Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ସିତଲ୍ ସସ୍ଠି ଜାତ୍ରା ନ ଲୋକଧାରା

ସିତଲ୍ ସସ୍ଠି ଜାତ୍ରା ନ ଲୋକଧାରା

ଜାତ୍ରା ହଉଛେ ଲୋକ୍ନାଟର୍ ପହିଲ୍ ପାଉଁଚ୍ । ଲୋକ୍ ଧରମ୍ ଧାରାକେ ଉଧା କରିଁ ଦେବାଦେବି କର୍ ପୁତ୍ଲା, ବରୁଆ କି ଚରିତ୍ର କଲାକାର୍କେ ଠାଟେଁ ବାଟେଁ ଗୁଟେ ଠାନୁ ଆର୍ ଗୁଟେ ନିକେ ନେବାର୍ ସିଲ୍ସିଲାକେ ସୁଆଁଟି କରିଁ ଆମର୍ ପୁର୍ଖା ପାତି ଦିନୁ ଚଲିଁ ଆଉଛେ କେଥେ ଜାତ୍ରା ।

ହେଁ ଭିତ୍ରୁଁ ଜହ ସିଘା ଆର୍ ଜୁନ୍ହାଁ ଆଏ ବଏଲେଁ ଆମର୍ ସିତଲ୍ ସସ୍ଠି । ସିବ ପାର୍ବତିର୍ ପୁତ୍ଲା ବୁଲାବାର୍ ଗୁଟେ ଭକ୍ତିଆ ଉଜୋଗ୍ । ଅବେସ୍ ପୁରାନ୍ ଅନ୍ସାରେଁ ଦେବ ଦେବ ମହାଦେବ୍ ଆର୍ ପର୍ବତ୍ ରଜାର୍ ଝି ପାର୍ବତିର୍ ମିଲନ୍ ନୁ ଜନମ୍ ନେଇଥିବା ପରୁହାଁ ପୋର୍ ହାତେଁ ତାରକାସୁରର୍  ମରନ୍ ଜୋଗ୍ ଥିବାର୍ ଉପାଖ୍ୟାନ୍କେ ସୁର୍ତେଇ କରିଁ ନିଜର୍ ସଏବେଁ ଉଛବ୍ ଟେ ହଇ ଆସୁଛେ ଦେସ୍ସାରା । ମାତର୍କ ଆମର୍ କୋସଲ୍ ଇଲାକା ନ ଇଥିର୍ ମନାଗୁନା ଧାରା ବନେ ଭିନେ ଢଙ୍ଗେଁ ହେସି । ଏନ୍ତା କି ସ ସ ବଛର୍ ଧରିକରିଁ ଇନର୍ ସମଲ୍ପୁର୍, ବର୍ପାଲି, ବଲାଙ୍ଗିର ଆଦି ସହର୍ ଜହ ଉବାଗରେଁ ମନା ହଉଥିବାର୍ ଠାନ୍ ହିସାବେଁ ଲାଖ୍ ଲାଖ୍ ଲୁକ୍କୁଁ ଘିଚିଆନ୍ସି ଜାତ୍ରା ନିକେ ।

ଜେଠର୍ ତିର୍ପଟ୍ ଖରା ଆର୍ ଗହଦ୍ ଗୁମକ୍ ନୁ ମୁକ୍ତି ପାଏବାର୍ ଲାଗିଁ ଅନ୍ସରିଥିବାର୍ ମୁନୁସ୍ ଆର୍ ଜିବ୍ ଜଁତୁକର୍ ତନ୍ ଆର୍ ମନ୍କେ ସିତଲ୍ କର୍ସି ବଲିଁ ତ ଇ ଜାତ୍ରାର୍ ନାଁ ସିତଲ୍ ସସ୍ଠି । ସମିଏ ସମିଏ ତିହିଡ଼ୁଥିବା ଖରା, ବାଦଲ୍ ଦଉଡ଼ୁଥିବା ଆକାସେଁ, ମୁଲ୍ ହଇଁ ଜାଉଥିବା ଖରା ଆର୍ ଛାଏଁର୍ ଲୁକ୍ଲୁକାନି ଖେଲ୍ ଟେ, ଘାଏକେଁ ଛନ୍କେଁ  ରୁକି ନେଉଥିବା ଅଛ୍ରେ ଲେଖା ପାଏନ୍, ମୁଡ଼ି ଅସ୍ଡ଼ିଆ ସିତଲ୍ ପବ୍ନର୍ ପହିଲ୍ ପରସ୍ ଥିଁ ସଭେ ସାଁତ୍ ହଇଜାଉଥିବେ ।

ପୁରୁସ୍ ଆର୍ ପ୍ରକ୍ରୁତିରୁପା ସିବ-ସକ୍ତିର୍ ମିଲନ୍ ଲାଗିଁ ବନେ ବତର୍ ଧରାସି ଇ ବିହାଘରିଆ ପାଗ୍ । ତାହିର୍ ଲାଗିଁ ତ ତହଁକା ତହଁକି ହଇ ସମଲ୍ପୁର୍ ନନ୍ଦ୍ପରାର୍ ବମ୍ ବରାଡ଼୍ ବାଲୁଁକେସ୍ୱର୍, ଝାଡ଼ୁଆପରାର୍ ଲୋକନାଥ୍, ମୁଦିପରାର୍ ଜାଗେସ୍ୱର୍, ବାଏଲବନ୍ଧାର୍ ସାମିଆ ଗୁଡ଼ିର୍ ସୋମନାଥ୍, ମାନେସରର୍ ମାନ୍ଧାତା, ବର୍ପାଲିର୍ କପିଲେସ୍ୱର୍, ବଲାଙ୍ଗିରର୍ ଚନ୍ଦ୍ରସେଖର୍, ସନ୍ପୁରର୍ ସୁବର୍ନମେରୁ, ସୁନ୍ଦର୍ଗଡ଼ର୍ ସିଧେସ୍ୱର୍ ଆର୍ ବଉଦର ମାତଙ୍ଗେସ୍ୱର୍ ବାବାକର୍ ବିହା ବଡ଼ା ଧୁମ୍ଧାମ୍ ନ ହେସି । ଅବେସ୍ ଖାଲି ଜେ ଇ ଠାନ୍ମାନ୍କେଁ ହେସି ହେଟା ନୁହେସେ, ବାକି ଇଲାକାର୍ ଭିନ୍ ଭିନ୍ ମହାଦେବ୍ ଗୁଡ଼ି ନ ଜହ ଆଡ଼ା ଚଉଡ଼ା ଢଙ୍ଗେଁ ନାଇଁ ହଉଥିଲେଁ ଭି ସରଲ୍ ଭାବେଁ ପଛେ ହଉ ଦେବା-ଦେବିର୍ ବିହା ନିସ୍ଚେ କରାଜାଇଥିସି ।

ରିକ୍ମା ରିତିର୍ ଖୁଦାନ୍ ଟେ ଆଏ ଇ ଜାତ୍ରା । ଉତାର୍କେ ଉତାର୍ ଫି ଦିନ୍ ଲୁକେଁ ଚଲ୍ଲା ଚଲନ୍ ଟେ ଲମି ଆଇଥିସି ।

