Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୩

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୩

 

“ ମହାଭାରତରୁ ପ୍ରମାଣ ମିଳେ ଯେ ଋଗ୍ବେଦରେ ଚିହ୍ନିତ‘ଦାସ’ଗୋଷ୍ଠୀ(ପରବେଦରେ‘ଅସୁର’ ଗୋଷ୍ଠୀ) ଥିଲେ ମୁଖ୍ୟତଃ ରାଜର୍ଷିମାନେ । ବୃତ୍ର ନମୁଚି, ବଳି ପ୍ରଭୃତି ରାଜର୍ଷିମାନେ ଯୋଗ ସାଧନାରେ ନିପୁଣ ଥିବାକଥା ମହାଭାରତରୁ ସ୍ପଷ୍ଟ ହୋଇଯାଏ । ଏମାନଙ୍କର ବିପୁଳ ସମ୍ପଦ ଏମାନେ ନିର୍ଲିପ୍ତ ଭାବରେ ଭୋଗ କରୁଥିଲେ ଓ ଜନମଙ୍ଗଳ କାମରେ ବ୍ୟବହାର କରୁଥିଲେ, (ଜନକ ଏଭଳି ରାଜର୍ଷିଥିଲେ-ଗୀତା) । ଏମାନଙ୍କ ଧନ ଆର୍ଯ୍ୟ ଯୋଦ୍ଧାଶ୍ରେଷ୍ଠ ଇନ୍ଦ୍ରଙ୍କର ଲୋଭ ଜାଗ୍ରତ କରିଥିଲା । ଏହି ଅହିଂସ ରାଜର୍ଷିମାନଙ୍କୁ ହତ୍ୟା କରିବା ଇନ୍ଦ୍ରଙ୍କପକ୍ଷରେ ସହଜ ହୋଇଥିଲା ।” ପ୍ରଫେସର ଭଗବତ ପ୍ରସାଦ ଉକ୍ତ ଲେଖାରେ ଭାରତୀୟ ଦର୍ଶନର ଏକ ତାତ୍ତ୍ୱିକ ଅନୁଶୀଳନ ଏଠାରେ ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି। – ସମ୍ପାଦକ

ନୃତତ୍ତ୍ୱବିଦ୍ମାନେ ଶିକାରୀ ସଂଗ୍ରାହକ ସମାଜର ଯେଉଁ ଚିତ୍ର ଦେଉଛନ୍ତି, ସେଥିରୁ ଜଣାଯାଏ ଯେ ସେ ସମାଜରେ ନାରୀ-ପୁରୁଷର ସ୍ଥିତି ସମାନ ଥିଲା ।

‘The evidence doesn’t support a view of women ‘in the state of nature’ as oppresed or dominated by men or subject to sexual exploitation at the hands of males(Lee 1979: 454), women foragers like the men, are usually ‘self-assured and self-dependent’ particularly among Hadza foragers.

… generally women foragers give themselves in marriage. Marriage -bonds are informal and easily broken by either partner. The Egalitarians: Human and Chimpanzeee-Margaret Power.

ସନ୍ତାନବତୀ ଏକାକିନୀ ଅବିବାହୀ ନାରୀ ମଧ୍ୟ ଏହି ସମାଜଗୁଡ଼ିକରେ କୌଣସି ଅସୁବିଧାର ସମ୍ମୁଖୀନ ହୁଏନି କାରଣ ସମାଜରେ ‘ସାମୂହିକ ଭାବନା’ ସଦାଜାଗ୍ରତ ଥିଲା ଓ ପୁରୁଷମାନେ ସବୁନାରୀଙ୍କ ସନ୍ତାନମାନଙ୍କ ପ୍ରତି ସମାନ ସହୃଦୟ ବ୍ୟବହାର କରୁଥିଲେ । ମହାଭାରତରୁ ଆମେ ଜାଣିବାକୁ ପାଉ ମହେଞ୍ଜୋଦାରୋ-ହରପ୍ପା ସମାଜର ସାମାଜିକ-ରାଜନୈତିକ ଢାଞ୍ଚା କେମିତି ଥିଲା, ପ୍ରତ୍ନତତ୍ତ୍ୱବିତ୍ଙ୍କ ଖନନଫଳରେ ସିନ୍ଧୁ ସଭ୍ୟତାରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ମିଳିଛି ଯାହାକୁ ବିଦ୍ୱାନମାନେ Priest-King (ପୁରୋହିତ-ରାଜା)ଆଖ୍ୟା ଦେଇଛନ୍ତି । ସେହି ସଭ୍ୟତାରେ ପୁରୋହିତ କିମ୍ବା ରାଜା ନଥିବାରୁ ଏହି ନାମକରଣ ଠିକ୍ ମନେହୁଏନି ବରଂ ଗୀତାବର୍ଣ୍ଣିତ ‘ରାଜର୍ଷି’(ଯୋଗୀ+ଗଣମୁଖ୍ୟ) ଶବ୍ଦଟି ଅଧିକ ପ୍ରଯୁଜ୍ୟ ।

