Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୪

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୪

ନମୁଚି ଥିଲେ ଆଉ ଜଣେ ଖ୍ୟାତନାମା ଦାସ ବା ରାଜର୍ଷି । ଦାସ ନମୁଚିଙ୍କର ବର୍ଣ୍ଣନା ରହିଛି ଋଗ୍ବେଦ ୫.୩୦.୭, ୫.୩୦.୮, ୬.୨୦.୬ ଏବଂ ୧୦.୭୩.୭ରେ ଅସୁରା ପୁସ୍ତକ ଲେଖକ ଡବଲ୍ୟୁ ଇ ହୁଏଲ୍ ଲେଖିଛନ୍ତି, ‘There are very few mentions of the activities of Dasas by virtue of which they are considered enemies-(W.E.Hale) R.S. Sarma-remarks that while the policy of Aryans vis-a-vis the Dasyas was one of ruthless extermination, that in the case of Dasas was tempered with moderation ( A. K. Lahiri).

ଋଗବେଦ ୫.୩୦.୯ଶ୍ଳୋକରେ ଲେଖାଅଛି,ଇନ୍ଦ୍ର କହୁଛନ୍ତି ‘ଦାସ’ମାନେ ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ (ଯୋଗିନୀମାନେ)ଆୟୁଧ ରୂପେ ବ୍ୟବହାର କରୁଛନ୍ତିି । ଏ ଦୁର୍ବଳ ଆୟୁଧମାନେ ମୋର କି କ୍ଷତି କରିପାରିବେ?’ ‘ଦାସ’ମାନଙ୍କ ମଧ୍ୟରୁ ଅନେକଙ୍କୁ ବେଦରେ ‘ଅହି’କୁହାଯାଉଛି ଏବଂ ସେମାନଙ୍କୁ ହତ୍ୟାକରି ଇନ୍ଦ୍ର ‘ଜଳ’କୁ ମୁକ୍ତ କରିଛନ୍ତି । ପୁରାଣରେ ରହିଛି ନାଗମାନେ ପାତାଳର ବାସିନ୍ଦା । ସମ୍ଭବତଃ ଭୂଗର୍ଭରେ ନାଳଖୋଳି ଜଳ ଆନୟନ ଓ ନିଷ୍କାସନ କାର୍ଯ୍ୟରେ ନାଗ ସମ୍ପ୍ରଦାୟର ଲୋକମାନେ ଦକ୍ଷଥିଲେ ଏବଂ ରାଜର୍ଷିମାନଙ୍କ ହତ୍ୟା ସହ ଆର୍ଯ୍ୟୋତ୍ତର ସମ୍ପ୍ରଦାୟର କୃଷି ଓ ନଗର ବ୍ୟବସ୍ଥାକୁ ଇନ୍ଦ୍ର ଧ୍ୱଂସ କରି ଜଳ ମୁକ୍ତଭାବେ ପ୍ରବାହିତ ହେବାର ବ୍ୟବସ୍ଥା କରିଥିଲେ ।

ଶାନ୍ତିପର୍ବ ୨୨୬ ଅଧ୍ୟାୟ ନଂ ୧୬ଶ୍ଳୋକରେ ଲେଖାଅଛି ଯେ ନମୁଚି ଇନ୍ଦ୍ରଙ୍କୁ କହିଲେ ଯେ, ‘ଅର୍ଥସିଦ୍ଧି ମୋହରେ ପଡ଼େନାହିଁ, ଯିଏ ସଙ୍କଟରେ ମଧ୍ୟ ଧୈର୍ଯ୍ୟ ବା ବିବେକକୁ ହରାଇ ନଥାଏ, ଯେ ସୁଖ ବା ଦୁଃଖକୁ ସମାନ ଭାବରେ ଗ୍ରହଣ କରିଥାଏ, ତାକୁ ମହାନ୍ପୁରୁଷ କହନ୍ତି ।’ (‘ସ୍ଥିରବୁଦ୍ଧି’ ଶବ୍ଦ ଗୀତାରେ ଏଭଳି ଯୋଗୀପୁରୁଷଙ୍କ ପାଇଁ ବ୍ୟବହୃତ ହୋଇଛି) ନମୁଚି ଜଣାଇଥିଲେ ଯେ ସେ ମୃତ୍ୟୁଭୟରୁ ମୁକ୍ତ (ଶାନ୍ତିପର୍ବ ୨୨୬ଅଧ୍ୟାୟ ଶ୍ଳୋକ ୨୧) । ଋଗ୍ବେଦ ପରବର୍ତ୍ତୀ ଯୁଗରେ ବୃତ୍ର, ନମୁଚି ପ୍ରଭୃତିଙ୍କୁ ‘ଅସୁର’କୁହାଗଲା । ବଳିଥିଲେ ସେଭଳି ଜଣେ ଅସୁର ଯେ ଯୋଗୀ ଥିଲେ ।

