“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

[box type=”shadow” align=”” class=”” width=””] ସମଗ୍ର ଭାରତରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର “ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର”ର ପୂର୍ବତନ ଅଧକ୍ଷ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଯିଏକି ଜଣେ ଶ୍ରେଷ୍ଠ ଗଣିତଜ୍ଞ, ସମାଜ ବିଜ୍ଞାନୀ, ଚିନ୍ତକ, ଜନଆନ୍ଦୋଳନ ର ସମର୍ଥକ ଭାବରେ ଆଜିଯାଏ ଓଡ଼ିଶାର ବୁଦ୍ଧିଜୀବୀ ମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି ସେ ଭାଗବତ ପ୍ରସାଦଙ୍କ “ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ଯାହା ଲେଖିଲେ ଆମେ ସମସ୍ତଙ୍କର ଅବଗତି ନିମନ୍ତେ ଏଠାରେ ସ୍ଥାନୀତ କରିଛୁ। – ସମ୍ପାଦକ[/box]

Support Samadhwani

ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ ଲିଖିତ ବା କଥିତ ଆକାରରେ ରହିଛି । ଏହା ସତ୍ତ୍ୱେ ମାନବ ସମାଜ ଯେଉଁ ଆଡ଼କୁ ମୁହାଁଉଛି ତାହା ଶୁଭଙ୍କର ନୁହେଁ । ବୈଜ୍ଞାନିକ ସମାଜଚିନ୍ତକମାନେ ଏ ବିଷୟରେ ବହୁବାର ଚେତାବନୀ ଦେବା ସତ୍ତ୍ୱେ ପରିବର୍ତ୍ତନର ସ୍ରୋତର ଦିଗ ପ୍ରାୟ ଅପରିବର୍ତ୍ତିତ ରହିଛି ।

ଯେମିତି ଭଗବତ ଗୀତାର ଏକ ଶ୍ଳୋକ ରହିଛି:
ଯଥା ପ୍ରଦିପଂ ଜ୍ୱୋଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧ ବେଗା
ତଥୈବ ନାଶାୟ ବିଶନ୍ତି ଲୋକା
ସ୍ତବାପି ବକ୍ରାଣି ସମୃଦ୍ଧ ବେଗା…ଏକାଦଶ ଅଧ୍ୟାୟ

ଜଣାପଡ଼ୁଛି ସତେଯେପରି ଆମ ସମାଜ ଏକ ବିପର୍ଯ୍ୟୟ ଆଡ଼େ ମୁହାଁଉଛି । ଏହାସତ୍ତ୍ୱେ ସବୁବେଳେ ଏହି ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ବିକଳ୍ପ ବିଚାରଧାରା ସୃଷ୍ଟିକରିଛି । କେବେ କେବେ ସଫଳ ହୋଇଛି କେବେ କେବେ ହୋଇନାହିଁ ମଧ୍ୟ । ଏହି ନୈରାଶ୍ୟପୂର୍ଣ୍ଣ ପରିବେଶକୁ ଆଶାର ଆଲୋକ ଦେଖାଇବାରେ ଡଃ ଭଗବତ ପ୍ରସାଦଙ୍କର ଏହି ପ୍ରୟାସ ଅନେକ ବୁଦ୍ଧିଜୀବୀଙ୍କୁ ଚିନ୍ତା କରିବାପାଇଁ ଖୋରାକ ଯୋଗାଇବ । ସେହି ପରିପ୍ରେକ୍ଷୀରେ ଏଭଳି ଗୋଟିଏ ପୁସ୍ତକ ଅତ୍ୟନ୍ତ ଜରୁରୀ ବୋଲି ମୁଁ ଭାବୁଛି । ଆଶା କରାଯାଉଛି ଏ ବହି ଯଥେଷ୍ଟ ବିତର୍କ ସୃଷ୍ଟି କରିବ ।

Support Samadhwani

ଯଦି ପ୍ରକୃତରେ ବିତର୍କ ସୃଷ୍ଟିକରେ ତା’ହେଲେ ଏ ବହିଟିର ଉଦ୍ଦେଶ୍ୟ ସଫଳ ହେବ ବୋଲି କୁହାଯିବ । ଅନେକ ସମୟରେ ନୀରବତାର ଷଡ଼ଯନ୍ତ୍ର ଯୋଗୁଁ ସତ୍ୟ ମଧ୍ୟ ଅଣଦେଖା ହୋଇଯାଏ । ଆଶା ଏହି ଗଭୀର ଅନ୍ୱେଷଣ ନିଶ୍ଚୟ ଫଳବତୀ ହେବ । ଅନେକଗୁଡ଼ିଏ ପ୍ରଶ୍ନ ବାହାରିବାର ସମ୍ଭାବନା ଅଛି ଯାହା ମାନବ ସମାଜର ଧ୍ୱଂସାଭିମୁଖୀ ଗତିର ଦିଗ ପରିବର୍ତ୍ତନ କରିବ ।

Share this Article
ଓଡ଼ିଶାର “ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର”ର ପୂର୍ବତନ ଅଧକ୍ଷ , ଗଣିତଶାସ୍ତ୍ର ବିଶେଷଜ୍ଞ, ସମାଜ ବିଜ୍ଞାନୀ , ସମଧ୍ୱନିର ଅନ୍ୟତମ ଦିଗ୍ଦର୍ଶକ