ଗୀତାର ଚତୁର୍ଥ ଅଧ୍ୟାୟରେ ଲେଖାଅଛି ‘ଏବଂ ପରଂପରାପ୍ରାପ୍ତଂ ଇମଂ ରାଜର୍ଷୟୋ ବିଦୁଃ/ସ କାଳେମନେହ ମହତା ଯୋଗୋ ନଷ୍ଟଃ ପରନ୍ତପ’ । ଏ ଯୋଗକୁ ରାଜର୍ଷିମାନେ ଜାଣିଥିଲେ ଏବଂ କାଳକ୍ରମେ ଏହି ଯୋଗ ନଷ୍ଟ ହୋଇଯାଇଥିଲା । ପୃଥିବୀର ଅନ୍ୟ କୌଣସି ସଭ୍ୟତାରେ ଏଭଳି ଅହିଂସ ନିରୀଶ୍ୱରବାଦୀ ‘ରାଜର୍ଷି ସମାଜ’ ଗଠିତ ହୋଇନଥିବାରୁ ଭାରତୀୟ ଓ ବିଦେଶୀୟ ବିଦ୍ୱାନମାନେ ଭାରତ ଇତିହାସର (ପୃଥିବୀ ଇତିହାସର)ଏକ ମୂଲ୍ୟବାନ ଅଧ୍ୟାୟର ସଠିକ୍ ରୂପାୟନ କରିପାରିନାହାନ୍ତି । (ଚୀନର ‘ସେଜ୍ କିଂଗ୍’ ବା ରାଜର୍ଷିଙ୍କୁ ଆଦର୍ଶରୂପେ ଗ୍ରହଣ କରିଥିଲେ କନ୍ଫୁସିଅସ୍, କିନ୍ତୁ ସେମାନେ ଅହିଂସ ଥିଲେବୋଲି କହିହବନି ।)

ହାରଭାଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ Edwin Bryant ତାଙ୍କ ପୁସ୍ତକ ‘The Quest for the Origins of Vedic Culture’ ରେ ଲେଖିଛନ୍ତି- “Lamberg-Karlovsky draws attention to the astonishing degree of cultural homogeneity in th vast area of the Indus Valley civilization, just opposed with the lack of any evidence for a centralized political structure. Not only is there a conformity of culture, but the physical layout of the community is reflected irrespective of whether it is the 5 acre site of Allahdino or the 150 acre site of Mahenjodaro-Lamberg Karlovsky believes that this enigma can be adequately explained by supposing that only an exceptional social organisation … can account for this.’

କେବଳ ଗୀତା ନୁହେଁ, ବୁଦ୍ଧ ଓ ଜୈନମାନେ ତଥା ମେଗାସ୍ଥିନିସ୍ ଓ କୌଟିଲ୍ୟ ମଧ୍ୟ ନିଜସ୍ୱ ଢଙ୍ଗରେ ଗୀତାର ‘ରାଜର୍ଷି’ ସାମାଜିକ ବ୍ୟବସ୍ଥା ଅତୀତରେ ଥିବା କଥା ସୂଚାଇଛନ୍ତି । ବୁଦ୍ଧ କହିଛନ୍ତି, ‘From so, have I, monks, seen an ancient way, an ancient road followed by the wholy awakened ones of olden times…along that I have gone, and the matter that I have care to know fully as I was going along it. I have told the monks, nuns, men and women lay followers…’

