Home / ସାହିତ୍ୟ / ଉପନ୍ୟାସ / ନାଚୁଣୀ – ୨ (ମୂଳ ଲେଖା – ଭାନୁ ଭାରତୀ )

ନାଚୁଣୀ – ୨ (ମୂଳ ଲେଖା – ଭାନୁ ଭାରତୀ )

ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି। ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ

ନୃତ୍ୟାଭିନୟ – ଭାଗିରଥି ସାହି

ଥରେ ମୁଁ ଗୋଟିଏ ଛୋଟ ଗାଁରେ ଷ୍ଟେଜ୍ ଉପରେ ନାଚୁଥିଲି, ଅଚାନକ ସେ ଉପରକୁ ଚଢ଼ିଗଲା । ସେ ମୋ ରସିକ ଥିଲା । ଯାହା ପାଇଁ ସେ କାମକରୁଥିଲା । ଭିଡ଼ ଭିତରୁ ସେ ମତେ ଉଠେଇ ଆଣିଲା । କାହାରବି ସାହାସ ଅଛି ତାକୁ କିଛି କହିବ । ମତେ ଘୋଡ଼ାରେ ବସେଇ ଲଗାମ ଟାଣିଲା ବେଳକୁ ମୋର ମନେ ପଡ଼ୁଛି ମୁଁ ବହୁତ ଖୁସିଥିଲି, ହସୁ ଥିଲି । ମତେ ଲାଗିଲା ସେଇ ବଡ଼ ବଡ଼ ନିଶଥିବା ଓ ଲାଲ ପାଟି ଥିବା ରାକ୍ଷସ ଠାରୁ ଛଡ଼େଇବା ପାଇଁ ଭଗବାନ ଦେବଦୂତ ପଠେଇଛନ୍ତି ।
ସେ ମତେ ତା ଘରେ ଆଣି ରଖିଲା । କହିଲା, ଦେଖୁଛି ତୋ ଠାରେ ବହୁତ ଗୁଣ ଅଛି । ମୁଁ ଶିଖେଇବି ତତେ ନାଚ । ଆଉବି ନାଚୁଣୀ ହୋଇ ତୁ ବାହାରିବୁ । ଆଉ ସତରେ ସେ ଜାଦୁ କଲାଭଳି କରି ଦେଲା । ସେ ଢ଼ୋଲ ନେଇ ବସିଯାଏ ଆଉ ମତେ ଘଣ୍ଟା ଘଣ୍ଟା ନାଚିବା ପାଇଁ କୁହେ । ମୁଁ ବି ସବୁ କିଛି ଭୁଲି ନାଚରେ ବୁଡ଼ିଯାଏ । ସେଇ ଛୋଟ କୋଠରିରେ ଯେମିତି ଲାଗେ ସାରା ସଂସାର ରହିଛି । ନଦୀ, ଗଛ, ପ୍ରଜାପତି ପକ୍ଷୀ ଆଉ ଜଣା ନାହିଁ କ’ଣ କ’ଣ, ଯାହାକୁ କି ମୁଁ କେବେ ଦେଖିନାହିଁ କି ଜାଣି ନାହିଁ । ଯେବେ ମୁଁ ଥକି ଯାଏ ଢଳି ପଡ଼ିଲା ଭଳି ହୁଏ, ସେ ତାର ମଜବୁତ ବାହୁ ବନ୍ଧନରେ ବାନ୍ଧିଦିଏ । ଆହାଃ ହାଃ… ସେତେବେଳ ମତେ କଣ ହୋଇଯାଏ । ତା’ର ବର୍ଣ୍ଣନା ଆଜି ମୁଁ କରି ପାରିବି ନାହିଁ ।

