ଗଢି ଉଠିଲା ,ବିନୋଦିନୀଙ୍କୁ ପ୍ରତିଶୃତି ଦିଆଯାଇଥିଲା ରଙ୍ଗାଳୟର ନାଁ ହେବ ବି-ଥିଏଟର । ଏଇ ପ୍ରତିଶୃତି ବିନୋଦିନୀଙ୍କର  ଦାବି ନଥିଲା, ଅଜାତିତ ଭାବେ ତାଙ୍କୁ ଦିଆଯାଇଥିଲା । କିନ୍ତୁ ଥିଏଟର ତିଆରି ପରେ ତାଙ୍କ ସାଙ୍ଗରେ କୌଣସି ପରାମର୍ଶ ନ କରି, ସମ୍ପୂର୍ଣ୍ଣ ଅଗୋଚରଭାବେ ନାମକରଣ ହେଲା ‘ଷ୍ଟାର ଥିଏଟର‘ – ସେ ଏଥିରେ ମାନସିକ ଆଘାତ ପାଇଥିଲେ । ଏହି ଥିଏଟର ତିଆରି କରିବା ପାଇଁ ସେ ନିଜକୁ ସମର୍ପି ଦେଇଥିଲେ ,ବିକ୍ରି କରିଦେଇଥିଲେ , ପରମ ଉତ୍ସାହ ସହିତ ବହୁ ପରିଶ୍ରମ କରିଥିଲେ । ଏମିତିକି ଝୁଡି ଧରି ନିଜେ ମାଟି ବି ବୋହି ଥିଲେ ,ଅଥଚ ଥିଏଟର ରେଜିଷ୍ଟ୍ରସନ ଆଗ ପର୍ଯ୍ୟନ୍ତ ବିନୋଦିନୀଙ୍କୁ ସବୁ ଗୋପନ ରଖାଯାଇଥିଲା ।

ଯେଉଁ ବ୍ୟକ୍ତିମାନେ ତାଙ୍କ ପରିଶ୍ରମର ଶ୍ରେୟ ଦେବାରେ ଛଳନା କରିଛନ୍ତି ତାଙ୍କ ଆତ୍ମଜୀବନୀ ବା କେମିତି ଆପଣେଇ ପାରିଥାନ୍ତେ? ବିନୋଦିନୀଙ୍କର ଏହିସବୁ ଲେଖାକୁ ବହୁ ସମୟ ପର୍ଯ୍ୟନ୍ତ ସ୍ଥାନ ଦେଇନି ସମାଜ । ବହୁ ଭାବରେ ସମାଲୋଚନା ନିଶ୍ଚୟ କରିଛି । ବହୁ ସମୟ  ପରେ ରଚନା ଗୁଡ଼ିକ ବିଭିନ୍ନ ସମୟରେ, ନାନା ସଂକଳନରେ ଆବଶ୍ୟକ ଅନୁସାରେ ମାର୍ଜିତ ଓ ମୂଲ୍ୟାଙ୍କନ ହୋଇ ପ୍ରକାଶିତ ହୋଇଛି । ଉକ୍ତ ରଚନାଟିରେ ଏହିଭଳି କିଛି ଲେଖାର ସଂକଳନ ରହିଛି ଯାହା ଆମର ଏହି ପତ୍ରିକାରେ ଅନୁକ୍ରମ ଭାବେ ପ୍ରକାଶିତ ହବ ।

ମୂଳ ଲେଖା – ବିନୋଦିନୀ ଦାସୀ

ଭାଷାନ୍ତର – ସମିଧା ବେଦବାଳା

 

PHOTO CREDIT – https://www.google.com/search?q=nati+binodini&sxsrf=ALeKk0380DzinyM4K9zfC_pal1zKIVU4Eg:1616325375385&tbm=isch&source=iu&ictx=1&fir=3ryVMqWzYISPuM%252CoBt8A41qnR7NbM%252C_&vet=1&usg=AI4_-kTuGRowWkhRr11eyKSvaTh8GkJ0zQ&sa=X&ved=2ahUKEwjV_NyeocHvAhUf7XMBHfD2BXMQ_h16BAglEAE#imgrc=3xZT3UU2GYrRdM

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ମୋ କଥା ଓ ଅନ୍ୟାନ୍ୟ ରଚନା (2)

ଭୂମିକା * ମୋର ଏଇ ମର୍ମବେଦନା ଗାଥାର ଭୂମିକା ବା କଣ ହେଇପାରେ? ଏହା କେବଳ ଅଭାଗିନୀର ହୃଦୟ୍-ଜ୍ୱାଳା ର …

Leave a Reply

Your email address will not be published. Required fields are marked *