Samyutta Nikayya ‘The Buddha and his message, fellow, Royal Asiatic Society. ବୁଦ୍ଧ ଓ ମହାବୀର ଥିଲେ ରାଜର୍ଷି ଶ୍ରେଣୀର ଦୁଇ ଶ୍ରେଷ୍ଠ ପ୍ରଦୀପ । ଜୈନମାନଙ୍କର ସମସ୍ତ ତୀର୍ଥଙ୍କର ଥିଲେ ରାଜର୍ଷି । Dr. D.N.Jha-An Ancient India: An Introductory Outline’ରେ ଲେଖିଛନ୍ତି ‘similarly an early text states that the Jaina teachers are not born in low, mean,degraded, poor, indigent or Brahmin families.’

ମେଗାସ୍ଥିନିସ୍ ଆସିଥିଲେ ଭାରତବର୍ଷକୁ ଚନ୍ଦ୍ରଗୁପ୍ତଙ୍କ ରାଜସ୍ୱ ସମୟରେ । ସେ କହିଥିଲେ ସମ୍ମାନ ବା ମର୍ଯ୍ୟାଦା ଦୃଷ୍ଟିରୁ ଭାରତୀୟ ସମାଜ ସାତୋଟି କ୍ରମନିମ୍ନ ବର୍ଗ ବା ଗୋଷ୍ଠୀରେ ବିଭକ୍ତ । ସମାଜରେ ସର୍ବୋଚ୍ଚ ସ୍ଥାନ ଥିଲା ଜିମ୍ନୋ ସୋଫିଷ୍ଟ୍ ମାନଙ୍କର । ଶରୀରଚର୍ଯ୍ୟା ଏବଂ ଦର୍ଶନ-ଚର୍ଚ୍ଚା ଉଭୟର ସମନ୍ୱୟ କେବଳ ଯୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ତେଣୁ ଯୋଗୀଙ୍କୁ ମେଗାସ୍ଥିନିସ୍ ସର୍ବୋଚ୍ଚ ସ୍ଥାନରେ ଦେଖିଥିବା କଥା ସ୍ପଷ୍ଟ ହୋଇଯାଇଛି ।(ସେ ଯୁଗରେ ସାଂଖ୍ୟ ଯୋଗ ଓ ଲୋକାୟତ ତିନିଗୋଷ୍ଠୀର ଲୋକେ ଯୋଗସାଧକ ଥିଲେ) । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ମେଗାସ୍ଥିନିସ୍ଙ୍କ  ମତକୁ ସମର୍ଥନ କରେ ।

ଅର୍ଥଶାସ୍ତ୍ରର ଦ୍ୱିତୀୟ ଅଧ୍ୟାୟର ପ୍ରଥମ ପ୍ରକରଣରେ ଲେଖାଅଛି, ‘ଅନ୍ୱୀକ୍ଷିକୀ (ଯୋଗ, ସାଂଖ୍ୟ ଓ ଲୋକାୟତ) ବିଦ୍ୟା ‘ତ୍ରୟୀ’ (ତିନିବେଦ), ‘ବାର୍ତ୍ତା’, ‘ଦଣ୍ଡନୀତି’ ପ୍ରଭୃତି ତିନି ବିଦ୍ୟାର ସାର୍ଥକତା ଓ ନିରର୍ଥକତାକୁ ହେତୁବାଦ ଦ୍ୱାରା ସିଦ୍ଧକରି ଲୋକ ଉପକାର କରେ, ବିପତ୍ତି ଓ ସମ୍ପତ୍ତିରେ ବୁଦ୍ଧିକୁ ଅବିକୃତ ରଖେ ଓ ପ୍ରଜ୍ଞା, ବାକ୍ୟ ଓ କ୍ରିୟା(କାର୍ଯ୍ୟ)ରେ ବିଚକ୍ଷଣତା ସମ୍ପାଦନ କରାଏ । (ଅନୁବାଦକ ପଣ୍ଡିତ ଅନନ୍ତରାମକର ଶର୍ମା) ଅନ୍ୱୀକ୍ଷିକୀ ହେଉଛି-