ଥାଲ୍ ଉଠା: ଅଖି ତୁର୍ତିଆ ତିଥିର୍  ଥାଲ୍ ଉଠା ନୁ ମୁଲ୍ ହଇଥିସି ଇ ଧାରା । ବାବାର୍ ବିହାର୍ ଲାଗିଁ ପରା ପରା ବୁଲ୍ସି ପରାତ୍ ଥାଲି । ଦାତାମାନେ ତାହିଁ  ଟଁକା, ସୁନା, ରୁପା କରିଁ ହରେକ୍ ଧନ୍ ଚଘେଇଥିସନ୍ । ଜେନ୍ତାକି ଭାଇଦାଇ ହିସାବେଁ ସଭେ ହାତେ ଗୁଡ଼େ ଦେଇଁକରିଁ ସାହାଜ୍ କରିଥିସନ୍ । ତେତ୍କେଁ ହେଁ ସଲାସୋଲ୍ ପଏସା ପତର୍, ଚାଉଲ୍ ସାଗ୍ ଖଞ୍ଜା ପାତି ଆର୍ ସାଜୋବାଜୋ ଠୁଲାବାର୍ ଥିଁ ଲାଗି ପଡ଼ିଥିସନ୍ ଜାତ୍ରାର୍ ମୁଲିହାର୍ମାନେ । ମରତ୍ ପୁରେଁ ଦେବାଦେବିର୍  ବିହା ହେସି କାଏଁନ, ହେଲେଁ ପୁରା ମୁନ୍ସିଆ ଢଙ୍ଗେଁ । ବଲିଁ କରିଁ ତ ଏଭର୍ ଚାଲିଚଲନ୍ ଥିଁ ସବୁ ଚାଲ୍ସି । ପଦ୍କେଁ କହେଲେଁ ତ ଇନ ଆମର୍ ଝି ପାର୍ବତି ଆର୍ ପୋ ମାହାଦେବ୍ । ଦେବି ମାଁକେ ଝି ହିସାବେଁ ପାଏବାର୍ ଟା ଭାଗ୍ୟର୍ କଥା ବଲିଁ ଭକ୍ତି ମାର୍ଗି ଧରମ୍ ବିସ୍ୱାସି ଲୋକ୍ ବଢ଼ା ଆଧିକ୍ ହେସନ୍ । ବର୍ପିଲା ଆର୍ କନିଆ ଟୁକେଲର୍ ମାଁ ବୁଆ ହିସାବେଁ ଦୁଇ ଜୁଲି କର୍ତା-କର୍ତେନ୍ ବିହାଘରେଁ  ସବୁ ନିପ୍ଟାସନ୍ । ତାହିର୍ ଲାଗିଁ ପହେଲା ନୁ ଅଖି ତୁର୍ତିଆ ଦିନେ ମାହାଦେବ୍ ବାବାର୍ ସସୁର୍ ଘର୍ ବି ଥାବ୍ କରାଜାଏସି ।

ବିହାକେ ବଜାଗଜା ଆର୍ ନାଚ୍ ଗାନା ଜୁଟାବାର୍ ଥିଁ ଆଗ୍ତିରିଆ ନୁ ଉଜୋଗ୍ ଥିଁ ସଭେ ଲାଗି ପଡ଼ିଥିସନ୍ । ଗାଁ ଗଅଁଲିମାନ୍କେଁ ତ ବିହାଘରେଁ ଜାମ୍ଡାଲ୍ ଥିଁ ମଡ଼ୁଆ ଭି ମରାହେସି । ଜେଠର୍ ଉଆଁସ୍ ବାହାର୍ ପର୍ତିପଦା ଦିନୁଁ ମୁଲ୍ ହଇକରିଁ ସସ୍ଠି ତକ୍ ଛ ଦିନ୍ ଧରିକରିଁ ଚାଲ୍ସି ଜାତ୍ରା । ଇ ଟା ପତର୍ପେଁଡ଼ି, ଗୁଆଗୁଁଡ଼ା, ଗଁଠ୍ଲା ହିଟା, ସରାଦି, ବରାତି ଆର୍ ଲମାନି ବାଗିର୍ ରିକ୍ମା ରିତିକେ ନେଇ କରି ବଢ଼୍ସି ।

ପତର୍ ପେଁଡ଼ି : ପହେଲା ମୁଲ୍ ହେସି ପତର୍ ପେଁଡ଼ି ଜାତ୍ରା । ଏଭର୍ କନିଆଁଦେଖା ପରବ୍ । କନିଆଁ ଟୁକେଲ ହିସାବେଁ ପାର୍ବତିକେ ଥାବ୍ କରାଜାଏସି । ଆମର୍ ଦେଖ୍ନି ମାଗ୍ନି ଲେଖେଁ ଚାଲ୍ସି ଗୁଟେ ସିଲ୍ସିଲା । ଇଲାକାର୍ ପଂଡିତ୍ ଆର୍ ସିଆନ୍ମାନେ ପାର୍ବତିର୍ ବାପ୍ ଘର୍କେ କୁନୁଆଁ ହିସାବେଁ ଠୁଡ଼୍ଙ୍ଗିସନ୍୍ । ଇମାନ୍କୁଁ ଦେଖିକରିଁ ପାର୍ବତି ଘରର୍ ସିଆନ୍ ଝନେ ବଲ୍ସନ୍, “ଇ ବୁଆ! କାହିର୍ ଲୋକ୍ ହୋ ଏତେ? ଅକୁହା ପୁଛା ଘର୍କେ ମିତ୍ରି ଢ଼ୁକିଆଇଛ ଜେ’?

ସେ ଆଡ଼ର୍ ସିଆନ୍ ଝନେ ଭି କହି ବସ୍ସନ୍, ‘ଆମେ କଏଲାସ୍ପୁରୁଁ ଆଇଛୁଁ । କଥା କାଣ।। କି ଇ ବାଟେଁ ଜାଉଥିଲୁଁ ଜେ ଦେଖ୍ଲୁଁ ହୋ ତମର୍ ବନେ୍ଧଁ ବନେ ଫୁଲ୍ ଟେ ଫୁଟିିଛେ । ତାର୍ ଲୁଭେଁ ଆଇଛୁଁ ଆମର୍ ବାବୁର୍ ଲାଗିଁ ତୁଲ୍ବାକେ । ହେଲେଁ ଘରର୍ ଗୁସିଆଁକେ ନାଇଁ ବୁଝିକରିଁ କେନ୍ତେଇଁ ନେତୁଁ ହୋ”? ‘ଜେ ତମର୍ ପିଲା କିଏ ଆନ୍, କାଣା କର୍ସନ୍ ନାଇଁ ଜାନି କରିଁ ଦେଇହେବା କାଏଁ’? – ଇ ଆଡ଼ର୍ ସିଆନ୍ ଟୁଁଡ଼ୁଁ କଥା ଛଡ଼େଇ ଆନି କରି ସେ ଆଡ଼ର୍ ସିଆନ୍ ବଲ୍ସନ୍, ‘ଆମର୍ ବାବୁର୍ ନାଁ ମାହାଦେବ ଆଏ’ । ଇଟା ସୁନିକରିଁ ଟୁକ୍ଲିର୍ ବୁଆ ବଲ୍ସନ୍, ‘ଇ ବୁଆ! ହେଁ ଗଞ୍ଜିହାକେ? ସେ ଫେର୍ ମସାନ୍ ପଦା ନ ରହେସନ, ଦିିହି ସାରା ଖାର୍ ମାଖିଥିସନ୍, ବେଁକେଁ ସାଁଁଁଁଁଁଁଁଁଁଁଁଁପ୍ ଉଲେଇ କରିଁ ଅଁଟା ନ ବାଘ୍ଛାଲ୍ ଗୁରେହି ହଇଥିସନ୍ କାଏଁଜେ? ମୋର ସୁନାନାକି ଝି ସାଙ୍ଗେଁ କାହୁଁ ଫବ୍ବେ ହୋ!’ ତେତ୍କେଁ ସିଆନ୍ମାନେ ବଲ୍ସନ୍, ‘ଦେଖ ମାହାରାଜ୍! ଜଗତର୍ ମଙ୍ଗଲ୍ ଲାଗିଁ ଆମର୍ ଇ ପ୍ରସ୍ତାବ୍ । ଆମର୍ ବାବୁ ଜୋଗିରାଜ୍ ଆଏ । ତାର୍ ସାଙ୍ଗେଁ ପାର୍ବତିର୍ ବିହାକଲେଁ ଦୁହିକର୍ ପରୁହାଁ ପୋ ହାତେଁ ତାରକାସୁରର୍  ନିଧନ୍ ହେବାର୍ ଟା ଲେଖାହଇଛେ । ଇଥିଁ ଅମଙ୍ଗ୍ ନାଇଁ ହ ମାହାରାଜ୍!’ ଖିଆଲ୍ ମସ୍କୁଲ୍ ହଏତେଲ୍ କନିଆଁ ଘରର୍ ହଁ ପଦେଁ ସବୁ ଛିଡ଼୍ସି ।