ଶାନ୍ତିପର୍ବ ୨୨୪ ଅଧ୍ୟାୟରେ ବଳି ଇନ୍ଦ୍ରଙ୍କୁ କହିଲେ ‘ଯେଉଁ ବ୍ୟକ୍ତି ରଜୋଗୁଣ (କାମ, କ୍ରୋଧ)ର କିମ୍ବା ତମୋଗୁଣ (ମୋହ)ର ବଶୀଭୂତ, ସେମାନଙ୍କର ବୁଦ୍ଧି ନଷ୍ଟ ହୋଇଯାଏ ଏବଂ ସେମାନେ ସଙ୍କଟରେ ପଡ଼ିଲେ ଦୁଃଖୀ ହୋଇଯାନ୍ତି । ସତ୍ତ୍ୱଗୁଣୀପୁରୁଷ ସେ ସବୁସ୍ଥିତିରେ ପ୍ରସନ୍ନ ରହିଥାନ୍ତି ।’ (ଶ୍ଳୋକ ୧୦,୧୧) । ବଳିଙ୍କର ଏ ଭାବନା ସାଂଖ୍ୟ ଦର୍ଶନ ଅନୁରକ୍ତିର ସୂଚନା ଦିଏ । ଯୋଗ ଓ ସାଂଖ୍ୟକୁ ଗୀତା ସମପର୍ଯ୍ୟାୟରେ ରଖିଛି (ଏକଂ ସାଂଖ୍ୟ ଚ ଯୋଗଂଚ…) । ପୃଥିବୀର ଅନ୍ୟଦେଶରେ ଆର୍ଯ୍ୟମାନଙ୍କ ବିଜୟ ଓ ଭାରତରେ ଆର୍ଯ୍ୟମାନଙ୍କ ପ୍ରଭାବ ବିସ୍ତାରମଧ୍ୟରେ ବହୁତ ଫରକ୍ ରହିଛି । ଗ୍ରୀସ୍ଦେଶରେ ଆର୍ଯ୍ୟମାନେ ସ୍ଥାନୀୟ ବାସିନ୍ଦାଙ୍କୁ ଐରକ୍ଷକ୍ଟଗ୍ଧ ବା କ୍ରୀତଦାସରେ ପରିଣତ କରିଦେଇଥିଲେ । ଭାରତବର୍ଷରେ କୌଣସି ସ୍ଥାନରେ ଆର୍ଯ୍ୟୋତ୍ତର ସମ୍ପ୍ରଦାୟଙ୍କ ସହ ଆର୍ଯ୍ୟମାନଙ୍କ ଯୁଦ୍ଧ ହୋଇଥିବାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ନାହିଁ ।

Romila Thappar ùfLôQ«ò, ‘There is little evidence for a large scale violent conflict and constant warfare despite the Harappan cities being fortified.’ (The Historiography of the concept of Aryan).

Romila Thappar ଲେଖିଛନ୍ତି, ‘There is little evidence for a large scale violent conflict and constant warfare despite the Harappan cities being fortified.’ (The Historiography of the concept of Aryan).

ପ୍ରାକବେଦୀୟ ଭାରତୀୟ ସଭ୍ୟତା ଥିଲା ଅନନ୍ୟ । ୫୦/୬୦ହଜାର ବର୍ଷ ତଳେ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ନବପ୍ରସ୍ତରଯୁଗର ଭୟାନକ ହତ୍ୟା ଉପଯୋଗୀ ଆୟୁଧମାନ ମିଳୁଥିଲାବେଳେ ଭାରତରେ ଏସବୁର ସନ୍ଧାନ ମିଳୁନି । ମେସୋପଟାମିଆ ସଭ୍ୟତା ମୂଳରେ ରହିଥିଲା ଅକଥନୀୟ ହିଂସା । ଅନ୍ୟ ଗୋଷ୍ଠୀମାନଙ୍କର ହତ୍ୟା ଓ ଶାରୀରିକ ନିର୍ଯାତନା ଯୋଗୁଁ ଶୋଷିତ ପିଚ୍ଛିଳ ଇତିହାସ ପଥରେ ଗଡ଼ି ଚାଲିଥିଲା ଅଧିକାଂଶ ସଭ୍ୟତାର ରଥଚକ । ଇଜିପ୍ଟର ସମ୍ରାଟ, ସମ୍ଭ୍ରାନ୍ତବର୍ଗ ଏବଂ ପୁରୋହିତଙ୍କ ମିଳିତ ଶୋଷଣ ଫଳରେ ଜନସାଧାରଣ ଥିଲେ ତ୍ରସ୍ତ । ଅସଂଖ୍ୟଶ୍ରମିକର କ୍ରନ୍ଦନଭରା କଠିନ ଶ୍ରମ ଫଳରେ ଗଢ଼ିଉଠିଥିଲା ବିଶ୍ୱର ବିସ୍ମୟ ପିରାମିଡ଼୍ମାନ । ମହାଭାରତରୁ ଜଣାପଡ଼ୁଛି ଯେ ମହେଞ୍ଜୋଦାରୋ -ହରପ୍ପାର ପ୍ରଚଳିତ ଜ୍ଞାନଥିଲା ଅନ୍ୱୀକ୍ଷିକୀ ବିଦ୍ୟା ।

