ମୃତ୍ୟୁରେ ଶୋକ ଆଉ ନାହିଁ

1 Min Read

ମୃତ୍ୟୁରେ ଶୋକ ଆଉ ନାହିଁ,

ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।

ପ୍ରେମ ନାହିଁ ଆଲିଂଗନେ ଆଉ,

ତୃପ୍ତି ଅଛି କାଗଜ ଫୁଲରେ ।ା

ଆକାଶ ହରାଇଛି ବ୍ୟାପ୍ତି,

ସଙ୍କୁଚିତ ହୋଇଛି ସେ ଟଂଗା ଚାନ୍ଦୁଆରେ ।

ଦୃଷ୍ଟିରୁ ଦୂରତା ହଜିଛି,

ନାହିଁ ମଧୂ ଆଉ ବଂଚିବାରେ ।ା

ମୃତ୍ୟୁରେ ଶୋକ ଆଉ ନାହିଁ,

ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।

ସ୍ୱପ୍ନ ଆଉ ନିଦ କୋଳେ ନାହିଁ,

ପ୍ରବାହ ବି ନାହିଁ ବନ୍ଧୁତାରେ ।

ଯେ ଯେଉଁଠି ଥିବା କଥା ସେ ସେଠାରେ ନାହିଁ,

ଦିଶେ ଆଜି ଜଳ ଜଳ ଜୀବନର ସୂର୍ଯ୍ୟାସ୍ତ ବେଳାରେ ।ା

ମୃତ୍ୟୁରେ ଶୋକ ଆଉ ନାହିଁ,

ବ୍ୟଥା ନାହିଁ ଆଉ ବିଚ୍ଛେଦରେ ।

(ରଚନା ୬/୯/୨୦୧୦)

 

 

 

 

 

 

 

Photo credit – https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=MuuFS5ksVgp5hM:

https://www.google.co.in/search?biw=1366&bih=608&tbm=isch&sa=1&ei=YETHW9uVIJKsafjhmtAH&q=life+and+death&oq=life+and+death&gs_l=img.3..35i39k1j0i67k1j0l2j0i67k1l2j0l2j0i67k1l2.57304.57905.0.58949.4.4.0.0.0.0.421.421.4-1.1.0….0…1c.1.64.img..3.1.421….0._wIW6fhAHwk#imgrc=J42QuzDtyb1PZM:

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