ଶ୍ୱାସରୁଦ୍ଧ ଲାଗୁଛି

1 Min Read

ବାୟୁମଣ୍ଡଳରୁ ଅମ୍ଲଜାନ କମୁଛି,

Support Samadhwani

ଭାବମଣ୍ଡଳରେ ବିଦ୍ୱେଷ ବଢୁଛି,

ଶ୍ୱାସରୁଦ୍ଧ ଲାଗୁଛି ।

ହିଂସାରେ ଟକମକ

Support Samadhwani

ସମାଜ ଫୁଟୁଛି,

କ୍ଷମତା ନିଶାରେ ଶାସକ

ଉନ୍ମତ୍ତ ହେଉଛି,

ଶ୍ୱାସରୁଦ୍ଧ ଲାଗୁଛି ।

ଚିନ୍ତାର ସ୍ୱାଧୀନତାକୁ

ଆତଙ୍କ ଘେରୁଛିି,

ଶ୍ୱାସରୁଦ୍ଧ ଲାଗୁଛି ।

ସମାଜରେ ନୁହଁ

ପଂଜୁରୀରେ ରହିବାକୁ

ମୋ ଉପରେ କେହି

ମାଡି ବସୁଅଛି,

ଶ୍ୱାସରୁଦ୍ଧ ଲାଗୁଛି ।

ଉଚ୍ଚାରଣରେ ପ୍ରତାରଣାର

ଧ୍ୱନି ପ୍ରଦୁଷଣ

କାନ ପାଇଁ ଅସହ୍ୟ ହେଉଛି,

ଶ୍ୱାସରୁଦ୍ଧ ଲାଗୁଛି ।

ବିତର୍କ ସଭାରେ ବସିଛି,

ଦୁର୍ନୀତିସିକ୍ତ ବକ୍ତା ମୁହଁରୁ

ଦୁର୍ନୀତି ବିରୋଧୀ ଉଦ୍ବୋଧନ ଶୁଣୁଛି,

ଶ୍ୱାସରୁଦ୍ଧ ଲାଗୁଛି ।

ନିଜ ଜମାପୁଂଜି ନେବା ପାଇଁ

ଦୀର୍ଘ ଧାଡିରେ ଠିଆ ହେବା ଉପରେ

ଦେଶଭକ୍ତିର ମୋହର ପଡୁଛି,

ଶ୍ୱାସରୁଦ୍ଧ ଲାଗୁଛି ।

ସମାଜର ସବୁ ସ୍ତମ୍ଭ

ଭୁଷୁଡି ପଡୁଛି,

ପ୍ରତି ମୁହୂର୍ତ୍ତରେ ବିଶ୍ୱାସ

ଆଘାତ ପାଉଛି,

ଶ୍ୱାସରୁଦ୍ଧ ଲାଗୁଛି ।

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