Home / ସମୀକ୍ଷା / ଚାପହୀନ ଶାନ୍ତ ମସ୍ତିଷ୍କ ଓ ‘ସୁଖ’

ଚାପହୀନ ଶାନ୍ତ ମସ୍ତିଷ୍କ ଓ ‘ସୁଖ’

‘ଧିକ୍ ସେ ସମାଜ, ମୃତ୍ୟୁରେ ଯହିଁ ଶ୍ରେଷ୍ଠତ୍ୱ ମପାହୁଏ ।’ ହିଂସା, ବ୍ୟାଧିପୀଡ଼ିତ ପୃଥିବୀରେ ‘ଉଦ୍ଭଟ୍ଟତା’ ଓ ‘ଟ୍ରାଜେଡ଼ି’ ରେ ହିଁ ଦେଖାଯାଏ ଶ୍ରେଷ୍ଠ ସାହିତ୍ୟର ସ୍ୱାକ୍ଷର । ଗ୍ରୀସ୍, ଇଂଲଣ୍ଡ, ପାଲେଷ୍ଟାଇନ୍; ପ୍ରତ୍ୟେକ ସଭ୍ୟତାରେ ସାହିତ୍ୟରେ ମୁଖ୍ୟସ୍ଥାନ ରହିଛି ଟ୍ରାଜେଡ଼ିର ।

ୟୁରୋପୀୟ ମାନସର ଶ୍ରେଷ୍ଠ ସାହିତ୍ୟିକ ସୃଷ୍ଟି ହେଉଛି ଟ୍ରାଜେଡ଼ି । ଯୁଦ୍ଧପ୍ରଧାନ ସମାଜ ହେଉଚି ମୃତ୍ୟୁଧର୍ମୀ, ଜୀବନଧର୍ମୀ ନୁହେଁ । ଆଜିର ପୃଥିବୀରେ ବୀର ଓ ସହିଦ ହେଉଛନ୍ତି ଶ୍ରେଷ୍ଠ ମଣିଷ ।

ପରହତ୍ୟାର ଅଙ୍ଗନରେ ଅବାଧ ବିଚରଣ କରି ବୀର ପିନ୍ଧେ ଯଶ ଓ କ୍ଷମତାର ମୁକୁଟ । ନିଜ ଜୀବନକୁ ବଳି ବେଦୀରେ ଥୋଇ ସହିଦ ହୁଏ ଲୋକକଥା ଓ କାବ୍ୟ କବିତାର ମହାନାୟକ ।

ପ୍ରଶ୍ନ ଉଠେ, ରାମାୟଣ, ମହାଭାରତ କ’ଣ ଟ୍ରାଜେଡ଼ି ପର୍ଯ୍ୟାୟରେ ଯିବନି । ବର୍ତ୍ତମାନର ରାମାୟଣ, ମହାଭାରତରେ ରହିଛି ମନଛୁଆଁ ଟ୍ରାଜିକ୍ ସୌନ୍ଦର୍ଯ୍ୟ, କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ମହାଭାରତର ମୁଖ୍ୟ ରସ ‘କରୁଣ’, ‘ବୀର’ ବା ‘ରୌଦ୍ର’ନୁହେଁ; ମହାଭାରତ ହେଉଛି ‘ଶାନ୍ତରସ’ର ବାହକ । (ପ୍ରାଚୀନ ଆଳଙ୍କାରିକ ଆନନ୍ଦବର୍ଦ୍ଧନ) ।

‘ମୃତ୍ୟୁ’ ନୁହେଁ ‘ଜୀବନ’ ଥିଲା ଅତୀତ ଭାରତ ସଭ୍ୟତାର ମୁଖ୍ୟସ୍ୱର । ମହେଞ୍ଜୋଦାରୋ, ହରପ୍ପା ସଭ୍ୟତାରେ ରାଜନବର କିମ୍ବା ମନ୍ଦିର ନଥିଲା, ନଥିଲା ଯୁଦ୍ଧ ଜୟ କରିବା ପାଇଁ ବ୍ୟବହୃତ ଅସ୍ତ୍ରସମୂହ ।

