ପାଣି ପାଇଁ ଗୀତଟିଏ

1 Min Read

୨୦୦୭ ମସିହାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଡ଼ାକରା କ୍ରମେ ହୋଇଥିବା ଐତିହାସିକ ହୀରାକୁଦ ପାଣି ଆନ୍ଦୋଳନ ସମୟରେ ଏହି ଗୀତ ପ୍ରସ୍ତୁତ ହୋଇଥିଲା । ସାଥି ଶଙ୍କର ମହାନନ୍ଦ ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜିତ ପାଣିଗ୍ରାହୀ ଓ ପଦ୍ମା ( କଟକ) କଣ୍ଠଦାନ କରିଥିଲେ । ଆଜି ବି ଗାଁ ଗାଁରେ ଲୋକେ ଏହି ଗୀତକୁ ମନେ ରଖିଛନ୍ତି । ଏହି ଭିଡ଼ିଓରେ ଦେଖାଯାଉଥିବା ଦୃଶ୍ୟ ହେଉଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ କୁରୁମକେଲ ଗାଁର । ହୀରାକୁଦ ବନ୍ଧ ନିର୍ମାଣ ବେଳେ ଏହି ଗାଁ ଲୋକେ ସଂପୂର୍ଣ୍ଣ ବିସ୍ଥାପିତ ହୋଇଥିଲେ । ଆଜି ପର୍ଯ୍ୟନ୍ତ ଏମାନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗାଁକୁ ରାସ୍ତା ନାହିଁ, ବିଜୁଳି ବି ନହିଁ । ଏହି ଗୀତ ମାଧ୍ୟମରେ ଗାଁ ଲୋକଙ୍କ ସମସ୍ୟା ସବୁ ଉଜାଗର କରିବାକୁ କିଛିଟା ଉଦ୍ୟମ କରିଛୁ । ଭିଡିଓ ପ୍ରସ୍ତୁତିରେ ସହଯୋଗ କରିଥିବା ସାଥୀ ଅମିତାଭ ପାତ୍ର, ଧ୍ରୁବ କର୍ମୀ , କୁରୁମକେଲ ଗାଁର କୈଳାଶ ଠେଠୁଆର ଏବଂ କୁରୁମକେଲ ଗ୍ରାମବାସୀଙ୍କଠାରେ ଆମେ କୃତଜ୍ଞ । – ଉମେଶ ବିଶ୍ଵାଳ

ପ୍ରଯୋଜନା – ଶତାବ୍ଦୀ କ୍ରିଏସନ କେମେରା – ସୁଦାମ ଭୋଇ ଏଡିଟିଂ – ଉମେଶ ବିଶ୍ଵାଳ

 

https://www.youtube.com/watch?v=-aTtkwmuOsI

Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା