Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସ୍ମୃତିଚାରଣ / ବର୍ଷିୟାନ ଅଭିନେତା – ‘ହର ପଟ୍ଟନାୟକ’

ବର୍ଷିୟାନ ଅଭିନେତା – ‘ହର ପଟ୍ଟନାୟକ’

 

ଓଡ଼ିଶାବାସୀଙ୍କର ଅତି ପ୍ରିୟ କଳାକାର ‘ହର ପଟ୍ଟନାୟକ’୧୩ତାରିଖ ୨୦୧୫ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ସେ ଥିଲେ ଜଣେ ସଫଳ ଛାତ୍ର । ନାଟକ ଏବଂ ଅଭିନୟକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଗ୍ରହଣ କରି ଓଡ଼ିଆ ସିନେମାକୁ ଏକ ସଫଳ ନେତୃତ୍ୱ ଦେଇଆସିଥିଲେ ସେ । ୧୯୫୮ ମସିହା ଅକ୍ଟୋବର ୧୨ତାରିଖରେ ସେ ଜନ୍ମଲାଭ କରି ଜାନୁଆରୀ ୧୩ତାରିଖ ୨୦୧୫ରେ ଭୁବନେଶ୍ୱରରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ତିରୋଧାନ ହୋଇଥିଲା। ୨୦୦୮ମସିହାରୁ ସେ କର୍କଟ ରୋଗରେ ପିଡ଼ିତ ଥିଲେ ତଥାପି ଭାଙ୍ଗି ନପଡ଼ି ୨୦୧୨ମସିହାରେ ଏକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ବଂଚିଥିବାଯାଏଁ ରୂପେଲି ପରଦାରେ ତାଙ୍କର ଯାଦୁ ଦର୍ଶକଙ୍କୁ ଅଭିଭୂତ କରିରଖିଥିଲା । ନିଜକୁ ଜଣେ ସଫଳ ଖଳନାୟକ ଭାବରେ ଅବସ୍ଥାପିତ କରିବା ସହିତ ନିର୍ଦ୍ଦେଶନାରେ ମଧ୍ୟ ସେ ସଫଳତା ହାସଲ କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନିଶ୍ଚିତଭାବରେ ଏକ ଅପୂରଣୀୟ କ୍ଷତି ଥିଲା। ସେଦିନ ତାଙ୍କ ବିଦାୟ ଶୋଭାଯାତ୍ରାରେ ହଜାର ହଜାର ଜନଗଣଙ୍କର ଭିଡ଼ ତାଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ବେଶ୍ ପ୍ରମାଣିତ କରିଥିଲା। – ସମ୍ପାଦକ

Photo- internet

About ସ୍ୱୟଂପ୍ରଭା ପାଢ଼ୀ

‘ସମଧ୍ୱନି’ ପତ୍ରିକା ଓ ‘ସମଧ୍ୱନି ଇ - ପତ୍ରିକା"ର ସମ୍ପାଦକ, ସମ୍ବାଦିକ ଓ ସାଂସ୍କୃତିକ କର୍ମୀ

Check Also

(ଶବ୍ଦ ପେଡିରୁ ଧାଡି ) – ଦାୟୀ ନୁହଁ କେହି

ଦାୟୀ ନୁହେଁ କେହି ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା, ବଜ୍ର ପଡିଥିଲା, ଯେ ବାରଟି ନିରୀହ ଲୋକ …

Leave a Reply

Your email address will not be published. Required fields are marked *