ଇ ଦିନେ ବର୍ପିଲାର୍ ବୁଆ ହାତୁଁ କନିଆଁ ଟୁକେଲର୍ ବୁଆ ମାଁ ସର୍ଗି ପତର୍ ପେଁଡ଼ା ନେଇ କରିଁ ପାର୍ବତି ସାଙ୍ଗେଁ ମାହାଦେବ୍ ବାବାର୍ ବିହା ଥାଇ କର୍ସନ୍ ବଲିଁ ଇଟାକେ କହାହେସି ପତର୍ ପେଁଡ଼ି ଜାତ୍ରା । ଇଥିର୍ ସାଙ୍ଗେଁ କନିଆ ଟୁକେଲ୍ ଲାଗିଁ ସାଢ଼ି,  ଚୁରି, ସେନ୍ଦୁର୍ ଲେଖେଁ ଲାଖ୍ ଚୁରି ସାଜୋ ଦେଇଥିସନ୍ ବଲିଁ ଇଟାକେ ପିନ୍ଧାନି ଭି ବଲ୍ସନ୍ । ଟୁକେଲ୍ ଘରେଁ କୁନୁଆଁମାନ୍କୁଁ  ଚାହା ପାଏନ୍ ଦେଇକରିଁ ମାଏନ୍ ମନ୍ସା ମନାଗୁନା ଭି କରିଥିସନ୍ ବନେ ଗହ ଗହ ହଇ । ସେଭୁଁ ମାହାଦେବ୍ ବାବାର୍ ବନ୍ଲା ବାପ୍-ମାଁ ଆର୍ ମାଁ ପାର୍ବତିର୍ ବନ୍ଲା ବାପ୍-ମାଁ ଭିତ୍ରେଁ ସମ୍ଧି-ସମ୍ଧେନ୍ ବାଗିର୍ ମାଏନ୍ ଟେ ଜୁରି ହେସି । ଲେତା ଟା ଲମି ଥିସି ନ ।

ଗୁଆ ଗୁଁଡ଼ା : ଆରେ ଦିନୁ ତୁର୍ତିଆ ଆର୍ ଚଉଠି ଦୁଇ ଦିନ୍ ଧରିକରିଁ ବଜାଗଜା, ନାଚ୍ ଗାନା ସହେତେ ଭକତ୍ମାନ୍କର୍ ସାଙ୍ଗେଁ ଗୁଆ ଗୁଁଡ଼ା   ପରବ୍ ନ ଗୁଆ, ହଲ୍ଦି, ନଡ଼ିଆ ଦେଇକରିଁ ଦେ-ଦେବ୍ତାକୁଁ ବିହାଘର୍ ନିଉତା ଦେବାର୍ ମୁଲ୍ହେସି । ସମଲ୍ପୁରେଁ ନନ୍ଦ୍ପରା ଆର୍ ଝାଡ଼ୁଆପରାର୍ ବାବାର୍ ଲାଗିଁ ବିର୍ ହନ୍ମାନ୍ ଜାଏସନ୍ ଭିନ୍ ଭିନ୍ ଦେବାଦେବିକେ ନିଉତା ଦେଇା ଇଟାକେ ବଲା ଜାଏସି ହନ୍ମାନ୍ ଗୁଆ ଗୁଁଡ଼ା ଜାତ୍ରା । ମାତର୍କ ମୁଦିପରାର୍ ଜାଗେସ୍ୱର୍ ବାବାର୍ ବିହା ଲାଗିଁ ନର୍ସିଂ ମାହାପୁରୁ ବିହାଘର୍ ନେଇ ଜାଏସନ୍ ବଲିଁ ଇଟାକେ ନର୍ସିଂ ନିଉତା ବଲ୍ସନ୍ । ହେଲେଁ କେତେ ଠାନେ ଭଏଁରୋ ବାବା ଗୁଡ଼ି ଗୁଡ଼ି ଜାଇ କରି ଦେବାଦେବିମାନ୍କୁଁ ନିଉତା ଦେସନ୍ ।

ଇତାକେ ବଲ୍ସନ୍ ଭଏଁରୋ ବୁଲା । ବରପାଲି ଆର୍ ଭେଡ଼େନ୍ ନ ଇ ରକ୍ମିଆଁ ଧାରାଟେ ରହିଛେ । ନାଁ ଭିନ୍ ଭିନ୍ ଚଲନ୍ ଗୁଟେ । ଏନ୍ତା କି ବାଲୁଁକେସ୍ୱର୍ ବାବା ସାଙ୍ଗେଁ ମାଁ ପାର୍ବତିର୍ ବିହାର୍ ସାଖି ହିସାବେଁ ଅମ୍ରିସନ୍ ଗୁଡ଼ିକେ ନନ୍ଦ୍ପରାର୍ ସାଖିଗୋପିନାଥ୍ ମାହାପୁରୁ । ଇ ବିହାଘରେଁ ପହେଲା କୁନୁଆଁ ଆନ୍ ସେ । ଅମରୁନ୍ ସାଏର୍ ପୁରୋହିତ୍ମାନେ ବନେକରିଁ ତାକର୍ ପୁଜାଧଜା କରିଥିସନ୍ । ତେତ୍କେଁ ବଜାଗଜା, ଘଁଟ୍ ସଁକ୍, ନାଚ୍ଗାନା ସହେତେ ଭକତ୍ମାନେ ଖନ୍ଦେଁ ବୁହିକରିଁ ସହର୍ ବୁଲେଇଥିସନ୍ । ବାଟେଁ ମାଁ ବହେନ୍ମାନେ କଲସ୍ ବସେଇକରିଁ ଆର୍ ଜାଗର୍ ଜାଲିକରିଁ ମାହାପୁରୁକେ ବନ୍ଦେଇଥିସନ୍ । ଖାଲି ହେତ୍କି ନୁହେସେ । ମାମୁଁ ଘର୍କେ ଭି ନିଉତା ଦେଇ ଜାଏସନ୍ ବଜାଗଜା ଧରି କରିଁ । ମାମୁଁକେ କପ୍ଡ଼ା ଲତା ଦେଇ ବରନ୍ କରାହେସି । ସେ ଅନ୍ସାରେଁ ମାମୁଁ ଭି ତିଆର୍ ହେସନ୍ ମଉଲାଭାର୍ ନେବାର୍କେ । ତେତ୍କେଁ ବାକି ବନ୍ଧୁବାନ୍ଧବ୍, ମିତ୍-ମଏତର୍ମାନ୍କୁଁ  ଭି ବିହାହାରି ଗୁଆ ଗୁଁଡ଼ା ଥିଁ ନିଉତିସନ୍ ।