ମହାଭାରତ କହେ ଯୋଗ ଓ ସାଂଖ୍ୟ ଭାରତରେ ସନାତନକାଳରୁ ପ୍ରଚଳିତ ଥିଲା । (ଶାନ୍ତିପର୍ବ: ୩୪୯ ଅଧ୍ୟାୟ) । ଏ ସମାଜ ଯେ ମୁଖ୍ୟତଃ ନାରୀକୈନ୍ଦ୍ରିକ ଥିଲା, ଏକଥା ପ୍ରତ୍ନତତ୍ତ୍ୱ ପ୍ରମାଣିତକରେ କାରଣ ନାରୀ ସ୍ଥାପତ୍ୟ ସଂଖ୍ୟା ଏ ସମାଜରେ ଅତ୍ୟଧିକ । ଭାରତୀୟ ସଂସ୍କୃତିରେ ଅହିଂସାର ପ୍ରାଧାନ୍ୟ (ଶତ୍ରୁତ୍ୱ ଭାବନା ଭାରତୀୟ ସଂସ୍କୃତିରେ ନାହିଁ: R.Thappar- early India ଏବଂ ସୁନୀତି ଚାଟାର୍ଜୀଙ୍କର ବଙ୍ଗଳା ବହି ‘ଭାରତ ସଂସ୍କୃତି’ର ପ୍ରବନ୍ଧ ‘ହିନ୍ଦୁ ସଭ୍ୟତାର ପତନ’ରେ ହେତୁବାଦ ଓ ନିରୀଶ୍ୱରବାଦତ୍ୱ (The Augumentative India- Amartya Sen) ଏବଂ ନାରୀର ଯୌନ ସ୍ୱାଧୀନତା (ସଂଗ୍ରାହକ ସମାଜର ଅନ୍ୱୀକ୍ଷିକୀ ବିଦ୍ୟାର ମଧ୍ୟମଣି ‘ଲୋକାୟତ’ର ମୁଖ୍ୟସ୍ୱର): ମୂଳ ମହାଭାରତରେ ଏ ତିନୋଟି ସାଂସ୍କୃତିକ ଆଙ୍ଗିକଗୁଡ଼ିକର ପ୍ରାଚୁର୍ଯ୍ୟ ସୂଚନାଦିଏ ମହାଭାରତର ଲେଖକ ଜଣେ ଲୋକାୟତିକ । କର୍ମବାଦ ଓ ବର୍ଣ୍ଣବାଦ ଓ ଜୀବହିଂସାର ତୀବ୍ରବିରୋଧୀ ଏବଂ ନାରୀପୁରୁଷ ସମାନତାର ପକ୍ଷପାତୀ ଲୋକାୟିତକମାନେ ଯେ ଭାରତବର୍ଷର ସବୁ ପୁରୁଷ ପ୍ରାଧାନ୍ୟବାଦୀ ଗୋଷ୍ଠୀର ବିଦ୍ୱେଷର ଶିକାର ହୋଇଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଶିକାରୀ ପୁରୁଷପ୍ରଧାନ ୟୁରୋପୀୟ ଜ୍ଞାନର ଅକୃତ୍ରିମ ଭକ୍ତ ଆମର ତତ୍ତ୍ୱନିଷ୍ଠ ମୁର୍ଦ୍ଧନ୍ୟ ଐତିହାସିକ ଓ ଦାର୍ଶନିକମାନେ ମଧ୍ୟ ଗ୍ରୀକ୍ଦର୍ଶନର ଚଷମା କାଚରେ ‘ଲୋକାୟତ’କୁ ଦେଖି ତା’ପ୍ରତି ଅବିଚାର କରିଛନ୍ତି । ମହାଭାରତରେ ନାରୀର ଯୌନ ସ୍ୱାଧୀନତା ସମ୍ପର୍କୀୟ ତଥ୍ୟ ପରିମାଣ ଯଥେଷ୍ଟ । ସଂଗ୍ରାହକ ସମାଜର ଆବିଷ୍କାର ‘ଯୋଗ’ପୂର୍ଣ୍ଣମାତ୍ରାରେ ହେତୁବାଦୀ ଏବଂ ଯୋଗର ଏକମାତ୍ର ଲକ୍ଷ୍ୟ ହେଉଛି ‘ଶମ’ ମୂଲ୍ୟବୋଧ (ଯୋଗରୁତସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ-ଗୀତା) ଅର୍ଥାତ ଚାପହୀନ (ଞରଦ୍ଭଗ୍ଦସକ୍ଟଦ୍ଭ-ଲକ୍ସରର) ଶାନ୍ତ ମସ୍ତିଷ୍କ ସୃଷ୍ଟି କରିବା କାରଣ ମଣିଷକୁ ‘ସୁଖ’ଦେଇପାରେ କେବଳ ଏଭଳି ଏକ ମସ୍ତିଷ୍କ । ସାଂଖ୍ୟ ଯୋଗ ଓ ଲୋକାୟତବାଦୀମାନେ ଏଭଳି ମସ୍ତିଷ୍କ ସୃଷ୍ଟି କରି ସୁଖୀ ହବା ଚାହାନ୍ତି । ତିନୋଟି ଯାକ ବିଦ୍ୟା ‘ମୈତ୍ରୀ ସମାଜ ଗଠନ ପାଇଁ ତତ୍ପର । ମୈତ୍ରୀ ସମାଜ ଗଠନ ପାଇଁ ଆବଶ୍ୟକ ମୂଲ୍ୟବୋଧ ଗୁଡ଼ିକ: ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ, ମୈତ୍ରୀ, କରୁଣା, ମୁଦିତା, ଉପେକ୍ଷା: ଅନ୍ୱୀକ୍ଷିକୀ ବିଦ୍ୟାର ମୂଳଭିତ୍ତି । ଏଭଳି ମୂଲ୍ୟବୋଧ ସମୂହ ଏବଂ ନାରୀପୁରୁଷଙ୍କ ସମାନ ଯୌନ ସ୍ୱାଧୀନତା କେବଳ ସଂଗ୍ରାହକ ସମାଜ ଆବିଷ୍କାର କରିପାରେ ।

