ଚଣ୍ଡାଳିକା

ଶ୍ରାବଣୀ ମିତ୍ର (ରାୟ)
ଶ୍ରାବଣୀ ମିତ୍ର (ରାୟ) 198 Views
3 Min Read

[box type=”shadow” align=”” class=”” width=””]ରବିନ୍ଦ୍ରନାଥ ଠାକୁରଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା’ର ବାର୍ତ୍ତାକୁ ନୃତ୍ୟ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ପରିବେଷଣ କରିବା ନିଶ୍ଚୟ ଏକ ନିଆରା ବିଷୟ । ବିଶେଷକରି ଏହାର ସମାଜ ପରିବର୍ତ୍ତନ ପାଇଁ ଥିବା ବାର୍ତ୍ତା ପ୍ରଚାର କରାଇବା ପାଇଁ ନୃତ୍ୟାଙ୍ଗନା ତଥା ନିର୍ଦ୍ଦେଶିକା ଶ୍ରାବଣୀ ମିତ୍ର (ରାୟ)ଙ୍କର ଏହି ପ୍ରୟାସ ଅତ୍ୟନ୍ତ ଅଭିନନ୍ଦନ ଯୋଗ୍ୟ । ଏହିପରି ନୂତନ ପ୍ରୟାସ କରୁଥିବା ଓଡ଼ିଶାର କଳାକାରମାନଙ୍କୁ ଆମେ ‘ସମଧ୍ୱନି’ ତରଫରୁ ସ୍ୱାଗତ କରୁଛୁ । ଯେଉଁ କଳାକାରମାନେ ଗୁରୁତ୍ତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ସହିତ କିଛି କଳା ପରିବେଷଣ କରୁଛନ୍ତି ସେମାନଙ୍କୁ  ‘ସମଧ୍ୱନି’ ନିଜ ସହିତ ଯୋଡ଼ିବାର ପ୍ରୟାସ ଜାରୀ ରଖିଛି । ସେହି ପ୍ରୟାସ ଭିତରୁ ଆଜି ଆମେ ଶ୍ରାବଣୀ ମିତ୍ର(ରାୟ)ଙ୍କର ‘ଚଣ୍ଡାଳିକା’ ନୃତ୍ୟନାଟିକାକୁ ଏଠାରେ ଉପସ୍ଥାପିତ କରିଛୁ ।– ସମ୍ପାଦକ[/box]

Support Samadhwani

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି ।

ତାଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା କୁ ଓଡ଼ିଆରେ ଅନୁବାଦ କରି ପରିବେଷଣ କରିବାର ଇଚ୍ଛା ମୋ ମନରେ ବହୁତ ଦିନରୁ ହିଁ  ଥିଲା। କାରଣ ଏହି ନୃତ୍ୟ ନାଟିକାରେ କୁସଂସ୍କାର ଓ ଜାତି ପ୍ରଥାକୁ ବିରୋଧ କରିବାର ବାର୍ତ୍ତା ରହିଥିଲା ।

Support Samadhwani

ତେଣୁ ଏହିଭଳି ମହାନ ବାର୍ତ୍ତା ଗୋଟାଏ ଭାଷାରେ ଆବଦ୍ଧ ହୋଇ ନରହି ଅନ୍ୟ ଭାଷାରେ ପରିବେଷିତ ହେଲେ ସାଧାରଣ ଲୋକଙ୍କ ପାଖରେ ପହଂଚି ପାରିବ  ଏଭଳି ଏକ ଭାବନା ମୋର ରହିଆସିଥିଲା ।

ଯେହେତୁ ମୁଁ ଜଣେ ଓଡ଼ିଶୀ ନୃତ୍ୟଶଳ୍ପୀ ତେଣୁ ଓଡ଼ିଆରେ ଏହାକୁ ପରିବେଷଣ କରିବା ମୋ ପାଇଁ ସହଜ ହୋଇଛି ।

ଏକ ଚଣ୍ଡାଳ ଝିଅ ‘ପ୍ରକୃତି’ ସମାଜର ଏହି କୁସଂସ୍କାର ଓ ଜାତି ପ୍ରଥାର ଶିକାର ହୋଇ ଭଗବାନନଙ୍କ ଠାରୁ ବିଶ୍ୱାସ ହରାଇ ବସିଥିଲା।

ଠିକ୍ ଏହି ସମୟରେ ବୁଦ୍ଧଙ୍କର ପ୍ରିୟ ଶିଷ୍ୟ ‘ଆନନ୍ଦ’ ତୃଷ୍ଣା ମେଣ୍ଟାଇବା ପାଇଁ ଚଣ୍ଢାଳ ଝିଅ ‘ପ୍ରକୃତି’ ପାଖରେ ଜଳ ଭିକ୍ଷା କରୁଥିଲେ ।

ନିଜକୁ ନିକୃଷ୍ଟ ମନେକରୁଥିବା ପ୍ରକୃତି ଜଳ ଦେବାକୁ କୁଣ୍ଠାବୋଧ କରିବାରୁ ଆନନ୍ଦ ତାକୁ ଶୁଣାଇଥିଲେ ବୁଦ୍ଧଙ୍କର ସାମାଜିକ ସମାନତାର ବାଣୀ । ଏହି ସମାନତାର ବାଣୀରେ ଅନୁପ୍ରାଣୀତ ହୋଇ ଜଳ ପ୍ରଦାନ କରି ଆନନ୍ଦଙ୍କର ତୃଷ୍ଣା ମେଣ୍ଟାଇ ଥିଲେ ପ୍ରକୃତି ।

ବୁଦ୍ଧଙ୍କ ପ୍ରଚାରିତ ବାଣୀରେ ପରିବର୍ତ୍ତନ ହୋଇଗଲା ପ୍ରକୃତିର ଜୀବନ ।

ସେ ପୁଣି ଥରେ ଆନନ୍ଦଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ହୋଇ ତନ୍ତ୍ରବିଦ୍ୟା ଜାଣିଥିବା ତାଙ୍କ ମା’ଙ୍କ ପାଖରେ ଅଳି କଲେ ।

ମା’ ‘ମାୟା’ ତନ୍ତ୍ରବିଦ୍ୟା ବଳରେ ଆନନ୍ଦଙ୍କୁ ଝିଅ ପାଖକୁ ଆଣିବାର ପ୍ରୟାସ କଲେ । ଶେଷରେ ଆନନ୍ଦ ଆସିଲେ ଓ ସମାଜରେ ସମାନତାର ବାଣୀ ପ୍ରଚାର କଲେ ।

ଏହି ନୃତ୍ୟନାଟକାର ଓଡ଼ିଆ ଅନୁବାଦ କରିଛନ୍ତି – ଶ୍ରୀ ବୃନ୍ଦାବନ ଜେନା ଓ ଶ୍ରୀ ଜଗନ୍ନାଥ ପଣ୍ଡା

ସଂଗୀତ ସଂଯୋଜନା – ରୁରୁ ଶ୍ରୀ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତି ବଦ୍ୟ ସଂରଚନା – ଗୁରୁ ଶ୍ରୀ ସଚିଦାନନ୍ଦ ଦାସ

ନୃତ୍ୟ – ପରିକଳ୍ପନା ଓ ନିର୍ଦ୍ଦେଶନା – ଶ୍ରାବଣୀ ମିତ୍ର (ରାୟ)

ନୃତ୍ୟ ପରିବେଷଣ – ଶ୍ରାବଣୀ ମିତ୍ର(ରାୟ) ଏବଂ ମଲ୍ଲିକା ମିତ୍ର

  • ଶ୍ରାବଣୀ ମିତ୍ର (ରାୟ)

Share this Article