‘ପ୍ରଦୀପ:ସର୍ବବିଦ୍ୟାନାଂ ଉପାୟ: ସର୍ବକର୍ମଣାଂ               ଆଶ୍ରୟଃ ସର୍ବଧର୍ମାଣାଂ ଶଶ୍ୱଦାନ୍ୱୀକ୍ଷିକୀ ମତ ।

ଚିରକାଳ ସବୁବିଦ୍ୟାର ପ୍ରଦୀପ,ସବୁକର୍ମର ଉପାୟ, ସବୁଧର୍ମର ଆଶ୍ରୟ ହେଉଛି ଅନ୍ୱୀକ୍ଷିକୀ ।

          ଗୀତାର ରାଜର୍ଷି, ମେଗାସ୍ଥିନିସ୍ gynno-sofists, ଚାଣକ୍ୟଙ୍କ ଅନ୍ୱୀକ୍ଷିକୀର ବିଶ୍ୱାସୀ ଓ ସାଧକ: ସମସ୍ତେ ଗୋଟିଏ ଶ୍ରେଣୀର । ବୁଦ୍ଧ ଓ ତୀର୍ଥଙ୍କରମାନେ ରାଜର୍ଷି ମହାଯୋଗୀ ପର୍ଯ୍ୟାୟର କହିଲେ ଭୁଲ୍ ହେବନି । ଆଜୀବକମାନଙ୍କ ସମ୍ପର୍କରେ ଲେଖିଛନ୍ତି K. M. Srimali,‘The age of Iron and the religious revolution’ପୁସ୍ତକରେ, ‘ଅନ୍ତତଃ ୩୦୦ବର୍ଷ ଧରି ଏ ସମ୍ପ୍ରଦାୟ ଭାରତରେ ପ୍ରବଚନ ଦେଉଥିଲେ । ଏ ସମ୍ପ୍ରଦାୟର ମୁଖ୍ୟମାନେ ଥିଲେ ପୁରାଣ କାଶ୍ୟପ, ପକୁଦ୍ଧ କାଚ୍ଚାୟନ ଏବଂ ମଂଖାଲିପୁତ୍ତ ଗୋଶାଲା । କୋଶଳର ଶ୍ରାବସ୍ତି ନଗର ଓ ତା’ର ଆଖପାଖ ଅଞ୍ଚଳରେ ସେମାନଙ୍କର ପ୍ରସିଦ୍ଧି ଥିଲା । ଆଜୀବକମାନେ ଅହିଂସାର ପ୍ରଚାରକ ଥିଲେ । ସେମାନେ ଖାଦ୍ୟଗ୍ରହଣ ସମୟରେ ଅତି ସତର୍କ ଥିଲେ ଯେମିତି ଆଉ କାହାର (ମଣିଷ ବା ଅନ୍ୟ ଜୀବର) କୌଣସି ପ୍ରକାର ଅସୁବିଧା ନହୁଏ । ସେମାନେ ନିଶାପାନର ବିରୋଧୀ ଥିଲେ।’

              ମହାଭାରତରୁ ପ୍ରମାଣ ମିଳେ ଯେ ଋଗ୍ବେଦରେ ଚିହ୍ନିତ‘ଦାସ’ଗୋଷ୍ଠୀ(ପରବେଦରେ‘ଅସୁର’ ଗୋଷ୍ଠୀ) ଥିଲେ ମୁଖ୍ୟତଃ ରାଜର୍ଷିମାନେ । ବୃତ୍ର ନମୁଚି, ବଳି ପ୍ରଭୃତି ରାଜର୍ଷିମାନେ ଯୋଗ ସାଧନାରେ ନିପୁଣ ଥିବାକଥା ମହାଭାରତରୁ ସ୍ପଷ୍ଟ ହୋଇଯାଏ । ଏମାନଙ୍କର ବିପୁଳ ସମ୍ପଦ ଏମାନେ ନିର୍ଲିପ୍ତ ଭାବରେ ଭୋଗ କରୁଥିଲେ ଓ ଜନମଙ୍ଗଳ କାମରେ ବ୍ୟବହାର କରୁଥିଲେ, (ଜନକ ଏଭଳି ରାଜର୍ଷିଥିଲେ-ଗୀତା) । ଏମାନଙ୍କ ଧନ ଆର୍ଯ୍ୟ ଯୋଦ୍ଧାଶ୍ରେଷ୍ଠ ଇନ୍ଦ୍ରଙ୍କର ଲୋଭ ଜାଗ୍ରତ କରିଥିଲା । ଏହି ଅହିଂସ ରାଜର୍ଷିମାନଙ୍କୁ ହତ୍ୟା କରିବା ଇନ୍ଦ୍ରଙ୍କପକ୍ଷରେ ସହଜ ହୋଇଥିଲା ।