ହଁ ଝିଅ ସେ ମତେ ଖାଲି ନାଚୁଣୀ ନୁହେଁ ତା’ର ସ୍ତ୍ରୀର ଦରଜା ଦେଲା । ସ୍ତ୍ରୀ ହେବାର ଯେଉଁ ସାର୍ଥକତା ସେ ମତେ ଦେଇଥିଲା, ଯାହାକୁ କମ୍ ଲୋକ ଦେଇ ପାରିବେ । ଖାଲି ସ୍ତ୍ରୀ ହେବା ବଡ଼ କଥା ନୁହେଁ, ନାରୀତ୍ୱର ରଖିବା କଥା । ସ୍ତ୍ରୀ ହେବାର ଅର୍ଥ ବି ଜଣା ପଡ଼ିବା ଦରକାର । ସମସ୍ତଙ୍କୁ କ’ଣ ଜଣା ପଡ଼େ ସ୍ତ୍ରୀ ହେବା କ’ଣ । ବେଶି ସମୟତ ଜୀବନଟା ଏମିତି ସାଧା କାଗଜ ଭଳି ଘିସା ପିଟା କାମରେ ଚାଲିଯାଏ । ମୁଁ ଭାଗ୍ୟଶାଳୀ ଥିଲି ଯେ ତାକୁ ପାଇଥିଲି । ସେ ମୋର ପ୍ରେମିକ ଓ ରସିକ ଯେମିତି ଦମ୍ଭ – ଖମ୍ବ ସେମିତି କଳା । ସତରେ ସେ କହ୍ନେୟା ଥିଲା ମୋର ।
ଜଣାପଡ଼ିଲା ନାହିଁ କେତେ ଦିନ ଏମିତି ସବୁ ଚାଲିଲା । ଏହି ଶିଖିବାରେ ମୋର କିଛି ବି ଚିନ୍ତା ନ ଥିଲା । ଦିନେ ସେ ମତେ ନେଇଗଲା । ବଡ଼ ମେଳାଟାକୁ । ଏମିତି ମେଳା ମୁଁ ଆଗରୁ କେବେ ଦେଖି ନ ଥିଲି । ଶ୍ରାବଣ ମାସ ଥିଲା, କେତେ କେତେ ଦୂର ପର୍ଯ୍ୟନ୍ତ ଝୁଲା ଓ ବହୁତ ଗୁଡ଼ିଏ ଲାଇଟ୍ ସବୁ ଲାଗିଥିଲା । ଯେତେ ଦୂର ନଜର ପଡ଼ୁଥିବ ଲୋକ ହିଁ ଲୋକ । ସାରା ସଂସାରର ଲୋକ ଯେମିତି ଗୋଟିଏ ଯାଗାରେ ଜମା ହୋଇ ଯାଇଛନ୍ତି ଉତ୍ସବ ମନେଇବା ପାଇଁ । ଏବେ ବି ମୋର ମନେ ପଡ଼ୁଛି ଝଲମଲ କରୁଥିବା ଲାଲ ତଂବୁ ଓ ଉଚ୍ଚ କାଠପଟା ଯୋଡ଼ି ତିଆରି ହୋଇଥିବା ମଂଚ ଓ ତା ଆଗରେ ଚୌକିରେ ବସିଥିବା ବଡ଼ ବଡ଼ ଲୋକ । ମୋର ରସିକ କହିଲା, କିସୁକିବାଇ ଆଜି ତୋର ପରୀକ୍ଷାର ଦିନ ଦେଖ ବଡ଼ ବଡ଼ ଲୋକ ଜମା ହୋଇଛନ୍ତି । ଏମିତି ନାଚ ଯେ ସେମାନେ ନିଜକୁ ଭୁଲି ଯାଆନ୍ତୁ ।
ନାଚୁଣୀ – କିନ୍ତୁ ରସିକ ମୋର ତ ଛାତି ଥରୁଛି । ପାଦ କମ୍ପି ଯାଉଛି ।
ରସିକ – ନା ନା ଡର୍ନା ସବୁ ଠିକ୍ ହେବ । ତୋ ପରି ନାତୁଣୀ ଆଉ କେହି ନାହାନ୍ତି । ମୋ ଉପରେ ଭରସା ରଖ ।
ନାଚୁଣୀ – ହେ ଭଗବାନ ମୋ ରସିକର ସମ୍ମାନ ରଖ ।
(ନାଚୁଣୀ ଏମିତି ଚାଲିଲା ଯେମିତି ମଞ୍ଚରେ ଚଢ଼ିଯାଇଛି । ଆଉ ବହୁତ ସୁନ୍ଦର ଲୋକ ଗୀତରେ ନୃତ୍ୟ କରେ । ନାଚୁଣୀ ଆଗକୁ ଆସି କୁହେ)