‘ଶାନ୍ତ ରସ’ ବିଷୟରେ କ’ଣ ଜାଣୁ ଆମେମାନେ? ଦୁଃଖ ନୁହେଁ, ‘ପ୍ରଶାନ୍ତ ସୁଖ’ ଥିଲା ଭାରତୀୟ ସଭ୍ୟତାର ଅନ୍ତଃସ୍ୱର, ବୁଦ୍ଧ, ମହାବୀର, ଗୀତା, ସାଂଖ୍ୟ, ଯୋଗ, ଲୋକାୟତ: ସବୁଠି ରହିଛି କେବଳ ‘ସୁଖ’ର ଜୟଜୟ କାର ।

ମହାଭାରତ ସ୍ୱର୍ଗାରୋହଣ ପର୍ବରେ ଲେଖାଅଛି ‘ହର୍ଷସ୍ଥାନ ସହସ୍ରାଣି, ଭୟଂ ସ୍ଥାନ ଶତାନିଚ’; ଅର୍ଥାତ ହର୍ଷସ୍ଥାନ ହେଉଛି ହଜାରେ, ଅଥଚ ଭୟ ସ୍ଥାନହେଉଛି ଶହେ । ଏଭଳି ସଭ୍ୟତାରେ ଟ୍ରାଜେଡ଼ି କିମ୍ବା ‘ଉଦ୍ଭଟ୍ଟତା’ର ପ୍ରାଧାନ୍ୟ ଆସିବ କେମିତି?

“ସଂଗ୍ରାହକ ସମାଜର ଆବିଷ୍କାର ‘ଯୋଗ’ପୂର୍ଣ୍ଣମାତ୍ରାରେ ହେତୁବାଦୀ ଏବଂ ଯୋଗର ଏକମାତ୍ର ଲକ୍ଷ୍ୟ ହେଉଛି ‘ଶମ’ ମୂଲ୍ୟବୋଧ (ଯୋଗରୁତସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ-ଗୀତା) ଅର୍ଥାତ ଚାପହୀନ ଶାନ୍ତ ମସ୍ତିଷ୍କ ସୃଷ୍ଟି କରିବା କାରଣ ମଣିଷକୁ ‘ସୁଖ’ଦେଇପାରେ କେବଳ ଏଭଳି ଏକ ମସ୍ତିଷ୍କ । ସାଂଖ୍ୟ ଯୋଗ ଓ ଲୋକାୟତବାଦୀମାନେ ଏଭଳି ମସ୍ତିଷ୍କ ସୃଷ୍ଟି କରି ସୁଖୀ ହେବା ଚାହାଁନ୍ତି ।” ପ୍ରଫେସର ଭଗବତ ପ୍ରସାଦ ଉକ୍ତ ଲେଖାରେ ଭାରତୀୟ ଦର୍ଶନର ଚାପହୀନ ଶାନ୍ତ ମସ୍ତିଷ୍କ ଓ ‘ସୁଖ’ ସମ୍ପର୍କରେ ଅନୁଶୀଳନ ଏଠାରେ ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି।      – ସମ୍ପାଦକ

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ମାଟିର ସଂସ୍କୃତି ଶ୍ରମ ଆଧାରିତ ସଂସ୍କୃତି

ଏପରି ଏକ ବ୍ୟବସ୍ଥାର ନିର୍ମାଣ ଜରୁରୀ; ଯେଉଁ ବ୍ୟବସ୍ଥା ମଣିଷର ଚେତନ ତଥା ଅବଚେତନ ମନରେ ବି ମଣିଷ, ପ୍ରକୃତି …

Leave a Reply

Your email address will not be published. Required fields are marked *