ମହାଭାରତରୁ ଜଣାଯାଏ ଇନ୍ଦ୍ରଙ୍କ ସହ ବୃତ୍ର ଏକାକୀ ଲଢ଼େଇ କରିଥିଲେ ଓ ଇନ୍ଦ୍ରଙ୍କୁ ବିଷ୍ଣୁ ଓ ରୁଦ୍ର ସହାୟତା କରିଥିଲେ । ବୃତ୍ରହତ୍ୟା ସମଗ୍ର ଭାରତର ଆର୍ଯ୍ୟୋତ୍ତର ଗୋଷ୍ଠୀକୁ ବିକ୍ଷୁବ୍ଧ କରିଥିଲା । ମନେହୁଏ ତା’ଫଳରେ ଭାରତର ଆଟବିକ (ଅରଣ୍ୟବାସୀ) ଯୋଦ୍ଧାମାନେ ଇନ୍ଦ୍ର ହତ୍ୟାପାଇଁ ତତ୍ପର ହୋଇ ଉଠିଥିଲେ । ବୃତ୍ର ହତ୍ୟାକାରୀ ଇନ୍ଦ୍ର ସରୋବରରେ ଲୁଚିରହି ଆତ୍ମରକ୍ଷା କରିଥିଲେ ଓ ଆର୍ଯ୍ୟୋତ୍ତର ନାଗଗୋଷ୍ଠୀର ଏକ ନେତା ନହୁଷଙ୍କୁ ଆର୍ଯ୍ୟମାନେ ଇନ୍ଦ୍ରପଦରେ ବସାଇବାକୁ ବାଧ୍ୟ ହୋଇଥିଲେ । ‘ଶୁକ୍ରାଚାର୍ଯ୍ୟ’ଙ୍କୁ ଅସୁରଗୁରୁ କୁହାଯାଏ କିନ୍ତୁ ବୃତ୍ରଙ୍କଠୁ ଯୋଗୀର ଗୁଣ ସମ୍ପର୍କରେ ବ୍ୟାଖ୍ୟାନ ଶୁଣି ଶୁକ୍ର ଚକିତ ହୋଇଥିବା କଥା ମହାଭାରତରେ ଲେଖାଅଛି । ଶାନ୍ତିପର୍ବର ୨୭୯ ଅଧ୍ୟାୟର ନଂ ୬୪ ଶ୍ଳୋକ ହେଉଛି-