ଗଁଠ୍ଲା ହିଟା : ପଞ୍ଚମି ତିଥି ନ ହେସି ସରାଦି । ଇ ଦିନେ ପହେଲା ନୁ ଚାଲ୍ସି ଗଁଠ୍ଲା ହିଟା ପରବ୍ । ଆଗର୍ ବଛରର୍ ଜାତ୍ରା ଥିଁ ବନିଥିବା ବାପ୍-ମାଁର୍ ଠାନୁ ଲେତା ଛିଡ଼ା ହେସି ଆଘୋ । ତେତ୍କେଁ ଜାଇଁ ଇ ବଛ୍ରେଁ ହେବାର୍କେ ଥିବା ବାପ୍-ମାଁକେ ବିହାଘରିଆ ଭାର୍ ଦିଆହେସି। ବିହାହାରି ବଦ୍ଲାବାର୍ କବାର୍ ଆଏ ଇଟା । ବଛ୍ରେ ଧରି କରିଁ ସିବ-ପାର୍ବତିକେ ଝି-ଜୁଏଁ ହିସାବେଁ ପାଇଥିବାର୍ ଗଲା ଜାତ୍ରାର୍ ବାପ୍-ମାଁ ବନ୍ଧୁ-ବାନ୍ଧବ୍ ସାଙ୍ଗେଁ ଗୁଡ଼ିକେ ଆସିକରି ଦେବାଦେବିକେ ଘର୍କେ ନେସନ୍, ପୁଜା ଧଜା କରି ବନ୍ଦାସନ୍, ସକ୍ତି ଅନ୍ସାରେଁ ବେଭାର୍ ଦେଇକରିଁ ଗଁଠ୍ଲା ହିଟାସନ୍ ଆର୍ ଗୁଡ଼ିକେ ଫିରେଇ ଆନ୍ସନ୍ ।

ସରାଦି-ବରାତି-ବିହା : ତେତ୍କେଁ ଇ ବଛରର୍ ଜାତ୍ରା ଥିଁ ବନିଥିବା ନୁଆଁ ବାପ୍-ମାଁ ଆର୍ ଟୁକେଲ୍ଘରିଆ ମାଏଝିମାନେ ବଜାଗଜା ଧରିକରିଁ ଗୁଡ଼ିକେ ଆସିକରିଁ ମାଁ ପାର୍ବତିକେ ପୁଜା ଧଜା କର୍ସନ୍ ଆର୍ ଝି ହିସାବେଁ ନିଜର୍ ଘର୍କେ ଆନିଆଏସନ୍ । ଚାଲ୍ସି ତେଲ୍-ହଲ୍ଦି ଥିଁ ଗନ୍ସା ମଙ୍ଗ୍ଲା ପରବ୍ । ସେ ଆଡ଼େଁ ଜେ ମାହାଦେବ୍ ବାବାକେ ଭି ବର୍ଘରିଆ ଭୁଆସେନ୍ମାନେ ହଲ୍ଦିପାନି ଗୁଧେଇ କରି ଗନ୍ସିସନ୍ । ଇ ବେଲି ମାମୁଁ ଘରୁଁ ଆଏସି ମଉଲା ଭାର୍ । ବର୍ଘର୍କେ ଆଉଥିବାର୍ ମଉଲାଭାରେଁ ପିଲାର୍ ଲାଗିଁ କପଡ଼ାଲତା, ପିଲାର୍ ବୁଆ-ମାଁର୍ ଲାଗିଁ ଭି ଧୁତି କପ୍ଟା ଅନାହେସି ।

ଠିକ୍ ସେନ୍ତା ଟୁକେଲ୍ ଘର୍କେ ଆଉଥିବାର୍ ମଉଲା ଭାରେଁ ପାଟ୍ ସାଢ଼ି ସାଙ୍ଗେଁ ସକ୍ତି ଜାନି ସାଜୋ ବାଜୋ ବେସକ୍ ଆଏସି । ଜାର୍ ମାମୁଁ ନାଇଁ ନୁଅାଁ ମାମୁଁ-ମାଇଁ ସାରେ ଠିକ୍ କରାହେସି । ଘର୍ମାନ୍କୁଁ ଭିନ୍ ଭିନ୍ ଠାନୁଁ ଲାଗେଲେସର୍ ଲୋକ୍ କୁନୁଆଁ ଆସିଥିସନ୍ । ସବୁ ଫାଲ୍ ଗଜ୍ ଗଜ୍ । ସବୁଠାନୁ ଅସଲ୍ କଥା ହେଲା ଇ ବିହା ଥିଁ ବର୍ ଆର୍ କନିଅାଁ ଘରର୍ ଲୁକେ ଗୁଟେ ଜାତିର୍ ହଇଥିବେ ବଲିଁ ହେନ୍ତା ମାନେ ନାଇଁନ । ଅଲ୍ଗା ଅଲ୍ଗା ଜାତିର୍ ଭି ହଇପାର୍ବେ ।  ମାତର୍କ ନିଜର୍ ନିଜର୍ ଜାତିର୍ ରିକ୍ମା ଅନ୍ସାରେଁ ପୁଜା ଧଜା କରାଜାଇଥିସି । ଇ ହିସାବେଁ ଦେଖ୍ଲେଁ ଆନ୍ତର୍ଜାତିକ୍ ବିହା ହିସାବେଁ ଭି ଇଟାକେ ମାଏନ୍ତା ଦିଆଜାଇପାର୍ବା । ସତ୍କେ ସତ୍, ଜାଏତ୍ ତ ଜାଏତ୍ ଗୁଟେ ଜାଏତ୍ । ଆର୍ ସେଟା ମୁନୁସ୍ ଜାଏତ୍ ।

ଜହ କରିଁ ଜାର୍ ଘରେଁ ଟୁକେଲ୍ ନାଇଁ ଥାନ୍ ପାର୍ବତିକେ ଝି ବନେଇ କରିଁ ବଡ଼ା ଉସତ୍ ହେସନ୍ ଆର୍ ମୁଦି, ମାଲି, ଚୁରି, ପାଏଝଲ୍ କରି ଗୁର୍ଦୁ ସାଜୋ ବାଜୋ ଦେଇ କରିଁ ନିଜର୍ ଝି ଲେଖେଁ ଉଲେଁଦୁଲେଁ ବଟାସନ୍ । ଠିକ୍ ସେନ୍ତା ଜୁଏଁ ମାହାଦେବ୍ ବାବାର୍ ଲାଗିଁ ଖଡ଼ୁ, କଁଠଉ, ଚିଲମ୍, ତିର୍ସୁଲ୍, ଡମ୍ରୁ, ବେଲ୍ପତର୍, ଅଧା ଚନ୍ଦର୍ ଗରେହି ଥିସନ୍ ।

ପୋ ନାଇଁ ଥିଲା ଲୋକ୍ ବଡ଼ା ଆଧିକେଁ ବାବାକେ ପୋ ବନେଇ ବିହା କର୍ସନ୍ । ଇ ମାଟିଁ ପାର୍ବତି ହେସନ୍ ସାଏକାତ୍ ଗେଲେହି ଝି ଆର୍ ମାହାଦେବ୍ ହେସନ୍ ଆଦରର୍ ପୋ । ଘରେଁ ମାଁ-ବହନେ କନିଅାଁ ଟୁକେଲ୍କେ ତେଲ୍ ହଲ୍ଦି ଲଗେଇ ଗନ୍ସିସନ୍ ଜେନ୍ତା ଲମେନ୍ ଥିଁ ସାମିଲ୍ ଭି ହେସନ୍ ସେନ୍ତା । ପଞ୍ଚମି ଦିନେ ରାତିଁ ବାବା ସୁନା ରୁପା ଥିଁ ସଜେଇ ହଇଁ ପର୍ଭା ଥିଁ ସଜା ରଥେଁ ଗୁଡ଼ି ନୁ ବରାତି ବାହାରିଥିସନ୍ ସଁଣ୍ ପିଠିଁ ବସିକରିଁ । ସାସ୍ତର୍ ପୁରାଣର୍ ହଉନ୍ କି ଲୋକ୍-ଦେବ୍ତା ହଉନ୍ ସମଲ୍ପୁର୍ ଆର୍ ତାର୍ ଆସର୍ ପାସର୍ ଫି ଗୁଡ଼ି ଭାଡ଼ିର୍ ଦେବ୍ତା ଗୁଟେ ସୁରେଁ ବାହାର୍ସନ୍ ତାକର୍ ବରାତି ଦଲେଁ । ବର୍ଜାତ୍ରି ନ ସାଖି ଗୋପିନାଥ୍, ବିର୍ ହନୁମାନ୍ ଆର୍ ଦୁସ୍ରା ଦେବାଦେବି ଭି ସାମିଲ୍ ହଇଥିସନ୍ ।

ଇ ଲୋକ୍ନାଟ୍ ଥିଁ ଦେବାଦେବି ମୁଖିଆ ହଇଥିଲେଁ ବି ମଉନ୍ କଲାକାର୍ ବନି ଥିସନ୍ । ମାତର୍କ ତାକର୍ ସାଙ୍ଗେଁ ଲମି ଆସୁଥିବାର୍ ସବୁ ପୁଝାରି , ପୁରୋହିତ୍, କର୍ତା- କର୍ତେନ୍ ଆର୍ ମୁଲିହାର୍ ଠାନୁ ମୁଲ୍ କରି କାହିଁ ନାଇଁ କାହିଁ ବନିହାଁ ଠାନୁ ଆସିଥିବା ଗାହାକ୍, ବାହାକ୍, ନଚ୍ନିଆଁ, ବଜ୍ନିଆଁ ଆଦି ରଙ୍ଗ୍ମଖା କଲାକାର୍ ଆର୍ ଭିନ୍ ଭିନ୍ ଭାସାଭାସି ଦେଖନ୍ହାରି ଭକତ୍ ଲୋକ୍ ତକ୍ ସଭେ ସାନ୍ ସୁରୁ ହଉନ୍ ପଛେ ଝନେ ଝନେ ଜିଇଁତା କଲାକାର୍ ହିସାବେଁ ସାମିଲ୍ ହଇଥିସନ୍ । ସଁଣ୍ ପିଠିଁ ବସ୍ଲା ମହାଦେବ୍ ବାବା ମୁର୍ତିକେ ଭକତ୍ମାନେ ଖନ୍ଦେଁ ବୁହିକରି ପାର୍ବତି ଘରେଁ ଅମ୍ରିସନ୍ । ବାମ୍ହନ୍ ପୁରୋହିତ୍ ସାଙ୍ଗେଁ ବରାତିବାଲେ ଲମ୍ସନ୍ କନିଆଁ ଘର୍କେ । ଠାଡ଼୍ ପଟୁଆ ଲୋକ୍ – ଆଏଁଖ୍ ନାଇଁ ପାଏ । କନିଆଁ ଘରେଁ ବର୍ଜାତ୍ରି ବାଲାକୁଁ ପର୍ଘେଇ ଆନ୍ସନ୍ । ପୁହୁଁଚୁନ୍ ସାଏର୍ ବର୍ପିଲାକେ ବାଟ୍ବରନ୍ କରାହେସି ଆର୍ ମାଁ ବୁହେନ୍ମାନେ ଘି ବୁଥା ପାନ୍ପତ୍ରେଁ ଗାଲ୍ ସେକି କରିଁ ଅଲୁଆ ଚାଉଲେଁ ବନ୍ଦେଇ କରିଁ ବେଦିକେ ନେଇ ଜାଏସନ୍ ।

ଲୋକ୍ ରିକ୍ମା, ରିତି ଅନ୍ସାରେଁ ଚାଲ୍ସି ବିହା । ପନ୍ଡିତ୍ମାନ୍କର୍ ମନ୍ତ୍ର ଥିଁ ମହାଦେବ୍ ଆର୍ ପାର୍ବତିର୍ ବଉଁସର୍ ପହେଚାନ୍ ଆର୍ ପୁଜାବିଧି ସାଙ୍ଗେଁ ସଁକ୍, ଘଁଟ୍, ହରିବୋଲ୍, ହୁଲ୍ହୁଲି ନାଦେଁ କଁପି ଉଠ୍ସି ବିହାବେଦି । ଗଁଠ୍ଲା ଜୁରାହେସି, ସମ୍ଧିଭେଟ୍ ଚାଲ୍ସି । ହାତ ବନ୍ଧନ୍ ପଡ଼୍ସି, ସଁଖେଁ ପାଏନ୍ ଦିଆ ପରବ୍ ବି ସର୍ସି । ସେନ ଥିବା ଭକତ୍ମାନେ ରାଏତ୍ ସର୍ତା  ଉଜାଗର୍ ରହିକରି ଦେବାଦେବିର୍ ଇ ପବିତ୍ର ବିହା ଉଛବ୍କେ ଦେଖୁଥିସନ୍ । ସଖାଲେଁ ଭିନ୍ ଭିନ୍ ବିହା ବେଦି ନ ସିବ-ପାର୍ବତିକେ ବନ୍ଦେଇ କରି ପର୍ସାଦ୍ ପାଏଲା ଉତ୍ରୁଁ ବେଲହୁ ବେଲି ଝି ବଟାବାର୍ ଉଜୋଗ୍ ଚାଲ୍ସି ।

ଲମାନି : ସସ୍ଠି ରାତୁଁ ଗଁଠ୍ଲା ଜୁରା ହେଲା ସଜେଁ ନଗର୍ ବୁଲି ବାହାର୍ସନ୍ ବାବା ମାହାଦେବ୍ ଆର୍ ମାଁ ପାର୍ବତି । ଠାଟର୍ ଆଘୋ ଆଘୋ ବିର୍ ହନ୍ମାନ୍କର୍ ରଥ ଲମିଥିସି । ଠାନ୍ ଠାନ୍ ମାଁ – ବୁହେନ୍ମାନେ ପାଏନ୍ ଭରା କଲ୍ସି ବସେଇ କରିଁ ଗରିଆ ଗଡ଼ୁମାନ୍କେଁ  ଆମ୍ ଡାଲ୍ ଆର୍ ନଡ଼ିଆ ଥୁଇ କରି ଦେବାଦେବିକୁଁ ବରନ୍ କରସନ୍ । ନଗର୍ ବୁଲ୍ତେଲ୍ ଗଲାବେଲେଁ ଫି ଘର୍ଦୁଆରେଁ କି ବାଟ୍ମୁହେଁ ପାଏନ୍ ଢଲା ଜାଏସି, ଗୋଡ଼୍ଧୁଆ ହେସି ଆର୍ ପୁଜା ଧଜା ଭି କରାଜାଏସି । ସହରର୍ ଫି ମୁଖିଆ ସଡ଼କ୍ ଦେଇ କରିଁ ଠାଟ୍ ଜାଇଥିସି । କୁଟୁମ୍ ବାଟୁମ୍ ସାଙ୍ଗେଁ ବନ୍ଧୁବାନ୍ଧବ୍ ସଭେ ମେସି କରି ଦେବାଦେବିକୁଁ ଥନ୍ଥନ୍ ହଇଁ ବଟେଇଥିସନ୍ । ସଖାଲ୍ ପୁଆ ପୁଆ ଲମେନ୍ ବେଲ୍କେ ଘର୍ ଦୁଆରି ଜିବନ୍ ଜିଇଁବାର୍କେ ଜାଣା ଜାଣା ଦର୍କାର୍ ଝି ବଟା ସାଜୋ ସିଲ୍-ଜଁତା, ଘରି -ଚଁଘ୍ରା, ଚାଲ୍ନି, ଲିଆଭୁଗା, ହୁରୁମ୍ ଛଟ୍ନା, ବାସନ୍-କୁସନ୍ ସାଙ୍ଗେଁ ମୁଗ୍ପୁରା, ଧାନ୍ପୁରା ଲେଖେଁ ଝି ବଅରା ସାମାନ୍ ପତର୍ ଭି ଦିଆ ହେସି । ସେ ସବୁ ଭରୁଆମାନେ ବୁହି କରିଁ ପାର୍ବତିକେ ଆନି ଛାଡ଼୍ସନ୍ ଧାର୍ ଧରି କରି ।

ବଡ଼୍ ଆସ୍ରିଜ୍ କଥା ଜେ ଗୁଡ଼ି ଘର୍କେ ଅମ୍ରିଲେଁ ଭୁଆସେନ୍ ଢୁକା ସମିଆକେ ବାଟ୍ଛେକାନି ଭି ଦେବାର୍ଟା ଥାଇ ଆଏ । ଅବେସ୍ ପୁରାନ୍ ଅନ୍ସାରେଁ ସିବ ମାହାପୁରୁର୍ ବୁହେନ୍ ନାଇଁନ । ହେଲେଁ ଲୋକାଚାର୍ ଅନ୍ସାରେଁ ଇଟା ହେସି । ନିଜର୍ ନାଇଁ ଥିଲେଁ ଲାଗେ ଲେସର୍ ବୁହେନ୍ ହେଲେଁ ବାଟ୍ ଛେଁକ୍ବାର୍ ଟା ଥାବ୍ ଆଏ । ଇନ ସିବ-ପାର୍ବତି ଖାଲି ଦେବାଦେବି ନୁହଁନ୍- ଆମର୍ ସମ୍କିରର୍ ଘରୁଆ ଲୋକ୍ ବି ଆନ୍ । ତାହିର୍ ଲାଗିଁ ବିହାଘରିଆ ଲେଖେଁ  ଗହଗହ ହେବାର୍ ସାଙ୍ଗେଁ ବଢ଼ା ଉସ୍ନାକେଁ  ସିବ ଆର୍ ସକ୍ତିର୍ ଉପାସନା ଭି କର୍ସନ୍ ଭକତ୍ମାନେ । ଜେନ୍ତା କି ବିହାଘରିଆ କବାର୍ କମ୍ କର୍ବାର୍ ଥିଁ ସାମିଲ୍ ହେବାର୍ ନ ସଭେ ଉସତ୍ ।

ଇନ ଦେଖ୍ବାର୍ କଥା ଆମର୍ ଗରିମାମଏ ଲୋକ୍ଧାରାକେ । ଲୁକେ କରାଲେ, ଲୁକେ କର୍ଲେ ଆର୍ ଲୁକ୍କର୍ ଢଙ୍ଗେଁ ଭି କଲେ । ସଥେଁ ଜେନ୍ତା ନାଟ୍ ଆଏ, ଏକ୍ବାରି ଦେଖ୍ନୋର୍ ଲୋକ୍ନାଟ୍ । ସମ୍କୁଁ ଜୁଟେଇ ଜୁଟା କରିଁ ହେଡ଼େ ଉବାଗର୍ ନ କରାବାର୍ ଟା କମ୍ କଥାଟେ ନୁହେସେ । ଲୁକ୍କର୍ ଉଜୋଗ୍ ଥିଁ ନୁଆଁ ଭୁଆସେନ୍ ପାର୍ବତି ସାଙ୍ଗେଁ ବର୍ ମାହାଦେବ୍ ଗୁଟେ ରଥ ନ ଜାଉଥିବେ ଆଗ୍କେ ଆଗ୍କେ । ବଛର୍ ସାରା ଗୁଡ଼ି-ଗମ୍ହିରା ଭିତ୍ରେଁ ଥିବାର୍ ଦେବାଦେବି ବିହାର୍ ଉଟ୍ଗନେ ଥରେ ଲୁକ୍କୁଁ ଜୁଗଲ୍ ଦର୍ସନ୍ ଦେବାର୍ ଗୁଟେ ବଢ଼ିଆ ସିଲ୍ସିଲା ।  ପର୍ଭା ଠାଟ୍ମାନ୍କେଁ ସୁନାରୁପା ଥିଁ ସଜାଲା ଜୁଗଲ୍ ମୁର୍ତି ବଡ଼ା ଦେଖ୍ନୋର୍ ଆଏ ।

ଇ ସମିଆ ନ ଦର୍ସନ୍ କଲେଁ ଜୁଗ୍ଜୁଗର୍ ସବୁ ପାପ୍ ତାପ୍ ଧୁଇ ହେସି ବଲିଁ ଥିବାର୍ ବିସ୍ୱାସ୍ ଲାଗିଁ ଭକତ୍ ସମାଜ୍ ଜହ ଆତୁର୍ ହଇ ଦର୍ସନ୍ କର୍ସନ୍ । ରଥ ଗଡ଼୍ଗଡ଼ୁଥିବା ଆଗ୍କେ ଆଗ୍କେ । ଉଛବ୍ ମାହୋଲ୍ ଭିତ୍ରେଁ ସିବ-ପାର୍ବତିର୍ ଜେଜେକାର୍ ଥିଁ କଁପି ଉଠୁଥିବା ଚାର୍ହିଆଡ଼୍ । ଖାଲି ଗହଗହ ଆରୁ ଗହଗହ ଭିତ୍ରେଁ ସଭେ ଏକାକାର୍ । ଜାଏତ୍ – ଅନ୍ଜାଏତ୍ ବଲିଁ କେନ୍ସି ରକ୍ମର୍ ବାଏଚ୍ ନାଇଁଥାଏ ଇ ଜାତ୍ରା ନ । ସଥେଁ ଜେନ୍ତା ସମ୍କର୍ ଲାଗେଲେସର୍ ହଇଥିସନ୍ ସିବ-ପାର୍ବତି । ତାହିର୍ ଲାଗିଁ ବର୍ଜାତ୍ରି ଦଲେଁ ଦେ-ଦେବ୍ତା, ମୁନୁସ୍-ମାକର୍ ଠାନୁ ମୁଲ୍ କରିଁ ବାହାନ୍ ହିସାବର୍ ନାନା ଜିବ-ଜଁତୁକର୍ ସମାଗମ୍ ଘଟିଥିସି । ବଡ଼ା ଆକାଭୋତ୍ କଥା ଜେ ଗୁଟେ ଭାବର୍ ଡୁରେଁ ବନ୍ଧା ହଇଥିସନ୍ ଖାଏଦ୍ ଆର୍ ଖାଦକ୍ମାନେ ଭି । ବେକେଁ ସାଁପ୍ ମାଲ୍ ଗୁରେଇ ହଇକରିଁ ସଁଣ୍ ବାହାନ୍ ଉପ୍ରେଁ ବସିଥିବେ ସିବ, ସିଂ ପିଠିଁ ବିରାଜ୍ମାନ୍ କରିଥିବେ ପାର୍ବତି । ବିସ୍ଟୁଁ ଆଏବେ ଗରୁଡ଼୍ ବାହାନେ । ଜେନ୍ତା କି ସତ୍ରୁକେ ଭି ମିତ୍ରୁ ବନାବାର୍ ଗୁଟେ ଅକ୍ଲିଆ ଉଟ୍ଗନ୍ ହଇଥିସି ଇ ଜାତ୍ରା ନ । ବନିହାଁ ବନିହାଁ ଦୁରୁଁ ଆସିଥିସନ୍ ଭକତ୍ମାନେ । ଗହଦ୍ ଗୁମକ୍ ଥିଁ ଭି ମନ୍-ତନ୍ ଲଗେଇ କରି ଦେବାଦେବିର୍ ଆଉତି ବାଟ୍କେ ଅନ୍ସରି ଥିବାର୍ ଦେଖନ୍ହାରି ଘାଏକେଁ ଛନ୍କେଁ ହୁର୍ହୁରିଆ ଧୁକା ହୁଲ୍କେ କି ପାଏନ୍ ଅଛ୍ରେ ପାଇ କରିଁ ବୋଦ୍ ହଇଜାଏସନ୍ । ଠିକ୍ ପହପହ ଆଡ଼୍କେ ଗୁଡ଼ିକେ ଅମ୍ରିସନ୍ ବାବା ମାହାଦେବ୍ ଆର୍ ମାଁ ପାର୍ବତି । ଆଉତି ବାଟେଁ ଜେନ ଜେନ୍ତା ଅନ୍ନ କୋଟ୍ ବସେଇଥିସନ୍, କିଏ କିଏ ପାଏନ୍ ଛତର୍ ଖୁଲିଥିସନ୍ ତ କିଏ କିଏ ସର୍ବତ୍ ଦେଇକରିଁ ଭକତ୍ମାନ୍କୁଁ ମାନ୍ବାର୍ ଟା ଗୁଟେ ଆଧିକ୍ କବାର୍ ଆଏ । ନଗର୍ ବୁଲା ସାରିକରିଁ ସେସେଁ ଦେବାଦେବି ଗୁଡ଼ିକେ ଢୁକିଥିସନ୍ । ଜାହିଁ ଦେଖ୍ବ ଉସ୍ନାକ୍ । ବାନ୍-‘ଟ୍କାର୍ ଗର୍ଜନ୍, ଘଁଟ୍-ସଁଖର୍ ତାନ୍, ମାଁ-ବୁହେନ୍କର୍ ହୁଲ୍ହୁଲି, ବଜାଗଜାର୍ ଦୁଲ୍କାନ୍ ଆର୍ ନଚାଡେଗା ଥିଁ ସଭେ ଜେନ୍ତା ମାତିଥିସନ୍ ।

ରାଏଜ୍ ଆର୍ ରାଏଜ୍ ବାହାରର୍ ଲାଖ୍ ଲାଖ୍ ଲୁକ୍କର୍ ଗହଲ ୍ଚହଲ୍ ଥିଁ ଗଜ୍ଗଜାସି ମାହାଦେବ୍ ଗୁଡ଼ି ସାଙ୍ଗେଁ ଗାଁ ଖୁଏଲ୍ । ହଜାର୍ ହଜାର୍ କଲାକାର୍ ସାମିଲ୍ ହେସନ୍ ବଲିଁ ସଥେଁ ଜେନ୍ତା ତାକର୍ ଗାନା, ବାଜ୍ନା ଆର୍ ନାଚିର୍ ଚୁଟେଁ ଦୁଲ୍କିସି ସହର୍ଟା ରଙ୍ଗେଁ । ସିତଲ୍ ସସ୍ଠି ଜାତ୍ରାର୍ ମୁଖିଆ ନାଚ୍ ବଏଲେଁ ଗଁଡ଼ିଆ ନାଚ୍ । ଦେସର୍ ଭିନ୍ ଭିନ୍ ଇଲାକା ନୁ ମାହା ଉସ୍ନାକେଁ ଗଁଡ଼ିଆ ଦଲ୍ (ରଙ୍ଗ, କିନ୍ନର) ଉତ୍ରିସନ୍ ହୁଦା ହୁଦା ହଇ । ତାହାକୁଁ କିଏ କିଏ ବିର୍ଝା ଖିର୍ଝା କଲେଁ କି ଟପା-ଡାଏକା ମାଏଲେଁ ବି କାହାରିର୍ ଧରାନ୍ ନାଇଁ । ସିବ-ପାର୍ବତିର୍ ବିହା ନ ନାଚ୍ଲେଁ ଅଧା ଅଁର୍ରା ଅଧା ମାଏଝି ଗଁଡ଼ିଆ ଜନମ୍ ନୁ ମୁକ୍ତି ମିଲ୍ସି ବଲିଁ ବିସ୍ୱାସ୍ ଟେ ରହିଛେ ବଲିଁ ମନୁସ୍ ହିସାବେଁ କିହେ ନାଇଁ ପଚ୍ରଉଥିବାର୍ ଗଁଡ଼ିଆମାନେ ଜହ ନାଚ୍ସନ୍ ।

ଜେ ଜେନ୍ତା ମାଫି ମାହାଲିଆ ଭି ମନ୍ ଭଏର୍ ନାଚ୍ସନ୍, ନିଜେଁ ତ ରସ୍ସନ୍, ଉନ୍ଝାମାନ୍କୁଁ ଭି ରସାସନ୍ । ଇ ଛଇ ଦିନ ବଡ଼ା ତହଁକେଁ ଦେଖନ୍ହାରି ଭକତ୍ମାନେ ହେସନ୍ ରୁଣ୍ପୁଣ୍ । ଘଁଟ୍ ବଜା, ସଁଖ୍ ‘ୁକା, ଗଁଡ଼ାବଜା, ମାନ୍ଦଲ୍, ଘୁମୁରା, ମୁର୍ଦୁଙ୍ଗ୍, ଖୋଲ୍-କସ୍ତାଲ୍ ବାଗିର୍ ପାରମ୍ପରିକ୍ ଲୋକ୍ ବଜା, ଡଁଣ୍, ଡାଲ୍ଖାଇ, କର୍ମା, ଗେଡ଼ି ଡାଙ୍ଗ୍, ଘୁଡ଼୍କା, ଘୁଡ଼ା ନାଚ୍, ସବର୍ ସବ୍ରେନ୍ ନାଚ୍, ପର୍ଭା ନାଚ୍ ବାଗିର୍ ଆମର୍ ରାଏଜର୍ ଲୋକ୍ ନାଚ୍ ସାଙ୍ଗେଁ ରାଏଜ୍ ବାହାରର୍ ନାଚ୍ ଦଲ୍ ବି ହୁଦା ହୁଦା ନାଚୁଥିସନ୍ ।

ଛତିସ୍ଗଡ଼୍, ଝାର୍ଖଣ୍, ନାଗ୍ପୁର୍, କଲ୍କତା, ଆନ୍ଧ୍ର, ପଞ୍ଜାବ୍ ଆଦି ଇଲାକାର୍ ନାଚ୍  ସାଙ୍ଗେଁ ଆମର୍ ଆଡ଼ର୍ ଆଦିବାସି ନାଚ୍, ସଁପର୍ଦା, କୁସ୍ଟଁଗୁରୁ, କିର୍ତନ୍ ଆର୍ ବାଡ଼ିଖେଲ୍ ଭି ସାମିଲ୍ ହେସି । ନ ଏଭେଁ ଜମାନାକେ ଚାହିଁକରି  ନଙ୍ଗ୍ଲି ନାଚ୍କେ ଜହ ଜୋର୍ ଦିଆଜାଉଛେ । ତାହିର୍ ଲାଗିଁ ଏଭର୍ ଆଲ୍ବମ୍ ଗାନାର୍ ମେଲୋଡି ଆର୍ ରେକଡ୍ ଡେନ୍ସ୍ ଠାନେ ଜହ ଗହକି । ମାତର୍କ ଗୁଟେ ସାଁସ୍କ୍ରୁତିକ୍ ବାର୍ତାଦେବାର୍ ହିସାବେଁ ନାଁ କରିଥିବା ଏତେ ବଡ଼୍ ଜାତ୍ରା ଥିଁ ଇ ରକ୍ମିଆଁ ବିକ୍ରୁତି ନାଇଁ ରହେବାର୍ ଚାହି । ଏସୁର୍କା ଇଥୁଁ ମୁକ୍ତି ମିଲ୍ବାର୍ ଆସ୍ ରହିଛେ । ହେଁ ରକ୍ମିଆଁ ପର୍ପଁଚିଆ ନାଚ୍ ଆର୍ ଗାନାକେ ସସ୍ଠି ଜାତ୍ରା ନ ଠାନ୍ ନାଇଁ ଦେଇକରିଁ ‘ି ଜାତ୍ରା କମିଟି ଆର୍ ଦେଖନ୍ହାରି ଭକତ୍ ସମାଜ୍ ତକ୍ ସଭେକେ ସଭେ ଲାଗିପାଗିକରି ଚଲନ୍ ନାଁ ଥିଁ ଅଚଲ୍ନିଆଁ କାର୍ବାର୍କେ ଛେଁକି ନେଇପାର୍ଲେଁ, ଲୋକ୍ ଉଦୁରମାତ୍ ହେବାର୍ ନୁ ତ୍ରାହି ତ ପାଏତେ । ଇ ସଁସ୍କାର୍ ଭାବ୍ନା ନୁ ହିଁ ଆମର୍ ସଁସ୍କ୍ରୁତିଟା ଭି ବନେ ବର୍କସ୍ ବଲିଁ ଲୁକେଁ ନାଁ କମାତା ।

ସେ ଜେନ୍ତା ବି ହଉ ଲୋକ୍ ନାଚ୍ ଆର୍ ଆଧୁନିକ୍ ନାଚ୍ ସାଙ୍ଗେଁ କାରିଗର୍ମାନ୍କର୍ ସଜାବୁଜା କାରିଗରି କମାଲ୍ ଥିଁ ଜାତ୍ରା ଇଲାକା ଗଜ୍ଗଜ୍ । ସିତଲ୍ ସସ୍ଠି ଗୁଟେ ସାଁସ୍କ୍ରୁତିକ୍ ଧାରାର୍ ରୋଡ଼୍ ସୋ । ଗଅଁଲି ଭାସା ଥିଁ କହେଲେଁ ଗାଁ ଖୁଏଲ୍ ଜାତ୍ରା । ଲୋକ୍ କଲା ଆର୍ ସଁସ୍କ୍ରୁତିର୍ ମିଲନ୍ ଲାଗିଁ ମଉକା ଦେସି ଇ ଜାତ୍ରା । ଇ ଜାତରା ଦିନ୍ମାନ୍କେଁ ଦେସର୍ ଭିନ୍ ଭିନ୍ ଇଲାକାର୍ କଲାକାର୍ମାନ୍କର୍ ସମାଗମ୍ ଦେଖ୍ଲେଁ ସମଲ୍ପୁର୍ ଟା ଛୋଟ୍ କାଟିଆ ଭାରତ୍ ଟେ ବାଗିର୍ ଲାଗ୍ସି । ସଥେଁ ଜେନ୍ତା ଇଟା ଗୁଟେ ଜାତିୟ ପରବ୍ । ଜହକରି ଜାଏତ୍ ଅନ୍ଜାଏତ୍ ଭେଦ୍ ଭାବ୍କେ ହଟାବାର୍ ଉଜୋଗ୍ କର୍ସି ଇ ଜାତ୍ରା । ଦେ-ଦେବ୍ତା, ମୁନୁସ୍-ମାକର୍, ଜିବ-ଜଁତୁ ଆଦି ସବୁ ବର୍ଗ, ସବୁ ଜାତିର୍ ସହାବସ୍ଥାନ୍ ହେସି ଇନ । ଜେନ୍ତାକି ସଭେ ଠାନ୍କେଁ । ଇ ହିସାବେଁ ଇଥିଁ ସାମ୍ପ୍ରଦାୟିକତା ବଦଲେଁ ସାମଗ୍ରିକତାର୍ ଠାନ୍ ଉଁ• ଦରଜା ପାଏସି ।

ମୁଲ୍ କଥା ହେଲା ଶାନ୍ତି ଆର୍ ଶକ୍ତିରୂପା ମାଁ ପାର୍ବତି ସାଙ୍ଗେଁ ରୁଦ୍ର ପୁରୁସ୍ ମାହାଦେବ୍ ବାବାର୍ ମିଲନ୍ ହେଲେଁ ନିଶ୍ଚେ ବର୍ସା ହେସି ଆର୍ ଧର୍ତି ସିତଲ୍ ହେସି ବଲିଁ ଲୋକ୍ ବିଶ୍ୱାସ୍ଟେ କେନ୍ କାଲୁଁ ରହିଛେ । ଇ ବିଶ୍ୱାସ୍ ସବୁ ଦିନେ ରହିଥାଉ, ଲୁକେ ଭାବର୍ ବନ୍ଧନେ ବନ୍ଧା ହଇଥାଉନ୍  ଆର୍ ଇନ୍ତା ସିତଲ୍ ଜାତ୍ରା ମନେଇ ଆଉଥାଉନ୍ । ଇଥିଁ ନ ଆମର୍ ମଙ୍ଗଲ୍ ଆର୍ ଜଗତର୍ ଭି ମଙ୍ଗଲ ।

About ଉତ୍ପନ୍ନ କୁମାର ଭୋଇ

ସାହିତ୍ୟିକ, ଲେଖକ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *