ନାଚୁଣୀ (ମୂଳ ଲେଖା – ଭାନୁ ଭାରତୀ ): ୩

ଅଞ୍ଜଳୀ ଆଚାର୍ଯ୍ୟ
ଅଞ୍ଜଳୀ ଆଚାର୍ଯ୍ୟ 194 Views
16 Min Read

ନାଚୁଣୀ – ବହୁ ଦିନପରେ ସେଦିନ ମୁଁ ଦର୍ପଣରେ ନିଜକୁ ଦେଖିଲି । ସତରେ ସେଇ କିସୁକିବାଈକୁ ଚିହ୍ନି ହେଉନଥିଲା । ଠିକ ତ କହିଥିଲା ରସିକ । କେବଳ ହାଡ଼ ଆଉ ହାଡ଼ର ଗୋଟିଏ ଖୋପ ବୋଲି। (ହସିକି) ଏମିତି ବି କେମିତି ହୁଏ ଝିଅ, ବଞ୍ଚିବାର ଇଚ୍ଛା ମରିଯାଇଥିଲା । ସେ କିନ୍ତୁ ଆଉ ଜଣକୁ ଆଣି ଆସିଲା ତ ମୁଁ ସହିପାରିଲ ନାହିଁ । ସେ ଦାଣ୍ଡରେ ନାଚୁଥିଲା ଆଉ ଏଠି ମୋ ହୃଦୟରେ ହାତିଡ଼ି ପିଟିଲା ପରି ଲାଗୁଥିଲା । କାହିଁକି କାହିଁକି ମରିବି ମୁଁ । ‘ମା’ ଟି ହୋଇ ଦେଲାନି ବୋଲି? ବସ ଏଇ ଟିକିଏ କଥାରେ । କ’ଣ ମାତୃତ୍ୱଲାଭ କରିବା ସ୍ତ୍ରୀ ଜାତିପାଇଁ ଗୋଟିଏ ହିଁ ଉଦ୍ଦେଶ୍ୟ । ନାରୀ କ’ଣ ଆଉ କିଛି ହୋଇ ପାରିବ ନାହିଁ । ପୁରୁଷକୁ ନିଜ କର୍ତ୍ତୃତ୍ୱରେ ରଖିବା ବି ତ ନାରୀର ନାରୀତ୍ୱର ଗୋଟିଏ ଉପଲବ୍ଧ ।

Support Samadhwani

ନୃତ୍ୟାଭିନୟ – ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି

  (ବାହାରେ ବାଜୁଥିବା ଢୋଲବାଜାରେ ନାଚୁଣୀ ନାଚିବାରେ ଲାଗେ । ବହୁଦିନ ଧରି ରୋଗରେ ପଡ଼ିବାରୁ ନାଚି ପାରୁନାହିଁ, କିନ୍ତୁ ପ୍ରବଳ ଚେଷ୍ଟା ଚାଲିଛି । ଢୋଲ ବାଜିବା ବନ୍ଦ ହୋଇଗଲା । କିନ୍ତୁ ନାଚୁଣୀ ତା ପରେ ବି ନାଚୁଛି ।)
ରସିକ – ବସ୍ କିସୁକିବାଈ ତୋ ଦେହ ଭଲ ନାହିଁ ।
ନାଚୁଣୀ ମୁଁ ଠିକ୍ ଅଛି ବିଲକୁଲ ଠିକ୍ ଅଛି । ମୁଁ ନାଚିବି, ମୁଁ ନାଚିବି । ଆଉ ରୋଗରେ ପଡ଼ିବି ନାହିଁ । ତାକୁ ବାହାର କର, ତାକୁ ବାହାର କର । ମୁଁ ତୋର ନାଚୁଣୀ । ମୁଁ ନାଚିବି ।
ରସିକ – ଆଚ୍ଛା ଆଚ୍ଛା ତାକୁ ବାହାର କରିଦେବି । ଏବେ ତୁ ଆରାମ କର । ରୋଗରୁ ଉଠିଛୁ । ତୋ ଦେହ ଦୁର୍ବଳ । ମୁଁ ତୋ ପାଇଁ ଭୋଜିଟେବୁଲ୍ ସୁପ୍ ବନେଇ ପଠେଇ ଦେଉଛି । ପିଇବୁ ତ ଜୀବନ ପାଇବୁ । ଦେହ ଭଲ ହେବ ।
(ନାଚୁଣୀ ଆଖିରୁ ଲୁହ ପୋଛେ ଆଉ ମୁହଁ ଘୋଡ଼େଇ ଦିଏ । ଭିତରେ ଚନ୍ଦ୍ରମା ପରି ଖେଳି ଉଠେ ତା ମୁହଁଟି । ହସି ହସି)
ନାଚୁଣୀ – ସତରେ ଝିଅ । କମାଲ୍ ହୋଇଗଲା । କିଛି ଦିନରେ ମୁଁ ଏକଦମ୍ ଠିକ୍ ହୋଇଗଲି । ମୁଁ ଜାଣି ପାରିଲି ନାହିଁ ତାହା କି ଜିନିଷ ଥିଲା । ସୁପ୍, ସେ ମୋ ପାଖଗୁ ପଠେଇ ଦେଉଥିଲା, ତାହା ପୁଣି ସେ ଝିଅଟି ଥିବା ଭିତରେ । କେମତି ମୁଁ ଠିକ ହେଲି । ସପ୍ତାହଟେ ଭିତରେ ମୁଁ ଠିକ୍ ହେଲି । ଆଗ ଭଲି ନାଚର ଆସର ପୁଣି ଆରମ୍ଭ ହୋଇଗଲା ।

