– ସମଧ୍ୱନି ସାଂସ୍କୃତିକ ଅନୁଷ୍ଠାନ:

୨୦୦୫ମସିହା ଅଗଷ୍ଟ ୧୫ ତାରିଖରେ ‘ସମଧ୍ୱନି’ ଏକ ସାଂସ୍କୃତିକ ସଙ୍ଗଠନ ରୂପରେ ପ୍ରଥମ କାର୍ଯ୍ୟକ୍ରମ (ଲୋକ ସମସ୍ୟା ଉପରେ ଆଧାରିତ) ଆରମ୍ଭ କଲା । ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେବେଠାରୁ ନିଜକୁ ସାମିଲ ମଧ୍ୟ କଲା । ‘ସମଧ୍ୱନି’ ଦ୍ୱାରା ୨୦୧୧ ମସିହାରେ ‘ସମସ୍ୱର’ ନାମକ ଏକ ଜନ ସମସ୍ୟା ଭିତ୍ତିକ ସଙ୍ଗୀତ ସିଡ଼ି ପ୍ରକାଶ ପାଇଥିଲା । ଏବେ ଅନେକ ଲୋକ ସମସ୍ୟା ଅଧାରିତ ଗୀତକୁ ଏକାଠି କରି ପୁଣିଥରେ ସିଡି ପ୍ରକାଶନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହିସବୁ ସିଡି କେମିତି ଅଧିକ ଲୋକଂକ ନିକଟରେ ପହଂଚିବ ପ୍ରୟାସ କରାଯାଉଛି।

– ‘ସମଧ୍ୱନି’ ତ୍ରୟୋମସିକ  ପତ୍ରିକା

ଓଡ଼ିଶାରେ ସାଂସ୍କୃତିକ କାମଟିକୁ ବ୍ୟାପକ କରିବାର ଜରୁରୀ ଆବଶ୍ୟକତାକୁ ଅନୁଭବ କରି ୨୦୧୨ ମସିହାରେ ‘ସମଧ୍ୱନି’ ସାଂସ୍କୃତିକ ପତ୍ରିକା ପ୍ରକାଶ ପାଇଲା । ବିଗତ ୫ବର୍ଷ ଧରି ଏହା ଲଗତାର ଭାବେ ପ୍ରକାଶ ପାଉଛି।

– ସମଧ୍ୱନି ସାଂସ୍କୃତିକ ଗବେଷଣା କେନ୍ଦ୍ର:

ଅବହେଳିତ ‘ଧ୍ୱନି’ ସମୁହ, କଳାର ସାଧନ କରୁଥିବା ଯୁବ କଳାକାର, ଲୁପ୍ତପ୍ରାୟ ଲୋକକଳା ଓ ଏହି କଳାକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କୁ ଲୋକଲୋଚନକୁ ଆଣିବା ଆଦି କାର୍ଯ୍ୟପାଇଁ ଗବେଷଣାର ଆବଶ୍ୟକତା ରହିଛି ବୋଲି ହୃଦବୋଧ କରି ‘ସମଧ୍ୱନି ଗବେଷଣା କେନ୍ଦ୍ର’ ଏହିସବୁ ବିଷୟ ଗୁଡିକୁ ଗବେଷଣା କ୍ଷେତ୍ରରେ ପ୍ରାଥମିକତା ଦେଇଛି । କେବଳ ଲୋକକଳା ନୁହେଁ ସମାଜ ଗଠନ କ୍ଷେତ୍ରରେ ଶାସ୍ତ୍ରୀୟ ସଙ୍ଗୀତର ଭୂମିକା ଏବଂ ବିଭିନ୍ନ ଗୁରୁମାନଙ୍କର ସାଧନା ଏବଂ ଅନୁଭୂତିକୁ ଲିପିବଦ୍ଧ କରିବା ବା ଭିଡ଼ିଓ ଡ଼କ୍ୟୁମେଣ୍ଟ୍ ତିଆରିକରିବା ଏବଂ କେତେକ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାଷାରୁ ଭାଷାନ୍ତର କରି ଓଡ଼ିଶାର ଛାତ୍ର/ଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବାପାଇଁ ମଧ୍ୟ ଉଦ୍ୟମ ଜାରୀ ରଖିଛି।

 – ସମଧ୍ୱନି ଇ – ପତ୍ରିକା

ସମଧ୍ୱନି’ ସାଂସ୍କୃତିକ ପତ୍ରିକାର କାର୍ଯ୍ୟକୁ ଅଧିକ ଲୋକଂକ ନିକଟରେ ଇଣ୍ଟରନେଟ୍ ମାଧ୍ୟମରେ ପହଂଚାଇବା ଇ – ପତ୍ରିକାର ମୂଳଲଖ୍ୟ।