ଶିକାରୀ ସମାଜ ଏଭଳି ମୂଲ୍ୟବୋଧ ସୃଷ୍ଟି କରିବା ଅସମ୍ଭବ । ଆଜିର ହେତୁବାଦ କିମ୍ବା ବିଜ୍ଞାନ ତଥ୍ୟନିଷ୍ଠ ବ୍ୟକ୍ତି ନିରପେକ୍ଷପ୍ରଣାଳୀର ସରଣୀରେ ଧାବମାନ ଏବଂ ତାହା ହେବା ବାଞ୍ଛନୀୟ। ହେତୁବାଦ ଓ ତଥ୍ୟନିଷ୍ଠତା ନିର୍ଭର ସାଧନ ସ୍ୱାଗତଯୋଗ୍ୟ । କିନ୍ତୁ ‘ସର୍ବଜୀବ ହିତ କାମନା ଧ୍ୟେୟଠୁ ସେମାନେ ଅଲଗା ହେଲେ ଧ୍ୱଂସ ଅନିବାର୍ଯ୍ୟ । ଅହିଂସାକୁ ବଡ଼ ସ୍ଥାନ ଦେଇ ମହାଭାରତ ଏଇ ଚିନ୍ତନକୁ ସାର୍ଥକତା ଦେଉଛି । ପରମାଣୁ ବୋମା ସତ୍ୟ ଆଧାରିତ କିନ୍ତୁ ଅହିଂସା-ଆଧାରିତ ନୁହେଁ । ନୈତିକତା ଧ୍ୟେୟଠୁ ହେତୁବାଦ ଓ ବିଜ୍ଞାନ ଅଲଗା ହେବାଫଳରେ ଜର୍ମାନୀରେ ଗଣହତ୍ୟା ଅବଶ୍ୟମ୍ଭାବୀ ହୋଇଉଠିଲା ଏକଥା କହନ୍ତି ସମାଜବିଜ୍ଞାନୀ Zygmunt Banman। ନୈତିକତାଠୁ ଧର୍ମ ମଧ୍ୟ ଅଲଗା ହୋଇଗଲେ ସେହି ଧର୍ମରେ ସୃଷ୍ଟି ହୁଅନ୍ତି ଜେହାଦୀ, କୃସେଡ଼ଧର୍ମୀ ନାଇଟ୍ମାନେ କିମ୍ବା ଅନ୍ୟପ୍ରକାର ଧର୍ମାନ୍ଧ ଗୋଷ୍ଠୀ (ଯଥା: ହିନ୍ଦୁତ୍ୱବାଦୀ ଓ ଶିଖ ଉଗ୍ରବାଦୀ ମାନେ) ।

ସତ୍ୟକୁ ବାଦ୍ଦେଇ କେବଳ ଅହିଂସାକୁ ଗ୍ରହଣକଲେ ଅନେକ କ୍ଷେତ୍ରରେ ହିପୋକ୍ରାଟ୍ କେବଳ କିମ୍ବା ଡିପ୍ଲୋମାଟ୍ ସୃଷ୍ଟି ହୋଇପାରନ୍ତି । ତେଣୁ ଗାନ୍ଧିଜୀ ସତ୍ୟ ଏବଂ ଅହିଂସାର ଯୌଗିକକୁ ତାଙ୍କ ଜୀବନର ଶ୍ରେଷ୍ଠ ଆଧାରରୂପେ ଗ୍ରହଣ କରିଥିଲେ । ବୁଦ୍ଧଙ୍କ ଜୀବନରେ ସତ୍ୟ, ଅହିଂସା ସହ ସର୍ବଜୀବ କରୁଣାବୋଧ ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲା ।

ଅହିଂସାର ଜୟଗାନରେ ମହାଭାରତର ଅସଂଖ୍ୟ ଅଧ୍ୟାୟ ମୁଖରିତ । ଈଶ୍ୱରଭକ୍ତି ଅଂଶଗୁଡ଼ିକ ମହାଭାରତରେ ପ୍ରକ୍ଷିପ୍ତ, ଧର୍ମ ସହିତ ଈଶ୍ୱରଙ୍କ ସମ୍ପର୍କ ମହାଭାରତ ସ୍ୱୀକାର କରେନା ।

ସଂଗ୍ରାହକ ସମାଜରେ ସମସ୍ତ ଗ୍ରୀକ୍ ଟ୍ରାଜେଡ଼ି ଓ ସେକ୍ସପିଅର୍ଙ୍କ ଟ୍ରାଜେଡ଼ି ଅକଳ୍ପନୀୟ । ନାରୀର ପରପୁରୁଷ ଗମନରେ ପୁରୁଷର କ୍ରୋଧ ଉଦ୍ରେକ ହବା ସବୁ ସମାଜରେ ରହିଛି ବୋଲି ୟୁରୋପୀୟ ପ୍ରାଜ୍ଞମାନେ ଭାବନ୍ତି । ସଂଗ୍ରାହକ ସମାଜରେ, ଏପରିକି ଭାରତର ପ୍ରାଥମିକ ପୁରୁଷଶାସିତ ସମାଜରେ ମଧ୍ୟ ନିଜ ପତ୍ନୀର ପରପୁରୁଷ ସଙ୍ଗମ (ଅନେକ କ୍ଷେତ୍ରରେ ସ୍ୱାମୀ ନିର୍ଦ୍ଦେଶରେ) ମାମୁଲି କଥା ଥିଲା । ଉଦ୍ଦାଳକ ଈର୍ଷଙ୍କ ପତ୍ନୀ ସ୍ୱେଚ୍ଛାପ୍ରେମିକ ସହ ବନବିହାର କରୁଥିଲେ । ଗୁରୁଙ୍କ ଅନୁପସ୍ଥିତିରେ ତାଙ୍କ ଶିଷ୍ୟ ଉତ୍ତଙ୍ଗଙ୍କୁ ରଜସ୍ୱଳା ସଦ୍ୟମୁକ୍ତ ଗୁରୁପତ୍ନୀଙ୍କ ସହ ମିଳିତ ହେବାପାଇଁ ଅନୁରୋଧ କରିଥିଲେ ଆଶ୍ରମବାସୀ ସ୍ତ୍ରୀ ଲୋକମାନେ । ଉତ୍ତଙ୍ଗ କହିଥିଲେ ଯେ ଗୁରୁଙ୍କଠୁ ଏ କାମପାଇଁ ସେ ଆଦେଶ ପାଇନାହାନ୍ତି । ଗୁରୁ ଫେରିଲାପରେ ନିଜ ପତ୍ନୀଙ୍କୁ ଏଥିପାଇଁ ସାମାନ୍ୟ ସମାଲୋଚନା ମଧ୍ୟ କରିନଥିଲେ । (ଆଦିପର୍ବ) ।

ସଭାପର୍ବରେ ଲେଖାଅଛି ଉତ୍ତର କୁରୁ ଅଞ୍ଚଳରେ ନାରୀମାନେ ସ୍ୱେଚ୍ଛାବିହାରିଣୀ ଥିଲେ । ସେ ସମାଜରେ ହିଂସା କିମ୍ବା ଲୋଭ ନଥିଲା ଏବଂ ସମସ୍ତେ ସୁଖୀ ଥିଲେ । ସଭାପର୍ବରେ ଆହୁରି ଲେଖାଅଛି ଯେ ମାହିଷ୍ମତୀପୁରର ନାରୀମାନେ ସ୍ୱେଚ୍ଛାବିହାରିଣୀ ଥିଲେ । ସାଂଖ୍ୟ ବିଶାରଦା ସୁଲଭା ରାଜର୍ଷି ଜନକଙ୍କୁ ଅନିଚ୍ଛା ସତ୍ତେ୍ୱ ତାଙ୍କ ସହ ଶୃଙ୍ଗାରରେ ଲିପ୍ତ ହେବାପାଇଁ ବାଧ୍ୟ କରିଥିଲେ । ସ୍ୱାମୀଆଦେଶରେ ପରପୁରୁଷ ସହ ମିଳିତ ହୋଇଥିଲେ କୁନ୍ତୀ ।

ବିଶିଷ୍ଟ ବୁଦ୍ଧିଜୀବୀ ଶରଦ ପାଟିଲ୍ ତାଙ୍କର ‘Dasa-sudra Slavery’ ପୁସ୍ତକ ମାଧ୍ୟମରେ ପ୍ରତିପାଦିତ କରିଛନ୍ତି ଯେ ପ୍ରାକ୍-ବୈଦିକ ସଭ୍ୟତା ମାତୃକୈନ୍ଦ୍ରିକ ଥିଲା । ରମିଲା ଥପ୍ପର ଏ ପୁସ୍ତକକୁ ପ୍ରଶଂସା କରିଛନ୍ତି ଏବଂ ଏ ବିଷୟରେ ଅଧିକ ଗବେଷଣା ହେଉ ବୋଲି ଇଚ୍ଛା ବ୍ୟକ୍ତ କରିଛନ୍ତି । ମନେହୁଏ ପ୍ରାକ୍-ବୈଦିକ ସମାଜରେ ନାରୀପୁରୁଷ ସବୁ ବିଷୟରେ ସମାନ ଥିଲେ । ଏହା ମାତୃକୈନ୍ଦ୍ରିକ ନଥିଲା । (ମାତୃକୈନ୍ଦ୍ରିକ ସମାଜରେ ନାରୀ ଆଧିପତ୍ୟ ରହେ) ।

ଅନେକ ଦୃଷ୍ଟିରୁ ପ୍ରାକ୍ ଖ୍ରୀଷ୍ଟିୟ ପୃଥିବୀରେ ମହେଞ୍ଜୋଦାରୋ-ହରପ୍ପା ସଭ୍ୟତା ଥିଲା ଉନ୍ନତ ଓ ଶ୍ରେଷ୍ଠ । ଏ ସଭ୍ୟତାଟି ଥିଲା ଯୁଦ୍ଧମୁକ୍ତ । ସମ୍ଭ୍ରାନ୍ତ ଗୋଷ୍ଠୀ ଏ ସଭ୍ୟତାରେ ଥିଲେ କିନ୍ତୁ ‘ସମତା’ ଏ ସଭ୍ୟତାର ମୂଳମନ୍ତ୍ର ଥିଲା । ଧୋଲାବିରା ନଗର ଖନନରେ ମୁଖ୍ୟ ଅଂଶ ଗ୍ରହଣ କରିଥିବା ପ୍ରତ୍ନତାତ୍ତ୍ୱିକ ପ୍ରଫେସର R.S.Vist ଲେଖିଛନ୍ତି, ‘The argument that literacy is confined to a few people is not correct. The same scals, beads, pottery were found every -where. The castle, the middle town and the lower town of the settlement are Dholabira, as if the entire population had wealth. It appears to be an egalitarian society.’ (The Rise and Fall of an Harappan city by T.S. Subramanyam, Front line 18-6-2010).

R.Rajagopalan ଲେଖିଲେ, ‘Now 350 skeletons from five major sites don’t show any significant difference. There are no royal tombs. It is possible that the India civilization was maintained at an advanced level without social classes, centrial authority and warfare.’ ସିନ୍ଧୁ ସଭ୍ୟତାରେ ରାଜର୍ଷିମାନେ (ଯାହାଙ୍କୁ ‘Priest-Kings କହନ୍ତି ନୃତତ୍ତ୍ୱବିତ ଗୋଷ୍ଠୀ) ସମ୍ପଦ, ସମ୍ମାନ ଓ କ୍ଷମତାର ଅଧିକାରୀ ଥିଲେ, କିନ୍ତୁ ସେସବୁକୁ ସେମାନେ ନିଜ ଭୋଗରେ ଲଗାଉ ନଥିଲେ ।

ବୁଦ୍ଧ ଓ ମହାବୀର ଥିଲେ ଏଭଳି ‘ରାଜର୍ଷି’ ଗୋଷ୍ଠୀର । ସମାଜରେ ବେଦ ଓ ବେଦପର ଯୁଗରେ, ଯୁଦ୍ଧର ପ୍ରବର୍ତ୍ତନଯୋଗୁଁ ‘ରାଜା’ମାନଙ୍କୁ କୁହାଗଲା ‘କ୍ଷତ୍ରିୟ’ ଏବଂ ଋଷିମାନଙ୍କୁ କୁହାଗଲା ବ୍ରାହ୍ମଣ । ଯୋଗୀମାନେ ଯଜ୍ଞକୁ ପଶୁବଳି ହୀନ କରାଇଲା ପରେ ଗ୍ରହଣ କଲେ । ଭାରତ ବିରାଟ ଦେଶ। ଏଠି କେବଳ ସଂଗ୍ରାହକ ସମାଜର ଯୋଗୀ ଓ ରାଜର୍ଷିନଥିଲେ, ବଣ ଜଙ୍ଗଲରେ ଶିକାରୀ ସମ୍ପ୍ରଦାୟର ମୁଖ୍ୟମାନେ ମଧ୍ୟ ପ୍ରଭାବଶାଳୀ ଥିଲେ । ଆଟବିକ ଗୋଷ୍ଠୀମାନେ ଥିଲେ ସଂଗ୍ରାମରେ ପଟୁ, ସବୁଗୋଷ୍ଠୀର ଲୋକେ ଯୋଗୀ ହୋଇପାରୁଥିଲେ (ଶାନ୍ତିପର୍ବ-୨୪୦ଅଧ୍ୟାୟ) । ତେଣୁ ଆଟବିକ ଗୋଷ୍ଠୀ ମଧ୍ୟ ଯୋଗୀଙ୍କୁ ମାନୁଥିଲେ ।

