Home / ସମୀକ୍ଷା

ସମୀକ୍ଷା

ଏଥିରେ ସଂସ୍କୃତି ସମ୍ପର୍କିତ, ବିଭିନ୍ନ ପୁସ୍ତକ, ଚଳଚିତ୍ର, ନାଟକ, କଳା ଓ ସଙ୍ଗୀତର ସମୀକ୍ଷା ପ୍ରକାଶ କରାଯାଇଛି ।

ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ)

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର  ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ ଆନନ୍ଦ ପାଇଲି କ୍ଷଣିକ ଲାଗି ମୋର ସେତିକି ଢେର। ମୁଁ ତା ଠୁଁ ବେଶୀ ଆଗକୁ ଯିବାକୁ ଚାହେଁ ନାହିଁ। ମୋର ତା ଠୁଁ ବେଶୀରେ ଯାଏ …

Read More »

ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି : କିଛି ପ୍ରଶ୍ନ

ଶ୍ରୀ ଜୟଦେବ ଓଡ଼ିଶାର କବି, ହେଲେ ତାଙ୍କର ଅମରକୃତି ‘ଗୀତ ଗୋବିନ୍ଦ’ ସଂସ୍କୃତ ଭାଷାରେ ରଚିତ । ଏଥିରେ ଅବଶ୍ୟ କୌଣସି ବିବାଦ ନାହିଁ । ‘ଗୀତଗୋବିନ୍ଦ’ରଚନା ବେଳକୁ ହୁଏତ ଓଡ଼ିଆ ଭାଷାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇନଥିବ! ତେଣୁ ଦେବ ଭାଷାରେ ଦେବତାଙ୍କର ରତିକେଳି ରଚିତ ବର୍ଣ୍ଣନା …

Read More »

ସମ୍ପର୍କର ଫଲଗୁ : ବିଷବୃକ୍ଷ/ ଛମାଣ ଆଠଗୁଣ୍ଠ

ଓଡ଼ିଆ ଭାଷା ସାହିତ୍ୟର ଧ୍ରୁବତାରା ଫକୀରମୋହନଙ୍କ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ସହିତ ବନ୍ଦେ ମାତରମ୍ କବିତାର ସ୍ରଷ୍ଟା ତଥା ବଙ୍ଗ ସାହିତ୍ୟର ଅନ୍ୟତମ ଜ୍ୟୋତିଷ୍କ ବଙ୍କିମ ଚନ୍ଦ୍ରଙ୍କ ‘ବିଷବୃକ୍ଷ’ ସ୍ୱକୀୟତା ସହ ଅନେକ ସାମଞ୍ଜସ୍ୟର ବାତାବରଣରେ ଆବଦ୍ଧ ଥିବାପରି ମନେହୁଏ । ସତେ ଅବା ଅନ୍ତଃସଲିଳା ଫଲଗୁ ତା’ର …

Read More »

ଓଡ଼ିଆ ଭାଷା ଆନ୍ଦୋଳନ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ସଂକ୍ଷେପରେ ଇତିହାସ ଆଜକୁ ପ୍ରାୟ ଦେଢ଼ଶହ ବର୍ଷତଳେ, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ଦେଖାଯାଇଥିବା ବିପଦ ଓ ତା ବିରୁଦ୍ଧରେ ଉଠିଥିବା ସ୍ୱରକୁ ଭାଷା ଆନ୍ଦୋଳନର ବିମର୍ଶରେ ଦୁଇଟି ନାମରେ ଅଭିହିତ କରାଯାଇଛି । ଓଡ଼ିଆସାହିତ୍ୟର ସୁପ୍ରସିଦ୍ଧ ଇତିହାସକାର ଡକ୍ଟର ନଟବର ସାମନ୍ତରାୟ ଏହାକୁ …

Read More »

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

“ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱତନ୍ତ୍ର୍ୟ ସମ୍ବନ୍ଧରେ କିଛି ଲେଖିବା ପାଇଁ ମୁୁଁ ଏହି ସଭାର ସମ୍ପାଦକ ମହାଶୟଙ୍କ ଦ୍ୱାରା ଅନୁରୁଦ୍ଦ ହୋଇ ନିଜକୁ ଯେପରି ଭାଗ୍ୟବାନ ମନେ …

Read More »

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇଥିଲା, ଭାରତର ଅନ୍ୟକୌଣସି ଭାଷାଭାଷୀ ଅଞ୍ଚଳ ସେପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଖାଯାଏ ନାହିଁ । ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ନୀତିଗତ …

Read More »

ଚେତନା ଭିତରୁ ଯାହା ଜନ୍ମନିଏ : ଯୁଦ୍ଧ ସଂସ୍କୃତି

୧୯୯୧ ମସିହାର କଥା । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ରାଧାନାଥ ରଥ(ସେ ଆଉ ନାହାଁନ୍ତି)ଙ୍କ ସହ ଅନେକବାର ଏକାଠି ଯାତ୍ରା କରିବାର ସୁଯୋଗ ମିଳିଥିଲା । ପ୍ରତ୍ୟେକଥର ସେ ନିଜ ଅତୀତ ଭିତରୁ କିଛି ସ୍ମୃତି ଓ କିଛି ଅନୁଭୂତିକୁ ସାଉଁଟିଆଣି ମୋ ସାମ୍ନାରେ ରଖୁଥିଲେ । ଦିନକର …

Read More »

ତ୍ରିକାଳ ହିଂସାର ବିଶ୍ୱରୂପ

ପରାଧୀନତା, ଶୋଷଣ, ଅସମତା, ଯୁଦ୍ଧ, ଧର୍ଷଣ, ଆତଙ୍କବାଦ, ଜନହତ୍ୟା, ଯନ୍ତ୍ରଣାଦାନ ଏ ସମସ୍ତେ ହିଂସାର ଭିନ୍ନ ଭିନ୍ନ ରୂପ । ବିଭିନ୍ନ ଯୁଗରେ ହିଂସାର ଭିନ୍ନ ଭିନ୍ନ ରୂପ ପ୍ରାଧାନ୍ୟ ପାଇଛି । ଅତୀତ: ‘ଧର୍ମାତ୍ ହି ଯୁଦ୍ଧାତ୍ ଶ୍ରେୟୋନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ’ । ଧର୍ମଯୁଦ୍ଧ ହେଉଛି …

Read More »

କହେଲେ କଥାନୀ ଗାଏଲେଁ ଗୀତ

  କହେଲେ କଥାନୀ ଗାଏଲେଁ ଗୀତ ବେଶ୍ କିଛି ମଣିଷଙ୍କ ଅଭିଯୋଗ ହେଲା, ସାହିତ୍ୟ ଅତିଶୟୋକ୍ତି କରେ । ଅଥଚ ସତକଥା ହେଉଛି, ଅତିଶୟୋକ୍ତି ତ ଦୂରର କଥା, କିଛି ଜୀବନ, କିଛି ଘଟଣା ଏତେ କରୁଣ ଯେ, ସେ ସବୁକୁ ସାହିତ୍ୟର ରୂପ ଦେବାକୁ ଗଲାବେଳେ, ନିଚ୍ଛକ …

Read More »

ସକ୍ରେଟିସ୍ ଓ ଚାର୍ବାକ୍ (ଦୁଷ୍ଟ ମାନସର ଦୁଇଟି ପକ୍ଷପାତ)

ଅଭିଜାତ ଗୋଷ୍ଠୀ ସମର୍ଥକ ଗ୍ରୀସ୍ ଦର୍ଶନରଜନକ ସକ୍ରେଟିସଙ୍କୁ ବିଶ୍ୱବନ୍ଦିତ କରାଇବା ଏବଂ ମାନବବାଦୀ ଜନଗୋଷ୍ଠୀ ଭିତ୍ତିକ ଲୋକାୟତ ଦର୍ଶନର ପ୍ରବକ୍ତା ଭାରତବାସୀ ଚରବାକଙ୍କୁ ଇତିହାସ ପୃଷ୍ଠାରୁ ନିର୍ବାସିତ କରିବା ଆଧୁନିକ ପକ୍ଷପାତ ଦୁଷ୍ଟମାନସର ଏକ ଦୁଃଖଦ ଅଧ୍ୟାୟ । ପ୍ରଚଳିତ ଆଇନର ଦୁରୁପଯୋଗ କରି ସକ୍ରେଟିସ୍ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ …

Read More »