‘ନିର୍ଜିତେନାସହାୟେନ ହୃତରାଜ୍ୟେନ ଭାରତ,

ଅଶୋଚତା ଶତ୍ରୁ ମଧ୍ୟେ ବୁଦ୍ଧିମାସ୍ଥାୟ ଭାରତ ।

ପରାଜିତ, ରାଜ୍ୟହୀନ, ଅସହାୟ ବୃତ୍ରଙ୍କ ମନରେ ଦୁଃଖ ନଥିଲା । ଗୀତାଭାଷାରେ ସେ ଥିଲେ ସ୍ଥିତପ୍ରଜ୍ଞ । ମହାଭାରତରେ ବୃତ୍ରଙ୍କୁ ମହାଯୋଗୀ କୁହାଯାଇଛି । (୨୮୩ ଅଧ୍ୟାୟ ୬୦ଶ୍ଳୋକ: ଶାନ୍ତିପର୍ବ) । ରାଜର୍ଷି ବୃତ୍ର ନଦୀବନ୍ଧ ଯୋଜନାକୁ ରୂପାୟିତ କରି ପ୍ରାକ୍ -ବୈଦିକ କୃଷିଭିତ୍ତିକ ସଭ୍ୟତାକୁ ସମୃଦ୍ଧ କରିଥିଲେ । ପଶୁଚାରଣ ନିର୍ଭରଶୀଳ ସମାଜର ଯୋଦ୍ଧାଶ୍ରେଷ୍ଠ ଇନ୍ଦ୍ର ବୃତ୍ରଙ୍କୁ ହତ୍ୟା କଲାପରେ ନଦୀବନ୍ଧ ଭାଙ୍ଗି ଦେଇଥିଲେ । ବେଦରେ ନଦୀଜଳକୁ ‘ଦାସପତ୍ନୀ’ କୁହାଯାଇଛି । ଋଗ୍ବେଦ ଓଠ.୨୮.୪ଶ୍ଳୋକରେ ଲେଖାଅଛି: ‘ତମେ ଇନ୍ଦ୍ର, ଦାସମାନଙ୍କୁ ସମ୍ମାନହୀନ କରିଦେଲ । ତମେ ଦସ୍ୟୁମାନଙ୍କୁ ସବୁଠୁ ନିମ୍ନଗୋଷ୍ଠୀରେ ପରିଣତ କଲ ।’ ୠଗ୍ବେଦ ଠଓଓଓ:୪୦.୬ରେ ଲେଖାଅଛି, ‘ଇନ୍ଦ୍ରଙ୍କ ସହ ଆମେ ଏହି ଦାସ ସମ୍ପଦକୁ ଭାଗ କରିବା ।’

ବେଦରେ ଦସ୍ୟୁହତ୍ୟା ଶବ୍ଦର ପ୍ରଚଳନ ରହିଛି କିନ୍ତୁ ‘ଦାସହତ୍ୟା’ ଶବ୍ଦର ପ୍ରଚଳନ ନାହିଁ ଯଦିଓ ସ୍ଥାନେ ସ୍ଥାନେ ଇନ୍ଦ୍ର ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ (ଯେଉଁମାନେ ଦାସ ଥିଲେ) ହତ୍ୟାକରିବା ବିଷୟର ଉଲ୍ଲେଖ ଅଛି । ତୈତରୀୟ ବ୍ରାହ୍ମଣରେ (୧.୬.୭.୪)ଲେଖାଅଛି, ‘ଇନ୍ଦ୍ର ବୃତ୍ରକୁ ହତ୍ୟା କଲାପରେ ନିଜକୁ ଦୋଷୀ ବୋଲି ଭାବିଲେ ଓ ବହୁଦୂରକୁ ଚାଲିଗଲେ । ମହାଭାରତରେ ଏହା ଇନ୍ଦ୍ରଙ୍କ ‘ବ୍ରହ୍ମହତ୍ୟା’ ଦୋଷ ବୋଲି ଲେଖାଅଛି ।

(ଉପରୋକ୍ତ ବେଦ ଉଦ୍ଧୃତିଗୁଡ଼ିକ ଅଜୟ କୁମାର ଲାହିରିଙ୍କ ଲିଖିତ ଠରୟସମ ଠକ୍ସସଗ୍ଧକ୍ସବ ବହିରୁ ସଂଗୃହୀତ)

Photo credit-internet

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ନାରୀ ସ୍ୱାଧୀନତା ନିନ୍ଦନୀୟ ନଥିଲା ମହାଭାରତରେ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ବୁଦ୍ଧ, ମହାବୀରଙ୍କଠୁ ଏକପାଦ ଆଗରେ ଥିଲା ମହାଭାରତ କାରଣ ମହାଭାରତ ପିତୃଶାସିତ ସମାଜର ମୂଲ୍ୟବୋଧ ବଦଳରେ ମାତୃକୈନ୍ଦ୍ରିକ ନାରୀପୁରୁଷ ସମାନ …

Leave a Reply

Your email address will not be published. Required fields are marked *