       କିଏ ସେ ଝିଅ? ମୁଁ ଜାଣି ପାରିଲି ନାହିଁ । ଏହାରି ଭିତରେ ସେ ତାକୁ କେଉଁଠି ଛାଡ଼ିକି ଆସିଲା କେଜାଣି । କିନ୍ତୁ ମୁଇଁ ଆଉ ସେ ଆଗର କିସୁକିବାଈ ହୋଇ ରହିନଥିଲି । ସେଇ ଗେଲବଶରର କିସୁକି ନିଜର ଦେବଦୂତର ବାହୁବନ୍ଧନରେ ଦୁନିଆର ସବୁକିଛି ପାଇଯାଉ ଥିଲା । ନିରାସରେ ଭାଙ୍ଗି ପଡ଼ିଥିବା ନାରୀ କିମ୍ବା ନଇଁ ପଡ଼ିଥିବା ନାରୀ ସେପରିବି ନୁହେଁ । ଏବେ ମୁଁ ପୁରାପୁରି ବଦଳି ଯାଇଥିଲି। ମୋ ରସିକ ସାଙ୍ଗରେ ମୋ ସଂବନ୍ଧ ବି ବଦଳି ଯାଇଥିଲା ଏବେ ସେ ମୋ ପାଇଁ ଦେବଦୂତ ନୁହେଁ ହାଡ଼ ମାଂସର ମୋ ପରି ମଣିଷଟିଏ । ପୁରୁଷ ଓ ନାରୀକୁ ଅଲଗା ଦୃଷ୍ଟିରେ ମୁଁ ଦେଖିବାରେ ଲାଗିଲି ।

Support Samadhwani

      ମତେ ସଂସାର ଏବେ ଭଲ ଭାବରେ ବୁଝା ପଡ଼ୁଥିଲା । ଜମିଦାରମାନଙ୍କ ପାଇଁ କହ୍ନେୟା କାମ କରୁଥିଲା । ଲୋକଙ୍କୁ ହଇରାଣ କରୁଥିଲା । ତା ବଦଳରେ ପ୍ରଶଂସା ପାଉଥିଲା, ସେ ସବୁ ଏବେ ମତେ ଭଲ ଭାବେ ଦେଖାଯାଉଥିଲା । ଠିକ୍ ଅଛି ତା ଉପରେ ମୋର ଭରସା ଥିଲା । କିନ୍ତୁ ମହିଳାଙ୍କୁ ଉଠେଇ ନେବା, ଡକାୟତି କରିବା, କାହାର ଜମି ଦଖଲ କରିବା, ସେ ସବୁ କାମ କହ୍ନେୟା କରୁଥିଲା । ଏସବୁ କାମ କଣ ସେ ଏକା କରୁଥିଲା? ମୁଁ କିନ୍ତୁ ଏଇ ହାଡ଼ ମାଂସର କହ୍ନେୟାକୁ ଭଲପାଇ ବସିଲି ଝିଅ । ନା ଆଗରୁ ଭକ୍ତି ଥିଲା । ଏବେ ମୁଁ ଭଲ ପାଉଥିଲି । ଆମ ନରୀଜାତି ଏହାତ କରିଥାଉଁ ଭକ୍ତି । ସେଥିପାଇଁ ଧୋକା ଖାଉଁ । ତୁ ସେମିତି କରିବୁନି, କେବେ କାହାର ଭକ୍ତି । ମତେ ଯଦି କିଏ ପଚାରେ ମୁଁ କହିବି ଭକ୍ତି ତ ଭଗବାନଙ୍କୁ କଲେବି ଖରାପ କଥା, ତା’ପରେ ମଣିଷ କଣ ଭକ୍ତି କରି ବଂଚି ରହିପାରିବ ।
ହଁ ତେବେ ମୁଁ କହୁଛି ଯେ ଏହି ହାଡ଼ ମାଂସଧାରୀ କହ୍ନେୟାକୁ ମୁଁ ଭଲ ପାଉଥିଲି । ଆଉ ସେବି ଏହି ନୂଆ କିସୁକିବାଈକୁ ଇଜ୍ଜତ ଦେଉଥିଲା । ସ୍ନେହ ଆଦର ବି କରୁଥିଲା । ସେହି ଭଲ ପରଇବାକୁ ନେଇ ମୁଁ ରାଣ ପକେଇ କହିଲି ଏବେ ସେ ଆଉ ସେ ଏପଟସେପଟ କାମ କରିବିନି । ଆମେ ଦୁଇଜଣ ଭଲରେ ଥିଲୁ । ଟଙ୍କା ପଇସା ବି ଭଲରେ ମିଳୁଥିଲା । ତେଣୁ ତାକୁ କଣ ଦରକାର ଯେ କାହା ଇସାରାରେ କାମ କରିବ । ତା’ ପାଇଁ ସେ କାଦୁଅରେ ପଶିବ । ସେ ରାଣ ଖାଇଲା, ସେ ସତରେ ବଦଳିଗଲା ଝିଅ ।             ଏବେ କ’ଣ ହେଲା ନା ସମାରୋହ ହେଲେ ନାଚ ଦେଖେଇବୁ, ନହେଲେ ଘରେ ରହି ଦିନ ଦିନ ଧରି ଅଭ୍ୟାସ କରିବୁ । ସେ ନୂଆଁ ନୁଆଁ କବିତା ତିଆରି କରେ । ନୂଆଁ ଧ୍ୱନି ଖୋଜେ, ପାଖୁଡ଼ାରେ ନୂଆଁ କଥା ଖୋଜେ । ଆଉ ମୁଁ ନୂଆଁ ନୂଆଁ ନାଚ କରେ । ଏବେ ଯାଇ ମୁଁ ପ୍ରଥମ କରି ନାଚର ଅର୍ଥ ବୁଝି ପାରିଲି । ଏବେ ମୁଁ ନିଜ ସନ୍ତୁଷ୍ଟି ପାଇଁ ନାଚିଲି । ନିଜ ପାଇଁ ନାଚିଲି । ମୋ ନାଚ ଦେଖି ଲୋକଙ୍କୁ ତ ଆନନ୍ଦ ଆସୁଥିଲା। ଏହି ଆନନ୍ଦର ସ୍ରୋତ ମୋ ଭିତରେ ଫୁଟି ଉଠିଥିଲା । ଏପରି ଅନୁଭବ ମୋ ପାଇଁ ବିଲକୁଲ୍ ନୂଆଁ ଥିଲା । ମୁଁ ପୁଣି ଥରେ ନିଜକୁ ପ୍ରସ୍ପଟିତ ହେବାର ଅନୁଭବ କଲି ।

           ଏହାରି ଭିତରେ କହ୍ନେୟାକୁ ଜମିଦାର ଘରୁ କେତେଥର ଡକା ହେଲାଣି । ସେ କିନ୍ତୁ ପୁରା ସଫା ମନା କରିଦିଏ । କୁହେ ଏ ସବୁ କାମ ମୁଁ ଛାଡ଼ି ଦେଇଛି । ପୁରୁଣା ସାଙ୍ଗ ସାଥି ପ୍ରଥମେ ତ ତାକୁ ଲାଳସା ଦେଇ ଥିଲେ, ପୁଣି ତାର ମଜାକ ଉଡ଼ଉଥିଲେ । କହ୍ନେୟା ତ ନିଜ ନାଚୁଣୀର ଡୋରରେ ବନ୍ଧା ପଡ଼ିଛି । ଏବେ ସେ ଏକା ପୁରୁଷ ନୁହେଁ, ଏବେ ତାର ପୁରୁଷତ୍ୱ ମରିଯାଇଛି ।
ଝିଅ, କହ୍ନେୟାର ଏମିତି ସୁଧୁରି ଯିବା, ଆସପାସ ଜିମନାରମାନଙ୍କୁ ଭଲଲାଗୁ ନଥିଲା । ସେମାନେ ତା ସହିତ ଶତ୍ରୁତା କରିବା ଆରମ୍ଭ କରିଦେଲେ ପୁରୁଣା ଶତ୍ରୁତାବି ଥିଲା। ଗୋଟିଏ ଦିନ ମୁହଁ ଅନ୍ଧାର କେତେ ଜଣ ତାକୁ ନେଇଗଲେ ଜଣା ପଡ଼ିଲା ନାହିଁ । ତା’ ପରଠୁ ସେ ଆଉ ଘରକୁ ଫେରିନାହିଁ । ଫେରିଲା ତାର କ୍ଷତବିକ୍ଷତ ଶରୀର । ଗୁଳିରେ ଫୁଟି ଉଠିଥିଲା । ମୁଁ ରାଗରେ ପାଗଳପ୍ରାୟ ହୋଇଗଲି । ପାଟିକଲି, ଚିତ୍କାର କଲି, ଥାନା କଚେରୀ ସବୁଆଡ଼େ ଗଲି ।

          କିନ୍ତୁ ନା, କୁଆଡ଼େ କିଛି ନ୍ୟାୟ ମିଳିଲାନାହିଁ । କହ୍ନେୟା ହତ୍ୟାକାରୀମାନଙ୍କୁ କିଛିବି ହେଲା ନାହିଁ। ସେମାନେ ସ୍ୱାଧୀନ ଭାବେ ଆରାମରେ ଘୁରିବୁଲିଲେ । ସେତେବେଳେ ମୁଁ ବହୁତ ପଶ୍ଚାତାପ କଲି ଝିଅ । ନିଜକୁ ମୁଁ ଧିକ୍କାର କଲି । କାହିଁକି କହ୍ନେୟାକୁ ସିଧା ରାସ୍ତାରେ ଆସିବା ପାଇଁ କହିଲି । ଏହା ଠାରୁ ସେ ଡକାୟତ୍ ହୋଇ ଭଲରେ ଥିଲା । ନା, ଚମକି କି ମତେ ଦେଖନା । ଜାଣିଛୁ ତୁ କହିବୁ ଶେଷରେ ସତ୍ୟର ତ ଜୟ ହେବ । ରାବଣର ଦଶମୁଣ୍ଡ ଦେଖି ଡ଼ରିଯିବା କଥା ନୁହେଁ । ଅଛନ୍ତି ତ ରାମଚନ୍ଦ୍ର ନ୍ୟାୟ କରିବା ପାଇଁ ଅବତାର ପୁରୁଷ । ମୁଁ ବି ତୋ ପରି ବୟସରେ ଏପରି ଭାବୁଥିଲି । କହ୍ନେୟାକୁ ଏ ସବୁ କହି ତ ମୁଁ ତାକୁ ବୁଝେଇଥିଲି । ସେ ସବୁ ଶୁଣେ ହସେ ଆଉ ମତେ କହେ, ପିଲାଙ୍କ ଭଳି ତୁ ଏବେବି ଦୁନିଆକୁ ବୁଝିନୁ। ଦୁର୍ବଳକୁ କେଉଁଠାରେବି ନ୍ୟାୟ ମିଳେ ନାହିଁ। ନ୍ୟାୟ ହୁଏ ବଡ଼ ଲୋକଙ୍କ ପାଇଁ। ଶକ୍ତି ସତ୍ୟରେ ଥାଏ । ମିଥ୍ୟା ରେ ନୁହେଁ, ଯିଏ ଯେତମିତି କରେ ସେ ସେମିତି ପାଏ ।

           କିନ୍ତୁ ଝିଅ, ମିଥ୍ୟା ଆଗରେ ସତ୍ୟକୁ ଥର ଥରକ କମ୍ପିବାର ମୁଁ ଦେଖିଛି । ମିଥ୍ୟାର ପ୍ରଚାର ଚାରିଆଡ଼େ ହେଉଛି । ସତ୍ୟର କଥା କେଉଁଠିବି ଶୁଣିବାକୁ ମିଳୁନାହିଁ । ଗୁଡ଼ାଏ ବୟସ ବିତିଲାପରେ ଏସବୁ ମୁଁ ଜାଣୁଛି। ନ୍ୟାୟର ଗୋଟିଏ ରୂପ ନୁହେଁ ଯେମିତି ଭଗବାନଙ୍କର ଗୋଟିଏ ରୂପ ନଥାଏ ଯାହା ତୋ ପାଇଁ ଅନ୍ୟାୟ ତାହା ମୋ ପାଇଁ ନ୍ୟାୟ । ଯାହାର ଟଙ୍କା ବେଶି ତା’ର ଶକ୍ତି ବେଶି । ବାକିମାନଙ୍କର ହକ୍ ବି ନାହିଁ । ଏହା ହେଲା ଦୁନିଆର ରୂପ । ଆମ ସ୍ତ୍ରୀ ଲୋକମାନଙ୍କୁ ଦେଖ, ଯାହା ପୁରୁଷମାନଙ୍କ ଭାଗ୍ୟରେ ଥାଏ, ଆମ ଭାଗ୍ୟରେ ତାହା ନଥାଏ। ସେଥିପାଇଁ ଆମେ ଦୁର୍ବଳ ନା ଆଉ କିଛି । କ’ଣ ରମଚନ୍ଦ୍ର ‘ସୀତା ମା’ଙ୍କ ପାଇଁ ନ୍ୟାୟ କରି ନଥିଲେ। ନିଆଁରେ ତ ଜଳିଲେନି। ତାପରେ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଆସିଲେ ।
(ଅଚାନକ ଚମକି ଉଠି) ତୁ ଅଛୁ ତ, କୁଆଡ଼େ ଯାଇନୁ ତ । ମୋ କଥାରେ ବିରକ୍ତ ପ୍ରକାଶ କରି କଆଡ଼େ ଚାଲି ଯିବୁନି ଝିଅ । ଆଜି ତ ମୁହଁ ଖୋଲିଛି ମୋର, ନ ହେଲେ କଥା ବି ମୁଁ କହୁ ନଥିଲି । ଖାଲି ନାଚୁଥିଲି । ସୁଖ ଦୁଃଖ କାନ୍ଦିବା ହସିବା ନାଚ ହିଁ ଅଟେ । ହଁ ଝିଅ କେବଳ ନାଚ ଟା ହିଁ ମତେ ବଞ୍ଚିବା ପାଇଁ ବାଟ ଦେଖାଇଛି । ମୁଁ ନାଚୁଣୀ ନ ହୋଇଥିଲେ କେବେଠୁ ମରିସାରନ୍ତିଣି । ମରିବା କଉ କଷ୍ଟ କଥା ଯେ? କଷ୍ଟତ ବଞ୍ଚିରହିବାରେ ଅଛି, ନାଚିବା ଓ ନାଚିପାରିବାରେ ଅଛି।
ରସିକ ଦେହରେ ଗୁଳି ବାଜିବା ଦେଖି ମୁଁ ନିଜେ ହୋସ ହରେଇ ବସିଲି । ଆହତ ସିଂହପରି ରଡ଼ି ଛାଡ଼ିଲି । ମନରେ ଆସୁଥିଲା ସବୁ ଭାଙ୍ଗିଭୁଙ୍ଗି ଦିଅନ୍ତି । ପୁରା ଏହି ସମାଜକୁ ନିଆଁରେ ଜାଳିପୋଡ଼ି ଦିଅନ୍ତି । ଠିକ୍ ସେତିକି ବେଳେ ସ୍ୱପ୍ନ ଦେଖିଲି, ଦୂର ପର୍ଯ୍ୟନ୍ତ ନିଆଁର ଝାସ, ଖୁବ୍ ଉପରକୁ ଉଠୁଥିଲା ନିଆଁର ଝାସ, ସୁବକିଛି ଧୁ ଧୁ ଜଳୁଛି । ଆଉ ମୁଁ ନିଆଁରେ ଝାସ ତାଳରେ ନାଚୁଛି । ନିଆଁରେ ଚିଙ୍ଗାରି ଜିଭ ମଝିରେ ମା ଚଣ୍ଡି ରୂପଧରି ଛିଡ଼ା ହୋଇଛି । ଭୟଙ୍କର ରୂପରେ ମୁଁ ଉଠିବସଥିଲି । ଯେମିତି ଲାଗୁଥିଲା ମୋ ଭିତରେ ଗୋଟିଏ ବାଦ୍ୟ ବାଜୁଥିଲା ମୁଁ ପାଦରେ ଘୁଙ୍ଗୁର ବାନ୍ଧିଲି ଆଉ ନାଚିବାରେ ଲାଗିଲି । ନାଚିବାରେ ଲାଗିଲି ଆଉ ନାଚିବାରେ ଲାଗିଲି। କେତେ ବେଳ ପର୍ଯ୍ୟନ୍ତ ମୁଁ ନାଚିଲି ମୁଁ ବି ଜାଣିନାହିଁ ।

        ହୋସ ଆସିଲା ପରେ ଗାଁଟା ସାରା ସେଠି ଜମା ହୋଇଯାଇଥିଲା । ସମସ୍ତଙ୍କୁ ଆଖିରେ ଲୁହ ଝରୁଥିଲା ଲାଗୁଥିଲା ମୋ ସାଙ୍ଗରେ ପୁରା ଗାଁଟା ସାରା ପାଗଳ ହୋଇଯାଇଥିଲା । ଲୋକେ ଧୂପ ଦୀପ ନଡ଼ିଆ ଚଢ଼ାଇଲେ (ହସିକି) କେହି କେହି ସିନ୍ଦୁର ବି ଲଗାଇଲେ । ସବୁ କିଛି ଅଜବ୍ ତାମସା ଭଳି ଥିଲା। ମତେ ହସ ମାଡ଼ିଲା । ସେହି ହସଟି ଲୋକଙ୍କୁ ଆହୁରି ଡରେଇଦେଲା ।

              ଝିଅ, ସେଦିନ ମତେ କିନ୍ତୁ ନାଚର ଆଉ ଗୋଟିଏ ଅଥ ବୁଝା ପଡ଼ିଲା । ତା’ ସଙ୍ଗେ ସଙ୍ଗେ ବୁଝି ପାରିଲି ଭଗବାନଙ୍କ ସଙ୍ଗେ ଆମ ସଂପର୍କ । ସୀମାରେଖା ପାର କରିଯବିବାଟା ତ ଦେବତାଙ୍କ ଦର୍ଶନ ପାଇବା । ସୀମାରେଖା ପାର କରିଗଲେ ନିଜଭିତରେ ଦେବତା ଜାଗ୍ରତା ହୋଇ ଉଠନ୍ତି । ଏହା ତ ହୋଇଥିଲା ମୋ ସହ ସେ ଦିନ । ଏହା ଦେଖି ପୂରା ଗାଁ ଲୋକ ହତବାକ୍ ହୋଇ ଯାଇଥିଲେ । ଲୋକ କହିଲେ କିସୁକବାଈ ଉପରେ ଦେଵୀ ଚଢ଼ିଛନ୍ତି । ହଁ ସତରେ ଦେବୀତ ଚଢ଼ିଥିଲେ ମୋ ଦେହରେ । ହଁ ସେ ସତ ସତ ଚଣ୍ଡୀ ମା ଥିଲେ । ଯିଏକି ରସିକର ହତ୍ୟାକାରୀକୁ ପାଦରେ ଦଳି ଦେଇଥିଲେ । ରାତ୍ରୀର ଶେଷ ପହରରେ ଦୋହଲି ଗଲେ ସମସ୍ତେ ।

ସେଦିନ ଜଣେ ଅଛୁଆଁ ନାଚୁଣୀ ପାଇଁ ତାଙ୍କ ଆଖିରେ ଡରଥିଲା ଓ ଥିଲା ଶ୍ରଦ୍ଧା । ହଁ ଶ୍ରଦ୍ଧା ଡରରୁ ହିଁ ତ ଉପ୍ତତ୍ତି ଲାଭ କରେ । ନିଜ ସାମର୍ଥ ବାହାରେ ଶାସନ କରିବା ବହୁତ ବଡ଼କଥା । ବଡ଼ ତପସ୍ୟା କରିବା ପାଇଁ ପଡ଼େ । ଏହା ପାଇଁ। ମୋ ଭିତରେ କେଉଁଠି ଥିଲା ଏତେ ଶକ୍ତି । ହାଡ଼, ମାଂସର ମାମୁଲି ଗୋଟିଏ ନାରୀ ମୁଁ । ଯାହାକୁ ଭୋକ ଶୋଷବି ଲାଗେ । ରସିକ ପରେ ମୁଁ ତ ପୂରା ଏକା ହୋଇଗଲି । ସେତେବେଳେ ମୁଁ ପ୍ରଥମଥିର ପାଇଁ ଜାଣିଲି ଏହି ସଂସାରରେ ଏକା ଜଣେ ନାରୀର ବଞ୍ଚିବା କେଡ଼େ କଷ୍ଟ। ଯୌବନ ବୟସ, ଦେଖିବା ପାଇଁ ବି ତ ଭଲ ଥିଲି, ଏବେ ଯେମିତି ତୁ ଦେଖାଯାଉଛୁ, ବିଲକୁଲ ସେମିତି ଥିଲି । ତେଣୁ ସବୁ ଲୋକ ଯେମିତି ଅଧିକାର ଜମେଇ ବସୁଥିଲେ । ଏମିତି କି ରସ୍ତାରେ ଚାଲିଲା ବେଳେ ବି । ଯେତେବେଳେ ରସିକ ଥିଲା ଦୂରରୁ ଯେଉଁ ଆଖି ମତେ ଦେଖୁଥିଲା ସେ ଏବେ ମତେ ହାତ ଲଗେଇଲାଣି ।

            ଏବେ ଯଦି ମେଳାକୁ ଯାଏ, ତେବେ ନାଚିବା ବନ୍ଦ ହୁଏନି । ମୋଠୁ ବେଶି ବେଶି ନାଚ ଆଦାୟ କରନ୍ତି ଲୋକ । ଏମିତି ଦେଖିଲେ ବେଶି ସମୟ ମୁଁ ମୋର ନାଚ ଓ ବ୍ୟବହାର ପାଇଁ ଖସି ଆସିପାରେ କିନ୍ତୁ ଯେବେ ଜମିଦାରଙ୍କ ମଝିରେ ଫସିଯାଏ ତେବେ କ’ଣ ମୁଁ ନିଜକୁ ବଞ୍ଚେଇ ପାରେ? ସେଠିତ ରକ୍ତ ଢୋକିବା ପାଇଁ ପଡ଼େ । ମୁଁ କହି ପାରୁନି । ଭରପୂର ସଭାରେ ଦୌପଦୀର ଚିରହରଣ ତୁ ଦେଖିଛୁନା, ବହୁ ସମୟରେ ସେମିତି ହୁଏ । ଫରକ ଖାଲି ଏତିକି ଥାଏ ଯେ ମୋର ଇଜ୍ଜତ ବଞ୍ଚେଇବା ପାଇଁ ପାଖରେ କହ୍ନେୟା ନଥାଏ । ବହୁ ସମୟରେ ସମାରୋହରେ ଗୋରା ଅଫିସରମାନେ ଥାନ୍ତି । ଆଉ ଯଦି ସେମାନେ ଆଗରେ ଥାନ୍ତି । ଆଉ ଯଦି ସେମାନେ ଆଗରେ ଥାନ୍ତି ତ ଏଇ ଠାକୁର, ଜମିଦାରଙ୍କୁ କିଏ ରଖିାପାରିବ । ମୁଁ ବହୁତଥର ଚେଷ୍ଟା କରେ ଯେ ଏମିତି ସମାରୋହକୁ ଯିବି ନାହିଁ । କିନ୍ତୁ ଭାରି କଷ୍ଟ କଥା ଏହା । ଚିରିଆଡ଼େ ନିଆଁ ଲାଗିଲା ଭଳି ଗାନ୍ଧୀଙ୍କ ନାଁ ଶୁଣା ଯାଉଥିଲା, ହରତାଳ, ଆନ୍ଦୋଳନ ଚାଲୁଥିଲା, ଗୁଳି, ଲାଠି, ବି ଚାଲୁଥିଲା ଏମିତିରେ ମେଳା ଆଉ କ’ଣ ହେବ । ମେଳା ଯଦି ବଞ୍ଚିଥିଲା କିଛି ଟା ବିଳାଶପୂର୍ଣ୍ଣ ଜୀବନ ବଞ୍ଚିବା ଲୋକଙ୍କ ପାଇଁ ।

             ଠିକ୍ ସେଇ ସମୟରେ ରାଜାଙ୍କ ଠାରୁ ନାଚିବା ପାଇଁ ମତେ ଡକାଗଲା । ରାଜା ସାହେବ ମୋ ନାଁ ଶୁଣିଥିଲେ ଓ ସେ ମତେ ଦେଖିବା ପାଇଁ ଚାହୁଁଥିଲେ । ମୁଁ ଶୁଣିଥିଲି ଦରବାରରେ ଗୁଣିଲୋକଙ୍କୁ ସମ୍ମାନ ଦିଆଯାଏ । ରାଜାନିଜେ ଜାଣନ୍ତି କିଏ କ’ଣ? ନିଜେ ବି ଭଲ ଲୋକ । ଖୁସିଥିଲି ଯେ ରାଜା ମତେ ଯାହା ହଉ ଜାଣିପାରିଲେ । ତାଙ୍କୁ ଶୁଭ ଆଶିର୍ବାଦ ଯଦି ପଡ଼େ ଏହି ଛୋଟକାଟିଆ ଲୋକଙ୍କଠୁ ମୁକ୍ତି ମିଳିବ । ତେଣୁ ବହୁତ ପରିଶ୍ରମ କରି ସବୁ ପ୍ରସ୍ତୁତି କଲି ।

          ଦରବାରରେ ପହଞ୍ଚିଲି ନାଚିବା ପାଇଁ । ସେଠିକି ଯାଇ ତ ମୋର ଚେତା ଉଡ଼ିଗଲା । ବହୁତ ବଡ଼ ବଡ଼ ନାଚିବା ଓ ଗାଇବା ଲୋକ ଥିଲେ । ମୋ ଆଗରୁ ଜାନବାଇ ନାଚିଲା । ତା’ର ବି ବଡ଼ ନାଁ ଥିଲା । ସେମିତି ନାଚ ତ ମୁଁ ପ୍ରଥମଥର ଦେଖିଲି । ସେ ଢୋଲରେ ନୁହେଁ ତବଲାରେ ନାଚିଲା । ଯିଏ ତବଲା ବଜଉଥିଲେ ତାଙ୍କ ହାତରେ ଯେମିତି ଯାଦୁଥିଲା । ତାହା ଦେଖି ମୁଁ ଡରିଗଲି । ତା’ପରେ ମୋ ପାଳି । ମହାରାଜ କହିଲେ ଏବେ ତୁମେ ନାଚ କିସୁକିବାଇ । ବଡ଼ ନାଁ ଶୁଣିଛି ତୁମର । ବଡ଼ କଷ୍ଟରେ ଉଠି ମୁଁ କହିଲି ଏମିତି ନାଚ ତ ମତେ ଆସେନାହିଁ ମହାରାଜ । ମୁଁ ତ ଜଣେ ନାଚୁଣୀ । ଗାଁ ଗଣ୍ଡାରେ ମେଳାରେ ନାଚିବା ଲୋକ । ମହାରାଜ ହସି ଦେଲେ । ଗାଁ ଗଣ୍ଡାରେ କ’ଣ କଳା ନଥାଏ? ମୁଁ ଶୁଣିଛି ବଡ଼ ନାଚୁଣୀ ତମେ । ସେହି ସମୟରେ କହ୍ନୈୟା ବହୁତ ମନେ ପଡ଼ିଲା । ଆଜି ଯଦି ଥାଆନ୍ତା ମତେ ଭରସା ମିଳିଥାନ୍ତା । ଏସବୁ ସତ୍ୱେ ମତେ ତ ନାଚିବାକୁ ପଡ଼ିବ । ଆରମ୍ଭ କଲି ନାଚିବା ।
….କ୍ରମଶଃ

[box type=”shadow” align=”aligncenter” class=”” width=””]ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନାକୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି। ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ[/box]

Share this Article