ବୃତ୍ର, ନମୁଚି ଭଳି ରାଜର୍ଷି (ଦାସମାନଙ୍କୁ) ହତ୍ୟାକରି ଇନ୍ଦ୍ର ଅନୁଭବ କଲେ ତାଙ୍କ ଜୀବନ ମଧ୍ୟ ନିରାପଦ ନୁହେଁ । ସେ ଆଟବିକ ଗୋଷ୍ଠୀ ଭୟରେ ସରୋବରରେ ଲୁଚିଲେ । ଅହଲ୍ୟା ହରଣ ପରେ ତାଙ୍କଦେହରେ ସହସ୍ର ଛିଦ୍ର ହୋଇଗଲା । ସେ ନାମପାଇଲେ ‘ସହସ୍ରଯୋନି’ ଓ ପରେ ତାଙ୍କ ନାମହେଲା ସହସ୍ରାକ୍ଷ) । ଇନ୍ଦ୍ରଙ୍କର ‘ସହସ୍ରଯୋନି’ ଦେହ ଯେ ଗୌତମଙ୍କ ଶାପଯୋଗୁଁ ହୋଇଥିଲା, ଏହା ବିଶ୍ୱାସଯୋଗ୍ୟ ନୁହେଁ । ମନେହୁଏ ଇନ୍ଦ୍ରଙ୍କ ମୃତ୍ୟୁ ହୋଇଗଲା ଏବଂ ଗୋପନରେ ଆର୍ଯ୍ୟମାନେ ଅନ୍ୟଜଣକୁ ‘ଇନ୍ଦ୍ର’ପଦରେ ବସାଇଦେଲେ ।

ବଶିଷ୍ଠଙ୍କ ଧେନୁକୁ ଜବରଦସ୍ତ ନେଲାବେଳେ ଆଟବିକ ବୀରମାନେ ବିଶ୍ୱାମିତ୍ରଙ୍କ ସୈନ୍ୟଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ଫଳରେ ବିଶ୍ୱାମିତ୍ରଙ୍କ ଭଳି ଆର୍ଯ୍ୟ କ୍ଷତ୍ରିୟମାନେ ଓ ଦେବତାମାନେ ଅନୁଭବ କଲେ ଯେ ସେମାନଙ୍କୁ ଆତ୍ମରକ୍ଷା ପାଇଁ ‘ଇର୍ଷ’ ବା ‘ବ୍ରାହ୍ମଣ’ ଗୋଷ୍ଠୀରେ ବା ଶ୍ରେଣୀରେ ଯୋଗଦେବାକୁ ପଡ଼ିବ, କାରଣ ଋଷି ଓ ବ୍ରାହ୍ମଣଙ୍କୁ କୌଣସି ଆର୍ଯ୍ୟୋତ୍ତର ବୀର କେବେ ହତ୍ୟା କରୁନଥିଲେ । ଋଷି ହେବାପାଇଁ ଇନ୍ଦ୍ର ତପସ୍ୟାକଲେ ଓ ପ୍ରଜାପତିଙ୍କଠୁ ‘ଦତ୍ତ’, ‘ଜୟଧ୍ୱମ’ ଓ ‘ଦମ୍ୟତାମ୍’ ଉପଦେଶ ପାଇଥିଲେ । ପୃଥିôବୀର ଅନ୍ୟ କୌଣସି ଦେଶରେ ଆର୍ଯ୍ୟବୀର ଓ ଦେବତାମାନେ ଏଭଳି ପରିସ୍ଥିତିରେ ପଡ଼ିନାହାନ୍ତି ।

‘ଜୟ’ମହାକାବ୍ୟ ଜନମାନସକୁ ଖୁବ୍ ପ୍ରଭାବିତ କଲା । ଯୋଗୀୟ ମୂଲ୍ୟବୋଧ ସମୂହ ‘ଜୟ’ରେ ପ୍ରାଧାନ୍ୟ ପାଇଥିଲା । ‘ଅହିଂସା ପରମୋ ଧର୍ମ’ ‘ଜୟ’ର ଏକ ଅକ୍ଷୟ ବାଣୀ । ‘ଜୟ’ର ପ୍ରଭାବରେ ବେଦର କର୍ମକାଣ୍ଡ ଅଂଶ (କ୍ରିୟାବହୁଳ ଓ ଭୋଗ ଐଶ୍ୱର୍ଯ୍ୟଜୟୀ ଯଜ୍ଞ) ସମାଲୋଚନାର ଶିକାରହେଲା। ଏହା ପ୍ରତିହତ କରିବାପାଇଁ ଉପନିଷଦଗୁଡ଼ିକର (ଜ୍ଞାନକାଣ୍ଡ) ସୃଷ୍ଟିହେଲା ଓ ଏଗୁଡ଼ିକ ବେଦସହ ଯୋଗ କରିଦିଆଗଲା। (ଉପନିଷଦ ହେଉଛି ଶତ୍ରୁକୁ ଜୟ କରିବାର ଗୁପ୍ତ କୌଶଳ-କୌଟିଲ୍ୟ) ଚାଳୋଗ୍ୟ ଉପନିଷଦରେ (୭:୨) ଲେଖାଅଛି ନାରଦ ସନତ୍ କୁମାରଙ୍କୁ କହିଲେ,‘ମୁଁ ତିନିବେଦ ପାଠକରିଛି । ଇତିହାସକୁ (‘ଜୟ’କୁ) ମଧ୍ୟ ଅଧ୍ୟୟନ କରିଛି । କିନ୍ତୁ ଆତ୍ମା ପରମାତ୍ମା ବିଷୟକ ଜ୍ଞାନ କେଉଁଠି ମତେ ମିଳିଲାନି । ଛାନ୍ଦୋଗ୍ୟ ଉପନିଷଦ ପୁରୁଣା ପ୍ରଭାବଶାଳୀ ଉପନିଷଦମାନଙ୍କ ମଧ୍ୟରୁ ଗୋଟିଏ । ଅନ୍ୟ ଉପନିଷଦ ଭଳି ଏଥିରେ ଆତ୍ମା ପରମାତ୍ମା ଜ୍ଞାନର ଆଲୋଚନା ରହିଛି। ଅର୍ଥଶାସ୍ତ୍ରରେ ଉପନିଷଦର ଉଲ୍ଲେଖ ଅଛି । (ଉପନିଷଦଂ ଚତୁର୍ଦ୍ଦଶମଧିକରଣଂ)।

