Home / ସାହିତ୍ୟ / କବିତା

କବିତା

କବିତା

ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି

ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି। ଅଗଣାରେ ବରଗଛ ତଳେ କିନ୍ତୁ ଅଭିଷେକ ଚାଲିଛି । ନିଆଁ ଜାଳିଲେ ସବୁ ବିଘ୍ନ ଚାଲିଯିବ, ମୁଁ ବ୍ରାହ୍ମଣ ସାଜି, ତେଣୁ, ହୋମ ସଜାଡୁଛି। ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି। ମୁଁ କିଏ କରିବାକୁ ପ୍ରଶ୍ନ ଅଭିଷିକ୍ତ ମଣିଷର  ଓଜନ …

Read More »

ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି

ନିର୍ଜୀବ କରିଲା ସିନା ନୀରବ ପାରି ନାହିଁ କରି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି ; ରାସ୍ତା ଘାଟ ପଡିଆ ଓ ଛକ, ସବୁଠି ତୁମରି ଚିତ୍ର ପ୍ରତିବାଦୀ ମଣିଷ ହାତରେ ଜୀବନ୍ତ ଦିଶୁଛି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି । ବେପରୁଆ ଯୁବକ ଯୁବତୀ, …

Read More »

ତୁମ ବିଶ୍ୱକୁ ପ୍ରଶ୍ନ

  ମୋତେ ହତିଆର କର ନାହିଁ ଯେଉଁ ଲେଖା ତୁମକୁ ନ ସୁହାଇଲା ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା, ଦେଶକୁ ପଚାରୁଛି କିଏ ଯେ ଲେଖକର ଲେଖାରେ କେତେ ଦ୍ରୋହ ଥିଲା? ଦେଶ ତେଣୁ କ୍ଷୁବ୍ଧ- ସେ କରୁଛି ପ୍ରଶ୍ନ – , “ତୁମେ ସତେ ମତେ …

Read More »

କଂସ ରାଜୁତି

କଂସ ରାଜୁତି ରାଜି ଏବେ ବି ଯାଇନି ଭାଜି, ଆଖିର ଲହୁରେ ଦେବକୀ ମାଆ ଗୋ କାନ୍ଦି ଘୁରିବୁଲେ ଆଜି… ।।୧।। ଗଣତନ୍ତ୍ର ରାଜ୍ ଭାଷଣବାଜିରେ ମାଆ ମୋ ବନ୍ଦିନୀ କଂସ କାରାଗାରେ ସନ୍ତାନେ ପ୍ରସବି ହେଲାଣି କାଇଲା, ଧୈର୍ଯ୍ୟ ତା’ ଯାଉଛି ଭାଜି… ।।୨।। ଚାରିଦିଗେ ଘନ …

Read More »

ଭୋଟ୍ ବିଚାର୍ – ପରାଗ ସାହୁ

ବରଗଡ଼ ଜିଲ୍ଲା ସାମ୍ବାଦିକ ଫୋରମ୍, ଇମ୍ପିରିଅଲ୍ କଲେଜ୍ , କବିକୁଟୁମ୍ ଓ ସମ୍ପର୍କ ପକ୍ଷରୁ ଅତାବିରା ମନାପଡା ଗ୍ରାମରେ ଭୋଟର୍ ସଚେତନତା ଅଭିଯାନ ‘ କବିର୍ କଲମେ ଭୋଟ୍ ବିଚାର୍’ ଭୋଟ ଦେବାର ସମୟ ଆସିଗଲାଣି ଏବେ ନେତାମାନଙ୍କୁ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି । କବି ଲୋକଙ୍କ ସଙ୍କଟର …

Read More »

ଭଗବତୀ ପ୍ରିୟ ସାଥୀ – ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିରେ

ଭଗବତୀ ପ୍ରିୟ ସାଥୀ                              ସେ ଦିନ ନିର୍ଜନ ରାତି ଆଦିବାସୀ ଛୁଆ ଘିନୁଆ ବାଣୁଆ                              ପାରିଧିରେ ଥିଲା ମାତି । ପଶୁ ମହାବଳ ପଶିଥିଲା ଗୋଠେ ମଣିଷ ରକତ ଭରି ନିଶ ଓଠେ ମାଇଲା ଘିନୁଆ ବନ୍ଧୁକ ଚୋଟେ ହୁକୁମ ହୋଇଲା ଦଶଟଙ୍କା ମୋଟେ ତଥାପି …

Read More »

(ଶବ୍ଦ ପେଡିରୁ ଧାଡି ) – ଦାୟୀ ନୁହଁ କେହି

ଦାୟୀ ନୁହେଁ କେହି ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା, ବଜ୍ର ପଡିଥିଲା, ଯେ ବାରଟି ନିରୀହ ଲୋକ ଟଳି ପଡିଲେ, ଓ ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ? କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି, ମିଥ୍ୟା ଥିଲା ଗୁଳି, ମିଥ୍ୟା ଥିଲା …

Read More »

ଭଗବତୀ ପ୍ରିୟ ସାଥୀ

(ମୋହନ ‘ନୂଆ ଗପଟିଏ ଲେଖ’ କବିତା ବହିର ଅଂଶ ବିଶେଷ) ଭଗବତୀ ପ୍ରିୟ ସାଥୀ ସେ ଦିନ ନିର୍ଜନ ରାତି ଆଦିବାସୀ ଛୁଆ ଘିନୁଆ ବାଣୁଆ ପାରିଧିରେ ଥିଲା ମାତି । ପଶୁ ମହାବଳ ପଶିଥିଲା ଗୋଠେ ମଣିଷ ରକତ ଭରି ନିଶ ଓଠେ ମାଇଲା ଘିନୁଆ ବନ୍ଧୁକ …

Read More »

ମାଟିର ମଣିଷ

ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ? ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି । ଗର୍ଜି ଉଠୁଛି ଥରେ …

Read More »