ନାଚୁଣୀ – ସେହି ଦିନଠୁ ଯେଉଁ ଧାରା ଆରମ୍ଭ ହେଲା ଝିଅ, ତାହା ବନ୍ଦ ହେବାର ନାଁ ହେଲା ନାହିଁ । ଗୋଟିଏ ମେଳାରୁ ଆଉ ଗୋଟିଏ ମେଳା । ଗୋଟିଏ ସମାରୋହରୁ ଆଉ ଗୋଟିଏ ସମାରୋହ ପର୍ଯ୍ୟନ୍ତ ଚାଲିଲା । ଚାରିଆଡ଼େ ଶୁଭେ କିସୁକିବାଇ କିସୁକିବାଇ । ଏସୁବ ସତ୍ୱେ ସତକହୁଛି ମୁଁ ମୋ ରସିକ ପାଇଁ ନାଚୁଥିଲି । ଟଙ୍କା ବର୍ଷା ହେଉଥିଲା, ଲୋକ ପାଗଳ ହୋଇ ଯାଉଇଥିଲେ । ସେସବୁ ମୁଁ ମନରେ ଜମା ଆଣୁନଥିଲି । ମୋର କାହ୍ନା ଘୁସି ତ ମୁଁ ଖୁସି । ସରା ରାତି କଟି ଯାଉଥିଲା ନାଚିବାରେ । ତଥାପି ଲୋକଙ୍କର ମନ ପୁରୁ ନଥିଲା । ଗୋଟିଏ ପରେ ଗୋଟିଏ, ଆଉ ଗୋଟିଏ ଆଉ ଗୋଟିଏ…….. । ପାଦ ଫାଟି ଯାଉଥିଲା । ତେବେ ଯାଇ ଛୁଟି ମିଳୁଥିଲା । ସ୍ୱର୍ଗ ମିଳୁଥିଲା ମୁଁ ଯେତେ ବେଳେ ଶିଥିଳ ପଡ଼ି କହ୍ନେୟାର ବାହୁ ତଳେ ଶୋଇ ପଡ଼ୁଥିଲି ।

ତା ପରେ କିନ୍ତୁ ଝିଅ, ମୋ ଦେହ ଖରାପ ହେବାରେ ଲାଗିଲା । ଯେମିତି ଲାଗିଲା ମୁଁ କିଛି ବୁଝିପାରିବିନି । ବୁଢ଼ି ଲୋକ ମାନେ ମତେ ଦେଖି କହିଲେ ମୁଁ ଗର୍ଭବତୀ । ମତେ ଲାଗିଲା ଆକାଶ ଖସି ପଡ଼ିବ । ଭାବିଲି ମୁଁ ପାହାଡ଼ ଶିଖରରେ ଯାଇ ଛିଡ଼ା ହୋଇଛି । ସେଠି ବି କିଛି ନଥିଲା, ଖାଲି ଧଳା ଧଳା ବାଦଳ । ଯେମିତି ଲାଗିଲା ମୋ ଦେହ ସିର୍ ସିର୍ ହୋଇଉଠିଲା । ତା ପରେ ମୁଁ ଦୌଡ଼ିଲି, ଉଡ଼ିଲି କ’ଣ କ’ଣ ସବୁ ହୋଇଗଲା । ପାହାଡ଼ ଶିଖରରୁ ସର୍ପପଝ ସରପଝ । ସେଇଠି ଛିଡ଼ା ହୋଇଥିଲା ମୋ ରସିକ । ମୁଁ ଯାଇ ଜୋରରେ କୁଣ୍ଡେଇ ପକେଇଲି ତାହାକୁ ।
ନାଚୁଣୀ – ଆରେ ରସିକ ତୋର ଖୁବ୍ ବେଶି ଉପକାର ମୋ ଉପରେ ।
ରସିକ – (ହସିକି) କଥା କ’ଣ କହ, ବହୁତ ଖୁସି ଅଛୁ ତ?
ନାଚୁଣୀ – ତୁ ସ୍ୱର୍ଗକୁ କବାଟ ଖେଲି ଦେଲୁରେ ମୋ ପାଇଁ?
ରସିକ – କ’ଣ ଖୋଲିଦେଲି (ହସିକି) ଆରେ ବୁଝେଇକି କହ । ବଡ଼ ଘରୁ ଗୋଟିଏ ଡାକରା ଆସିଛି ତେଣୁ ଖୁସି ଅଛୁକି?
ନାଚୁଣୀ – ନା ରେ ରସିକ କ’ଣ ବଡ଼ ଘର? ସେ ସବୁ ତୁ ବୁଝ ।
ରସିକ – ତାହା ହେଲେ କ’ଣ କବାଡ଼ ଖୋଲା କଥା କହିଲୁ?
ନାଚଣୀ – ଏଇ ଜନମରେ ଯାହା ତୁ ମୋ ପାଇଁ ଖୋଲି ଦେଇଛୁ ।
ରସିକ – ପାଗଳ ପରି କ’ଣ ହେଉଛୁ । ସକାଳୁ ସକାଳୁ କବିତ୍ୱ ଦେଖଉଛୁ ।
ନାଚୁଣୀ – ହଁ ହଁ ପାଗଳ ହୋଇଗଲି, କିନ୍ତୁ ଜାଣିଥା କବିତା ମୋର ଖୁସି ଛଡ଼େଇ ନେଇ ପାରିବନି । ତାହା ତ ମୋର ଶିରା ପ୍ରଶିରାରେ ଦୈଡ଼ୁଛି । ତୁ ମୋର କୋଳ ଭରି ଦେଇଛୁ ରସିକ ।
ରସିକ – କୋଳ ଭାରିଦେଲି? କ’ଣ ସବୁ କହୁଛି?
ନାଚୁଣୀ – ସତ କହୁଛି ମୋ ଭିତରେ କିଛି ଗୋଟିଏ ବିକାଶ ଲାଭ କରୁଛି । କିଛି କ୍ଷଣ ରହି ହଁ ହଁ ମୋ ଭିତରେ ମୋ ଝିଅ-ହଁ ମୋ ଝିଅ । ମତେ ଝିଅ ଦରକାର । ତା’କୁ ବି ତୁ ନାଚ ଶିଖେଇବୁ । ସେ ବି ନାଚୁଣୀ ହେବ ମୋ ପରି । ମୋଠୁ ବି ବଡ଼ ନାଚୁଣୀ ।
ରସିକ – ତୋର ମୁଣ୍ଡ ତ ବିଗିଡ଼ି ଯାଇନି? କ’ଣ ସମୟ ଏହି ଗଡ଼ବଡ଼ରେ ପଡ଼ିବା ପାଇଁ ଏବେ ତ ନାଚିବାର ଅଛି ତତେ । ଶରୀରକୁ ସମ୍ଭାଳିକି ରଖ ଯଦି ବଗିଡ଼ିବ କେହି ପଚାରିବେନି ।
ନାଚୁଣୀ – କ’ଣ କହୁଛୁରେ ରସିକ । କ’ଣ ପାଇଁ ଦରକାର ଏହି ଶରୀର ମତେ । ଯଦି ମୁଁ ‘ମା’ ହୋଇ ପାରିବି ନାହିଁ ।
ରସିକ – ତା ପାଇଁ ବହୁତ ସମୟ ଅଛି । ଆଉ ତୁ ଭୁଲନା ଯେ ତୁ ଜଣେ ନାଚୁଣୀ । ଗୃହିଣୀ ନୁହେଁ ଯେ ପିଲା ଜନ୍ମ କରିବୁ ।
ନାଚୁଣୀ – ମୁଁ ତ ଜଣେ ନାରୀ ନା । କେମିତି ଲୋକ ତୁ । ସବୁ ଜମି ବିକ୍ରି କରି ବାରବୁଲା ହେବାର ଅଛି ।
ରସିକ – କହୁଛି ନା ଏଇଟା ସମୟ ନୁହେଁ ‘ମା’ ହେବାର । ଏବେ କେବଳ ନାଚିବାର ଅଛି । ଜିୟାକୁ କହିବି କାଢ଼ା ପିଆଇ ଦେବ ତତେ । ସବଚ ଠିକ୍ ହୋଇଯିବ ।
ନାଚୁଣୀ – ନା, ରସିକ ନା ।
(ନାତୁଣୀ ରସିକକୁ ଧରିପକାଏ । ସେ ତାକୁ ଧକ୍କା ଦେଇ ବାହାରି ଯାଏ । ନାତୁଣୀ ଅଭିନୟ କରେ ଯେମିତି ତାକୁ କିଏ ଜବରଦସ୍ତି କିଛି ପିଆଇ ଦେଇଛି । ଆଉ ପିଉ ପିଉ ଗର୍ଭପାତ ହୋଇଯାଏ।)

ନା-ନା (ନାତୁଣୀ ଦର୍ଶକଙ୍କ ଆଡ଼େ ମୁହଁ କରି) ଦରଜା ଖୋଲୁ ଖୋଲୁ ବନ୍ଦ ହୋଇଗଲା ମୋ ପାଇଁ । ବଡ଼ ଆଘାତ ଲାଗିଲା । କ’ଣ କହିବି ତତେ । ବହୁତ ଯୋର ପାଟିକଲି । କିନ୍ତୁ ସେଠି କିଏ ଥିଲା ଯେ ଶୁଣିବ । ନାଚ ଦେଖିବା ଲୋକ ଥିଲେ ସମସ୍ତେ । ପଇସା ଫୋପାଡ଼ନ୍ତି ନାଚ ଦେଖନ୍ତି ଆଉ ·ଲି ଯାଆନ୍ତି । ପଛରେ ଛାଡ଼ି ଯାଆନ୍ତି ମତେ । କଷ୍ଟରେ ଛାଟିପଟି ହୁଏ ମୁଁ । ଏବେ ତ ସେ ରସିକର ବାହୁବନ୍ଧନରେ ବି ଆରାମ ନ ଥିଲା । ସେଇକଥା ମନରେ ଆସିଲେ ମୁଁ ରାଗରେ ଜଳି ଉଠୁଥିଲି । ଡରି ଡରି କିନ୍ତୁ ମୁଁ ରହୁଥିଲି ।
ପୁଣି ଦିନେ ନାଚୁ ନାଚୁ ମୁଁ ପଡ଼ଲି ଯେ ଆଉ ଖଟରୁ ଉଠି ପାରିଲି ନାହିଁ । ମାସେ ଉପରେ ହେବ । ଜଣେ ପରେ ଜଣେ ବୌଦ୍ୟ ଆସିଲେ । କେହି ଜାଣିପାରିଲେ ନାହିଁ କ’ଣ ହୋଇଛି । ମୁଁ ସୁଖିକି କଣ୍ଟା ହୋଇଯାଇଥିଲି । ରସିକ ଘଣ୍ଟା ଘଣ୍ଟା ଧରି ମୁଣ୍ଡ ପାଖରେ ବସି ମୁଣ୍ଡକୁ ଆଉଁସୁଥିଲା । କହୁଥିଲା କାହାର ନଜର ଲାଗିଲା ମୋର କିସୁକି ବାଈକୁ ଝାଡ଼ପୁଙ୍କବି କରାଇଲା, କିନ୍ତୁ ଲାଭ ହେଲା ନାହିଁ । ବଞ୍ଚିବାର ଇଚ୍ଛା ଯେମିତି ସାରିଯାଇଛି ଥିଲା ।

ସତ କହୁଛି ମତେ ମଜାଲାଗୁଥିଲା ମୋର ଏହି ରୋଗରେ । ରସିକ ହଇରାଣ ହେଲେ ମୁଁ ଖୁସି ହେଉଥିଲି ମନରେ ମନରେ । ଲାଗୁଥିଲା ମୁଁ ତା’ଠୁ ପ୍ରତିଶୋଧ ନେଉଛି । ପ୍ରତିଦିନ କଉଠୁ କଉଡୁ ନାଟ ପାଇଁ ଡାକରା ଆସୁଥିଲା । ସମସ୍ତଙ୍କୁ ମନା କରାଯାଉଥିଲା । କିସୁକିବାଈର ଦେହ ଠିକ୍ ନାହିଁ । ରସିକ ମୁହଁ ସୁୁଖେଇ ଘର ଭିତରକୁ ପଶେ।
ଅମୁକ ଜମିଦାର ଡକେଇଥିଲେ । କିନ୍ତୁ ମନା କରିବାକୁ ପଡ଼ିଲା । କ’ଣ ଆଉ କରନ୍ତି ।
ଝିଅ – ମୋ ଦେହ ବହୁତ ଦିନ ଧରି ଖରାପ ରହିଲା । ମତେ ଯେଉଁ ଡକା ହେଉଥିଲା ଧିରେ ଧିରେ ଡାକିବା କମ୍ ହୋଇଗଲା । ପୁଣି ଗୋଟିଏ ଦିନ ରସିକ ବିନ୍ଧୁକ ଧରି ବାହାରି ପଡ଼ିଲା । ମୁଁ ଆଗରୁ କହି ନ ଥିଲି, ସେ କେବେ କେବେ ଛୋଟ ମୋଟ ଡକାୟତି କରେ । ତେଣୁ ଲୋକ ତାକୁ ଡରନ୍ତି । ସେ ଗଲା ଯେ ବହୁତ ଦିନ ଆସିଲା ନାହିଁ । ମୁଁ ଚିନ୍ତାରେ ପଡ଼ି ଗଲି । ଅନେକ, ଦିନେ ପୁଣି ତା’ର ଢୋଲ ଶୁଣାଗଲା ।
(ନାଚୁଣୀ ଡ଼ରିଯାଏ । ତା ଦେହରେ ବିଲକୁଲ୍ ଜୀବନ ନାହିଁ କିନ୍ତୁ ସେ ଉଠିକି ଛିଡ଼ା ହେଉଛି ତ ଜୋର୍ରେ ଚିକ୍ରାର କରୁଛି ।)
ନାଚୁଣୀ – କିଏ ନାଚୁଛି? ମୁଁ ଏବେ ମରିନି …..କିସୁକିବାଈ ଏବେ ବଞ୍ଚିଛି।
ରସିକ – ପାଟି କାହିଁକି କରୁଛୁ, ବଞ୍ଚିଛୁ ଯଦି ଚାଲି- ନାଚ ।
ନାଚୁଣୀ – ହଁ ନାଚିବି? ଆଉ କେହି ନୁହେଁ ମୁଁ ନାଚିବି ।
ରସିକ – ନାଚିବୁ? ନିଜ ମୁହଁକୁ ଥରେ ଦେଖ, ହାଜର ଗୋଟିଏ ଖୋପ ।
(ନାଚୁଣୀ ହତବକ୍ ହୋଇ ନିଜକୁ ଦର୍ପଣରେ ଦେଖେ)

About ଅଞ୍ଜଳୀ ଆଚାର୍ଯ୍ୟ

ଲେଖିକା

Check Also

ନାରୀ ଜାଗୃତିର ଅବିସ୍ମରଣୀୟ ସାରଥି – ବାଙ୍କୀ ବୀରାଙ୍ଗନା ଶୁକଦେଇ

ଐତିହାସିକମାନଙ୍କର ଦୃଷ୍ଟି ଏପର୍ଯ୍ୟନ୍ତ ଅଷ୍ଟାଦଶ ଶତକର ବାଙ୍କୀ ଗଡ଼ଜାତର ବୀରାଙ୍ଗନା ରାଣୀ ଶୁକଦେଇଙ୍କ ଉପରେ ପଡ଼ିଲାନାହିଁ । ଯେଉଁମାନେ ଏ …

Leave a Reply

Your email address will not be published. Required fields are marked *