ଆତ୍ମା ପରମାତ୍ମା ବିଷୟ ଅସ୍ପୃଶ୍ୟତାକୁ ଯୁକ୍ତିଯୁକ୍ତ କରୁଥିବା କର୍ମବାଦ ଓ ଜନ୍ମାନ୍ତରବାଦ (ବୃହଦାରଣ୍ୟକ ଉପନିଷଦ) ହିନ୍ଦୁ ସଭ୍ୟତାର ଅଭିଶାପ । ଉପନିଷଦର କାବ୍ୟିକ ମୂଲ୍ୟ ଅସାଧାରଣ । ‘ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’ ‘ସର୍ବେ ଭବନ୍ତୁ ସୁଖୀନଃ’ ‘ତେନ ତ୍ୟକ୍ତେନ ଭୁଂଜିଥା’ ପ୍ରଭୃତି ବାଣୀର ଆବେଦନ ମୂଲ୍ୟ ଚିରନ୍ତନ । ଏ ବାଣୀଗୁଡ଼ିକ ମୁଖ୍ୟତଃ ‘ଅନ୍ୱୀକ୍ଷିକୀ’ରୁ ଆନୀତ । ‘ଜନ୍ମାନ୍ତରବାଦୀ କର୍ମବାଦ’ ଜାତିବିଭାଗକୁ ଯୁକ୍ତିସମ୍ମତ କରି ହିନ୍ଦୁଧର୍ମକୁ କଳଙ୍କିତ କରିଦେଲା । ଉପନିଷଦରେ ପଛରାସ୍ତାରେ ଯଜ୍ଞକୁ ଆଣି ତାକୁ ପ୍ରତିଷ୍ଠିତ କରାଗଲା । ‘ଆଚାର’ ଓ ‘ମ୍ୟାଜିକ୍’ର ମିଳନ ହୋଇଛି ଯଜ୍ଞରେ ।

ଅନ୍ୱୀକ୍ଷିକୀ (ଯୋଗ, ସାଂଖ୍ୟ ଓ ଲୋକାୟତ) ଥିଲା ଆଚରଣ-ପ୍ରଧାନ । ଉପନିଷଦ ଥିଲା ମନ୍ତ୍ର ଉଚ୍ଚାରଣ ଓ ଜ୍ଞାନ-ପ୍ରଧାନ । ଆଚରଣବିହୀନ ଜ୍ଞାନ ସୁବିଧାବାଦୀ ସୃଷ୍ଟି କରେ । ଯୋଗର ‘ୟମ’ ମୂଲ୍ୟବୋଧଗୁଡ଼ିକ ଥିଲା ସର୍ବଜୀବ-ମୈତ୍ରୀ ଭାବନାର ମୂଳଭିତ୍ତି, ଉପନିଷଦର ଆତ୍ମା ପରମାତ୍ମା ଜ୍ଞାନଥିଲା ନିରବଲମ୍ବ, ଅମୂର୍ତ୍ତ ବିଶ୍ୱାସ ନିର୍ଭର । ଜନ୍ମାନ୍ତରବାଦ ଆଡ଼େ ମୁହାଁଉଥିବା କର୍ମବାଦ ଭାରତୀୟ ସମାଜକୁ ସ୍ଥାଣୁ ଓ ଶୋଷଣଧର୍ମୀ କରିଦେଲା । ସାମାଜିକ ବୈଷମ୍ୟ ବିରୁଦ୍ଧରେ ବିଦ୍ରୋହ ଭାବନାର ଏହା ଅଙ୍କୁରନଷ୍ଟ କରିବାରେ ସଫଳ ହୋଇଥିଲା । ମୈତ୍ରେୟୀଙ୍କୁ ଆତ୍ମଜ୍ଞାନରୂପକ ଅମୃତର ସନ୍ଧାନ ଦେଉଥିବା ମହାଜ୍ଞାନୀ ଯାଜ୍ଞବଲ୍କ ଏଇ ନିୟତିବାଦୀ ଜନ୍ମାନ୍ତରବିଶ୍ୱାସୀ କର୍ମବାଦର ଉଦ୍ଭାବନା କରି ସମାଜର ବହୁତ କ୍ଷତି କଲେ ।

About ପ୍ରଫେସର ଭଗବତ ପ୍ରସାଦ

ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *