Home / ନାଟକ / ନାଚୁଣୀ -୭ (ମୂଳ ଲେଖା-ଭାନୁ ଭାରତୀ)

ନାଚୁଣୀ -୭ (ମୂଳ ଲେଖା-ଭାନୁ ଭାରତୀ)

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି । ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ

(ନାଚୁଣୀ ପିଲାଟିକୁ ଜନ୍ମ ଦେଲା ଧୀରେ ଧୀରେ ଚେତା ପାଇ ଆଖି ଖୋଲିଲା ଓ ପିଲାକୁ ଦେଖିଲା)

ଚେତା ଫେରିଲା ପରେ ମୁଁ ତତେ ଦେଖିଲି ପଦ୍ମଫୁଲର କଞ୍ଚାଫଳ ପରି ତୋର ହାତ ଗୋଡ଼ଥିଲା । ମୁହିଁ ବି ଯେମିତି କ୍ଷୀର ରଙ୍ଗର । ମେଘରେ ଯେମିତି ଚନ୍ଦ୍ର ଘୋଡ଼େଇ ହୋଇଛି । ନା ପୁରା ସଫା ନା ବହୁତ କଳା । ହାତ ମୁଠା କରି ତୁ ହାତକୁ ହଲାଉଥିଲୁ । ମତେ ଲାଗୁଥିଲା ମୋ ଛାତି ଭରି ଉଠୁଛି କ୍ଷୀରରେ । ମୁଁ ତତେ ମୋର ଛାତିରେ ଲଗେଇ ଗଲି ତୁ ସୁନା ଚଢ଼େଇ ଭଳି ତୋ ମୁହଁ ଖୋଲିଦେଲୁ । ଆହାଃ କି ସୁଖ ସେତେବେଳେ । ତା ଉପରେ ମୋର ଆଖି ଲାଗିଗଲା । ମୁଁ କେତେ ସମୟ ଶୋଇଲି ମୁଁ ଜାଣି ପାରିଲା ନାହିଁ । ଆଖ ପାଖରେ  ବି କେହି ନ ଥିଲେ ଯିଏ ମତେ ସାହାଯ୍ୟ କରିବ । ତୋ ବାପାକୁ ତ ମଦ କେତେ ଦିନରୁ ଖାଇ ସାରିଥିଲା । ସେ ତ ମଣିଷ ହୋଇ ରହିନଥିଲା । ମଦ ନ ମିଳିଲେ ପାଗଳ ହୋଇ ଯାଉଥିଲା । ଏମିତିରେ ତେତେ ଗୋଟିଏ କ୍ଷଣବି ଛାଡ଼ିବା ଭାରି ମୁସ୍କିଲ କାମ ଥିଲା । ଦିନେ ତୁ ଶୋଇ ଥିଲୁ ସେ ଘରେ ନଥିଲା ମୁଁ ଟିକେ କାମରେ ବାହାରକୁ ଯାଇଥିଲି । ଆସିଲା ବେଳକୁ ଦେଖିଲି ସେ ତୋର ତଣ୍ଟିଟିକୁ ଧରିଛି । ଚିପିକି ମାରିବା ପାଇଁ ।

ନାଚୁଣୀ – ଏ କ’ଣ କରୁଛୁ?

ଲୋକ- ମୁଁ ତଣ୍ଟିଟି ଚିପି ଦେବି ଏହାର?

ନାଚୁଣୀ – ଖବରଦାର, ଛାଡ଼ ମୋ ଝିଅକୁ । ମୁଁ କଞ୍ଚା ଚୋବାଇଦେବି, ଯଦି ହାତ ଲଗେଇବୁ । ବାହାର ବାହାର ଏଠୁ କମିନା । ତା ପରେ ମୁଁ ତ ଆଉ ଡରିଗଲି । ପ୍ରତିମୂହୁର୍ତ୍ତରେ ତତେ କାଖ କରି ଧରି ରହିଲି । ଏମିତିରେ ପେଟ ପାଇଁ କ’ଣ କରିବି ଜାଣି ପାରୁନଥିଲି। ଠିକ୍ ଦିନେ ଅଚାନକ କପୁର ସାହେବ ଠିକଣା ଖୋଜି ଖୋଜି ଘରକୁ ଆସିଲେ । ପାଖ ସହରକୁ କଂପାନୀ ଆସିଥିଲା ତେଣୁ ଖବର ଜାଣିବା ପାଇଁ ସେ ମୋ ପାଖକୁ ଆସିଥିଲେ ।

କପୁର – ଏ କ’ଣ? କି ଅବସ୍ଥା ହୋଇଛି? ତୁ ନିଜକୁ ଭଲରେ ରଖିପାରୁନୁ କିସୁକିବାଈ ।

ନାଚୁଣୀ – କିଛି ପାଚାରନ୍ତୁନି କପୁର ସାହେବ ।

କପୁର – ଏମିତି କେମିତି ଚଳିବ । କଂପାନୀରେ ପୁଣି କାମ କର ତା ହେଲେ ।

ନାଚୁଣୀ – ଆଉ ମୋ ଝିଅ?

କପୁର – ହଁ ସେଇତ ସତ କଥା । ଏତିକି ଛୋଟ ଝିଅ । ଏହାକୁ ନେଇ ଜାଗା ଜାଗା କେମିତି ବୁଲିବୁ । ଏହାକୁ ନେଇ ପୂଣି ବୁଲିବା କି ମୁସ୍କିଲ ।

ନାଚୁଣୀ – ଝିଅ, ଶୁଣ, ସେତେବେଳେ ମଦୁଆର ହରକତ କ’ଣ ଦେଖିବୁ । ତା’ ପରେ ଦିନେ କୁଆଡ଼ୁ ଜଣେ ସ୍ତ୍ରୀ ଲୋକକୁ ନେଇ ଘରକୁ ଆସିଲା, ଜଣେଇଲା ଏଇ ମୋ ଭଉଣୀ ଅଟେ । ବିଧବା ସେ । ବିଚାରିର ଠିକଣାନାହିଁ, ସେ ଏଠି ରହିବ ଓ ପିଲାକୁ ସମ୍ଭାଳିବ।

ନାଚୁଣୀ – କଦାପି ପିଲାକୁ ତୋ ପାଖରେ ଛାଡ଼ଇବି ନାହିଁ । ତୋର କ’ଣ ଭରସା ।

ଲୋକ – ପାଗଳି ପରି ହୁଅନା ମୁଁ ବି ତା’ର ବାପା । ଏମିତି ହେଲେ ତ ଆମେ ତିନି ଜଣ ଭୋକରେ ମରିଯିବା । ମୁଁ ଭଗବାନଙ୍କ ରାଣ ଖାଇ କହୁଛି, ପିଲାକୁ ବିଲକୁଲ ଠିକରେ ରଖିବି । ଏହି ସ୍ତ୍ରୀ ଲୋକଟି ସମ୍ଭାଳିବ ତାକୁ ।

(କାନ୍ଦି କାନ୍ଦି ନାଚୁଣୀ ପିଲାଟିକୁ ଅଦୃଶ୍ୟ ହାତରେ ଦେଇ ଦିଏ)

ନାଚୁଣୀ- ଧ୍ୟାନ ରଖିବୁ, ତୋ ଉପରେ ଭରସା ରଖି ଛାଡ଼ି ଯାଉଛି । ବହୁତ କଷ୍ଟରେ ପାଇଛି ମୁଁ ଏହାକୁ । ଯଦି ଏହାକୁ କିଛି ହୁଏ ତେବେ କୁଆଡ଼େ ହେବିନାହିଁ ।

About ଅଞ୍ଜଳୀ ଆଚାର୍ଯ୍ୟ

ଅଞ୍ଜଳୀ ଆଚାର୍ଯ୍ୟ
ଲେଖିକା

Check Also

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ତା ପରେ ମୁଁ ସେଇ ଛୋଟ ପିଲାଟିକୁ ଚିହ୍ନିନଥିବା ଜଣେ ସ୍ତ୍ରୀ ଲୋକ ହାତରେ ଦେଇ ଚାଲିଆସିଲି । ତା …

Leave a Reply

Your email address will not be published. Required fields are marked *